Categories
ବିଶେଷ ଖବର

କରୋନା ସଂକ୍ରମଣ ତାଲିକାରେ ତୃତୀୟ ସ୍ଥାନରେ ଭାରତ, ଆଗକୁ ପ୍ରଥମ ହେବାର ସମ୍ଭାବନା!!

କେଦାର ମିଶ୍ର

ଯେ କୌଣସି ସଫଳତାର ତାଲିକାରେ ପ୍ରଥମ ତିନୋଟି ସ୍ଥାନରେ ରହିବାର ଅଲଗା ଆନନ୍ଦ ରହିଛି। ହେଲେ କରୋନା ସଂକ୍ରମଣ ର ତାଲିକାରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିବା, କେବଳ ଚିନ୍ତାଜନକ ନୁହେଁ, ଏହା ଅନେକାଂଶରେ ବିପଜ୍ଜନକ। ପୃଥିବୀର ସବୁଠୁ କଠୋର ଲକ ଡାଉନ ଓ ସରକାର କୃତ ମାନବୀୟ ସଙ୍କଟ ପରେ ମଧ୍ୟ ଆମେ କରୋନା ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଲେ କେମିତି? ଆଜି ପୃଥିବୀର ଯେଉଁ ତିନୋଟି ଦେଶ ପ୍ରଥମ ତିନୋଟି ସ୍ଥାନରେ ରହିଛନ୍ତି, ସେହି ତିନୋଟି ଦେଶର ନେତୃତ୍ଵ ସବୁବେଳେ କୋଭିଡ-୧୯ ମୁକାବିଲାକୁ ଏକ ଯୁଦ୍ଧ ବୋଲି କହି ଆସିଛନ୍ତି।

କରୋନା ମୁକାବିଲାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ, ବ୍ରାଜିଲ ରାଷ୍ଟ୍ରପତି ଜୈର ବଲସାନାରୋ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ୟଶୈଳୀ ପ୍ରାୟ ସମାନ। ଏମାନେ ମହାମାରୀ ମୁକାବିଲାରେ ବିଜ୍ଞାନ ତୁଳନାରେ ରାଜନୀତିକୁ ଅଧିକ ପ୍ରାଧାନ୍ଯ ଦେଇଛନ୍ତି। ଲୋକଙ୍କୁ ସତର୍କ ଓ ସଚେତନ କରିବା ପରିବର୍ତ୍ତେ ଅଧିକ ବିଭାଜିତ ଏବଂ ଅନ୍ଧବିଶ୍ଵାସୀ ହେବାର ସୁଯୋଗ ତିଆରି କରିଛନ୍ତି। ଗଣତାନ୍ତ୍ରିକ ତଥା ବୈଜ୍ଞାନିକ ପ୍ରକ୍ରିୟାକୁ ଅଣଦେଖା ଏହି ତିନି ରାଷ୍ଟ୍ରମୁଖ୍ୟ ନିଜକୁ ଅଧିକ ଶକ୍ତିଶାଳୀ ପ୍ରମାଣିତ କରିବା ପାଇଁ ଅଧିକ ତତ୍ପରତା ଦେଖାଇଛନ୍ତି। ସେମାନଙ୍କ ହମବଡା ବ୍ୟକ୍ତିତ୍ବର ପରିଣତି ଲୋକଙ୍କୁ ଭୋଗିବାକୁ ପଡିଛି। ଆଜି ଆମେରିକାରେ ପ୍ରାୟ ୩୦ ଲକ୍ଷ ଆକ୍ରାନ୍ତ ଏବଂ ୧ ଲକ୍ଷ ୩୦ ହଜାର ମୃତ, ବ୍ରାଜିଲରେ ୧୬ ଲକ୍ଷ ଆକ୍ରାନ୍ତ ଏବଂ ୬୫ ହଜାର ମୃତ ତଥା ଭାରତରେ ପ୍ରାୟ ୭ ଲକ୍ଷ ୧୦ ହଜାର ଆକ୍ରାନ୍ତ ଏବଂ ୨୦ ହଜାର ମୃତଙ୍କର ଏକ ଦୁର୍ଭାଗ୍ୟଜନକ ତାଲିକା ଆମେ ଦେଖୁଛୁ। ଏହା ପଛରେ ଏହି ତିନୋଟି ରାଷ୍ଟ୍ରର ମୁଖିଆଙ୍କର ନେତୃତ୍ବଗତ ଅପାରଗତା ନିଶ୍ଚିତ ଭାବରେ ଦାୟୀ।

ଏହି ସମୟ ଖଣ୍ଡରେ କୋଭିଡ-୧୯ ମୁକାବିଲା ପାଇଁ ଅନ୍ୟ ରାଷ୍ଟ୍ର ମାନଙ୍କ ଉଦ୍ୟମ ଓ ରଣନୀତି ତଥା ସେସବୁର ସଫଳତା ସହିତ ଆମେ ନିଜକୁ ତୁଳନା କରି ଦେଖିବା ଉଚିତ ହେବ। ମାର୍ଚ୍ଚ-ମଇରେ ସର୍ବାଧିକ ଆକ୍ରାନ୍ତ ଇଟାଲୀ, ସ୍ପେନ, ଫ୍ରାନ୍ସ ଓ ଇଂଲଣ୍ଡ ର ସଂକ୍ରମଣ ଗ୍ରାଫ ସହିତ ଆମେ ନିଜକୁ ତୁଳନା କରିଦେଖିବା। ଇଟାଲୀ ରେ ମାର୍ଚ୍ଚ ୨୧ତାରିଖ ଦିନ ସର୍ବାଧିକ ୬୫୫୩ ଜଣ ଆକ୍ରାନ୍ତ ହେବା ପରେ, ସେଠାରେ ସଂକ୍ରମଣ ହାର କମିବା ଆରମ୍ଭ ହୋଇଥିଲା। କ୍ରମେ କ୍ରମେ ଦୈନିକ ସାଢେ ଛଅ ହଜାର ପଜିଟିଭ କେସରୁ ଇଟାଲୀ ଏବେ ଦୈନିକ ପ୍ରାୟ ୨୦୦ ସଂଖ୍ୟା କୁ କମି ଆସିଛି। ସ୍ପେନରେ ମାର୍ଚ୍ଚ ୨୬ ତାରିଖ ସର୍ବାଧିକ ୮୨୭୧ ପଜିଟିଭ କେସ ପରେ ଏବେ ସେଠାରେ ୩୫୦-୪୦୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫ୍ରାନ୍ସ ରେ ମଧ୍ୟ ମାର୍ଚ୍ଚ ୩୧ ରେ ସର୍ବାଧିକ ୭୫୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ହେଲେ ବର୍ତ୍ତମାନ ସେଠାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦୦। ସଂକ୍ରମଣ ର ଶୀର୍ଷରେ ପହଞ୍ଚିଲା ପରେ ଏହି ସବୁ ଦେଶରେ କରୋନା ତରଙ୍ଗ ଭାଙ୍ଗିବା ଆରମ୍ଭ ହୋଇଛି।

