Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା
ଆଜିର ଖବର

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରତି ଓଡ଼ିଆଙ୍କ ପ୍ରିୟ ପଖାଳ କେବଳ ଓଡ଼ିଆ ଜାତି ଭିତରେ ସିମୀତ ନାହିଁ। ପ୍ରଚଳିତ ପ୍ରାଚୀନ ପରମ୍ପରାରୁ ଜଣାପଡ଼େ ଓଡ଼ିଆ ଜାତିର ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ ପଖାଳପ୍ରିୟ। ଏହା ଶ୍ରୀମନ୍ଦିରରେ ପ୍ରଚଳିତ ଛପନ ଭୋଗରୁ ଜଣାପଡ଼େ।

ସେହିପରି ବାଣପୁରର ଆରାଧ୍ୟା ଦେବୀ ଜଗତଜନନୀ ମା’ଭଗବତୀ ମଧ୍ୟ ପଖାଳପ୍ରିୟ। ତାଙ୍କ ଦୈନଦିନ ଭୋଗନୀତିକାନ୍ତିରୁ ଜଣାପଡେ। ମହାପ୍ରଭୁ ଜଗନ୍ନାଥଙ୍କ ଛପନ ଭୋଗ ସାଥିରେ ପଖାଳ ନୈବେଦ୍ୟ ମିଶି ରହିଥିଲାବେଳେ ମା’ଭଗବତୀଙ୍କ ପ୍ରତ୍ୟହ ବଡ଼ସିଂହାର ଧୂପରେ କେବଳ ଦହିପଖାଳକୁ ମାଛଗୁଣ୍ଡି ଭଜା ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇ ଲାଗି ହେବାର ପରମ୍ପରା କେଉଁ ଆଦିମ କାଳରୁ ଚଳି ଆସିଛି।

ସାଧାରଣତଃ ଓଡ଼ିଆ ପରିବାରରେ ମା’ଭଉଣୀମାନେ ଘରର ପୁରୁଷମାନଙ୍କ ଅପେକ୍ଷା ଅଧିକ ପଖାଳପ୍ରିୟ। ଦିନରେ ଦୁଇ ଓଳା ପଖାଳ ଖାଇବାକୁ ପସନ୍ଦ କରନ୍ତି। ପଖାଳ ସହିତ ମାଛ ହେଉବା ଶୁଖୁଆ ଭଜା ଚ଼ିଲିକା ଉପକୁଳିଆ ଅଞ୍ଚଳର ପ୍ରଧାନ ଖାଦ୍ୟ। ମଣିଷ ପରି ଏଠି ଦେବୀ ମଧ୍ୟ ପଖାଳ ସହିତ ମାଛପୋଡ଼ା (ବଳିପୋଡା ) ମାଛଭଜା, ବିଶେଷ କରି ସୁପକାର ମାନଙ୍କଦ୍ଵାରା ପ୍ରସ୍ତୁତ ମାଛ ଗୁଣ୍ଡିଭଜା ମା’ଭଗବତୀଙ୍କ ପୀଠରେ ସ୍ୱାତନ୍ତ୍ରତା ବହନ କରେ।

ଏଭଳି ନୈବେଦ୍ୟ ଏହି ପୀଠ ଛଡ଼ା ଓଡ଼ିଶାର ଅନ୍ୟ କୌଣସୀ ଶକ୍ତିପୀଠମାନଙ୍କରେ ଦେଖିବାକୁ ମିଳେନାହିଁ। ଚିଲିକାରୁ ସଂଗୃହୀତ ସବାଖଇଙ୍ଗାମାଛ କୁନେଇ ଗୁଆଘିଅ, ମସଲା ଦେଇ ପ୍ରସ୍ତୁତ ହୁଏ ଏହି ମାଛ ଗୁଣ୍ଡିଭଜା। ବେଳେବେଳେ ଏଥିରେ କେବଳ ବାଇଗଣ ମିଶାଇ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଏ। ଏହାର ସ୍ଵାଦ ନିଆରା।ମା’ଙ୍କ ସବୁଠାରୁ ଅତିପ୍ରିୟ ନୈବେଦ୍ୟ ଏହି ମାଛଗୁଣ୍ଡି ଭଜା ଯିଏ ଥରେ ପାଇଥାଏ ସେକେବେ ଭୁଲିପାରେ ନାହିଁ।

