ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1800 ଟପିଲା

Published: May 8, 2020, 10:39 am IST

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। ଲକଡାଉନ୍‌, କର୍ଫ୍ୟୁ ଓ କଟକଣା ସତ୍ତ୍ବେ କରନୋ ଥମିବାର ନାଁ ଥରୁନାହିଁ। ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 56 ହଜାର ଅତିକ୍ରମ କରିଥିବାବେଳେ ମୃତ୍ୟସଂଖ୍ୟା 1886ରେ ପହଞ୍ଚିଛି। ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ 2 ଘଣ୍ଟାରେ କରୋନା ଯୋଗୁଁ 103 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଗୋଟିଏ ଦିନରେ 1274 ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟ ହାର 3.34 ପ୍ରତିଶତ ରହିଥିବାବେଳେ ସୁସ୍ଥ ହାର 29.35 ପ୍ରତିଶତ ରହିଛି।  ଦେଶରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 56,342ରେ ପହଞ୍ଚିଛନ୍ତି।

କେଉଁ ରାଜ୍ୟରେ କେତେ ରହିଛି ମୃତ୍ୟୁ ସଂଖ୍ୟା

ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ 694ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 425, ମଧ୍ୟପ୍ରଦଶରେ 193, ରାଜସ୍ଥାନରେ 97, ଦିଲ୍ଲୀରେ 66,. ଉତ୍ତରପ୍ରଦେଶରେ 62, ଆନ୍ଧ୍ରପ୍ରଦେଶରେ 38, ପଶ୍ଚିମବଙ୍ଗରେ 151, ତାମିଲନାଡୁରେ 37, ତେଲେଙ୍ଗାନାରେ 29, କର୍ଣ୍ଣାଟକରେ 30, ପଞ୍ଜାବରେ 28, ଜମ୍ମୁକାଶ୍ମୀରରେ 9, ହରିୟାଣାରେ 7, କେରଳରେ 4, ଝାଡଖଣ୍ଡରେ 3, ବିହାରରେ 5, ଓଡ଼ିଶା ଓ ହିମାଚଳ ପ୍ରଦେଶରେ 2, ଚଣ୍ଡୀଗଡ, ଆସାମ ଓ ମେଘାଳୟରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। (ଏଜେନ୍ସି)

Related posts