ଏହାର ଠିକ ବିପରୀତ ସ୍ଥିତି ଆମେରିକା, ବ୍ରାଜିଲ ଓ ଭାରତରେ ଦେଖିବାକୁ ମିଳିଛି। ଏହି ତିନୋଟି ପ୍ରମୁଖ ଆକ୍ରାନ୍ତ ଦେଶରେ ସଂକ୍ରମଣ କମିବାର କୌଣସି ସଙ୍କେତ ଦେଖିବାକୁ ମିଳୁନାହିଁ। ଆମେରିକାରେ ଏପ୍ରିଲ ୧ ତାରିଖରୁ ପ୍ରତିଦିନ ୩୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ଜୁଲାଇ ୨ ତାରିଖ ଦିନ ଆମେରିକାରେ ସର୍ବାଧିକ ୫୭,୨୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବ୍ରାଜିଲରେ ମଧ୍ୟ ଦୈନିକ ହାରାହାରି ସଂକ୍ରମଣ ହାର ୩୦ ହଜାର ରହିଛି। ଭାରତରେ ସଂକ୍ରମଣର ସ୍ଥିତି କ୍ରମାଗତ ଭାବରେ ବଢି ଚାଲିଛି। ଆମ ଦେଶରେ ଗତ ଜୁନ ୪ ତାରିଖରୁ ଦୈନିକ ୧୦ ହଜାର ସଂକ୍ରମଣ ବଢି ବଢି ଏବେ ଆମେ ୨୦ ହଜାର+ ରେ ପହଞ୍ଚିଲେଣି।ଜୁଲାଇ ପ୍ରଥମ ସପ୍ତାହରୁ ଆମର ସଂକ୍ରମଣ ହାର ଦୈନିକ ୨୦ ହଜାରରୁ ଅଧିକ ରହୁଛି। ଅନ୍ୟ ଦେଶରେ ସଂକ୍ରମଣ କମୁଥିବା ବେଳେ ଆମେରିକା, ବ୍ରାଜିଲ ଏବଂ ଭାରତ ଏହାର ବ୍ୟତିକ୍ରମ ହେବାର କାରଣ କଣ?

ରାଜନୈତିକ ଭାବରେ କରୋନା ସଙ୍କଟର ମୁକାବିଲା କ୍ଷେତ୍ରରେ ଆମର ନେତୃତ୍ଵ ସବୁବେଳେ ନିଜକୁ କେନ୍ଦ୍ରରେ ରଖି ଚିନ୍ତା କରି ଆସିଛନ୍ତି। ବାସ୍ତବ କ୍ଷେତ୍ରରେ ରାଜ୍ୟ ଗୁଡିକ କରୋନା ମୁକାବିଲା ପାଇଁ କାମ କରୁଥିବା ବେଳେ, କେନ୍ଦ୍ର ସରକାର ଅନେକାଂଶରେ ନିଜର ନୀତି ଓ ନିଷ୍ପତ୍ତିକୁ ରାଜ୍ଯମାନଙ୍କ ଉପରେ ଲଦି ଦେବାକୁ ଉଦ୍ୟମ କରିଛନ୍ତି। ମାର୍ଚ୍ଚ-୨୫ର ତରବରିଆ ଲକ ଡାଉନ କରୋନା ସଂକ୍ରମଣ ମୁକାବିଲାରେ ସହାୟକ ହେବା ପରିବର୍ତ୍ତେ, ଅଧିକ ସଙ୍କଟ ସୃଷ୍ଟି କଲା। ଲୋକଙ୍କୁ ସେମାନଙ୍କର ମୌଳିକ ବଞ୍ଚିବାର ସାଧନ ନଦେଇ ଘର ଭିତରେ ଜୋର କରି ଅଟକ ରଖିବାର ପରିଣତି ଦେଶର ସବୁଠୁ ବଡ ଶ୍ରମ ସଙ୍କଟ ତିଆରି କଲା। ମଇ ୧୫ ତାରିଖ ପର୍ୟନ୍ତ ତାଲାବନ୍ଦ ଚଳାଇ ରଖିବା ସହିତ ଆମର ପରୀକ୍ଷା କରିବାର ଧାରା ବଢିବା ଉଚିତ ଥିଲା। ହେଲେ ମଇ ୧୫ ସୁଦ୍ଧା ଆମର ପରୀକ୍ଷା ସଂଖ୍ୟା ଥିଲା ମାତ୍ର ୨୧ ଲକ୍ଷ। କେବଳ ଭାଷଣ ଓ ରାଜନୈତିକ ଔପଚାରିକତାରେ ଆମର ଯୁଦ୍ଧ ସୀମିତ ରହିଲା। ଆଗାମୀ ଦୁଇମାସ ଦେଶରେ ସଂକ୍ରମଣ ଅତ୍ୟଧିକ ବ୍ୟାପକ ହେବ ବୋଲି ଏବେ ଆକଳନ କରାଯାଉଛି। ସଂକ୍ରମଣ ଉଗ୍ର ହେବା ବେଳକୁ ଆମ ପାଖରେ ଅଧିକ ସାଧନ ଆଉ ନାହିଁ। ବର୍ତ୍ତମାନର ସଂକ୍ରମଣ ଧାରା ଯଦି ଅବ୍ଯାହତ ରହେ ତାହେଲେ ଜନସଂଖ୍ୟା ଦୃଷ୍ଟିରୁ ଅଗଷ୍ଟ ମାସ ବେଳକୁ ଆମେ ହୁଏତ ପୃଥିବୀର ସର୍ବ ବୃହତ ସଂକ୍ରମିତ ରାଷ୍ଟ୍ର ହେବାର ସମ୍ଭାବନାକୁ ଆଡେଇ ଦେଇ ହେବନାହିଁ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସର୍ବାଧିକ ୨୨୫ ପଜିଟିଭ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ  ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୬ ଜଣ ଚିହ୍ନଟ ହୋଇଥିବାବେଳେ ୨୯ ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୨୩୬।  ସୁସ୍ଥ ହୋଇଛନ୍ତି ୨୪୭୪। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୧୦ଜଣ। ସେହିପରି ୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ ଦୁଇ ପଜିଟିଭ୍‌ ଚିହ୍ନଟ : ଆପୋଲ ହସ୍ପିଟାଲର ଜଣେ ମହିଳା କର୍ମଚାରୀଙ୍କୁ କରୋନା