ଏହି ପ୍ରିୟ ନୈବେଦ୍ୟ ଉପରେ ବାଣପୁର ଅଞ୍ଚଳରେ ପ୍ରଚଳିତ ଏକ ଲୋକକଥା ଏବେ ମଧ୍ୟ ଜନସ୍ମୃତିହୋଇ ରହିଛି। ବହୁଦିନ ତଳର କଥା। ତଦନାନ୍ତିନ ବାଣପୁରର ରାଜା ମା’ଭଗବତୀଙ୍କ ସମସ୍ଥ ସେବାପୂଜା ଦାୟୀତ୍ୱ ଏହି ଅଞ୍ଚଳର ଏକ ବ୍ରାହ୍ମଣ ପରିବାର ହାତରେ ଟେକି ଦେଇ ତାଙ୍କୁ ପରୀଚ୍ଛାପଦବୀ ଅର୍ପଣ କରିପାରିକୁଦ ଚାଲିଗଲେ। ପରିଚ୍ଛା ସାଆନ୍ତ ଭାବରେ ପରିଚିତ ଏହି ପରିବାର ମା’ଭଗବତୀଙ୍କୁ ନିଜ ପରିବାରର ଝିଅ ଭାବରେ ବିଶ୍ୱାସ କରି ନିଷ୍ଠାର ସହିତ ତାଙ୍କ ସେବାପୂଜା କରିଆସୁଥିଲେ।

ଏକଦା କୌଣସି ଏକ ଅପରାହ୍ନରେ ସାତ ଜଣ ଝିଅ ସାତଭଉଣୀ ଭାବରେ ବାଣପୁର ଦାଣ୍ଡରେ ଚାଲିଯାଉଯାଉସଂଧ୍ୟା ହୋଇଯିବାରୁ ପରିଚ୍ଛାଙ୍କ ଘରେ ଆଶ୍ରୟ ନେଲେ। ରାତିରେ ପରିଚ୍ଛା ସେମାନଙ୍କ ପାଇଁ ଖାଦ୍ୟପେୟ କଥା ପଚ଼ାରିବାରୁ ବଡ଼ ଭଉଣୀ ଆମେ ସମସ୍ତେ ପଖାଳ ଖାଇବୁ ବୋଲି କହିବାରୁ ପରିଚ୍ଛାଙ୍କ ସ୍ତ୍ରୀ କୁଣିଆ ଝୀଅଙ୍କ ପାଇଁ ରାତିରେ ପଖାଳ ସହିତ ଏମିତି ଭାବରେ ଘିଅ ମସଲାରେ ଖଇଙ୍ଗ।ମାଛର ମାଛଗୁଣ୍ଡି ଭଜା ପ୍ରସ୍ତୁତ କରି ସାତଭଉଣୀଙ୍କୁ ବାଢ଼ିଦେଲେ ଯେ ସାତଭଉଣୀ ସନ୍ତୁଷ୍ଟମନରେ ପେଟପୁରାଇ ଖାଇ ରାତିରେ ପରିଛାଙ୍କ ଘର ସ୍ଵତନ୍ତ୍ର କୋଠରୀରେ ବିଶ୍ରାମ ନେଲେ।

ରାତି ପାହିଲା। ପରିଛାଙ୍କ ସ୍ତ୍ରୀକୋଠରୀ କବାଟ ଖୋଲି ଦେଖିଲାବେଳକୁ ଘର ଖାଲିପଡ଼ିଛି, ଚନ୍ଦନ ଅଗୁରୁ ଝୁଣାରେ ମହମହ ବାସୁଛି। ଆଶ୍ଚର୍ଯ୍ୟ ହୋଇ ପରିଚ୍ଛାଙ୍କୁ ଡାକ ପକାଇ ସ୍ତ୍ରୀ କହିଲେ ଏମାନେ କୁଆଡ଼େ ଉଭାନ ହୋଇଗଲେ। ଏମାନେ ମଣିଷ ନୁହନ୍ତି ଦେବୀ କି ଦାନବୀ। ସତକୁ ସତ ସେହି ଦିନ ରାତିରେ ପରିଚ୍ଛାଙ୍କୁ ସ୍ୱପ୍ନାଦେଶ ହେଲା।

