ଆଜି ଭୁବନେଶ୍ବରରୁ ଦୁଇ ପଜିଟିଭ୍‌ ଚିହ୍ନଟ : ଆପୋଲ ହସ୍ପିଟାଲର ଜଣେ ମହିଳା କର୍ମଚାରୀଙ୍କୁ କରୋନା

Published: Jun 12, 2020, 1:37 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଦୁଇ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ହସ୍ପିଟାଲର କର୍ମଚାରୀ  ରହିଛନ୍ତି । ଆପୋଲ ହସ୍ପିଟାଲର ଜଣେ ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ସମ୍ପୃକ୍ତ ମହିଳାଙ୍କ ବୟସ 46 ବର୍ଷ ହୋଇଥିବାବେଳେ  ଏହି ମହିଳାଙ୍କ ଘର ଗାଡକଣ ଅଞ୍ଚଳରେ ବୋଲି ଜଣାପଡିଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିବା ନେଇ ବିଏମ୍‌ସି ସୂଚନା ଦେଇଛି । ଏହି ଆକ୍ରାନ୍ତଙ୍କ ବୟସ 30 ବର୍ଷ ହୋଇଥିବାବେଳେ ସେ ନୟାପଲ୍ଲୀ ଅଞ୍ଚଳରେ ରହୁଥିଲେ । ତେବେ ଏହି ଆକ୍ରାନ୍ତଙ୍କ ପରିବାରରେ ଜଣେ ସଦସ୍ୟ ପଜିଟିଭ ରହିଥିଲେ । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 103କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 59 ଜଣ । ସେହିପରି ଭୁବନେଶ୍ବରରେ ତିନିଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 40 ରହିଛି ।

 

Related posts