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଦୁଇ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ହସ୍ପିଟାଲର କର୍ମଚାରୀ  ରହିଛନ୍ତି । ଆପୋଲ ହସ୍ପିଟାଲର ଜଣେ ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ସମ୍ପୃକ୍ତ ମହିଳାଙ୍କ ବୟସ 46 ବର୍ଷ ହୋଇଥିବାବେଳେ  ଏହି ମହିଳାଙ୍କ ଘର ଗାଡକଣ ଅଞ୍ଚଳରେ ବୋଲି ଜଣାପଡିଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିବା ନେଇ ବିଏମ୍‌ସି ସୂଚନା ଦେଇଛି । ଏହି ଆକ୍ରାନ୍ତଙ୍କ ବୟସ 30 ବର୍ଷ ହୋଇଥିବାବେଳେ ସେ ନୟାପଲ୍ଲୀ ଅଞ୍ଚଳରେ ରହୁଥିଲେ । ତେବେ ଏହି ଆକ୍ରାନ୍ତଙ୍କ ପରିବାରରେ ଜଣେ ସଦସ୍ୟ ପଜିଟିଭ ରହିଥିଲେ । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 103କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 59 ଜଣ । ସେହିପରି ଭୁବନେଶ୍ବରରେ ତିନିଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 40 ରହିଛି ।

 

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ ଆଠ ହଜାର ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କସଂଖ୍ୟା 2 ଲକ୍ଷ 86 ହଜାର 579କୁ ବୃଦ୍ଧି ହୋଇଥିବାବେଳେ ଏବେ ସୁଦ୍ଧା 1 ଲକ୍ଷ 37 ହଜାର 448ଟି ଆକ୍ଟିଭ୍‌ କେସ ରହିଛି ।ସେହିପରି 1 ଲକ୍ଷ 41 ହଜାର 29 ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 8 ହଜାର 102କୁ ବୃଦ୍ଧି ହୋଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 94, 041ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 3,438କୁ ବୃଦ୍ଧି ହୋଇଛି । ସେହିପରି ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 1ହଜାର 347, ଦିଲ୍ଲୀରେ 984, ମଧ୍ୟପ୍ରଦେଶରେ 427 ଜଣଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 90 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 90 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । 90 ଆକ୍ରାନ୍ତଙ୍କ ମଧ୍ୟରୁ 79 ଜଣ କ୍ବାରେଣ୍ଟିନ୍‌ର ଚିହ୍ନଟ ହୋଇଥିବାବେଳେ 11ଟି ଲୋକାଲ୍‌ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2478କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଏବେ ଆକ୍ଟିଭ୍‌ କେସ୍‌ 1053 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1416 । ତେବେ 7ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ 2ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

19 ଜିଲ୍ଲାରୁ 156, ଦୁଇ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର : ଆଜି 19ଟି ଜିଲ୍ଲାରୁ 156 ଜଣ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ ସର୍ବାଧିକ ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରୁ ସର୍ବାଧିକ 50ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 20 ଜଣ, ଗଞ୍ଜାମରୁ 17, ଜଗତସିଂହପୁରରୁ 14, ଯାଜପୁରରୁ 11, କନ୍ଧମାଳରୁ 9, ଭଦ୍ରକ ଜିଲ୍ଲାରୁ 7 ଚିହ୍ନଟ ହୋଇଛନ୍ତି ।  ଖୋର୍ଦ୍ଧା, ନୟାଗଡ, ସୁନ୍ଦରଗଡ ଓ ନୂଆପଡା, ମୟୂରଭଞ୍ଜ, ବରଗଡ, ସୋନପୁରରୁ ତିନିଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିର ଓ ସମ୍ବଲପୁରରୁ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ, କେନ୍ଦୁଝର, ମାଲକାନଗିରିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 431 334 94 3 0
ଯାଜପୁର 280 179 101 0 0
ବାଲେଶ୍ବର 152 124 27 0 1
ଖୋର୍ଦ୍ଧା 141 67 70 3 1
କେନ୍ଦ୍ରାପଡା 139 57 82 0 0
ଭଦ୍ରକ 120 95 25 0 0
କଟକ 120 36 83 1 0
ପୁରୀ 91 45 46 0 0
ବଲାଙ୍ଗିର 82 6 76 0 0
ଜଗତସିଂହପୁର 82 30 52 0 0
ନୟାଗଡ 68 21 47 0 0
ସୁନ୍ଦରଗଡ 57 28 29 0 0
ଗଜପତି 36 0 36 0 0
ବୌଦ୍ଧ 34 33 1 0 0
ନୂଆପଡା 33 0 33 0 0
ଦେବଗଡ 32 2 30 0 0
କେଉଁଝର 26 8 18 0 0
ମୟୂରଭଞ୍ଜ 26 14 12 0 0
ଅନୁଗୁଳ 25 19 6 0 0
କନ୍ଧମାଳ 22 3 19 0 0
ମାଲ୍‌କାନଗିରି 21 3 18 0 0
କଳାହାଣ୍ଡି 20 13 7 0 0
ଢେଙ୍କାନାଳ 19 2 17 0 0
ବରଗଡ 11 0 11 0 0
ସମ୍ବଲପୁର 11 4 7 0 0
କୋରାପୁଟ 8 1 7 0 0
ସୋନପୁର 8 0 8 0 0
ଝାରସୁଗୁଡା 7 2 5 0 0
ନବରଙ୍ଗପୁର 2 0 2 0 0
Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିଶ୍ବରେ ପଚାଶ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ : ଚୀନ୍‌ରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ କବଳରେ ଏବେ ସାରା ବିଶ୍ବ । ବିଶ୍ବର 213ଟି ଦେଶ ଏବେ ଏହି ମହାମାରୀ କବଳରେ ପଡିଛନ୍ତି । ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷ ପାର୍‌ କରିସାରିଥିବାବେଳେ ମୃତ୍ୟୁ ସଂଖ୍ୟା 3, 29, 731ରେ ପହଞ୍ଚିଛି ।

ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ରୁଷ୍‌ ଏହି ମହାମାରୀ ଦ୍ବାରା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା 15,91,991 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 94 ହଜାର 994ରେ ପହଞ୍ଚିଛି । ସେହିପରି ରୁଷ୍‌ରେ 3,08,705 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 2,972ରେ ପହଞ୍ଚିଛି ।

କରୋନା ମୃତ୍ୟୁ ସଂଖ୍ୟାରେ ଆମେରିକା ପ୍ରଥମ ଥିବାବେଳେ ଦ୍ବିତୀୟରେ ୟୁକେ ରହିଛି । ଏଠାରେ 2,48, 293 ଜଣ ସଂକ୍ରମିତ ହୋଇଥିବାବେଳେ 35,704 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଏହା ତଳକୁ ରହିଛି ଇଟାଲୀ । ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା 2,27,364 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 32, 330ରେ ପହଞ୍ଚିଛି । ସେହିପରି ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 28,132 ରହିଥିବାବେଳେ ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା 27,888 ରହିଛି ।  ଜର୍ମାନୀରେ 8.270 ଜଣ ପ୍ରାଣ ହରାଇଥିବାବେଳେ ଇରାନ୍‌ରେ 7,183 ଜଣ ପ୍ରାଣ ହରାଇଛନ୍ତି । ସେହିପରି ଭାରତରେ ଏକ ଲକ୍ଷରୁ ଉର୍ଦ୍ଧ୍ବ କରୋନାରେ ସଂକ୍ରମିତ ହୋଇଥିବାସ୍ଥଳେ 3434ଜଣ ପ୍ରାଣ ହରାଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 90 ହଜାର ଟପିଲା