ମା’ଭଗବତୀ ସ୍ୱପ୍ନରେ କହିଲେ “ଆମେ ସବୁ ସାତଭଉଣୀ ସାତଦେବୀ। ତୁମର ଆତିଥ୍ୟରେ ଆମେ ବହୁତ ଖୁସି। ତୁମେ ଆଜିଠାରୁ ଆମର ବାପଘର ପରି, ଆମକୁ ଆମର ପ୍ରିୟପଖାଳ ଓ ମାଛ ଗୁଣ୍ଡିଭଜା ସବୁଦିନ ଲାଗି କରାଇବ। ଆମେ ତୁମକୁ ଆଶୀର୍ବାଦ କରୁଛୁ ତୁମର ସର୍ବମଙ୍ଗଳ ହେବ।”

ସେହିଦିନଠାରୁ ମା’ଭଗବତୀଙ୍କ ମନ୍ଦିରରେ ରାତ୍ର ଧୂପରେ କେବଳ ମା’ଙ୍କ ପ୍ରିୟଦହି ପଖାଳକୁ ମାଛ ଗୁଣ୍ଡି ଭଜା ଅର୍ପଣ କରିବାର ପରମ୍ପରା ଚଳିଆସିଛି। ମନ୍ଦିର ଭିତର ପୂଜା ସହିତ, ଆଶ୍ୱିନ ମାସର ଷୋଳପର୍ବରେ, ଫଗୁଣ ମାସର ଚ଼ାଚ଼େରୀଭୋଗ ସମୟରେ ବାପ ଘର ଭାବରେ ପରିଚିତ ପରିଚ୍ଛାଙ୍କ ଦୁଆରେ ମା’ଭଗବତୀଙ୍କ ପ୍ରିୟ ଟଭା ପତରର ପଖାଳ ତୋରାଣି ମାଛ ଗୁଣ୍ଡି ଭଜା ଏଯାବତ୍ ଭୋଗ ଲାଗିହେବାର ଏକ ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ମା’ଙ୍କ ଏହି ଦୁର୍ଲଭ ପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁମାନେ ଏବେ ମଧ୍ୟ ଦୋଳପୂର୍ଣ୍ଣିମା ଦିନକୁ ଅପେକ୍ଷା କରନ୍ତି।

ବାଣପୁର ମା'ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ଏଫପିଓ କନକ୍ଲେଭ ୨୦୨୫ର ଉଦଘାଟନ କଲେ କେନ୍ଦ୍ର କୃଷିମନ୍ତ୍ରୀ

October 30, 2025

ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଅବସରରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଗୃହମନ୍ତ୍ରୀ

October 30, 2025

କ୍ରିକେଟ୍ ମଇଦାନକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଛଡାଇନେଲେ କି ବିରାଟ କୋହଲିଙ୍କ ୧୮ ନମ୍ବର ଜର୍ସି?

October 30, 2025

ପୂର୍ବତଟ ରେଳପଥ ଦ୍ୱାରା ଡିସ୍ଲେକ୍ସିଆ ସଚେତନତା ମାସ ପାଳନ ପାଇଁ “ଗୋ ରେଡ୍” ଅଭିଯାନ

October 30, 2025
Latest News

ଅଷ୍ଟ୍ରେଲିଆର ସ୍ଵପ୍ନକୁ ଧୂଳିସାତ କଲା ଭାରତ: ବିଶ୍ୱ ରେକର୍ଡ ସହ ବିଶ୍ଵକପ ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ

October 30, 2025

ଜାତୀୟ ଏଫପିଓ କନକ୍ଲେଭ ୨୦୨୫ର ଉଦଘାଟନ କଲେ କେନ୍ଦ୍ର କୃଷିମନ୍ତ୍ରୀ

October 30, 2025

ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଅବସରରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଗୃହମନ୍ତ୍ରୀ

October 30, 2025

ଦେଶର ନୂତନ CJI ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ: ସୁପାରିଶକୁ ଅନୁମୋଦନ କଲେ ରାଷ୍ଟ୍ରପତି

October 30, 2025

କ୍ରିକେଟ୍ ମଇଦାନକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଛଡାଇନେଲେ କି ବିରାଟ କୋହଲିଙ୍କ ୧୮ ନମ୍ବର ଜର୍ସି?

October 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.