Categories
ଆଜିର ଖବର ଜାତୀୟ ଖବର

ସାଧାରଣ ନିର୍ବାଚନ ୨୦୨୪ ସମ୍ପର୍କିତ ଗଣମାଧ୍ୟମ ସୁବିଧା ପୋର୍ଟାଲର ଶୁଭାରମ୍ଭ କଲା ପିଆଇବି

ଭୁବନେଶ୍ଵର: ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ୨୦୨୪ ସାଧାରଣ ନିର୍ବାଚନ ପାଇଁ ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ୱାନ୍ ଷ୍ଟପ୍ ଫେସିଲିଟେସନ୍ ପୋର୍ଟାଲ ଭାବରେ ଅନେକ ବୈଶିଷ୍ଟ୍ୟ ଥିବା ଏକ ମାଇକ୍ରୋସାଇଟ୍ https://pib.gov.in/elect2024/index.aspx ଆରମ୍ଭ କରିଛି। ପୋର୍ଟାଲର ନିମ୍ନଲିଖିତ ବୈଶିଷ୍ଟ୍ୟ ରହିଛି।

୧. ଏକ ଡିଜିଟାଲ ଫ୍ଲିପ୍ ବୁକ୍: ଏଥିରେ ବିଭିନ୍ନ ଆକର୍ଷଣୀୟ ବିଶ୍ଳେଷଣ ଏବଂ ଡାଟା ସମୃଦ୍ଧ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ। ଗଣମାଧ୍ୟମ ପ୍ରତିନିଧିମାନେ ଏହି ସୂଚନାକୁ ସେମାନଙ୍କ ଲେଖାରେ ବ୍ୟବହାର କରିପାରିବେ।

୨. ଉପଯୋଗୀ ଲିଙ୍କ ପ୍ରଦାନ କରାଯାଇଛି ଯାହା ମାଧ୍ୟମରେ ସାମ୍ବାଦିକମାନେ ଇସିଆଇ ୱେବସାଇଟର ପ୍ରାସଙ୍ଗିକ ଅଂଶକୁ ନେଭିଗେଟ୍ କରିପାରିବେ।

୩. ରେଫରେନ୍ସ ଭାବେ ଏବଂ ସହଜରେ ହାସଲ କରାଯାଇପାରୁଥିବା ତଥ୍ୟ ରୂପରେ ବିଭିନ୍ନ ପ୍ରକାର ସୂଚନା ବା ଇନଫୋଗ୍ରାଫିକ୍ସ ଦିଆଯାଇଛି।

୪. ସାଧାରଣ ନିର୍ବାଚନ ୨୦୨୪ର ବିଭିନ୍ନ ପର୍ଯ୍ୟାୟର କାର୍ଯ୍ୟସୂଚୀ ସମ୍ପର୍କରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏକ ରେକନର୍ (ଗଣନା ତଥ୍ୟ) ପ୍ରଦାନ କରାଯାଇଛି।

୫. ଇସିଆଇ ବିଜ୍ଞପ୍ତି ବିଷୟରେ ଅପଡେଟ୍ ରିୟଲ୍ ଟାଇମ୍ ଆଧାରରେ ଅପଲୋଡ୍ କରାଯାଇଛି।

୬. ସହଜରେ ଯୋଗାଯୋଗ କରିବା ପାଇଁ ଜାତୀୟ ଓ ରାଜ୍ୟସ୍ତରୀୟ ଭାରତୀୟ ନିର୍ବାଚନ ଅଧିକାରୀଙ୍କ ବିଷୟରେ ବିଭିନ୍ନ ସୂଚନା ଦିଆଯାଇଛି।

୭. ମିଡିଆ ଗାଇଡ୍ ସମେତ ଇସିଆଇ ନିର୍ଦ୍ଦେଶାବଳୀର ଏକ ସଂକଳନ ସହଜରେ ଉପଲବ୍ଧ କରା ଯାଇଛି।

୮. ଗଣମାଧ୍ୟମ କର୍ମଚାରୀଙ୍କୁ ସଦ୍ୟତମ ଘଟଣାକ୍ରମ ସମ୍ପର୍କରେ ଅବଗତ କରାଯିବ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ଭାବେ କାର୍ଯ୍ୟ କରିବ ପିଆଇବିର ଫ୍ୟାକ୍ଟ ଚେକ୍‌ ୟୁନିଟ୍‌

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଏମଆଇବି) ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫସିୟୁ) କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକ୍ ୟୁନିଟ୍ ବା ତଥ୍ୟ ଯାଞ୍ଚ ସଂସ୍ଥା ଭାବେ କାର୍ଯ୍ୟ କରିବ ବୋଲି ଆଜି ଭାରତ ସରକାର ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଆଜି ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରେ ସୂଚନା ପ୍ରଯୁକ୍ତି ବିଦ୍ୟା (ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ନୈତିକତା କୋଡ୍) ନିୟମ, ୨୦୨୧ର ନିୟମ ୩ର ଉପ-ଧାରା (ଭି)ର ଉପଧାରା (୧)ର ବ୍ୟବସ୍ଥା ଅଧୀନରେ ପିଆଇବି ଏଫସିୟୁକୁ ନେଇ ସୂଚନା ଦିଆଯାଇଛି। ବିଶେଷ କରି ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ଆହ୍ୱାନର ମୁକାବିଲା ପାଇଁ ଏମଆଇବି ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏହି ବିଷୟରେ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି।

ପିଆଇବି ଅଧୀନରେ ଫ୍ୟାକ୍ଟ ଚେକ୍ ୟୁନିଟ୍ ନଭେମ୍ବର ୨୦୧୯ରେ ପ୍ରତିଷ୍ଠା କରାଯାଇଥିଲା ଯାହାର ଉଦ୍ଦେଶ୍ୟ ଥିଲା ମିଥ୍ୟା ଖବର ଏବଂ ଭୁଲ ସୂଚନା ସୃଷ୍ଟିକାରୀ ଏବଂ ପ୍ରସାରକଙ୍କ ବିରୋଧରେ ଏକ ପ୍ରତିରୋଧକ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିବା। ଏହା ଲୋକମାନଙ୍କୁ ଭାରତ ସରକାରଙ୍କ ସମ୍ବନ୍ଧରେ ସନ୍ଦେହଜନକ ଏବଂ ଆପତ୍ତିଜନକ ସୂଚନା ରିପୋର୍ଟ କରିବାପାଇଁ ଏକ ସହଜ ବ୍ୟବସ୍ଥା ମଧ୍ୟ ପ୍ରଦାନ କରିଥାଏ।

ଏଫସିୟୁକୁ ସରକାରୀ ନୀତି, ପଦକ୍ଷେପ ଏବଂ ଯୋଜନା ବିଷୟରେ ମିଥ୍ୟା ସୂଚନାକୁ ନିଜ ଆଡ଼ୁ କିମ୍ବା ଅଭିଯୋଗ ମାଧ୍ୟମରେ ରେଫରେନ୍ସ ଅଧୀନରେ ପ୍ରତିହତ କାର୍ଯ୍ୟ କରିଥାଏ। ଏଫସିୟୁ ସକ୍ରିୟ ଭାବରେ ଭୁଲ ସୂଚନା ଅଭିଯାନ ଉପରେ ନଜର ରଖିଥାଏ, ଏଭଳି ସୂଚନାକୁ ଚିହ୍ନଟ କରେ ଏବଂ ପ୍ରତିରୋଧ କରେ, ସୁନିଶ୍ଚିତ କରେ ଯେ ସରକାରଙ୍କ ବିଷୟରେ ମିଥ୍ୟା ସୂଚନା ତୁରନ୍ତ ଉନ୍ମୋଚନ ଏବଂ ସଂଶୋଧନ କରାଯାଏ।

ନାଗରିକମାନେ ହ୍ଵାଟ୍ସଆପ୍ (+918799711259), ଇମେଲ୍ (pibfactcheck[at]gmail[dot]com), ଟ୍ୱିଟର (@PIBFactCheck) ଏବଂ ପିଆଇବିର ୱେବସାଇଟ୍ (https://factcheck.pib.gov.in/) ସମେତ  ବିଭିନ୍ନ ମାଧ୍ୟମରେ ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ସହ ଯୋଗାଯୋଗ କରିପାରିବେ। ଫ୍ୟାକ୍ଟ ଚେକ୍ ୟୁନିଟର ହ୍ୱାଟସଆପ ହଟଲାଇନ ନମ୍ବର ଏଭଳି ଲୋକଙ୍କ ପାଇଁ ଏକ ସହଜ ଉପକରଣ ଯେଉଁଠାରେ କେବଳ ସନ୍ଦେହଜନକ ମେସେଜ ଫରୱାର୍ଡ କରିବାକୁ ପଡିଥାଏ।

ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ମଧ୍ୟ ଭିନ୍ନକ୍ଷମବ୍ୟକ୍ତିଙ୍କ ପାଖରେ ଫ୍ୟାକ୍ଟ ଚେକ୍ ର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେଇଛି। ଯେହେତୁ ଫଟୋ ଗୁଡ଼ିକ ସାମାଜିକ ଗଣମାଧ୍ୟମର ଏକ ପ୍ରମୁଖ ଅଂଶ ଅଟେ, ତେଣୁ ବିଷୟବସ୍ତୁର ସାର୍ବଜନୀନ ପ୍ରସାର ସୁନିଶ୍ଚିତ କରିବା ପାଇଁ ‘ଅଲ୍ଟରନେଟିଭ୍‌ ଟେକ୍ସଟ୍’ (ALT) ପ୍ରଦାନ କରିବା ଦିନକୁ ଦିନ ଜରୁରୀ ହେବାରେ ଲାଗିଛି। ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ଏହାର ଟ୍ୱିଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ରସାରିତ ସମସ୍ତ ପୋଷ୍ଟ ସହିତ ଅଲ୍ଟରନେଟିଭ୍‌ ଟେକ୍ସଟ ପ୍ରଦାନ କରିଥାଏ।

Categories
ଆଜିର ଖବର ଜାତୀୟ ଖବର

ନୋଟ୍ ଉପରେ କିଛି ଲେଖାଗଲେ ଅବୈଧ ହେବ କି ଟଙ୍କା?, ଜାଣନ୍ତୁ ଆରବିଆଇ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ: ପ୍ରାୟତଃ ଏପରି ଅନେକ ନୋଟ୍ ମିଳେ, ଯାହା ଉପରେ କିଛି ନା କିଛି ଲେଖାଯାଇଥାଏ। ଏପରି ପରିସ୍ଥିତିରେ, ପ୍ରଶ୍ନ ମନକୁ ଆସେ ଯେ ଯେଉଁ ନୋଟ ଉପରେ କିଛି ଲେଖା ଅଛି ତାହା ଅବୈଧ ବୋଲି ଧରାଯିବ କି? ଆଜିକାଲି ଏହି ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି ହେଉଛି ଯେ, ଯଦି ଆପଣ ନୂଆ ନୋଟରେ କିଛି ଲେଖନ୍ତି ତେବେ ଏହା ଅବୈଧ ହୋଇଯିବ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା କ’ଣ ଏହାର ମୂଲ୍ୟ ସମାପ୍ତ ହେବ ଏବଂ କ’ଣ ଆପଣ ଏହାକୁ ବଜାରରେ ବ୍ୟବହାର କରିପାରିବେ ନାହିଁ କିମ୍ବା ଅନ୍ୟ କିଛି ସତ୍ୟ ଅଛି?