ନୂଆଦିଲ୍ଲୀ : ବିଶ୍ବରେ କରୋନା ସ୍ଥିତି ଜଟିଳ ରହିଛି । ଚୀନରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ପୃଥିବୀର 213ଟି ଦେଶରେ ବ୍ୟାପି ସାରିଛି। ସାରା ବିଶ୍ବରେ 4,801,875 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 3 ଲକ୍ଷ ଟପି ସାରିଛି। ଏବେ ସୁଦ୍ଧା ବିଶ୍ବରେ 316,671 ଜଣ କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବାବେଳେ ସୁସ୍ଥ ହୋଇଛନ୍ତି 1,858,170 ଜଣ । ମହାମାରୀ କରୋନା ଯୋଗୁଁ ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ଆଜି ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଏଠାରେ ମୃତ୍ୟୁ ସଂଖ୍ୟା 90,978 ରେ ପହଞ୍ଚିଥିବାବେଳେ 1,527,654 ଜଣ ସଂକ୍ରମିତ ହୋଇଛନ୍ତି ।

ଦୁନିଆର କରୋନା ଜନିତ ମୃତ୍ୟୁର 71 ପ୍ରତିଶତ ମାତ୍ର 10ଟି ଦେଶରେ ହୋଇଛି । ଏହି ଦଶଟି ଦେଶରେ କରୋନା ପୀଡିତଙ୍କ ସଂଖ୍ୟା ପ୍ରାୟ 34 ଲକ୍ଷ । ଆମେରିକା ପରି ସ୍ପେନ୍‌, ରୁଷ, ୟୁକେ, ବ୍ରାଜିଲ୍‌, ଇଟାଲୀ, ଫ୍ରାନ୍ସ ଜର୍ମାନୀ, ତର୍କୀ, ଇରାନ ପରି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ରୁଷ୍‌ରେ ସଂକ୍ରମିତଙ୍କସଂଖ୍ୟା 2,81,752 ଥିବାବେଳେ ମୃତ୍ୟୁ ବରଣ କରିଛନ୍ତି 2631ଜଣ । ସେହିପରି ସ୍ପେନ୍‌ରେ 277,719 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 27,650କୁ ଛୁଇଁଛି । ୟୁକେରେ ମୃତ୍ୟୁ ସଂଖ୍ୟା 34, 636 ରହିଥିବାବେଳେ ସଂକ୍ରମିତ ହୋଇଛନ୍ତି 2,43,695 ଜଣ । ବ୍ରାଜିଲ୍‌ରେ 2,41,080 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 16,118ରେ ପହଞ୍ଚିଛି । ଇଟାଲୀରେ 2,25,435 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 31,908 । ଫ୍ରାନ୍ସରେ 28,108ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବେଳେ ସଂକ୍ରମିତ ହୋଇଛନ୍ତି 2,25,435ଜଣ । ଜର୍ମାନୀରେ 1,76,651 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ବରଣ କରିଛନ୍ତି 8,049 ଜଣ । ସେହିପରି ତୁର୍କୀରେ ସଂକ୍ରମିତଙ୍କ ସଂଖ୍ୟା 149.435 ରହିଥିବାବେଳେ 4,140ଜଣ ମୃତ୍ୟୁବରଣ କରିଛନ୍ତି । ଇରାନ୍‌ରେ 1,20,198 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 6.,988ଜଣ ।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ 4200 କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 4213 ଟି ନୂଆ ମାମଲା ରୁଜୁ ହୋଇଛି ଏବଂ 97 ଜଣଙ୍କର ମୃତ୍ୟୁ ହୋଇଛି।  ଦେଶରେ କରୋନା ସଂକ୍ରମିତ ସଂଖ୍ୟା 67,152 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 44,029 ସକ୍ରିୟ ମାମଲା ଥିବାବେଳେ, 20,917 ଜଣ ସୁସ୍ଥ ଅଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା 2206 ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର। ଏଠାରେ 22 ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 868ରେ ପହଞ୍ଚିଛି। ସେହିଭଳି ଗୁଜରାଟରେ 8 ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ 493 ଜଣ ପ୍ରାଣ ହରାଇଛନ୍ତି। ତାମିଲ୍‌ନାଡୁରେ ମଧ୍ୟ ସଂକ୍ରମିତଙ୍କ 8 ହଜାର ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 53ରେ ପହଞ୍ଚିଛି ।

ସେହିଭଳି ଆଜି ମୁମ୍ବାଇରେ ଗୋଟିଏ ଦିନରେ 791 ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା 14,355ରେ ପହଞ୍ଚିଛି । ଆଜି ଏଠାରେ 20 ଜଣଙ୍କର ମୃତ୍ୟୁ ହୋଇଛି। ଗ୍ରେଟର ମୁମ୍ବାଇରେ ବର୍ତ୍ତମାନ ସୁଦ୍ଧା ମୋଟ ମାମଲା 14355କୁ ବୃଦ୍ଧି ପାଇଛି, ଯେଉଁଥିରେ 3110 ଜଣ ଡିସଚାର୍ଜ ହୋଇଥିବା ବେଳେ 528 ଜଣଙ୍କର ମୃତ୍ୟୁ ଘଟିଛି।

ସେହିଭଳି ଆଜି ମୁମ୍ବାଇର ଧରାବୀରେ ଗୋଟିଏ ଦିନରେ 57ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଧରାବୀରେ ଏପର୍ଯ୍ୟନ୍ତ 916 ଟି ପଜିଟିଭ୍‌ ମାମଲା ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା 29 ଜଣଙ୍କର ମୃତ୍ୟୁ ଘଟିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ 2206କୁ ବୃଦ୍ଧି

