Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ
ଆଜିର ଖବର

କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ

March 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଚଳିତ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀଙ୍କୁ ନେଇ ନିର୍ବାଚନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟ ରେ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର ୭ ଟି କକ୍ଷରେ ଏବଂ ସରକାରୀ ମହାବିଦ୍ୟାଳୟର ୭ ଟି କକ୍ଷରେ,ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ସିଟି ସ୍କୁଲ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ତାଲିମ କାର୍ଯ୍ୟକ୍ରମ ଚାଲିଛି। ଜିଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି ଅନ୍ୱେଷା ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମ ରେ ଏ ଏଲ ଏମ ଟି ଓ ଡି ଏଲ ଏମ ଟି ରୂପେ ନିୟୋଜିତ ବି ଡି ଓ ,ତହସିଲଦାର ଓ ଅନ୍ୟ ଅଧିକାରୀ ତାଲିମ ପ୍ରଦାନ କରୁଛନ୍ତି।

ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ମାନେ କିପରି ବ୍ୟବସ୍ଥିତ ଭାବେ ବୁଥ୍ ପର୍ଯ୍ୟନ୍ତ ଯିବେ, ଇ ଭି ଏମ ଓ ଭି ଭି ପାଟ ମେସିନ୍ ର ସଂଯୋଗ ଓ କାର୍ଯ୍ୟକାରିତା, କଣ୍ଟ୍ରୋଲ ୟୁନିଟ ର ବ୍ୟବହାର,ଭୋଟ ଦାନ ପ୍ରକ୍ରିୟା କୁ ଶୃଙ୍ଖଳିତ, ସେକ୍ଟର ଅଧିକାରୀ ଙ୍କୁ ସୁଚନା ଓ ଯୋଗାଯୋଗ ଉପରେ ବିଶେଷ ତାଲିମ ନେବେ।ଧର୍ମଗଡ ଉପଖଣ୍ଡ ରେ ମୋଟ ୧୪୮୨ ଜଣ ଏବଂ ଭବାନୀପାଟଣା ଉପଖଣ୍ଡ ରେ ମୋଟ ୧୮୫୬ ଜଣ ତିନି ଦିନ ୧୫/୩,୧୬/୩ ଏବଂ ୧୭/୩ ପର୍ଯ୍ୟାୟ କ୍ରମେ ତାଲିମ ନେବେ।

ଆଜି ଧର୍ମଗଡ ଉପଖଣ୍ଡ ରେ ୫୨୨ ଜଣ ଓ ଭବାନୀପାଟଣା ଉପଖଣ୍ଡରେ ୬୯୬ ଜଣ ତାଲିମ ନେଉଛନ୍ତି।ଜିଲ୍ଲାରେ ମୋଟ ୧୪୧୨ ଟି ଵୁଥ ରେ ତାଲିମ ନେଉଥିବା କର୍ମଚାରୀ ଭୋଟ ଗ୍ରହଣ ଦିନ ଭୋଟଦାନ ପ୍ରକ୍ରିୟାକୁ ଶ୍ରୁଙ୍ଖଳିତ ଭାବେ ଦାୟିତ୍ଵ ନିର୍ବାହ କରିବେ।

ଭବାନୀପାଟଣା ଉପଖଣ୍ଡ ପାଇଁ ଭବାନୀପାଟଣା ଉପଜିଲ୍ଲାପାଳ ଡ଼ ବିଶ୍ୱଜିତ ଦାସ ,ନିର୍ବାଚନ ସଂଯୁକ୍ତ ଅଧିକାରୀ ବିବେକାନନ୍ଦ ମହାନନ୍ଦ ଏବଂ ଧର୍ମଗଡ ଉପଖଣ୍ଡ ପାଇଁ ଧର୍ମଗଡ ଉପ ଜିଲ୍ଲାପାଳ ଧୀମନ ଚକମା ଓ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛନ୍ତି।

କଳାହାଣ୍ଡି ତାଲିମ କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିରୁ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ

June 5, 2026

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026

ଉଚ୍ଚ ଯୋଗ୍ୟତା ଲୁଚାଇ ଚାକିରି ପାଇବା ଅନ୍ୟାୟ: ସୁପ୍ରିମକୋର୍ଟ

June 5, 2026
Latest News

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିରୁ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ

June 5, 2026

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.