ସୋସିଆଲ ମିଡିଆରେ ଏକ ଖବର ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଉଛି ଯେ, ଯଦି କୌଣସି ନୋଟରେ ଲେଖାଯାଏ ତେବେ ଏହା ସିଧାସଳଖ ଅବୈଧ ହୋଇଯିବ। ଏହିପରି ନୋଟ୍ ଗୁଡିକ କେବଳ କାଗଜ ଖଣ୍ଡ ହୋଇ ରହିବ। ଭାଇରାଲ ବାର୍ତ୍ତାରେ ଆରବିଆଇର ନୂତନ ନିର୍ଦ୍ଦେଶାବଳୀକୁ ଦର୍ଶାଇ କୁହାଯାଇଛି ଯେ, ଆମେରିକୀୟ ଡଲାରରେ କିଛି ଲେଖିବା ଅବୈଧ ହୋଇଯାଏ। ସେହିଭଳି, ଯଦି ଆପଣ ଭାରତୀୟ ମୁଦ୍ରା ଉପରେ କିଛି ଲେଖନ୍ତି, ତେବେ ଏହା ଅବୈଧ ହୋଇଯିବ।

PIB ସମ୍ବାଦକୁ ଯାଞ୍ଚ କରିଛି ଯାହା ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ତଥ୍ୟ ଯାଞ୍ଚରେ, PIB ଜାଣିବାକୁ ପାଇଛି ଯେ, ଏହି ଖବରଟି ସମ୍ପୂର୍ଣ୍ଣ ନକଲି। ପ୍ରେସ ଇନଫରମେସନ୍ ବ୍ୟୁରୋର ଫ୍ୟାକ୍ଟ ଚେକ୍ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛି ଏବଂ ଆରବିଆଇ ନାମରେ ଏହି ଖବର ପ୍ରସାରଣ ଭୁଲ ବୋଲି କହିଛନ୍ତି। ଏହା ସହିତ, ଏହା ମଧ୍ୟ କୁହାଯାଇଛି ଯେ ନୋଟରେ କିଛି ଲେଖିବା ଏହାକୁ ଅବୈଧ କରିବ ନାହିଁ।

ଆରବିଆଇର କ୍ଲିନ୍ ନୋଟ୍ ପଲିସି ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକଙ୍କୁ ନୋଟରେ କିଛି ନ ଲେଖିବାକୁ ଅନୁରୋଧ କରୁଛି। ଏହା ସହିତ, ଲୋକମାନେ ନୋଟଗୁଡ଼ିକୁ ଯତ୍ନର ସହିତ ରଖିବାକୁ କହିଛି। କାରଣ ଯଦି ସେମାନେ ନୋଟ୍ ଉପରେ କିଛି ଲେଖନ୍ତି, ତେବେ ସେଗୁଡିକ ଶୀଘ୍ର ନଷ୍ଟ ହୋଇଯିବ। ଯାହା ଯୋଗୁଁ ଆରବିଆଇକୁ ଏଭଳି ନୋଟକୁ ଶୀଘ୍ର ପରିବର୍ତ୍ତନ କରିବାକୁ ପଡିବ।

Categories
PIB_NEWS ଆଜିର ଖବର ଜାତୀୟ ଖବର

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ସତ୍ୟେନ୍ଦ୍ର ପ୍ରକାଶ

ନୂଆଦିଲ୍ଲୀ : ପତ୍ର ସୂଚନା କାର୍ଯ୍ୟାଳୟ ବା ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ପ୍ରକାଶ ଭାରତୀୟ ସୂଚନା ସେବାର ୧୯୮୮ ବ୍ୟାଚର ଅଧିକାରୀ। ଏଥିପୂର୍ବରୁ ସେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର (ସିବିସି) ପ୍ରମୁଖ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।

ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶଙ୍କର କେନ୍ଦ୍ର ସରକାରଙ୍କ ଜନ ସମ୍ପର୍କ, ଗଣମାଧ୍ୟମ ପରିଚାଳନା, ପ୍ରଶାସନ, ନୀତି ନିର୍ଦ୍ଧାରଣ ଓ କାର‌୍ୟ୍ୟକ୍ରମ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଗଭୀର ଅଭିଜ୍ଞତା ରହିଛି। ସେ ବିଭିନ୍ନ ଜାତୀୟ ଓ ୟୁନେସ୍କୋ, ୟୁନିସେଫ୍, ୟୁଏନଡିପି ଇତ୍ୟାଦି ଆନ୍ତର୍ଜାତିକ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ ନିମନ୍ତେ ସରକାରୀ ବିଜ୍ଞାପନର ବିଷୟବସ୍ତୁ ସମ୍ପର୍କୀତ ମାର୍ଗଦର୍ଶିକା ପ୍ରସ୍ତୁତି, ଇଣ୍ଟରନେଟ ଓ ଡିଜିଟାଲ ଗଣମାଧ୍ୟମ ନୀତି, ଏଫଏମ୍ ରେଡିଓ ନୀତି, ଡିଜିଟାଲ ଚଳଚ୍ଚିତ୍ର ନୀତି ଇତ୍ୟାଦି ପ୍ରସ୍ତୁତି କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୨୦୨୧ ଗଣତନ୍ତ୍ର ଦିବସ ନିମନ୍ତେ ପ୍ରଥମ ‘ଭୋକାଲ ଫର ଲୋକାଲ’ ପ୍ରଜ୍ଞାପନ ମଣ୍ଡପ ନିର୍ମାଣ ପାଇଁ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି ଲାଭ କରିଥିଲା।

ଶ୍ରୀ ପ୍ରକାଶ ଭାରତ ସରକାରଙ୍କର ଅନେକ ପ୍ରମୁଖ ଜନସୂଚନା ଅଭିଯାନର ପରିପାଟୀ ପ୍ରସ୍ତୁତି ସହ କାର‌୍ୟ୍ୟାନ୍ୱୟନରେ ମୁଖ୍ୟ ଥିଲେ। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇଇସି ଅଭିଯାନ ସଂଯୋଜନା କରିଥିଲେ। ୨୦୨୧-୨୨ରେ ମତଦାତା ସଚେତନତା ଓ ଭୋଟଦାନରେ ଅଂଶଗ୍ରହଣ ବୃଦ୍ଧି ପାଇଁ ତାଙ୍କୁ ନିକଟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାତୀୟ ସମ୍ମାନରେ ସମ୍ମାନୀତ କରାଯାଇଛି । ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ କାର୍ଯ୍ୟଭାର ଗ୍ରହଣ କରିବା ପରେ ପିଆଇବିର ବରିଷ୍ଠ ଅଧିକାରୀଗଣ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

Categories
PIB_NEWS ଆଜିର ଖବର ଜାତୀୟ ଖବର

ଆଜାଦୀ କା ଅମ୍ରିତ ମହୋତ୍ସବ ଉପଲକ୍ଷେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆରଓବି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ବର : ଦେଶ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଆଜାଦୀ କା ଅମ୍ରିତ ମହୋତ୍ସବ ଅଂଶବିଶେଷ ସ୍ବରୂପ ଭୁବନେଶ୍ବରସ୍ଥିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାଯ୍ୟାଳୟ(ଆରଓବି) ପକ୍ଷରୁ ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଦିନ ଏକ ବିଶେଷ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି।

କଟକରେ ଅବସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଓ ସଂଗ୍ରହାଳୟ ଜାନକୀ ନାଥ ଭବନ ପରିସରରେ ଆୟୋଜିତ ଏହି ବିଶେଷ କାର‌୍ୟ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର‌୍ୟ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାଯ୍ୟାଳୟ ଓ ଆରଓବି ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜୀନ୍ଦର ଚୌଧୁରୀ ଅଂଶଗ୍ରହଣ କରି ସ୍ବାଧୀନତା ସଂଗ୍ରାମରେ ନେତାଜୀଙ୍କ ବଳିଷ୍ଠ ଯୋଗଦାନର ଅବତାରଣା କରିଥିଲେ।

ଏଥିସହିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ସେ ନେତାଜୀଙ୍କ ବାଲ୍ୟ ଜୀବନ ବିଷୟରେ ଅବଗତ ହୋଇଥିଲେ। କାଯ୍ୟକ୍ରମରେ ଲୋକସେବକ ମଣ୍ଡଳର ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ଡ. ସତ୍ୟ ରାୟ, ଆରଓବିର ନିର୍ଦ୍ଦେଶକ ଅଖିଳ ମିଶ୍ର, ସଂଗ୍ରହାଳୟର ସୁପରିଟେଣ୍ଡେଣ୍ଟ ଜେ ରାୟ ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସଂଗ୍ରହାଳୟ ବୁଲି ଦେଖିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ସିନେମା

ଦେଶାତ୍ମବୋଧ ଉପରେ ଆୟୋଜିତ ଲଘୁ ଫିଲ୍ମ ପ୍ରତିଯୋଗିତା ବିଜେତାଙ୍କ ନାମ ଘୋଷଣା, ଜାଣନ୍ତୁ କିଏ

ଭୁବନେଶ୍ବର, ସ୍ୱାଧୀନତା ଦିବସ ୨୦୨୦ର ଏକ ଅଂଶ ଭାବେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଓ ରାଷ୍ଟ୍ରୀୟ ଫିଲ୍ମ ବିକାଶ ନିଗମ (ଏନଏଫଡିସି) ମିଳିତ ଭାବେ ଯୁବଗୋଷ୍ଠିଙ୍କ ମଧ୍ୟରେ ଦେଶାତ୍ମବୋଧ ଭାବନା ଜାଗ୍ରତ କରିବା ପାଇଁ ଏକ ଲଘୁ ଫିଲ୍ମ ପ୍ରତିଯୋଗିତାର ଆୟୋଜନ କରିଥିଲେ ।

ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଅନଲାଇନରେ ୧୪ ଜୁଲାଇ, ୨୦୨୦ରୁ ୭ ଅଗଷ୍ଟ ପର‌୍ୟ୍ୟନ୍ତ MyGov ପୋର୍ଟାଲରେ ଏହି ଲଘୁ ଫିଲ୍ମର ଏକ ଲାଇଭ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । www.MyGov.in ୱେବସାଇଟରେ ଏହି ପ୍ରତିଯୋଗିତାର ବିସ୍ତୃତ ବିବରଣୀ ସହ ପଞ୍ଜିକରଣ କରାଯାଇଥିଲା । ଏହାର ବିଷୟବସ୍ତୁ “ରାଷ୍ଟ୍ରର ପ୍ରଗତିରେ ଦେଶାତ୍ମବୋଧ ଓ ଆତ୍ମନିର୍ଭରତାର ନୂତନ ମନ୍ତ୍ର” ରଖାଯାଇଥିଲା । ଏହି ପ୍ରତିଯୋଗିତାର ବିଜେତାମାନଙ୍କ ନାମ ମନ୍ତ୍ରଣାଳୟ ଦ୍ୱାରା ଆଜି ଘୋଷଣା କରାଯାଇଛି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ଟୁଇଟ କରି ପ୍ରତିଯୋଗିତାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ଲଘୁ ଫିଲ୍ମ ପ୍ରତିଯୋଗିତାକୁ ସଫଳ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।

ଏହି ପ୍ରତିଯୋଗିତାରେ ଲଘୁ ଫିଲ୍ମ ବିଷୟ ‘ଆମ ଆଇ?’ ପାଇଁ ଅଭିଜିତ ପଲଙ୍କୁ ପ୍ରଥମ ପୁରସ୍କାର ଓ ‘ଅବ ଇଣ୍ଡିଆ ବନେଗା ଭାରତ’କୁ ଦ୍ଵିତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସେହିଭଳି ସ୍ୱତନ୍ତ୍ର ଉଲ୍ଲେଖ ବର୍ଗରେ ‘ସମ୍ମାନ’ ପାଇଁ ଶିଭ ସି ବିରାଦର, ବୀଜ ଆତ୍ମନିର୍ଭରତେଚେ ପାଇଁ ସମୀରା ପ୍ରଭୁ, ‘ମେଡ ଇନ ଇଣ୍ଡିଆ’ ପାଇଁ ପୁରୁ ପ୍ରିୟମ, ‘ମାଇଣ୍ଡ ୟୋର ବିଜନେସ’ ପାଇଁ ଶିବରାଜ, ‘ହମ କର ସକତେ ହେଁ’ ପାଇଁ ମଧ୍ୟପ୍ରଦେଶ ମଧ୍ୟମ, ‘କନ୍ନଡ କାଇଗଲୁ’ ପାଇଁ ପ୍ରମୋଦ ଆର, ‘ସୋଲଜର’ ପାଇଁ ରାମ କିଶୋର ଏବଂ ‘ଆତ୍ମ ବନ୍ଦନ ଫର ନେସନ’ ପାଇଁ ରାଜେଶ ବି ଙ୍କୁ ଚୟନ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଭାରତରେ ବ୍ୟବସାୟିକ କୋଇଲା ଉତ୍ତୋଳନ ପାଇଁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ

ନୂଆଦିଲ୍ଲୀ: ଭାରତରେ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ତୋଳନ ପାଇଁ କୋଇଲା ଖଣିଗୁଡିକର ଯେଉଁ ନିଲାମ ପ୍ରକ୍ରିୟା ଚାଲିଛି ସେହି କାର୍ଯ୍ୟଟି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଏକ ମନୋନୀତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତ ଜୁନ୍‌ ମାସରେ ଆରମ୍ଭ ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ବ୍ୟବସାୟିକ ଖନନ ପାଇଁ କୋଇଲା ଖଣିକୁ ମୁକ୍ତ କରି ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି କରିବା। ସେଥିପାଇଁ 2017ରେ ପ୍ରଣୀତ ହୋଇଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ନୀତିରେ ଆବଶ୍ୟକ ସଂଶୋଧନ କରାଯାଇଛି ଏବଂ ଏଥିପାଇଁ କେନ୍ଦ୍ର ସରକାର ପ୍ରେସନୋଟ ଜାରି କରିଛନ୍ତି। ତଦନୁସାରେ କୋଇଲା ଖନନ ଓ ଉତ୍ତୋଳନ ଆଦି କାର୍ଯ୍ୟରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କରାଯାଇପାରିବ ଏବଂ ଏହା ଅଟୋମେଟିକ୍‌ ରୁଟ୍‌ରେ କାର୍ଯ୍ୟକାରୀ ହେବ।

ଏହି ବିଦେଶୀ ପୁଞ୍ଜି ନିବେଶ ମଧ୍ୟ କୋଇଲା ଖନନ ସହ ସଂପୃକ୍ତ ଭିତ୍ତିଭୂମି, ନିର୍ମାଣ, କୋଇଲା ବିକ୍ରି ଏବଂ ତତ୍‌ସଂକ୍ରାନ୍ତ ଅନ୍ୟାନ୍ୟ କ୍ଷେତ୍ରରେ କରାଯାଇପାରିବ। ତଦନୁସାରେ ଟେଣ୍ଡର କାଗଜପତ୍ରରେ ଏସବୁର ଉଲ୍ଲେଖ କରାଯାଇଥିଲା ଏବଂ ଭାରତ ସରକାରଙ୍କ 2019 ପ୍ରେସନୋଟ 4ରେ 2017ର ସଂଶୋଧିତ ପୁଞ୍ଜି ନିବେଶ ନୀତି ଅଟୋମେଟିକ ରୁଟ୍‌ରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ଏବଂ ଅନ୍ୟାନ୍ୟ ବିଷୟ ଉଲ୍ଲେଖ କରାଯାଇଛି। ଆହୁରି ମଧ୍ୟ ଆଇନର ସଂଶୋଧନ ଫଳରେ ନୂଆକରି ଲାଗୁ ହେବାକୁ ଥିବା ନୀତିନିୟମ ଓ କୋଇଲାର ବିକ୍ରିବଟା ଆଦି ଏଥିରେ ଉଲ୍ଲେଖ ରହିଛି। ଏହି ପ୍ରେସନୋଟ ଅନୁସାରେ ଭାରତର ସୀମାସରହଦକୁ ଲାଗିଥିବା ଯେକୌଣସି ଦେଶର ବ୍ୟକ୍ତିବିଶେଷ ଓ ସଂସ୍ଥା କେବଳ ସରକାରୀ ରୁଟରେ ହିଁ ପୁଞ୍ଜି ନିବେଶ କରିପାରିବେ।

ପାକିସ୍ତାନର ନାଗରିକ କିମ୍ବା ସଂସ୍ଥା ମଧ୍ୟ ଏଥିପାଇଁ ସରକାରୀ ରୁଟ୍‌ରେ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ କରିପାରିବେ। ତେବେ ପାକିସ୍ତାନ ସମେତ ବିଦେଶର କୌଣସି ବ୍ୟକ୍ତିବିଶେଷ ବା ସଂସ୍ଥା ମହାକାଶ, ପ୍ରତିରକ୍ଷା, ଆଣବିକ ଶକ୍ତି ସମେତ ବିଦେଶୀଙ୍କ ନିମନ୍ତେ ନିଷିଦ୍ଧ ଥିବା ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜି ନିବେଶ କରିପାରିବେ ନାହିଁ। ଟେଣ୍ଡର କାଗଜପତ୍ରରେ ଏ ସଂକ୍ରାନ୍ତ ଏକ ଶୁଦ୍ଧିପତ୍ର ଯୋଡାଯାଇଛି। (ପିଆଇବି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏନ୍‌ସିଇଆରଟିର ୮ ସପ୍ତାହ ବିଶିଷ୍ଟ ଉଚ୍ଚପ୍ରାଥମିକ ବିକଳ୍ପ ଶିକ୍ଷା ପାଠ୍ୟକ୍ରମ ଉନ୍ମୋଚିତ

ନୂଆଦିଲ୍ଲୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ଉଚ୍ଚପ୍ରାଥମିକ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ବିକଳ୍ପ ଶୈକ୍ଷିକ ପାଠ୍ୟକ୍ରମ (କ୍ୟାଲେଣ୍ଡର) ଉନ୍ମୋଚନ କରିଛନ୍ତି । କୋଭିଡ୍ ମହାମାରୀ ସମୟରେ ସ୍କୁଲ ବନ୍ଦ ଯୋଗୁଁ ଘରେ ରହୁଥିବା ଏହି ବର୍ଗର ପିଲାମାନଙ୍କୁ ଯଥାର୍ଥ ଭାବରେ ପାଠପଢ଼ାରେ ନିୟୋଜିତ କରିବା ପାଇଁ ଏହି ବିକଳ୍ପ ପାଠ୍ୟକ୍ରମ ଉଦ୍ଦିଷ୍ଟ । ସେମାନେ ନିଜର ପିତାମାତା ଓ ଶିକ୍ଷକମାନଙ୍କ ଦ୍ୱାରା ସହଜରେ ଏହି ପାଠ ପଢିପାରିବେ । ଏହି ବିକଳ୍ପ ପାଠ୍ୟକ୍ରମ ଉଚ୍ଚ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଓ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଦିଗ୍‌ଦର୍ଶନରେ ଏନ୍‌ସିଇଆରଟି ଏହାକୁ ପ୍ରସ୍ତୁତ କରିଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଯେ ନୂଆ ପାଠ୍ୟକ୍ରମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲର ପ୍ରିନ୍‌ସପାଲଙ୍କୁ ସଶକ୍ତ କରିବ । କୋଭିଡ୍ ସମୟରେ ଘରେ ରହୁଥିବା ପିଲାମାନଙ୍କୁ କିପରି ଶୈକ୍ଷିକ ଓ ଶିକ୍ଷଣୀୟ ସମ୍ବଳ ମାଧ୍ୟମରେ ପାଠପଢାରେ ନିୟୋଜିତ କରାଯାଇପାରିବ ସେଥିପାଇଁ ଉଭୟ ପିତାମାତା ଓ ଶିକ୍ଷକମାନେ ଯଥାର୍ଥ ସୁଯୋଗ ପାଇବେ । ଏହି ପାଠ୍ୟକ୍ରମରେ ବିଭିନ୍ନ ପ୍ରକାର ପାଠ ରହିଛି । ଅନ୍‌ଲାଇନ ବ୍ୟବସ୍ଥାରେ ପିଲାମାନେ ଏହି ପାଠ ପଢିବା ସହ ନିଜର ଶୈକ୍ଷିକ ଉପଲବ୍‌ଧିର ପ୍ରମାଣ ମଧ୍ୟ ଦେଇପାରିବେ ।

ସଂକ୍ଷେପରେ, ଘରେ ରହୁଥିବା ପିଲାମାନଙ୍କ ପାଇଁ ଏହା ଯଥାର୍ଥରେ ସ୍କୁଲ ଶିକ୍ଷା ସହ ସମାନ। ସେ କହିଛନ୍ତି ଯେ ଉଚ୍ଚପ୍ରାଥମିକ ପର‌୍ୟ୍ୟାୟ ବା ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ୪ ସପ୍ତାହ ନିମନ୍ତେ ଏଭଳି ଏକ ପାଠ୍ୟକ୍ରମ ପୂର୍ବରୁ ପ୍ରକାଶ କରାଯାଇଛି । ଏବେ ପରବର୍ତ୍ତୀ ୮ ସପ୍ତାହ ପାଇଁ ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏହି ନୂଆ ବିକଳ୍ପ ପାଠ୍ୟକ୍ରମ ପ୍ରକାଶ କରାଗଲା। ସେ ଆହୁରି କହିଛନ୍ତି ଯେ ଏହି ପାଠ୍ୟକ୍ରମରେ ବିଭିନ୍ନ ବୈଷୟିକ ଓ ସାମାଜିକ ଗଣମାଧ୍ୟମର ଉପକରଣ ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଛି । ଏହାକୁ କିପରି ଆକର୍ଷଣୀୟଭାବେ ଖେଳିଲାଭଳି ବ୍ୟବହାର କରାଯାଇପାରିବ ତାହାର ମଧ୍ୟ ବ୍ୟବସ୍ଥା ରହିଛି । କେବଳ ଛାତ୍ରଛାତ୍ରୀ ନୁହନ୍ତି, ଶିକ୍ଷକ ଏବଂ ସେମାନଙ୍କ ପିତାମାତା ମଧ୍ୟ ଏଥିରୁ ଅନେକ କଥା ଶିଖିପାରିବେ ।

ଶ୍ରୀ ପୋଖରିୟାଲ କହିଛନ୍ତି ଯେ ଏସବୁ ଉପକରଣ ମଧ୍ୟରେ ମୋବାଇଲ ଫୋନ, ରେଡିଓ, ଟେଲିଭିଜନ, ଏସ୍‌ଏମ୍‌ଏସ ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମ ରହିଛି । ଆମ ସମସ୍ତଙ୍କ ମୋବାଇଲ ଫୋନରେ ଇଣ୍ଟରନେଟ ସୁବିଧା ଥାଇ ନପାରେ କିମ୍ବା ଆମେ ସମସ୍ତେ ହ୍ୱାଟସ୍‌ଅପ୍‌, ଫେସବୁକ୍‌, ଟ୍ୱିଟର, ଗୁଗ୍‌ଲ ଆଦି ବ୍ୟବହାର କରିବାର ସୁଯୋଗ ପାଇନପାରୁ; ଏହା ସତ୍ତ୍ୱେ ମୋବାଇଲରେ ଏସ୍‌ଏମ୍‌ଏସ୍ କିମ୍ବା ଭଏସ୍ କଲ୍ ବ୍ୟବହାର କରି ପିଲାମାନେ ନୂଆ ପାଠ୍ୟକ୍ରମରେ ଶିକ୍ଷାଲାଭ କରିପାରିବେ । ଏହି ପାଠ୍ୟକ୍ରମକୁ କାର‌୍ୟ୍ୟକାରୀ କରିବା ପାଇଁ ପ୍ରାଥମିକ ଅବସ୍ଥାରେ ପିତାମାତାମାନେ ନିଜର ପିଲାଙ୍କୁ ସାହାଯ୍ୟ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଦିବ୍ୟାଙ୍ଗଙ୍କ ସମେତ ସ୍ୱତନ୍ତ୍ର ଆବଶ୍ୟକତା ଲୋଡୁଥିବା ପିଲାମାନେ ନୂଆ ପାଠ୍ୟକ୍ରମ ଦ୍ୱାରା ଉପକୃତ ହୋଇପାରିବେ । ସେମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଅଡିଓ ବୁକ୍ ଲିଙ୍କ୍‌, ରେଡିଓ ଓ ଭିଡିଓ ପ୍ରୋଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ପାଠ୍ୟକ୍ରମରେ ସପ୍ତାହଭିତ୍ତିକ ପାଠ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ସବୁ ପାଠ୍ୟକ୍ରମ ବେଶ୍ ଚିତ୍ତାକର୍ଷକ, ଆନନ୍ଦଦାୟୀ ଏବଂ ଆହ୍ୱାନମୂଳକ । ସ୍କୁଲ ସିଲାବସ୍‌କୁ ଭିତ୍ତିକରି ପାଠ ବହିରୁ ଏସବୁ ବିଷୟବସ୍ତୁ ପ୍ରସ୍ତୁତ କରାଯାଇଛି । ଏଥିରେ ସବୁଠୁ ବଡକଥା ହେଉଛି ପିଲା କ’ଣ ଶିଖିଲେ ତାହା ପରୀକ୍ଷା କରିବା ବ୍ୟବସ୍ଥା କରାଯାଇଛି ।