ନୂଆଦିଲ୍ଲୀ : ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ  ଦେଶରେ କରୋନା ଭାଇରସ୍‌ ଯୋଗୁଁ ଦୁଇ ହଜାର 206ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା 67 ହଜାର 152ରେ ପହଞ୍ଚିଛି। ସେଥିରୁ  44 ହଜାର 29 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 20 ହଜାର 917 ଜଣ। ବିଗତ ଚବିଶ ଘଣ୍ଟା ମଧ୍ୟରେ 4 ହଜାର 214 ଜଣ ଆକ୍ରାନ୍ତ ହୋଇଥିବାବେଳେ 97 ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ 22 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ରହିଥିବାବେଳେ 832ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି  ଗୁଜୁରାଟରେ 493, ମଧ୍ୟପ୍ରଦେଶରେ 215, ରାଜସ୍ଥାନରେ 107, ଦିଲ୍ଲୀରେ 73, ଉତ୍ତରପ୍ରଦେଶରେ 74, ଆନ୍ଧ୍ରପ୍ରଦେଶରେ 45, ପଶ୍ଚିମବଙ୍ଗରେ 185, ତାମିଲନାଡୁରେ 47, ତେଲେଙ୍ଗାନାରେ 30, କର୍ଣ୍ଣାଟକ 31, ପଞ୍ଜାବରେ 31, ଜମ୍ମୁକାଶ୍ମୀରରେ 9, ହରିୟାଣା 10, କେରଳରେ 4, ଝାଡଖଣ୍ଡରେ 3, ବିହାରରେ 6, ଓଡ଼ିଶାରେ 3, ଚଣ୍ଡୀଗଡ, ହିମାଚଳ ପ୍ରଦେଶ ଓ ଆସାମରେ 2 ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି ମେଘାଳୟରେ ଜଣକର କରୋନା ଯୋଗୁଁ ମୃତ୍ୟୁ ହୋଇଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1800 ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। ଲକଡାଉନ୍‌, କର୍ଫ୍ୟୁ ଓ କଟକଣା ସତ୍ତ୍ବେ କରନୋ ଥମିବାର ନାଁ ଥରୁନାହିଁ। ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 56 ହଜାର ଅତିକ୍ରମ କରିଥିବାବେଳେ ମୃତ୍ୟସଂଖ୍ୟା 1886ରେ ପହଞ୍ଚିଛି। ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ 2 ଘଣ୍ଟାରେ କରୋନା ଯୋଗୁଁ 103 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଗୋଟିଏ ଦିନରେ 1274 ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟ ହାର 3.34 ପ୍ରତିଶତ ରହିଥିବାବେଳେ ସୁସ୍ଥ ହାର 29.35 ପ୍ରତିଶତ ରହିଛି।  ଦେଶରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 56,342ରେ ପହଞ୍ଚିଛନ୍ତି।

କେଉଁ ରାଜ୍ୟରେ କେତେ ରହିଛି ମୃତ୍ୟୁ ସଂଖ୍ୟା

ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ 694ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 425, ମଧ୍ୟପ୍ରଦଶରେ 193, ରାଜସ୍ଥାନରେ 97, ଦିଲ୍ଲୀରେ 66,. ଉତ୍ତରପ୍ରଦେଶରେ 62, ଆନ୍ଧ୍ରପ୍ରଦେଶରେ 38, ପଶ୍ଚିମବଙ୍ଗରେ 151, ତାମିଲନାଡୁରେ 37, ତେଲେଙ୍ଗାନାରେ 29, କର୍ଣ୍ଣାଟକରେ 30, ପଞ୍ଜାବରେ 28, ଜମ୍ମୁକାଶ୍ମୀରରେ 9, ହରିୟାଣାରେ 7, କେରଳରେ 4, ଝାଡଖଣ୍ଡରେ 3, ବିହାରରେ 5, ଓଡ଼ିଶା ଓ ହିମାଚଳ ପ୍ରଦେଶରେ 2, ଚଣ୍ଡୀଗଡ, ଆସାମ ଓ ମେଘାଳୟରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା 38 ଲକ୍ଷ ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା ଅଢେଇ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ 212ଟି ଦେଶରେ ବ୍ୟାପିସାରିଛି। ଗତ 24 ଘଣ୍ଟା ମଧ୍ୟରେ ସାରା ବିଶ୍ବରେ 94,261ଟି ନୂଆ ମାମଲା ସାମ୍ନାକୁ ଆସିଛି। ଆମେରିକା, ଫ୍ରାନ୍ସ, ସ୍ପେନ, ଜର୍ମାନୀ, ଇଟାଲୀ ଓ ବ୍ରିଟେନ ଭଳି ଶକ୍ତିଶାଳୀ ଦେଶ କରୋନା ଭାଇରସ ଆଗରେ ପରାସ୍ତ ହୋଇଛନ୍ତି। ଏହି ମାରାତ୍ମକ ଭାଇରସ ଯୋଗୁଁ ଗୁରୁବାର ସକାଳ ସୁଦ୍ଧା  କରୋନା ଭାଇରସ 2 ଲକ୍ଷ 65 ହଜାର 84 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି 38 ଲକ୍ଷ 21 ହଜାର 668ଜଣ ଲୋକ ସଂକ୍ରମିତ ଅଛନ୍ତି। 12 ଲକ୍ଷ 99 ହଜାର 361 ଜଣ ସୁସ୍ଥ ହୋଇଥିବା ବେଳେ 22 ଲକ୍ଷ 57 ହଜାର 265 ଜଣ ସକ୍ରିୟ ଅଛନ୍ତି।

ଆମେରିକାରେ 12 ଲକ୍ଷ 63 ହଜାର 183 ଜଣ ସଂକ୍ରମିତ ଥିବା ବେଳେ 74 ହଜାର 807 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସ୍ପେନରେ 2 ଲକ୍ଷ 53 ହଜାର 682ଜଣ ସଂକ୍ରମିତ ହୋଇଥିବାବେଳେ 25 ହଜାର 857ଜଣଙ୍କ ମୃତ୍ୟୁ ହୋଇଛି। ଇଟାଲୀରେ 29 ହଜାର 684 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 2 ଲକ୍ଷ 14 ହଜାର 457ଜଣ। ବ୍ରିଟେନ୍‌ରେ 2 ଲକ୍ଷ 1 ହଜାର ଶହେ ଏକ ଜଣ ସଂକ୍ରମିତ ହୋଇଥିବାବେଳେ 30 ହଜାରରୁ ଉର୍ଦ୍ଧ୍ବରଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ଏକ ଲକ୍ଷ 74 ହଜାର 191 ଜଣ ସଂକ୍ରମିତ ହୋଇଥିବାବେଳେ 25 ହଜାର 809ଜଣଙ୍କର ମୃତ୍ୟୁ ହୋଇଛି। ଜର୍ମାନୀରେ 7275ଜଣଙ୍କ ମୃତ୍ୟୁ ହୋଇଥିବାବେଳ 1 ଲକ୍ଷ 68 ହଜାର 162ଜଣ ସଂକ୍ରମିତ ହୋଇଛନ୍ତି। ଋଷିଆରେ 1537ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 1 ଲକ୍ଷ 65 ହଜାର 929ଜଣ। ତୁର୍କୀରେ 3584ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1 ଲକ୍ଷ 31 ହଜାର 744 ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବ୍ରାଜିଲ୍‌ ଓ ଇରାନ୍‌ରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ବ୍ରାଜିଲ୍‌ରେ 8 ହାଜର 588 ଜଣଙ୍କର ମୃତ୍ୟୁ ହୋଇଛି ସେହିପରି ଇରାନ୍‌ରେ 6418ଜଣଙ୍କ ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1147ରେ ପହଞ୍ଚିଛି

