ଗତ 24 ଘଣ୍ଟାରେ 183 ଜଣ ସୁସ୍ଥ ହୋଇଛନ୍ତି : କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

Published: Apr 16, 2020, 6:31 pm IST

ନୂଆଦିଲ୍ଲୀ : କରୋନା ଅପଡେଟ୍‌ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତ 24 ଘଣ୍ଟାରେ 183 ଜଣ ସୁସ୍ଥ ହୋଇଛନ୍ତି । ଦେଶର 325ଟି ଜିଲ୍ଲାରେ ଗୋଟିଏ ହେଲେ ବି କରୋନା କେସ୍‌ ନାହିଁ  ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ସେହିପରି ଏଯାବତ୍‌ ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା 414କୁ ବୃଦ୍ଧି ପାଇଛି । ଗତକାଲି ଗୋଟିଏ ଦିନରେ 37ଜଣଙ୍କର ମୃତ୍ୟୁ  ହୋଇଛି ବୋଲି ସୂଚନା ଦେଇଛନ୍ତି । ଲକ୍‌ ଡାଉନ୍‌ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଘରୁ ବାହାରିବା ମାତ୍ରେ ସମେସ୍ତ ମୁହଁରେ ମାସ୍କ ପିନ୍ଧିବା ଜରୁରୀ । ସାମାଜିକ ଦୂରତ୍ବ ବଜାୟ ସହ ଏକ ଜାଗାରେ 5ରୁ ଅଧିକ ଏକତ୍ର ହେବେନି । ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ କଡା ବାରଣ କରାଯାଇଛି । ସେହିପରି ମଦ, ତମାଖୁ, ଗୁଟ୍‌ଖା ବିକ୍ରିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସେହିପରି କର୍ମସ୍ଥଳୀରେ ସାନିଟାଇଜର୍‌, ଥର୍ମାଲ୍‌ ସ୍କ୍ରିନିଂ ବ୍ୟବହାର ଜରୁରୀ ବୋଲି କୁହାଯାଇଛି ।

ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ଟେଷ୍ଟ ରାପିଡ୍‌ କିଟ୍‌ରେ ହେବ ବୋଲି ସୂଚନା ରହିଛି । ସେହିପରି ହଟ୍‌ସ୍ପଟ୍‌ ଜିଲ୍ଲାମାନଙ୍କରେ କାହାର ଲକ୍ଷଣ ଦେଖାଗଲେ ରାପିଡ୍‌ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି । (ଏଜେନ୍ସି)

Related posts