ସେ କହିଛନ୍ତି ଯେ ଏଥିରେ କଳା ଶିକ୍ଷା, ଶାରୀରିକ ଶିକ୍ଷା, ଯୋଗ, ପ୍ରାକ୍ ଧନ୍ଦାମୂଳକ କୌଶଳ ଆଦି ପରୀକ୍ଷାମୂଳକ ଶୈକ୍ଷିକ କାର‌୍ୟ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଛି । ଏହି ପାଠ୍ୟକ୍ରମରେ ବିଷୟବସ୍ତୁ ୱାରୀ ଏବଂ ଶ୍ରେଣୀ ୱାରୀ କାର‌୍ୟ୍ୟକ୍ରମ ରହିଛି । ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁ ଓ ସଂସ୍କୃତ ଏହି ୪ଟି ଭାଷାରେ ଏଥିରେ ଅତିରିକ୍ତ ପାଠପଢାର ସୁବିଧା ଉପଲବ୍‌ଧ । ଛାତ୍ରଛାତ୍ରୀ, ଶିକ୍ଷକ, ସ୍କୁଲ ପରିଚାଳକ ଏବଂ ପିତାମାତା ଏମାନେ ଯେପରି ଚାପଗ୍ରସ୍ତ ନ ହେବେ ସେଥିପାଇଁ ଏହି ପାଠ୍ୟକ୍ରମରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ବିଷୟବସ୍ତୁଗୁଡିକର ଇ-କଣ୍ଟେଣ୍ଟ ମଧ୍ୟ ଇ-ପାଠଶାଳା, ଏନ୍‌ଆରଓଇଆର ଏବଂ ଦୀକ୍ଷା ପୋର୍ଟାଲରେ ଉପଲବ୍‌ଧ । ପାଠ୍ୟକ୍ରମର ସବୁ ବିଷୟବସ୍ତୁ ସଂକେତାତ୍ମକ, ଆଦେଶମୂଳକ ନୁହେଁ । କାହା ପରେ କେଉଁ ବିଷୟବସ୍ତୁ ରହିବ ତାହା ମଧ୍ୟ ବାଧ୍ୟତାମୂଳକ ହୋଇନାହିଁ । ପିଲାମାନେ ନିଜ ଖୁସି ଅନୁସାରେ ଏଥିରୁ ପାଠ ପଢିପାରିବେ ।

ଏନ୍‌ସିଇଆରଟି ଇତିମଧ୍ୟରେ ଛାତ୍ରଛାତ୍ରୀ, ପିତାମାତା ଓ ଶିକ୍ଷକମାନଙ୍କ ସହ ସ୍ୱୟଂପ୍ରଭା କିଶୋର ମଞ୍ଚ ଟିଭି ଚ୍ୟାନେଲ ମାଧ୍ୟମରେ ଇଣ୍ଟରାକ୍ଟିଭ ସେସନ୍ସ ଆରମ୍ଭ କରିଛି । ଏହା ଫ୍ରି ଡିଟିଏଚ୍ ଚ୍ୟାନେଲ ୧୨୮, ଡିସ୍ ଟିଭି ଚ୍ୟାନେଲ ୰ ୯୫୦, ସନ୍ ଡାଇରେକ୍ଟ ୭୯୩, ଜିଓ ଟିଭି, ଟାଟା ସ୍କାଏ ୭୫୬, ଏୟାରଟେଲ ଚ୍ୟାନେଲ ୪୪୦, ଭିଡିଓକନ ଚ୍ୟାନେଲ ୪୭୭୭ରେ ଉପଲବ୍‌ଧ । କିଶୋର ମଞ୍ଚ ଆପ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିହେବ ଏବଂ ୟୁ ଟୁବ୍ ଏନ୍‌ସିଇଆରଟି ଅଫିସିଆଲ ଚ୍ୟାନେଲରୁ ଉପଲବ୍‌ଧ ହୋଇପାରିବ । ସୋମବାରରୁ ଶନିବାର ଯାଏଁ ପ୍ରତିଦିନ ଏହି ଅଧିବେଶନ ସକାଳ ୯ଟାରୁ ୧୦ଟା ୩୦ ପର‌୍ୟ୍ୟନ୍ତ ମାଧ୍ୟମିକ ଶ୍ରେଣୀ ପାଇଁ ଏବଂ ୧୦ଟା ୩୦ରୁ ୧୨ଟା ପର‌୍ୟ୍ୟନ୍ତ ପ୍ରାଥମିକ ଶ୍ରେଣୀ ପାଇଁ ଉପଲବ୍‌ଧ । ଏହାଛଡା ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ଦିନ ୧୨ଟାରୁ ସାଢେ ଗୋଟାଏ ଏବଂ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପାଇଁ ଦିନ ୨ଟା ୩୦ରୁ ଅପରାହ୍ନ ୪ଟା ପର‌୍ୟ୍ୟନ୍ତ ଏହି ଅଧିବେଶନ ଉପଲବ୍‌ଧ । ଏହାଛଡା ଏସ୍‌ସିଇଆରଟି/ଏସ୍‌ଆଇଇ ଶିକ୍ଷା ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସମିତି, ସିବିଏସ୍‌ଇ ଏବଂ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡଗୁଡିକ ଦ୍ୱାରା ଏହି ଶୈକ୍ଷିକ ପାଠ୍ୟକ୍ରମର ଭିଡିଓ କନ୍‌ଫରେନ୍‌ସିଂ ଭିତ୍ତିକ ଶିକ୍ଷାଦାନ ବ୍ୟବସ୍ଥା ଉପଲବ୍‌ଧ ହେବ ।

Categories
ଜାତୀୟ ଖବର ବିଶେଷ ଖବର

ଆଉ 4ଟି ରାଜ୍ୟ ଓ କେନ୍ଦ୍ର ଶାସିତ ସ୍ଥାନରେ ଆରମ୍ଭ ହେଲା ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ବ୍ୟବସ୍ଥା, ଜାଣନ୍ତୁ କେଉଁ ରାଜ୍ୟ

ନୂଆଦିଲ୍ଲୀ, କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟାପାର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି। ଏହି କାର୍ଡ ବ୍ୟବସ୍ଥାକୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଚାଲିଥିବା ଉଦ୍ୟମ ବିଷୟରେ ମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି। ଏହି ସମୀକ୍ଷା ଅନୁସାରେ ଆଉ ୩ଟି ରାଜ୍ୟ ମଣିପୁର, ନାଗାଲାଣ୍ଡ ଓ ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏହି ନୂଆ ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଥିବା ଜଣାପଡିଛି। ଏଥିପାଇଁ ଯେଉଁ ବୈଷୟିକ ଆବଶ୍ୟକତା ଓ ପ୍ରସ୍ତୁତି ଦରକାର ଥିଲା ତାହା ଏହି 4ଟି ରାଜ୍ୟ ଓ  କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକ୍ଷମ ହୋଇଛି । ଏହାକୁ ମିଶାଇ ଆଜି ଅର୍ଥାତ୍‌, 2020 ଅଗଷ୍ଟ ପହିଲା ସୁଦ୍ଧା ଦେଶର 24ଟି  ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି।

ଯେଉଁସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ ହୋଇଛି ସେଗୁଡିକ ହେଲା- ଆନ୍ଧ୍ରପ୍ରଦେଶ, ବିହାର, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଓ ଡିଉ, ଗୋଆ, ଗୁଜରାଟ, ହରିଆନା, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତେଲଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ । ଏଥିସହିତ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଭୁକ୍ତ 80 ଶତାଂଶ ବା 65 କୋଟି ଲୋକ ଏବେ ଏହି ନୂଆ କାର୍ଡ ବ୍ୟବସ୍ଥାରେ ଏସବୁ ରାଜ୍ୟର ଯେକୌଣସି ସ୍ଥାନରେ ନିଜର ଖାଦଶସ୍ୟକୁ ସଂଗ୍ରହ କରିପାରିବେ। ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଏକକ କାର୍ଡ ବ୍ୟବସ୍ଥା 2021 ମାର୍ଚ୍ଚ ସୁଦ୍ଧା ପ୍ରବର୍ତ୍ତନ କରିବାର ଲକ୍ଷ୍ୟ ରଖାଯାଇଛି।

ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା କେନ୍ଦ୍ରର ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟର ଏକ ମହତ୍‌କାଂକ୍ଷୀ କାର୍ଯ୍ୟକ୍ରମ। ଏହା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଅନ୍ତର୍ଭୁକ୍ତ ଜନସାଧାରଣଙ୍କୁ ଦେଶର ଯେକୌଣସି ସ୍ଥାନରେ ପଡିକାର୍ଡ ମାଧ୍ୟମରେ ଖାଦ୍ୟଶସ୍ୟ ଯୋଗାଣ ନିଶ୍ଚିତ କରିବା ଏହାର ଲକ୍ଷ୍ୟ। 2013 ଖାଦ୍ୟ ସୁରକ୍ଷା ଆଇନ ବଳରେ ଯେଉଁମାନେ ମାଗଣା ଖାଦ୍ୟଶସ୍ୟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ନିଜ ରାଜ୍ୟ ଛାଡି ଦେଶର ଯେକୌଣସି ରାଜ୍ୟରେ ରହିଲେ ମଧ୍ୟ ନିଜ କାର୍ଡ ମାଧ୍ୟମରେ ଏହିସବୁ ସାମଗ୍ରୀ ସଂଗ୍ରହ କରିପାରିବେ। ଏଥିପାଇଁ ଏକ ସମନ୍ୱିତ ସାଧାରଣ ଯୋଗାଣ ପରିଚାଳନା ବ୍ୟବସ୍ଥା ବା ଆଇଏମ୍‌ପିଡିଏସ୍‌ କେନ୍ଦ୍ର ସରକାର ରାଜ୍ୟଗୁଡିକର ସହଯୋଗରେ ପ୍ରସ୍ତୁତ କରିଛନ୍ତି।

ଏହି ବ୍ୟବସ୍ଥା ମାଧ୍ୟମରେ ଭ୍ରମଣଶୀଳ ଶ୍ରମିକ ଓ ଅନ୍ୟାନ୍ୟ ପ୍ରବାସୀ ବିଶେଷ ଉପକୃତ ହେବେ। କାର୍ଯ୍ୟ ଅନ୍ୱେଷଣରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଏହି ବର୍ଗର ଲୋକମାନେ ନିଜ ନିଜର କାର୍ଡ ଜରିଆରେ ରହୁଥିବା ସହରର ସୁଲଭ ମୂଲ୍ୟ ଦୋକାନରୁ ସୁବିଧାରେ ନିଜର ପଡି ସାମଗ୍ରୀ ସଂଗ୍ରହ କରିପାରିବେ। ଏହି କାର୍ଡଗୁଡିକ ବାୟୋମେଟ୍ରିକ/ଆଧାରଭିତ୍ତିକ ହୋଇଥିବାରୁ ସଂପୃକ୍ତ ଦୋକାନରେ ଥିବା ଇଲେକ୍‌ଟ୍ରୋନିକ୍‌ ପିଓଏସ୍‌ ମେସିନ୍‌ରେ ସୁବିଧାରେ ଚିହ୍ନଟ ହୋଇପାରିବ ଏବଂ ହିତାଧିକାରୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

24 ଘଣ୍ଟାରେ ରେକର୍ଡ 28 ହଜାର 472 ରୋଗୀ ସୁସ୍ଥ, ଜାଣନ୍ତୁ ପୂରା ତଥ୍ୟ

ନୂଆଦିଲ୍ଲୀ, ବର୍ତ୍ତମାନ ସୁଦ୍ଧା ଦେଶରେ 7.5 ଲକ୍ଷରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର 63 ପ୍ରତିଶତ ଅତିକ୍ରମ କରିଛି। 19ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର 63.13 ପ୍ରତିଶତରୁ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।

ଗୋଟିଏ ଦିନରେ ସର୍ବାଧିକ 28,472 ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହା ଗତ 24 ଘଣ୍ଟା ମଧ୍ୟରେ କୋଭିଡ-19 ସଂକ୍ରମଣରୁ ଆରୋଗ୍ୟ ହୋଇ ଘରକୁ ଫେରିଥିବା ସର୍ବୋଚ୍ଚ ସଂଖ୍ୟା। ଏହା ସହିତ ସମୁଦାୟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା 7,53,049ରେ ପହଞ୍ଚିଛି। ଏହା ସୁସ୍ଥତା ହାର 63.13%କୁ ବୃଦ୍ଧି କରିଛି।