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 35 ହଜାର ପାର୍‌ କରିସାରିଛି । ସ୍ବାସ୍ଥ୍ୟବିଭାଗ ମିଳିଥିବା ସୂଚନା ଅନୁସାରେ ଏବେ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 35 ହଜାର 43ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା 1,147ରେ ପହଞ୍ଚିଛି। ସେହିପରି 8 ହଜାର 889ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ ସର୍ବାଧିକ କରୋନା ରୋଗୀ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ 10 ହଜାର ପାର କରିଛି। ଏଠାରେ 10 ହଜାର 498ଟି ମାମଲା ସୃଷ୍ଟି ହୋଇଛି। ସେହିପରି 459ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି 1773ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ପରେ ଗୁଜୁରାଟରେ ଅଧିକ କରୋନା ରୋଗୀ ରହିଛନ୍ତି। ଏଠାରୁ 4395ଟି ମାମଲା ଆସିଥିବାବେଳେ 214 ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା 3500 ଡେଇଁଥିବାବେଳେ 59ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମଧ୍ୟପ୍ରଦେଶରେ 2660 ଜଣ ସଂକ୍ରମିତ ହୋଇଥିବାବେଳେ 137ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ 2584 ଜଣ ସଂକ୍ରମିତ ହୋଇଥିବାବେଳେ 58ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁରେ 2323ଜଣ ସଂକ୍ରମିତ ହୋଇଥିବାବେଳେ 27ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ଏଠାରେ 2203ଜଣ ସଂକ୍ରମିତ ହୋଇଥିବାବେଳେ 39ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶରେ 31ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ତାମିଲନାଡୁରେ 2162ଜଣ ସଂକ୍ରମିତ ରହିଥିବାବେଳେ ମୃତ୍ୟୁବରଣ କରିଛନ୍ତି 27 ଜଣ। ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2134ରେ ପହଞ୍ଚିଥିବାବେଳେ 39ଜଣଙ୍କର ଜୀବନ ଯାଇଛି।

ଏତଦ୍‌ବ୍ୟତୀତ ଆନ୍ଧ୍ରପ୍ରଦେଶରେ 1403 ଜଣ ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ବରଣ କଛନ୍ତି 31 ଜଣ।  ଆସାମରେ 42ଟି ମାମଲା ଆସିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବିହାରରେ 418ମାମଲା ଆସିଥିବାବେଳ 2 ଜଣଙ୍କର ମୃତ୍ୟୁ ହୋଇଛି। ହରିୟାଣାର 313ଜଣ ସଂକ୍ରମିତ ରହିଥିବାବେଳେ ତିନିଜଣଙ୍କର ମୃତ୍ୟୁ ହୋଇଛି। ଜମ୍ମୁକାଶ୍ମୀରରେ 614ଟି ମାମଲା ଆସିଥିବା 8 ଜଣଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକରେ 565ଟି ମାମଲା ରହିଥିବାବେଳେ 21 ଜଣଙ୍କର ମୃତ୍ୟୁ ହୋଇଛି। ମେଘାଳୟରେ 12ଟି ମାମଲା ରହିଥିବାବେଳେ ଜଣକର ମୃତ୍ୟୁ ହୋଇଛ । ହିମାଚଳ ପ୍ରଦେଶରେ 40 ଜଣ ସଂକ୍ରମିତ ରହିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। କେରଳରେ ସର୍ବପ୍ରଥମେ କରୋନା ସଂକ୍ରମିତ ରହିଥିବାବେଳେ ଏଠାରେ ଏବେ 497ଟି ମାମଲା ସାମ୍ନାକୁ ଆସିଛି । ଏଠାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।  ଓଡ଼ିଶାରେ 143ଟି ମାମଲା ଆସିଥିବାବେଳେ ଜଣକର ମୃତ୍ୟୁ ହୋଇଛି । ପଞ୍ଜାବରେ 357ଟି ମାମଲା ରହିଥିବାବେଳେ 19ଜଣଙ୍କର ମୃତ୍ୟୁ ହୋଇଛି । ତେଲେଙ୍ଗାନାରେ 1038ଟି ମାମଲା ଆସିଥିବାବେଳେ 26 ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗରେ 795ଟି କେସ୍‌ ଆସିଥିବାବେଳେ 33ଜଣଙ୍କର ମୃତ୍ୟୁ ହୋଇଛି । ଉତ୍ତରାଖଣ୍ଡରୁ 57ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ଆଣ୍ଡମାନା ନିକୋବରରୁ 33 ଜଣ ସଂକ୍ରମିତ ରହିଛନ୍ତି । ସେହିପରି ଲଦାଖରେ 22ଜଣ ସଂକ୍ରମିତ ରହିଛନ୍ତି । ମଣିପୁରେ 2 ଜଣ, ତ୍ରିପୁରାରେ 2ଜଣ ସଂକ୍ରମିତ ମିଜୋରାମରେ ଜଣେ ଓ ଗୋଆରେ 7ଜଣ ସଂକ୍ରମିତ ରହିଥିଲେ । ଏବେ ଏହି ଚାରୋଟି ରାଜ୍ୟ କରୋନା ମୁକ୍ତ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ ସଂଖ୍ୟା 775କୁ ବୃଦ୍ଧି

ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ ଦେଶରେ 1429 ଜଣ ଆକ୍ରାନ୍ତ ହୋଇଥିବାବେଳେ 57 ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 24 ହଜାର 506ଜଣ ଥିବାବେଳେ ସର୍ବମୋଟ ମୃତ୍ୟୁ ସଂଖ୍ୟା 775କୁ ବୃଦ୍ଧି ହୋଇଛି । ସେହିପରି ଚିକିତ୍ସାଧୀନ ରହିଛନ୍ତି 18 ହଜାର 668ଜଣ । ସୁସ୍ଥ ହୋଇଛନ୍ତି 5 ହାଜର 63ଜଣ । ମହାରାଷ୍ଟ୍ରରେ ସର୍ବାଧିକ 301ଜଣ ମୃତ୍ୟୁବରଣ କରିଥିବାବେଳେ ଆକ୍ରାନ୍ତ ହୋଇଛନ୍ତି 6816ଜଣ । ଗୁଜୁରାଟରେ ଦ୍ବିତୀୟ ସର୍ବାଧିକ 127ଜଣ ମୃତ୍ୟୁବରଣ କରିଥିବାବେଳେ ମଧ୍ୟପ୍ରଦେଶରେ 92, ଦିଲ୍ଲୀରେ 53ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ରାଜସ୍ଥାନରେ 32, ତାମିଲନାଡୁରେ 22, ଉତ୍ତରପ୍ରଦେଶରେ 25, ତେଲେଙ୍ଗାନାରେ 25, ଆନ୍ଧ୍ରପ୍ରଦେଶରେ 29, ପଶ୍ଚିମବଙ୍ଗରେ 18, କର୍ଣ୍ଣାଟକରେ 18,ଜମ୍ମୁକାଶ୍ମୀରରେ 5, କେରଳରେ ତିନି, ପଞ୍ଜାବରେ 17, ହରିୟାଣାରେ 3, ବିହାର, 2 ଓ ଓଡ଼ିଶା, ହିମାଚଳ ପ୍ରଦେଶ, ଆସାମ, ମେଘାଳୟରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 600 ଡେଇଁଲା

