Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ଭାବେ କାର୍ଯ୍ୟ କରିବ ପିଆଇବିର ଫ୍ୟାକ୍ଟ ଚେକ୍‌ ୟୁନିଟ୍‌
ଆଜିର ଖବର

କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ଭାବେ କାର୍ଯ୍ୟ କରିବ ପିଆଇବିର ଫ୍ୟାକ୍ଟ ଚେକ୍‌ ୟୁନିଟ୍‌

March 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଏମଆଇବି) ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫସିୟୁ) କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକ୍ ୟୁନିଟ୍ ବା ତଥ୍ୟ ଯାଞ୍ଚ ସଂସ୍ଥା ଭାବେ କାର୍ଯ୍ୟ କରିବ ବୋଲି ଆଜି ଭାରତ ସରକାର ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଆଜି ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରେ ସୂଚନା ପ୍ରଯୁକ୍ତି ବିଦ୍ୟା (ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ନୈତିକତା କୋଡ୍) ନିୟମ, ୨୦୨୧ର ନିୟମ ୩ର ଉପ-ଧାରା (ଭି)ର ଉପଧାରା (୧)ର ବ୍ୟବସ୍ଥା ଅଧୀନରେ ପିଆଇବି ଏଫସିୟୁକୁ ନେଇ ସୂଚନା ଦିଆଯାଇଛି। ବିଶେଷ କରି ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ଆହ୍ୱାନର ମୁକାବିଲା ପାଇଁ ଏମଆଇବି ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏହି ବିଷୟରେ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି।

ପିଆଇବି ଅଧୀନରେ ଫ୍ୟାକ୍ଟ ଚେକ୍ ୟୁନିଟ୍ ନଭେମ୍ବର ୨୦୧୯ରେ ପ୍ରତିଷ୍ଠା କରାଯାଇଥିଲା ଯାହାର ଉଦ୍ଦେଶ୍ୟ ଥିଲା ମିଥ୍ୟା ଖବର ଏବଂ ଭୁଲ ସୂଚନା ସୃଷ୍ଟିକାରୀ ଏବଂ ପ୍ରସାରକଙ୍କ ବିରୋଧରେ ଏକ ପ୍ରତିରୋଧକ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିବା। ଏହା ଲୋକମାନଙ୍କୁ ଭାରତ ସରକାରଙ୍କ ସମ୍ବନ୍ଧରେ ସନ୍ଦେହଜନକ ଏବଂ ଆପତ୍ତିଜନକ ସୂଚନା ରିପୋର୍ଟ କରିବାପାଇଁ ଏକ ସହଜ ବ୍ୟବସ୍ଥା ମଧ୍ୟ ପ୍ରଦାନ କରିଥାଏ।

ଏଫସିୟୁକୁ ସରକାରୀ ନୀତି, ପଦକ୍ଷେପ ଏବଂ ଯୋଜନା ବିଷୟରେ ମିଥ୍ୟା ସୂଚନାକୁ ନିଜ ଆଡ଼ୁ କିମ୍ବା ଅଭିଯୋଗ ମାଧ୍ୟମରେ ରେଫରେନ୍ସ ଅଧୀନରେ ପ୍ରତିହତ କାର୍ଯ୍ୟ କରିଥାଏ। ଏଫସିୟୁ ସକ୍ରିୟ ଭାବରେ ଭୁଲ ସୂଚନା ଅଭିଯାନ ଉପରେ ନଜର ରଖିଥାଏ, ଏଭଳି ସୂଚନାକୁ ଚିହ୍ନଟ କରେ ଏବଂ ପ୍ରତିରୋଧ କରେ, ସୁନିଶ୍ଚିତ କରେ ଯେ ସରକାରଙ୍କ ବିଷୟରେ ମିଥ୍ୟା ସୂଚନା ତୁରନ୍ତ ଉନ୍ମୋଚନ ଏବଂ ସଂଶୋଧନ କରାଯାଏ।

ନାଗରିକମାନେ ହ୍ଵାଟ୍ସଆପ୍ (+918799711259), ଇମେଲ୍ (pibfactcheck[at]gmail[dot]com), ଟ୍ୱିଟର (@PIBFactCheck) ଏବଂ ପିଆଇବିର ୱେବସାଇଟ୍ (https://factcheck.pib.gov.in/) ସମେତ  ବିଭିନ୍ନ ମାଧ୍ୟମରେ ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ସହ ଯୋଗାଯୋଗ କରିପାରିବେ। ଫ୍ୟାକ୍ଟ ଚେକ୍ ୟୁନିଟର ହ୍ୱାଟସଆପ ହଟଲାଇନ ନମ୍ବର ଏଭଳି ଲୋକଙ୍କ ପାଇଁ ଏକ ସହଜ ଉପକରଣ ଯେଉଁଠାରେ କେବଳ ସନ୍ଦେହଜନକ ମେସେଜ ଫରୱାର୍ଡ କରିବାକୁ ପଡିଥାଏ।

ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ମଧ୍ୟ ଭିନ୍ନକ୍ଷମବ୍ୟକ୍ତିଙ୍କ ପାଖରେ ଫ୍ୟାକ୍ଟ ଚେକ୍ ର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେଇଛି। ଯେହେତୁ ଫଟୋ ଗୁଡ଼ିକ ସାମାଜିକ ଗଣମାଧ୍ୟମର ଏକ ପ୍ରମୁଖ ଅଂଶ ଅଟେ, ତେଣୁ ବିଷୟବସ୍ତୁର ସାର୍ବଜନୀନ ପ୍ରସାର ସୁନିଶ୍ଚିତ କରିବା ପାଇଁ ‘ଅଲ୍ଟରନେଟିଭ୍‌ ଟେକ୍ସଟ୍’ (ALT) ପ୍ରଦାନ କରିବା ଦିନକୁ ଦିନ ଜରୁରୀ ହେବାରେ ଲାଗିଛି। ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ଏହାର ଟ୍ୱିଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ରସାରିତ ସମସ୍ତ ପୋଷ୍ଟ ସହିତ ଅଲ୍ଟରନେଟିଭ୍‌ ଟେକ୍ସଟ ପ୍ରଦାନ କରିଥାଏ।

fake news PIB
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.