କ୍ରମାଗତ ଭାବରେ ବୃଦ୍ଧି ପାଇଥିବା ଆରୋଗ୍ୟ ଓ ସକ୍ରିୟଙ୍କ ସଂଖ୍ୟା (ଆଜି 4,11,133) ମଧ୍ୟରେ ପାର୍ଥକ୍ୟ ସଂଖ୍ୟା 3,41,916କୁ ବୃଦ୍ଧି ପାଇଛି । ଏହି ପାର୍ଥକ୍ୟ ଧୀରେ ଧୀରେ ବୃଦ୍ଧି ପାଉଥିବା ଧାରାକୁ ଦର୍ଶାଉଛି।

ଜାତୀୟ ସୁସ୍ଥତା ହାରରେ ଉନ୍ନତି ଆସିଥିବାବେଳେ, 19ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସେମାନଙ୍କ ଆରୋଗ୍ୟ ହାର ଜାତୀୟ ହାର ତୁଳନାରେ ଅଧିକ ଥିବା ଦର୍ଶାଯାଇଛି।

ଆରୋଗ୍ୟ ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଏବଂ ସକ୍ରିୟ ଓ ସୁସ୍ଥ ରୋଗୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ପାର୍ଥକ୍ୟ, କେନ୍ଦ୍ର ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିବା ରଣନୀତିର ଫଳାଫଳ। ଘରକୁ ଘର ସର୍ବେକ୍ଷଣ, ଚିହ୍ନଟ, ପ୍ରଭାବଶାଳୀ ଆବଦ୍ଧାଞ୍ଚଳ ଯୋଜନା, ଅସୁରକ୍ଷିତ ଜନତାଙ୍କ ସ୍କ୍ରିନିଂ ଏବଂ ବ୍ୟାପକ ପରୀକ୍ଷଣ ମାଧ୍ୟମରେ ପ୍ରାଥମିକ ଚିହ୍ନଟ ଉପରେ ଧ୍ୟାନ ଦିଆଯାଉଛି। ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଉତ୍ତମ ରୂପେ କାର୍ଯ୍ୟକ୍ଷମ ହୋଇଥିବା ଷ୍ଟାଣ୍ଡାର୍ଡ ଅଫ କେୟାର ପ୍ରୋଟୋକଲ ହସ୍ପିଟାଲଗୁଡିକରେ ପ୍ରଭାବୀ ଚିକିତ୍ସା ଏବଂ ଘରୋଇ ଏକାନ୍ତବାସକୁ ସହାୟତା କରିଛି।

ଏମ୍ସ, ନୂଆଦିଲ୍ଲୀ ସହିତ ସେଣ୍ଟର୍ସ ଅଫ ଏକ୍ସଲେନ୍ସ ଅଫ ଷ୍ଟେଟସ / ୟୁଟିସି ଆଇସିୟୁ ରୋଗୀଙ୍କ ଚିକିତ୍ସା ତଥା ଗୁରୁତ୍ଵପୂର୍ଣ ଚିକିତ୍ସାକୁ ବଢାଇ ଦେଇଛନ୍ତି, ଯାହା ଦ୍ଵାରା ଭାରତରେ ମୃତ୍ୟୁ ହାର ହ୍ରାସ ପାଇଛି। ଏମ୍ସର ଇ-ଆଇସିୟୁ କାର୍ଯ୍ୟକ୍ରମ ହେଉଛି କେନ୍ଦ୍ର-ରାଜ୍ୟ ସହଯୋଗର ଆଉ ଏକ ଉପାୟ ଯାହା ମୃତ୍ୟୁହାର ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି। ସପ୍ତାହରେ ଦୁଇଥର ଆୟୋଜିତ ଏହି ଟେଲି-ପରାମର୍ଶ ଅଧିବେଶନଗୁଡ଼ିକ ଆଇସିୟୁ ରୋଗୀଙ୍କ ଚିକିତ୍ସା ପରିଚାଳନାରେ ଡୋମେନ ବିଶେଷଜ୍ଞଙ୍କ ସହଭାଗୀ ଅଭିଜ୍ଞତା ଏବଂ ବୈଷୟିକ ପରାମର୍ଶ ମାଧ୍ୟମରେ ରାଜ୍ୟଗୁଡିକର ବଡ କୋଭିଡ-19 ଡାକ୍ତରଖାନାଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଏବଂ ସମର୍ଥନ କରିଛନ୍ତି। ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଉତ୍ସର୍ଗୀକୃତ ପ୍ରୟାସ ଦ୍ୱାରା ମୃତ୍ୟୁହାର କ୍ରମାଗତ ଭାବରେ ହ୍ରାସ ପାଉଛି, ଯାହା ବର୍ତ୍ତମାନ 2.41%ରେ ରହିଛି।

Categories
ଜାତୀୟ ଖବର ବିଶେଷ ଖବର

କରୋନା ଆକ୍ରାନ୍ତଙ୍କ ଲାଇଭ ଟ୍ରାକରେ ନିଆଯାଉଛି ତଥ୍ୟ , ଜାଣନ୍ତୁ କଣ ରହିଛି କୋଭିଡ-19 ସମ୍ପର୍କରେ ତାଜା ସୂଚନା

ନୂଆଦିଲ୍ଲୀ, ଦେଶରେ କୋଭିଡ-19 ବିରୋଧରେ ଜାରି ରହିଥିବା ସମୂହ ସଂଗ୍ରାମରେ, ଭାରତ ସରକାର ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ମିଶି ଏହାର ପ୍ରତିକାର, ନିୟନ୍ତ୍ରଣ ତଥା କୋଭିଡ-19 ସଂକ୍ରମଣର ପରିଚାଳନା ସକାଶେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସର୍ବୋଚ୍ଚ ସରକାରୀ ସ୍ତରରେ ଏହାକୁ ନିୟମିତ ଭାବେ ସମୀକ୍ଷା କରାଯିବା ସହ ତଦାରଖ କରାଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏହି ପ୍ରସଙ୍ଗରେ ସିଏସଆଇଆର (କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଏଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ)ର କୋଭିଡ-19 ମହାମାରୀ ନିୟନ୍ତ୍ରଣ ସଂପର୍କୀତ ଗବେଷଣାର ପ୍ରଗତି ସଂପର୍କରେ ଏହାର ମହାନିର୍ଦ୍ଦେଶକ, ସିଏସଆଇଆର ଓ ଏହାର 38ଟି ସିଏସଆଇଆର ନିର୍ଦ୍ଦେଶକମାନଙ୍କ ସହ ସମୀକ୍ଷା କରିଛନ୍ତି ।

ସିଏସଆଇଆର ବିଜ୍ଞାନାଗାର ଅନ୍ୟ ଘରୋଇ ଶିଳ୍ପସଂସ୍ଥା, ସରକାରୀ ସଂସ୍ଥା, ଏମଏସଏମଇ, ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟଙ୍କ ସହ ଘନିଷ୍ଠ ସହଭାଗୀତାରେ ଏବେ କାର୍ଯ୍ୟରତ ରହି ପାଞ୍ଚଟି ଭର୍ଟିକାଲକୁ ଚିହ୍ନଟ କରିପାରିଛି । ସେଗୁଡ଼ିକ ହେଲା:

– ଡ଼ିଜିଟାଲ ଏବଂ ମଲିକୁଲାର ସତର୍କତା

-ନୂତନ ଓ ସୁଲଭ ପରୀକ୍ଷଣ

-ନୂତନ ଔଷଧ/ ଔଷଧର ପରୀକ୍ଷାମୂଳକ ପ୍ରୟୋଗ ଏବଂ ସଂପର୍କୀତ ଉତ୍ପାଦନ ପ୍ରକ୍ରିୟା

–ହସପିଟାଲ ସହାୟକଯୋଗ୍ୟ ଉପକରଣ ଏବଂ ପିପିଇ; ଏବଂ

– ଯୋଗାଣ ଚେନ୍‌ ଓ ଲଜିଷ୍ଟିକ୍ସ ସହାୟତା ବ୍ୟବସ୍ଥାର ବିକାଶ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବେ ସମସ୍ତ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାରକରି କୋଭିଡ-19କୁ ଜିଲ୍ଲା ପ୍ରଶାସନ ସ୍ତରରୁ ସେଥିରୁ କେତେ ସୁଫଳ ମିଳିପାରୁଛି ତାହା ଲକ୍ଷ୍ୟ କରୁଛନ୍ତି । ଆକ୍ରାନ୍ତ ଲାଇଭ୍‌ ଟ୍ରାକ୍‌, ଚିକିତ୍ସା ପରିଚାଳନା ଏବଂ କଣ୍ଟେନମେଣ୍ଟ ଯୋଜନାର ପ୍ରବର୍ତ୍ତନ ମଧ୍ୟ ପ୍ରଯୁକ୍ତିର ଉପଯୁକ୍ତ ପ୍ରୟୋଗ ମାଧ୍ୟମରେ ସଂପାଦନ କରାଯାଉଛି । ନିଶ୍ଚିତ ପଜିଟିଭ୍‌  ମାମଲାର ଜିଆଇଏସ ମ୍ୟାପିଂ, ସକ୍ରିୟ ହସ୍ତକ୍ଷେପ, ଉତ୍ତାପ ମ୍ୟାପିଂ ବ୍ୟବହାର ଓ ଆକଳନ ତଥ୍ୟାବଳୀର ବିଶ୍ଳେଷଣ ଆଦି ବ୍ୟବହାର କରାଯାଇ କଣ୍ଟେନମେଣ୍ଟ ଯୋଜନା ପ୍ରବର୍ତ୍ତନକୁ ମନିଟର କରାଯାଉଛି । ଏଭଳି ପ୍ରଯୁକ୍ତି ସହାୟତା ବେଙ୍ଗାଲୁରୁ ୱାର୍‌ ରୁମ ଦ୍ୱାରା ସଫଳତାର ସହ ପ୍ରବର୍ତ୍ତନ କରାଯାଉଛି।

ସମନ୍ୱିତ କମାଣ୍ଡ ଏବଂ କଣ୍ଟ୍ରୋଲ କେନ୍ଦ୍ରଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ତଥା ସମର୍ପିତ ଭାବେ ରାପିଡ଼ ରେସପନ୍ସ ଟିମ୍‌ (ଆରଆରଟି)ର ଉପଯୋଗ କରାଯିବା ଦ୍ୱାରା ଏହା କ୍ଷେତ୍ର ସ୍କ୍ରିନିଂ, ଆମ୍ବୁଲାନ୍ସ ଯୋଗାଣ, କ୍ୱାରାଣ୍ଟାଇନ୍‌ ପରିଚାଳନା ଆଦି କାର୍ଯ୍ୟ ସୁଚାରୁରୂପେ ସଂପାଦନ କରାଯାଇପାରୁଛି । କେତେକ ଜିଲ୍ଲା ମମଧ୍ୟ ରିମୋଟ ଡିଜିଟାଲ ମେଡ଼ିକାଲ ପରାମର୍ଶ ବ୍ୟବସ୍ଥାକୁ ଆପଣାଇଛନ୍ତି ଯଦ୍ୱାରା ସେମାନେ ସ୍ଥାନୀୟ ମେଡ଼ିକାଲ ଷ୍ଟୋର ସହ ଯୋଗାଯୋଗରେ ରହିଛନ୍ତି ।

ଏଭଳି କାର୍ଯ୍ୟ ଯୋଜନା ପ୍ରବର୍ତ୍ତନ ଦ୍ୱାରା ପ୍ରଶଂସନୀୟ ସୁଫଳ ମିଳିବା ଆରମ୍ଭ କରିଛି । 15ଟି ରାଜ୍ୟର 25ଟି ଜିଲ୍ଲାରେ ଏହି ସୁଫଳ ଯେଉଁଠାରେ କି ପୂର୍ବରୁ ଏଭଳି କେଶ୍‌ ପରିଲକ୍ଷିତ ହୋଇଥିଲା ସେଠାରେ ଏହା ଫଳପ୍ରସୂ ସାବ୍ୟସ୍ତ ହୋଇଛି । ଗତ 14 ଦିନ ଧରି ସେହିସବୁ ଜିଲ୍ଲାରୁ ଗୋଟିଏ ହେଲେ ନୂଆ କରୋନା ପଜିଟିଭ୍‌ କେଶ୍‌ ଘଟିଥିବା ଜଣାପଡ଼ିନାହିଁ ଓ ସେଠାରେ ନିରବଚ୍ଛିନ୍ନ ଭାବେ ତୀକ୍ଷ୍ଣ ନଜର ରଖାଯାଇଛି ଯଦ୍ୱାରା ସେଠାରେ ଆଉ ନୂଆ କୌଣସି ସଂକ୍ରମଣ ମାମଲା ନଜରକୁ ଆସିବନାହିଁ ।