ମୁମ୍ବାଇ : ଦେଶରେ ମହାମାରୀ କରୋନା ବେଶ୍‌ ଭୟଙ୍କର ଭାବରେ ବଢି ଚାଲିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଭାରତରେ କରୋନା ଯୋଗୁଁ 19 ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବାବେଳେ 600ରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି । ତେବେ କରୋନା ଯୋଗୁଁ ମହାରାଷ୍ଟ୍ର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଏଠାରେ 5000ରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ରାଜ୍ୟରେ 251ଜଣଙ୍କର ଜୀବନ ଗଲାଣି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ସମ୍ପର୍କିତ 552ଟି ନୂତନ ମାମଲା ଆସିଥଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏହାର ପ୍ରଭାବ ବିଶେଷ ଭାବରେ ଅନୁଭୂତ ହେଉଛି । ମୁମ୍ବାଇରେ ଗତ ଚବିଶ ଘଣ୍ଟା ମଧ୍ୟରେ 419ଟି ମାମଲା ଆସିଥିବାବେଳେ 12 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମହାରାଷ୍ଟ୍ରରେ ଆଜି 19 ଜଣଙ୍କର ମୃତ୍ୟୁ ହୋଇଛି ।  ଏଥିରେ 10 ଜଣ ପୁରୁଷ ଓ 9 ଜଣ ମହିଳା ରହିଛନ୍ତି ।  ସେହିପରି ମହାରାଷ୍ଟ୍ରରେ ଆଜି 150 ଜଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମୁମ୍ବାଇ ସ୍ଥିତି ସରକାରୀ ବାସଭବନରେ ନିୟୋଜିତ ଥିବା ଦୁଇ ମହିଳା ପୋଲିସ୍‌ କର୍ମୀଙ୍କ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଏହା ପରେ ଏଠାରେ ନିୟୋଜିତ ଥିବା ଅନ୍ୟ ସମସ୍ତ 6 ପୋଲିସ୍‌ କର୍ମୀଙ୍କୁ କ୍ବାରେଣ୍ଟାଇନ୍‌କୁ ପଠାଯାଇଛି ।

ସେହିପରି ମୁମ୍ବାଇର ଧାରାବୀରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଠାରେ12 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 179ରେ ପହଞ୍ଚିଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କରୋନା ଅପଡେଟ୍‌ :  ବିଶ୍ବରେ ଏକ ଲକ୍ଷ 70 ହଜାରରୁ ଅଧିକ ମୃତ୍ୟୁ

ନୂଆଦିଲ୍ଲୀ : ଚୀନ ସହରରୁ ଆରମ୍ଭ ହୋଇଥିବା ସାରା ବିଶ୍ବରେ ବିଶ୍ବ ମହାମାରୀ ରୂପେ ମାଡ଼ି ଚାଲିଛି । ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2,481,026ର ପହଞ୍ଚିଥିବାବେଳେ 170,.423ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା 7,92,759ରେ ପହଞ୍ଚିଥିବାବେଳେ ମୃତ୍ୟୁବରଣ କରିଛନ୍ତି 42,514ଜଣ । ସେହିପରି ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ ପାର୍‌ କରିଥିବାବେଳେ ମୃତ୍ୟୁବରଣ କରିଛନ୍ତି 20,852ଜଣ । ସେହିପରି ଇଟାଲୀରେ 1,81,228ଜଣ ଆକ୍ରାନ୍ତ ରହିଥିବାବେଳେ 24,114 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଫ୍ରାନ୍ସରେ 1,55,383ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁବରଣ କରିଛନ୍ତି 20,265ଜଣ ।  ୟୁକରେ ଏହି ମହାମାରୀ ଯୋଗୁଁ 16,509 ମୃତ୍ୟୁବରଣ କରିଛନ୍ତି ।

ସେହିପରି ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  599କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 17,656ରେ ପହଞ୍ଚିଛି । ପାକିସ୍ତାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 176କୁ ବୃଦ୍ଧି ହୋଇଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକାରେ ସ୍ଥିତି ଅସମ୍ଭାଳ, ମୃତ୍ୟୁସଂଖ୍ୟା 37ହଜାର ଡେଇଁଲା

ନୂଆଦିଲ୍ଲୀ : ମହାମାରୀ କରୋନା ଏବେ ବିଶ୍ବର 210ଟି ଦେଶକୁ କବଳିତ କରିଛି ।  ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 22 ଲକ୍ଷ 50 ହଜାର 689 ରହିଥିବାବେଳେ ସୁସ୍ଥ ହେଲେଣି 5 ଲକ୍ଷ 72 ହଜାର 103 ଜଣ । ସେହିପରି ମୃତ୍ୟୁ ସଂଖ୍ୟା 1,54,126 ଜଣଙ୍କର ମୃତ୍ୟୁ ହୋଇଛି। କରୋନା ଯୋଗୁଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ଶକ୍ତିଶାଳୀ ଆମେରିକା । ଆମେରିକାଠାରେ ମୋଟ୍‌ 7,10,021 ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 37,158ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା କୋଡିଏ ହଜାର ପାର୍ କରିଛି । ପୁନର୍ବାର ଚୀନ୍‌ରେ ମୃତ୍ୟୁ ସଂଖ୍ୟା ବଢିବାରେ ଦେଖାଯାଇଛି । ମିଳିଥିବା ସୂଚନା ଅନୁସାରେ ଚୀନ୍‌ରେ ମୃତ୍ୟୁ ହାରରେ 50 ପ୍ରତିଶତ ବୃଦ୍ଧି ଘଟିଛି । ଗତକାଲି ଚୀନ୍‌ରେ 1290 ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଚୀନ୍‌ରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 4632ରେ ପହଞ୍ଚିଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

53ଟି ଦେଶରେ 3,336 ଭାରତୀୟ କରୋନାରେ ସଂକ୍ରମିତ ହୋଇଥିବାବେଳେ 25 ଜଣଙ୍କର ମୃତ୍ୟୁ ହୋଇଛି

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଯୋଗୁଁ 53ଟି ଦେଶରେ ମୋଟ୍‌ 3,336ଜଣ ଭାରତୀୟ ସଂକ୍ରମିତ ହୋଇଥିବାବେଳେ ବିଦେଶରେ 25ଜଣ ଭାରତୀୟ ମୃତ୍ୟୁ ହୋଇଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।

ବିଦେଶରେ ଫଶି ରହିଥିବା ଭାରତୀୟଙ୍କୁ ସଂଯମ ରଖିବାକୁ  କୁହାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କୁ ସ୍ବଦେଶ ଅଣାଯାଉନାହିଁ । ସେହିପରି ଭାରତରେ 55ଟି ଦେଶରେ ବାଣିଜ୍ୟିକ ଆଧାରରେ ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସି କ୍ଲରୋକୁଇନ୍‌ ଯୋଗାଇ ଦେବାର ନିଷ୍ପତ୍ତି ନେଇଛି ।