ସେହିସବୁ ଜିଲ୍ଲାଗୁଡ଼ିକ ହେଲା: ଗୋନ୍ଦିଆ (ମହାରାଷ୍ଟ୍ର), ରାଜ ନନ୍ଦଗାଓଁ, ଦୁର୍ଗ, ବିଳାଶପୁର (ଛତିଶଗଡ଼), ଦଭନଗିରି, କୋଡ଼ାଗୁ, ତୁମକୁରୁ, ଉଡ଼ିପି (କର୍ଣ୍ଣାଟକ),  ଦକ୍ଷିଣ ଗୋଆ (ଗୋଆ), ୱାୟାନାଡ଼ ଓ କୋଟ୍ଟାୟାମ (କେରଳ), ପଶ୍ଚମ ଇମ୍ଫାଲ (ମଣିପୁର), ରାଜୌରୀ (ଜମ୍ମୁ ଓ କଶ୍ମୀର), ଆଇଜଲ ପଶ୍ଚିମ (ମିଜୋରାମ), ମାହେ (ପୁଡ଼ୁଚେରୀ), ଏସବିଏସ ନଗର (ପଞ୍ଜାବ), ପାଟନା, ନାଳନ୍ଦା ଓ ମୁଙ୍ଗେର (ବିହାର), ପ୍ରତାପଗଡ଼ (ରାଜସ୍ଥାନ), ପାନିପତ, ରୋହତକ, ଶୀର୍ଷା (ହରିଆଣା), ପୌରୀ ଗଡ଼ୱାଲ (ଉତ୍ତରାଖଣ୍ଡ), ଭଦ୍ରାଦରୀ କୋଠଗୁଡ଼େମ (ତେଲଙ୍ଗାନା) ।

ଅପ୍ରେଲ 10 ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜରେ 30 କୋଟିରୁ ଅଧିକ ଗରିବ ଲୋକଙ୍କୁ ମୋଟ 28,256 କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ଯଦ୍ୱାରା କୋଭିଡ-19 ମହାମାରୀ ଯୋଗୁ ଏବେ ଜାରି କରାଯାଇଥିବା ଲକଡାଉନର ପ୍ରଭାବରୁ ସେମାନେ ନିଜକୁ ମୁକ୍ତ ରଖିପାରିଛନ୍ତି । ଏହାର ବିସ୍ତୃତ ବିବରଣୀ ନିମ୍ନରେ ପ୍ରଦାନ କରାଗଲା:

-19.86 କୋଟି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ସାମିଲ ମହିଳା ଜମାଖାତାଧାରୀଙ୍କୁ 9930 କୋଟି ଟଙ୍କା ପ୍ରଦାନ;

-ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ 6.93 କୋଟି କୃଷକଙ୍କୁ 13,855 କୋଟି ଟଙ୍କାର ଯୋଗାଣ;

– 2.82 କୋଟି ବିଧବା, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କୁ 1405 କୋଟି ଟଙ୍କା ପ୍ରଦାନ;

– 2.16 କୋଟି ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ର ଶ୍ରମିକଙ୍କୁ 3066 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ।

ବରିଷ୍ଠ ନାଗରିକମାନଙ୍କ ସକାଶେ “ଆରୋଗ୍ୟ ସେତୁ”, ମୋବାଇଲ୍‌ ଆପ୍ଲିକେଶନ ଯାହାକି ସେମାନେ ଯେଭଳି କରୋନା ଭୂତାଣୁ ସଂକ୍ରମଣର ଶିକାର ନହେବେ ସେଭଳି ରିସ୍କରୁ ସେମାନଙ୍କୁ ମୁକ୍ତ ରଖାଯାଇ ପାରିବ ସେହିଭଳି ଭାବେ 11ଟି ଭାଷାରେ ଡିଜାଇନ୍‌ କରାଯାଇଛି। ଏପର୍ଯ୍ୟନ୍ତ ତାହା 3.5 କୋଟି ଥର ଡାଉନଲୋଡ଼ ହୋଇସାରିଛି ।  ଏହାର ବିଭିନ୍ନ ବୈଶିଷ୍ଟ୍ୟ ଯଥା, ରିସ୍କ ଆକଳନ, ଅତ୍ୟାଧୁନିକ ପ୍ରଯୁକ୍ତି ଯଥା ବ୍ଲୁ ଟୁଥ୍‌ ପ୍ରଯୁକ୍ତି, ଆଲଗୋରିଥମ୍‌ ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ମାଧ୍ୟମରେ ହିସାବ ଦ୍ୱାରା ସଂଯୋଗ ଟ୍ରେସିଂ ଓ ଚତୁଃପାଶ୍ୱର୍ରେ କୋଭିଡ ରିସ୍କକୁ ପ୍ରତିହତ କରାଯାଇପାରୁଛି।

ରାଜ୍ୟ ଗ୍ରାମୀଣ ଜୀବନଜୀବିକା ମିଶନ (ଏସଆରଏଲଏମ) ଅଧୀନରେ 27ଟି ରାଜ୍ୟରେ 78,373ଟି ଏସଏଚଜି ଦ୍ୱାରା ମୋଟ 1.96 କୋଟି ମାସ୍କ ଉତ୍ପାଦନ କରାଯାଇଛି । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ସ୍ୱେଚ୍ଛାସେବୀ କ୍ୟାଡ଼େଟମାନେ “ଏନସିସି ଯୋଗଦାନ ଅଭ୍ୟାସ” ଅଧୀନରେ ସିଭିଲ ପ୍ରଶାସନକୁ ସହାୟତା ଯୋଗାଇ ଦେଉଛନ୍ତି । କୋଭିଡ-19 ମହାମାରୀ ବିରୋଧରେ ଲଢ଼େଇ ସକାଶେ 50 ହଜାରରୁ ଅଧିକ ବ୍ୟକ୍ତି ସ୍ୱେଚ୍ଛାସେବୀ ଭାବେ ସେମାନଙ୍କର ସହଯୋଗ ଯୋଗାଇବାକୁ ଆଗେଇ ଆସିଛନ୍ତି।

ଗତକାଲି ଠାରୁ କରୋନା ଭୂତାଣୁ ସଂକ୍ରମଣଙ୍କ ସଂଖ୍ୟାରେ 796 ଜଣ ନୂଆ ପଜିଟିଭ ରୋଗୀ ସାମିଲ ହୋଇଛନ୍ତି। ଫଳରେ ଦେଶରେ ମୋଟ ପ୍ରମାଣିତ କୋଭିଡ-19 ଆକ୍ରାନ୍ତଙ୍କ ସଂଖ୍ୟା 9152ରେ ପହଞ୍ଚିଛି। ଏବେସୁଦ୍ଧା 857 ଜଣ ଆକ୍ରାନ୍ତ ସଂପୂର୍ଣ୍ଣ ରୂପେ ଆରୋଗ୍ୟ ହୋଇଛନ୍ତି ଅବା ସୁସ୍ଥ ହେବାପରେ ଡାକ୍ତରଖାନାରୁ ଡ଼ିସଚାର୍ଜ ହୋଇଛନ୍ତି ଏବଂ ଆଜିସୁଦ୍ଧା କରୋନା ସଂକ୍ରମଣରେ ଦେଶରେ 308 ଜଣଙ୍କର ମୃତ୍ୟୁ ଘଟିଛି ।

 

Categories
ଜାତୀୟ ଖବର ବିଶେଷ ଖବର

ସଂକ୍ଷେପରେ ଜାଣନ୍ତୁ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ବିଭିନ୍ନ ସମୟରେ ନେଇଥିବା ପଦକ୍ଷେପ ଓ ଘୋଷଣା

1-ଭାରତ କୋଭିଡ-19 ଜରୁରିକାଳୀନ ପଦକ୍ଷେପ ଏବଂ ସ୍ଵାସ୍ଥ୍ୟ ସେବା ପ୍ରସ୍ତୁତି ପ୍ୟାକେଜ ପାଇଁ 15 ହଜାର କୋଟି ଟଙ୍କା ମଞ୍ଜୁର କଲେ ଭାରତ ସରକାର

ଭାରତ କୋଭିଡ-19 ଜରୁରିକାଳୀନ ପଦକ୍ଷେପ ଏବଂ ସ୍ଵାସ୍ଥ୍ୟ ସେବା ପ୍ରସ୍ତୁତି ପ୍ୟାକେଜ ପାଇଁ 15 ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ଭାରତ ସରକାର। ଏହି ମଞ୍ଜୁର ଅର୍ଥ ମଧ୍ୟରୁ 7,774 କୋଟି ଟଙ୍କା ଜରୁରିକାଳୀନ ଆବଶ୍ୟକତା ଓ ଅବଶିଷ୍ଟ ଅର୍ଥ ମଧ୍ୟବର୍ତ୍ତିକାଳୀନ ସହାୟତା ପାଇଁ ଉଦ୍ଦିଷ୍ଟ । ଏହି ମଧ୍ୟବର୍ତ୍ତିକାଳୀନ ସହାୟତା 1 ବର୍ଷରୁ 4 ବର୍ଷ ମଧ୍ୟରେ  ବିଭିନ୍ନ ମିଶନ ଆକାରରେ ଖର୍ଚ୍ଚ କରାଯିବ ।

2-କୋଭିଡ-19 ମୁକାବିଲା ପାଇଁ ବର୍ତ୍ତମାନର ସ୍ଥିତି ଏବଂ ପଦକ୍ଷେପ ସମୀକ୍ଷା କଲା ମନ୍ତ୍ରୀଗୋଷ୍ଠୀ

କୋଭିଡ-19 ମୁକାବିଲା ଓ ପ୍ରତିହତ କରିବା ନିମନ୍ତେ ମନ୍ତ୍ରୀ ଗୋଷ୍ଠୀ ପକ୍ଷରୁ ଆଜି ବିସ୍ତୃତ ସମୀକ୍ଷା କରାଯାଇଛି। ମନ୍ତ୍ରୀ ଗୋଷ୍ଠୀ ବର୍ତ୍ତମାନସୁଦ୍ଧା ନିଆଯାଇଥିବା ପଦକ୍ଷେପ, ନିରାକରଣ ରଣନୀତି ସ୍ଵରୂପ ସାମାଜିକ ଦୂରତା ପଦକ୍ଷେପ ଏବଂ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ।

3-ଭାରତଆମେରିକା ସମ୍ପର୍କ ପୂର୍ବାପେକ୍ଷା ଆହୁରି ସୁଦୃଢ଼ ହୋଇଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତ-ଆମେରିକା ଭାଗିଦାରୀ ପୂର୍ବାପେକ୍ଷା ଆହୁରି ସୁଦୃଢ଼ ହୋଇଛି। କୋଭିଡ-19 ମୁକାବିଲା ଲାଗି ଆମେରିକାକୁ ହାଇଡ୍ରୋକ୍ଲୋରୋକୁଇନ ଔଷଧ ଯୋଗାଣ ନିମନ୍ତେ ଭାରତର ନିଷ୍ପତ୍ତି ଉପରେ କୃତଜ୍ଞତା ବ୍ୟକ୍ତ କରି ଆମେରିକା ରାଷ୍ଟ୍ରପତି ମହାମହିମ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟର ଜବାବରେ ଶ୍ରୀ ମୋଦୀ ଏହା କହିଛନ୍ତି।

4-ରିଲିଫ କାର୍ଯ୍ୟ ନିମନ୍ତେ ଏଫସିଆଇ ଠାରୁ ସିଧାସଳଖ ଖାଦ୍ୟଶସ୍ୟ ଯୋଗାଣ ନିମନ୍ତେ ଏନଜିଓଗୁଡ଼ିକୁ ଅନୁମତି

ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବା ସମୟରେ ହଜାର ହଜାର ଗରିବ ଓ ଅସହାୟ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ନିମନ୍ତେ ଏନଜିଓ ଏବଂ ଦାତବ୍ୟ ଅନୁଷ୍ଠାନଗୁଡ଼ିକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏସବୁ ଅନୁଷ୍ଠାନଗୁଡ଼ିକୁ ବାଧାମୁକ୍ତ ଭାବେ ଖାଦ୍ୟଶସ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି।  ଏସବୁ ଅନୁଷ୍ଠାନଗୁଡ଼ିକ ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ ନକରି ଖୋଲା ବଜାର ଦରରେ ଏଫସିଆଇ ଠାରୁ ଗହମ ଓ ଚାଉଳ କିଣିପାରିବେ।

5-ଭବିଷ୍ୟତ ପାଇଁ ଚିନ୍ତା କରିବା ଏବଂ କୋଭିଡ ପରବର୍ତ୍ତୀ ସମୟରେ ରହିଥିବା ସମ୍ଭାବନା ପାଇଁ ପ୍ରସ୍ତୁତ ରହିବା ଲାଗି ରପ୍ତାନିକାରୀମାନଙ୍କୁ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଆହ୍ଵାନ

ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ବିଭିନ୍ନ ରପ୍ତାନି ପ୍ରୋତ୍ସାହନ ପରିଷଦର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ। କୋଭିଡ-19 ଏବଂ ଏହାପରେ ଲକଡାଉନ କାରଣରୁ ସେମାନେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ କ୍ଷେତ୍ରୀୟ ସମସ୍ୟା ବିଷୟରେ ସେ ଅବଗତ ହୋଇଥିଲେ।

 

6-ଇଭୋଟିଂ ସୁବିଧା ସହିତ ଭିସି କିମ୍ବା ଓଏଭିଏମ ଜରିଆରେ ଅଥବା ପଞ୍ଜିକୃତ ଇମେଲ ଜରିଆରେ ଇଜିଏମ ଆୟୋଜନ ନିମନ୍ତେ କମ୍ପାନୀଗୁଡ଼ିକୁ ଏସିଏର ଅନୁମତି

କମ୍ପାନୀ ଆଇନ 2013 ଅନ୍ତର୍ଗତ ଭିସି/ଓଏଭିଏମ ଏବଂ ଇ ଭୋଟିଂ ଜରିଆରେ ଇଜିଏମ ଆୟୋଜନ ଲାଗି  ଇଭୋଟିଂ ସୁବିଧା ଯୋଗାଇ ଦେବା ନିମନ୍ତେ 1ହଜାରରୁ ଅଧିକ ଅଂଶୀଦାର ଥିବା ପଞ୍ଜିକୃତ କମ୍ପାନୀଗୁଡ଼ିକୁ ଅନୁମତି ଦେଲା କର୍ପୋରେଟ ବ୍ୟାପାର ମନ୍ତ୍ରଣାଳ। ଏ ସଂକ୍ରାନ୍ତରେ କମ୍ପାନୀ ପକ୍ଷରୁ ସାଧାରଣ ବିଜ୍ଞପତି 14/2020 ତା’ 08.04.2020 ଜାରି । ଅନ୍ୟ କମ୍ପାନୀଗୁଡ଼ିକ ପାଇଁ ପଞ୍ଜିକୃତ ଇମେଲ ଜରିଆରେ ଭୋଟିଂର ଅଧିକ ସହଜ ସୁବିଧା ଅନୁପାଳନ ନିମନ୍ତେ ଏମସିଏର ମଞ୍ଜୁରି।

7-କୃଷକମାନଙ୍କୁ ସହାୟତା କରିବା ଲାଗି ପଦକ୍ଷେପ ଗ୍ରହର ନିମନ୍ତେ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କକ ଅଧ୍ୟକ୍ଷତାରେ ରାଜ୍ୟ କୃଷିମନ୍ତ୍ରୀମାନଙ୍କ ବୈଠକ

କୋଭିଡ-19 ମହାମାରୀ କାରଣରୁ ଦେଖାଦେଇଥିବା ଆହ୍ଵାନପୂର୍ଣ୍ଣ ସମୟରେ କୃଷି ସଂକ୍ରାନ୍ତ କାର୍ଯ୍ୟକଳାପ ଜାରି ରଖିବା ନିମନ୍ତେ ରାଜ୍ୟଗୁଡ଼ିକର ପ୍ରୟାସକୁ କେନ୍ଦ୍ର କୃଷି ମନ୍ତ୍ରୀ ପ୍ରଶଂସା କରିଥିଲେ। କୃଷି ସଂକ୍ରାନ୍ତ କାର୍ଯ୍ୟକଳାପ, ଫସଲ, କୃଷି ଉତ୍ପାଦ, ସାର ଏବଂ କୃଷି ଯନ୍ତ୍ରପାତିର ସହଜ ପରିବହନକୁ ସୁନିଶ୍ଚିତ କରିବା ନିମନ୍ତେ କ୍ଷେତ୍ରୀୟ ସଂସ୍ଥାଗୁଡ଼ିକୁ ନିର୍ଦ୍ଦଶେ ଦେବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ।

8-ବିଭିନ୍ନ ଶିଳ୍ପ ବାଣିଜ୍ୟ ମହାସଂଘ ସହ ଆଲୋଚନା କଲେ ବାଣିଜ୍ୟ ଉଦ୍ୟୋଗ ମନ୍ତ୍ରୀ; ସେମାନଙ୍କ ସମସ୍ୟା ସମାଧାନ ଲାଗି ମନ୍ତ୍ରଣାଳୟ କାର୍ଯ୍ୟ କରୁଥିବା ନେଇ ଦେଲେ ଆଶ୍ଵାସନା

ମନ୍ତ୍ରୀ ପୀୟୂଷ ଗୋଏଲ ଆଜି ବିଭିନ୍ନ ଶିଳ୍ପ ଓ ବାଣିଜ୍ୟ ମହାସଂଘର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଅବସରରେ ସେ କୋଭିଡ-19 ସଂକ୍ରମଣ ଏବଂ ଏହାପରେ ଲକଡାଉନ କାରଣରୁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ କ୍ଷେତ୍ରୀୟସ୍ତରର ସ୍ଥିତି ସମ୍ପର୍କରେ ସମୀକ୍ଷଶ କରିଥିଲେ। ସେ କହିଥିଲେ ଯେ ଲଜିଷ୍ଟିକ୍ସ ଏବଂ ଆମଦାନୀ-ରପ୍ତାନି ସଂକ୍ରାନ୍ତ ସମସ୍ୟାର ସମାଧାନ ଲାଗି ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଉଛି ଏବଂ ଶିଳ୍ପ ଏବଂ ବାଣିଜ୍ୟ ଜଗତର ଚିନ୍ତା ଅନ୍ୟ ମନ୍ତ୍ରଣାଳୟ ସମ୍ମୁଖରେ ଉପସ୍ଥାପନ କରାଯାଇଛି।

9-କୋଭିଡ-19 ସଂକ୍ରାନ୍ତ ପ୍ରଶ୍ନର ସମାଧାନ ପାଇଁ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷଣୁ ସ୍ଵଚ୍ଛତା ଆପର ନୂଆ ସଂସ୍କରଣର ଉନ୍ମୋଚନ

ସ୍ଵଚ୍ଛ ଭାରତ ମିଶନ (ସହରାଞ୍ଚଳ) ଅଧୀନରେ ନାଗରିକମାନଙ୍କ ଅଭିଯୋଗର ସମାଧାନ ପାଇଁ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସ୍ଵଚ୍ଛତା ଆପ ବିଶେଷ ଲୋକପ୍ରିୟ ହୋଇପାରିଛି। ସାରା ଦେଶରେ ଏହାର 1.7 କୋଟିରୁ ଅଧିକ ସହରାଞ୍ଚଳ ଉପଯୋଗକାରୀ ରହିଛନ୍ତି। ଏହି ଆପକୁ ବର୍ତ୍ତମାନ ଅଧିକ ବିକଶିତ ଓ ସୁଦୃଢ଼ କରାଯାଇଛି। ଏଣିକି ସମ୍ପୃକ୍ତ ସହରାଞ୍ଚଳ ପ୍ରଶାସନିକ କ୍ଷେତ୍ରରେ ନାଗରିକମାନେ ଏଥିରେ କୋଭିଡ ସଂକ୍ରାନ୍ତ ଅଭିଯୋଗ  କରିପାରିବେ।

10- ଛଅ ଲକ୍ଷ ପୁନଃ ବ୍ୟବହାର ଯୋଗ୍ୟ ମାସ୍କ ଏବଂ 40 ହଜାର ଲିଟରରୁ ଅଧିକ ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ କଲା ଭାରତୀୟ ରେଳପଥ

ଭାରତୀୟ ରେଳପଥ କୋଭିଡ-19 ସଂକ୍ରମଣ ମୁକାବିଲା ଦିଗରେ ପଦକ୍ଷେପ ଜାରି ରଖି ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ସେବା ପ୍ରୟାସରେ ସହଯୋଗ କରିବା ନିମନ୍ତେ ସବୁପ୍ରକାର ଯୋଗଦାନ ଦେଇଚାଲିଛି। ଏ ଦିଗରେ ନିଜର ସମସ୍ତ କ୍ଷେତ୍ରୀୟ ରେଳପଥ, ଉତ୍ପାଦନ ୟୁନିଟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଜରିଆରେ ନିଜସ୍ଵ ଉଦ୍ୟମରେ ଭାରତୀୟ ରେଳପଥ ପକ୍ଷରୁ ପୁନଃବ୍ୟହବାର ଯୋଗ୍ୟ ଫେସ ମାସ୍କ ଏବଂ ସାନିଟାଇଜର ଉତ୍ପାଦନ କରାଯାଉଛି।

11-ସାମାଜିକ ସେବା ପ୍ରତି ଥିବା ପ୍ରତିବଦ୍ଧତାକୁ ପୂରଣ କରି 28 ମାର୍ଚ୍ଚ ପରଠାରୁ ଭାରତୀୟ ରେଳପଥ ପକ୍ଷରୁ 8.5 ଲକ୍ଷ ଥାଳି ରନ୍ଧା ଖାଦ୍ୟ ବିତରଣ

କୋଭିଡ-19 ପରଠାରୁ ଅସହାୟ ଲୋକମାନଙ୍କୁ ଭାରତୀୟ ରେଳପଥ ପକ୍ଷରୁ ରନ୍ଧା ଖାଦ୍ୟ ବିତରଣ ଜାରି ରହିଛି। ସାମାଜିକ ସେବାର ପ୍ରତିବଦ୍ଧତାକୁ ପୂରଣ କରିବାକୁ ଯାଇ ରେଳପଥ ପକ୍ଷରୁ ଆଇଆରସିଟିସି ଆଧାରିତ ରୋଷେଇଶାଳ, ଆରପିଏଫ ସମ୍ବଳ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସହଯୋଗ ଜରିଆରେ କାଗଜ ପ୍ଲେଟରେ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରିଭୋଜନ ପାଇଁ ଖାଦ୍ୟ ପ୍ୟାକେଟ ବିତରଣ କରାଯାଉଛି। ଗରିବ, ଅସହାୟ, ଭିକ୍ଷୁକ, ଶିଶୁ, କୁଲି, ପ୍ରବାସୀ ଶ୍ରମିକ, ଅଟକି ରହିଥିବା ଯାତ୍ରୀ ଏବଂ ଖାଦ୍ୟ ସନ୍ଧାନରେ ନିକଟସ୍ଥ ରେଳ ଷ୍ଟେସନକୁ ଆସୁଥିବା ଲୋକ ଏବଂ ରେଳ ଷ୍ଟେସନ ଠାରେ ଦୂରରେ ରହୁଥିବା ଲୋକମାନଙ୍କୁ ଯୋଗାଇ ଦିଆଯାଉଛି।

12-କୋଭିଡ-19 ମୁକାବିଲା ଲାଗି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଦୀକ୍ଷା ଆପ ଜରିଆରେ ସମନ୍ବିତ ସରକାରୀ ଅନଲାଇନ ଟ୍ରେନିଂ (ଆଇଜିଓଟି) ପୋର୍ଟାଲ ନାମକ ଟ୍ରେନିଂ ମଡ୍ୟୁଲର ଶୁଭାରମ୍ଭ

ଚିକିତ୍ସକ, ନର୍ସ, ଏଏନ୍ଏମ, ରାଜ୍ୟ ସରକାରଙ୍କ ଅଧିକାରୀ, ଏନସିସି, ନେହେରୁ ଯୁବ କେନ୍ଦ୍ରର ସଦସ୍ୟ, ପୁଲିସ, ବେସାମରିକ ପ୍ରତିରକ୍ଷା ଅଧିକାରୀ, ଜାତୀୟ ସେବା ସଂସ୍ଥା, ରେଡକ୍ରସ, ସ୍କାଉଟ୍ସ ଓ ଗାଇଡ୍ସ ଏବଂ  ବିଭିନ୍ନ ସ୍ୱେଚ୍ଛାସେବୀ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଆଇଜିଓଟିରେ ପାଠ୍ୟକ୍ରମ ସୁବିଧା ରହିଛି।