ସେହିପରି ବିଦେଶରୁ ମେଡ଼ିକାଲ ଉପକରଣ ମଗାଇଛି । ଭାରତ ଦକ୍ଷିଣ କୋରିଆ ଓ ଚୀନ୍‌ରୁ କୋଭିଡ-19 ଯାଞ୍ଚ କିଟ୍‌ ଆଣିଥିବାବେଳେ କରୋନା ମହାମାରୀ ସହ ଲଢେଇବ ପାଇଁ ଅନ୍ୟାନ୍ୟ ମେଡିକାଲ ଉପକରଣ ଜର୍ମାନୀ, ଆମେରିକା, ବ୍ରିଟେନ୍‌, ମାଲେସିଆ, ଜାପାନ ଓ ଫ୍ରାନ୍ସଆଦି ଦେଶରୁ ଆଣିବା ନେଇ ବିଚାର କରୁଛି ।

ବିଶ୍ବରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଶ୍ବରେ 21 ଲକ୍ଷ ଅଧିକରୁ ଲୋକ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 1.45 ଲକ୍ଷରୁ ଉର୍ଦ୍ଧ୍ବ ରହିଛି । ସେହିପରି 5 ଲକ୍ଷରୁ ଅଧିକ ଲୋକେ ସୁସ୍ଥ ହୋଇଛନ୍ତି । ସେହିପରି ଭାରତରେ ମଧ୍ୟ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିଛି । ଭାରତରେ 13ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବାବେଳେ 437ଜଣଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ 183 ଜଣ ସୁସ୍ଥ ହୋଇଛନ୍ତି : କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

ନୂଆଦିଲ୍ଲୀ : କରୋନା ଅପଡେଟ୍‌ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତ 24 ଘଣ୍ଟାରେ 183 ଜଣ ସୁସ୍ଥ ହୋଇଛନ୍ତି । ଦେଶର 325ଟି ଜିଲ୍ଲାରେ ଗୋଟିଏ ହେଲେ ବି କରୋନା କେସ୍‌ ନାହିଁ  ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ସେହିପରି ଏଯାବତ୍‌ ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା 414କୁ ବୃଦ୍ଧି ପାଇଛି । ଗତକାଲି ଗୋଟିଏ ଦିନରେ 37ଜଣଙ୍କର ମୃତ୍ୟୁ  ହୋଇଛି ବୋଲି ସୂଚନା ଦେଇଛନ୍ତି । ଲକ୍‌ ଡାଉନ୍‌ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଘରୁ ବାହାରିବା ମାତ୍ରେ ସମେସ୍ତ ମୁହଁରେ ମାସ୍କ ପିନ୍ଧିବା ଜରୁରୀ । ସାମାଜିକ ଦୂରତ୍ବ ବଜାୟ ସହ ଏକ ଜାଗାରେ 5ରୁ ଅଧିକ ଏକତ୍ର ହେବେନି । ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ କଡା ବାରଣ କରାଯାଇଛି । ସେହିପରି ମଦ, ତମାଖୁ, ଗୁଟ୍‌ଖା ବିକ୍ରିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସେହିପରି କର୍ମସ୍ଥଳୀରେ ସାନିଟାଇଜର୍‌, ଥର୍ମାଲ୍‌ ସ୍କ୍ରିନିଂ ବ୍ୟବହାର ଜରୁରୀ ବୋଲି କୁହାଯାଇଛି ।

ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ଟେଷ୍ଟ ରାପିଡ୍‌ କିଟ୍‌ରେ ହେବ ବୋଲି ସୂଚନା ରହିଛି । ସେହିପରି ହଟ୍‌ସ୍ପଟ୍‌ ଜିଲ୍ଲାମାନଙ୍କରେ କାହାର ଲକ୍ଷଣ ଦେଖାଗଲେ ରାପିଡ୍‌ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁସଂଖ୍ୟା 400 ଟପିଲା

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଅଣାୟତ୍ତ ରହିଥିବାବେଳେ ଭାରତରେ ମଧ୍ୟ କାୟା ବିସ୍ତାର କରି ଚାଲିଛି । ଏଯାବତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା 414କୁ ବୃଦ୍ଧି ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଖ୍ୟା 12 ହଜାର 380 ରହିଥିବାବେଳେ ଚିକିତ୍ସାଧୀନରେ ଅଛନ୍ତି 10,477 । ସେହିପରି ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେଣି 1489ଜଣ । ମହାରାଷ୍ଟ୍ରରେ ସର୍ବାଧିକ 187ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ 53ଜଣ, ଗୁଜୁରାଟରେ 33, ଦିଲ୍ଲୀରେ 32, ତେଲେଙ୍ଗାନାରେ 18, ଆନ୍ଧ୍ର ଓ ତାମିଲନାଡୁରେ 14 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଆମେରିକାରେ ରେକର୍ଡ ଭାଙ୍ଗୁଛି କରୋନା ଜନିତ ମୃତ୍ୟୁ, ଗତ 24 ଘଣ୍ଟାରେ 2400ରୁ ଅଧିକଙ୍କ ଜୀବନ ଗଲା

ନୂଆଦିଲ୍ଲୀ : ଚୀନରୁ ସୃଷ୍ଟି ହୋଇଥିବା ଏହି କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିଛି। ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ଆଜି ଏହି ଭାଇରସ ପାଇଁ ଭୀତତ୍ରସ୍ତ । ଗତ ଚବିଶ ଘଣ୍ଟାରେ ଆମେରିକାରେ ପ୍ରାୟ 2500 ଲୋକ ମୃତ୍ୟୁବରଣ କରିଥିବାର ଜଣାପଡିଛି । ଦେଶରେ ମୃତ୍ୟୁସଂଖ୍ୟା  28 ହଜାର 529ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 6,44,089 ଛୁଇଁଛି । କରୋନା ଯୋଗୁ ଆମେରିକାର ନ୍ୟୁୟର୍କ ସିଟି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ 786 ଜଣ ପ୍ରାଣ ହରାଇଛନ୍ତି।  ନ୍ୟୁୟର୍କ ପରେ ନ୍ୟୁର୍ଜସି, ମିଚଗାନ୍‌, କାଲିଫର୍ଣ୍ଣିଆ, ଫ୍ଲୋରିଡା, ଲୋଉସିଆନ୍‌, ଟେକ୍ସାସ, ଜର୍ଜିଆ, ଓ୍ବାଶିଂଟନ୍‌ ଓ ଇଣ୍ଡିଆନା ଭଳି ସ୍ଥାନରେ ମଧ୍ୟ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି ।

ସେହିପରି ସାରା ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ 34 ହଜାର 615ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2,083,304 ରହିଛି । ସେହିପରି ସୁସ୍ଥ ହୋଇଛନ୍ତି 510,341 ଜଣ ।

ବିଶ୍ବର ଅନ୍ୟ ରାଷ୍ଟ୍ରରେ କିପରି ରହିଛି କରୋନା ସ୍ଥିତି :