13-ନୂଆ ଆଇଜିଓଟି ଇଲର୍ଣ୍ଣିଂ ପ୍ଲାଟଫର୍ମ ଜରିଆରେ କୋଭିଡ-19 ଅଗ୍ରଣୀ କର୍ମୀଙ୍କୁ ସଶକ୍ତ କରିବ ଡିଓପିଟ

କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ କୋଭିଡ-19 ମୁକାବିଲା ଲାଗି ସମସ୍ତ ଅଗ୍ରଣୀ କର୍ମୀଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ଏକ ଇ-ଲର୍ଣ୍ଣିଂ ପ୍ଲାଟଫର୍ମ (https://igot.gov.in)  ବିକଶିତ କରାଯାଇଛି। ଏଥିରେ ସେମାନଙ୍କ ପାଇଁ ଟ୍ରେନିଂ ଓ ଅପଡେଟ ରହିଛି ଯାହା ମହାମାରୀ ମୁକାବିଲା କ୍ଷେତ୍ରରେ ସହାୟକ ହେବ। ଦ୍ବିତୀୟ ଶ୍ରେଣୀର କର୍ମଶକ୍ତିକୁ କୋଭିଡ-19 ମୁକାବିଲା ନିମନ୍ତେ ତାଲିମ ଦେବା ଫଳରେ ଭାରତ ଆହ୍ଵାନପୂର୍ଣ୍ଣ ପରିସ୍ଥିତିକୁ ଭଲ ଭାବେ ମୁକାବିଲା କରିବାରେ ସହାୟକ ହେବ।

14-ସମସ୍ତ ଗୁରୁତ୍ଵପୂର୍ଣ୍ଣ କେନ୍ଦ୍ରକୁ ସଂଯୁକ୍ତ କରୁଥିବା 58ଟି ମାର୍ଗ ପାଇଁ 109ଟି ଟାଇମ ଟେବୁଲ ପାର୍ସଲ ଟ୍ରେନ ଚଳାଚଳ ଆରମ୍ଭ କଲା ଭାରତୀୟ ରେଳପଥ

ଦେଶର ବିଭିନ୍ନ ପ୍ରାନ୍ତରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଅନ୍ୟାନ୍ୟ ବସ୍ତୁ ଯୋଗାଣ କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳପଥ ପକ୍ଷରୁ ବାଧାମୁକ୍ତ ଟାଇମ ଟେବୁଲ ପାର୍ସଲ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏହା ଦେଶରେ ଯୋଗାଣ ଶୃଙ୍ଖଳକୁ ବଜାୟ ରଖିବା ଦିଗରେ ବ୍ୟାପକ ଭାବେ ସହାୟକ ହୋଇପାରିବ। ସାଧାରଣ ନାଗରିକ, ଶିଳ୍ପ ଓ କୃଷି ପାଇଁ ଆବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଦିଗରେ ଏହା ସହାୟକ ହୋଇପାରିବ।

15-ଜନଜାତି ସଂଗ୍ରହକାରୀମାନେ ସେମାନଙ୍କ କାର୍ଯ୍ୟ ନିରାପଦ ଭାବେ ସମ୍ପାଦନ କରିବା ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୟୁନିସେଫ ସହଯୋଗରେ ଏକ ଡିଜିଟାଲ କ୍ୟାମ୍ପେନର ଶୁଭାରମ୍ଭ କଲା ଟ୍ରାଇଫେଡ

ଜନଜାତି ସଂଗ୍ରହକାରୀମାନେ ସେମାନଙ୍କ କାର୍ଯ୍ୟ ନିରାପଦ ଭାବେ ସମ୍ପାଦନ କରିବା ନିମନ୍ତେ ଏହି କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୟୁନିସେଫ ସହଯୋଗରେ ଟ୍ରାଇଫେଡ ପକ୍ଷରୁ ଏକ ଡିଜିଟାଲ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି। ଏଥିରେ ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦିଆଯାଇଛି।

 

16-ପିଏଲଆଇ ଓ ଆରପିଏଲଆଇ ପ୍ରିମିୟମ ଦାଖଲ ଅବଧି 30 ଜୁନ 2020 ପର୍ଯ୍ୟନ୍ତ ବଢ଼ିଲା

ଡାକ ଜୀବନ ବୀମା ଏବଂ ଗ୍ରାମୀଣ ଡାକ ଜୀବନ ବୀମା ଉପଭୋକ୍ତାଙ୍କ ସୁବିଧା ନିମନ୍ତେ ଡାକ ବିଭାଗ ଅଧୀନ ଡାକ ଜୀବନ ବୀମା ମହାନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଚ୍ଚ, ଏପ୍ରିଲ ଓ ମେ 2020 ପାଇଁ ସେମାନଙ୍କ ପ୍ରିମିୟମ ପଇଠ ଅବଧି 30 ଜୁନ 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିପାଇଁ କୌଣସି ଜୋରିମାନା କିମ୍ବା ବିଳମ୍ବିତ ଶୁଳ୍କ ଲାଗୁ କରାଯିବ ନାହିଁ।

 17-କୋଭିଡ-19 ମୁକାବିଲାର ମିଳିତ ପ୍ରୟାସରେ ଘରୋଇ ଏବଂ ସରକାରୀ ବିମାନ ଚଳାଚଳ କମ୍ପାନୀ ଓ ସହଯୋଗୀ ସଂସ୍ଥାଗୁଡ଼ିକର ଅବିରାମ ପ୍ରୟାସ

କୋଭିଡ-19 ଲକଡାଉନ ଅବଧି ସମୟରେ ଆଇସିଏମଆର, ଏଚଏଲଏଲ ଏବଂ ଅନ୍ୟ ଜରୁରି ମେଡ଼ିକାଲ ସରଞ୍ଜାମ ସାରା ଦେଶରେ ଯୋଗାଣ ହେଉଛି। ଏୟାର ଇଣ୍ଡିଆ, ଆଇଏଏଫ, ପୱନ ହଂସ, ଇଣ୍ଡିଗୋ ଏବଂ ବ୍ଲୁଡାର୍ଟ ଆଦି ଦେଶ ଭିତରେ ଚଳାଚଳ କରୁଥିବା ଘରୋଇ ଏବଂ ସରକାରୀ ବିମାନ ଚଳାଚଳ କମ୍ପାନୀଗୁଡ଼ିକ ଔଷଧ, ଆଇସିଏମଆର ମାଲ, ଏଚଏଲଏଲର ବିଭିନ୍ନ ସାମଗ୍ରୀ ତଥା ଜରୁରି ସାମଗ୍ରୀକୁ ୮ ଏପ୍ରିଲ 2020ରେ ଶ୍ରୀନଗର, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ଭୁବନେଶ୍ଵର ଏବଂ ଦେଶର ଅନ୍ୟ ଅଞ୍ଚଳକୁ ପରିବହନ କରିଛନ୍ତି।

18-କୋଭିଡ– 19 ସ୍ମାର୍ଟ ସିଟିଗୁଡ଼ିକର ସର୍ବସାଧାରଣ ସ୍ଥାନ ବିଶୋଧନ

କୋଭିଡ-19କୁ ବିଶ୍ଵ ମହାମାରୀ ଘୋଷଣା ହେବା ପରଠାରୁ ଭାରତୀୟ ସହରଗୁଡ଼ିକର ବିଭିନ୍ନ ସ୍ଥାନ ବିଶେଷ କରି ସର୍ବସାଧାରଣ ସ୍ଥାନଗୁଡ଼ଇକୁ ନିୟମିତ ଭାବେ ବିଶୋଧନ କରାଯାଉଛି। ଭୂତାଣୁର ସ୍ଥାନୀୟ ସଂକ୍ରମଣ ଆଶଙ୍କା ଏଠାରେ ଅଧିକ ଥିବାରୁ ଏହି ପଦକ୍ଷେପ ନିଆଯାଉଛି। ମାର୍ଚ୍ଚ 25, 2020 ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପରଠାରୁ ବସ/ରେଳ ଷ୍ଟେସନ, ରାସ୍ତାଘାଟ, ବଜାର, ହସ୍ପିଟାଲ ପରିସର, ବ୍ୟାଙ୍କ ଆଦି ସ୍ଥାନକୁ ବିଶୋଧନ କରିବା ଲାଗି ସହରାଞ୍ଚଳ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।

19-କୋଭିଡ-19 ଲକଡାଉନ ଅବଧିରେ ଡିଜିଟାଲ ଶିକ୍ଷାଦାନରେ ବୃଦ୍ଧି ପରିଲକ୍ଷିତ

ବିଭିନ୍ନ ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ସେମାନେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଷ୍ଟଡି ମ୍ୟାଟେରିଆଲ ମଧ୍ୟ ଯୋଗାଇ ଦେଉଛନ୍ତି। ସ୍କାଇ ପେ, ଜୁମ, ଗୁଗଲ କ୍ଲାସରୁମ, ଗୁଗଲ ହ୍ୟାଙ୍ଗଆଉଟ, ପିଆଜ୍ଜା ଆଦି ପ୍ଲାଟଫର୍ମ ଜରିଆରେ ଅନଲାଇନ କ୍ଲାସ ଆରମ୍ଭ କରାଯାଇଛି।  ଏହାଛଡ଼ା ଶିକମାନେ ୟୁଟ୍ୟୁବ, ହ୍ଵାଟ୍ସଆପ, ଜରିଆରେ ପାଠପଢ଼ାର ଭିଡି ଓ ଏବଂ କ୍ଲାସନୋଟ ଅପଲୋଡ କରୁଛନ୍ତି। ସେହିପରି ସ୍ଵୟମ, ଏନପିଟିଇଏଲ ଭଳି ଡିଜିଟାଲ ଲର୍ଣ୍ଣିଂ ସମ୍ବଳ ମାଧ୍ୟମରେ ଅନଲାଇନ ଜର୍ଣ୍ଣାଲ ମଧ୍ୟ ଯୋଗାଇ ଦିଆଯାଉଛି।

20-କୋଭିଡ-19 ମହାମାରୀ ସମୟରେ ଇଏସଆଇସି ପକ୍ଷରୁ ବିଭିନ୍ନ ରିହାତି ପଦକ୍ଷେପ ଘୋଷଣା

କୋଭିଡ-19 ମହାମାରୀ କାରଣରୁ ଦେଶ ଏକ ଆହ୍ଵାନପୂର୍ଣ୍ଣ ସମୟ ଦେଇ ଗତି କରୁଛି। ସାମାଜିକ ଦୂରତା ରକ୍ଷା ନିମନ୍ତେ ଦେଶର ଅଧିକାଂଶ ଭାଗରେ ଲକଡାଉନ ଲାଗୁ ହୋଇଛି। ଏହି ସଂକଟର ମୁକାବିଲା ନିମନ୍ତେ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ପକ୍ଷରୁ ଏହାର ଅଂଶୀଦାର ଏବଂ ସାଧାରଣ ସଦସ୍ୟମାନଙ୍କୁ ରିହାତି ଉଦ୍ଦେଶ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

21-ସଂକ୍ରମିତ ଶ୍ଵାସକ୍ରିୟାର ନିରାପଦ ପରିଚାଳନା ନିମନ୍ତେ ପ୍ରଭାବୀ ଅବଶୋଷକ ଉପାଦାନ ପ୍ରସ୍ତୁତ କଲେ ଏସସିଟିଆଇଏମଏସଟିର ବୈଜ୍ଞାନିକ

‘ଚିତ୍ରା ଆକ୍ରିଲୋଜର୍ବ ସିକ୍ରେସନ ସଲିଡିଫିକେସନ ସିଷ୍ଟମ’ ନାମକ ଏହି ଉପାଦାନ ତରଳ ଶ୍ଵାସକ୍ରିୟା ଏବଂ ଅନ୍ୟ ଶାରୀରିକ ତରଳ ଉପାଦାନ ଜମାଟ ବାନ୍ଧିବା ଓ ସଂକ୍ରମିତ ହେବା କ୍ଷେତ୍ରରେ ଅଧିକ ପ୍ରଭାବୀ ଅବଶୋଷକ ଭାବେ କାମ କରିବ।