Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁରର କରୋନା ଅପଡେଟ୍: ପଠାଯାଇଥିବା ସମସ୍ତ ନମୁନା ରିପୋର୍ଟ ନେଗେଟିଭ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରରେ କରୋନା ସଙ୍କ୍ରମଣ ନେଇ ସଂଗୃହୀତ ବ୍ୟକ୍ତିଙ୍କ ନମୁନା ରିପୋର୍ଟ ପ୍ରକାଶ ପାଇଛି। ସମସ୍ତ ୧୫ ଜଣ ବ୍ୟକ୍ତିଙ୍କର ନମୁନା ପରୀକ୍ଷଣ ପାଇଁ ନିଆଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ୫୦ନମ୍ବର ଆକ୍ରାନ୍ତ ଜଣକ ମାର୍ଚ୍ଚ ୧୮-୨୦ ମଧ୍ୟରେ ଖୋର୍ଦ୍ଧାର ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡରେ ଅବସ୍ଥାନ କରିଥିଲେ। ଏହାପରେ କଣ୍ଟାକ୍ଟ ଟ୍ରେସିଂ କରାଯାଇ ୧୫ ଜଣଙ୍କର ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା। ବୁଧବାର ରିପୋର୍ଟ ଆସିବା ସହିତ ଏହା ନେଗେଟିଭ୍‌ ରହିଥିବା ଜଣାପଡିଛି। ଏହା ସହିତ ଉଭୟ ଚିଲିକା ବ୍ଲକ ଏବଂ ବାଣପୁର ବ୍ଲକ ପାଇଁ ନମୁନା ସଂଗ୍ରହ ନିମନ୍ତେ ବାଣପୁରରେ ଏକ କେନ୍ଦ୍ର ସ୍ଥାପନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ ସଂଖ୍ୟା 377ରେ ପହଞ୍ଚିଲା, ଆକ୍ରାନ୍ତଙ୍କ ସଂଖ୍ୟା ଏଗାର ହଜାର ପାର୍‌

ନୂଆଦିଲ୍ଲୀ : ବିଶ୍ବରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଥିବାବେଳେ ଭାରତରେ ମଧ୍ୟ ସ୍ଥିତି ସଙ୍ଗୀନ୍‌ ରହିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏପର୍ଯ୍ୟନ୍ତ 10815 ଜଣ ଆକ୍ରାନ୍ତ ହୋଇଥିବାବେଳେ 353ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 1190 ଜଣ ସୁସ୍ଥ ହୋଇଛନ୍ତି । ସବୁଠୁାର ଅଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଆସିଛି ।

ରାଜ୍ୟମାନଙ୍କ ଦୃଷ୍ଟିରେ ଦେଖିଲେ ସର୍ବାଧିକ କରୋନା ଆକ୍ରାନ୍ତ ଓ ମୃତ୍ୟୁ ମହାରାଷ୍ଟ୍ରରେ ହିଁ ହୋଇଛି । ଏଠାରେ 2337 ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 229 ଜଣ ଓ ମୃତ୍ୟୁ ବରଣ କରିଛନ୍ତି 160 ଜଣ । ସେହିପରି ଭାରତର ରାଜଧାନୀ ଦିଲ୍ଲୀରେ ମଧ୍ୟ 1500ରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 28 ଜଣ । ଭାରତର ଅଧିକ କରୋନା ସଂକ୍ରମିତ ରାଜ୍ୟଙ୍କ ମଧ୍ୟରେ ମହାରାଷ୍ଟ୍ର ଓ ଦିଲ୍ଲୀଙ୍କ ସମେତ ତାମିଲନାଡୁ, ରାଜସ୍ଥାନ,ତେଲେଙ୍ଗାନା, ଗୁଜୁରାଟ ଓ ମଧ୍ୟପ୍ରଦେଶ ରହିଛନ୍ତି । ଏହି ସମସ୍ତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 500ରୁ ଉର୍ଦ୍ଧ୍ବ ରହିଥିବାବେଳେ ମୃତ୍ୟ ସଂଖ୍ୟା ଦୁଇ ଅଙ୍କ ପାର କରିଛି । ମେଘାଳୟ ଓ ନାଗାଲାଣ୍ଡରେ ମଧ୍ୟ କରୋନା ଜଣେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କିପରି ରହିଛି ସ୍ଥିତି :

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କାୟା ମେଲାଉଛି କରୋନା, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 10ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମେଲାଇ ଚାଲିଛି । ବିଶେଷ କରି ମହାରାଷ୍ଟ୍ରରେ ଏହା ଚିନ୍ତା ବଢାଇଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା 23ଶହକୁ ଟପିଥିବାର ଜଣାପଡିଛି । ସେହିପରି ଏଠାରେ ମୃତ୍ୟୁ ସଂଖ୍ୟା 160ରେ ପହଞ୍ଚିଛି । ସେହିପରି ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ 15ଶହ ଟପିଛି । ଏଠାରେ ମୃତ୍ୟୁ ସଂଖ୍ୟା 28ରେ ପହଞ୍ଚିଲାଣି । ଗତକାଲି ନାଗାଲାଣ୍ଡରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ମେଘାଳୟରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଦେଶରେ କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି :

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନ ଅପଡେଟ୍‌ : ଆକ୍ରାନ୍ତଙ୍କ ସଂଖ୍ୟା 19 ଲକ୍ଷ ଟପିଲା, ଫ୍ରାନ୍ସରେ ମେ 11 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଅବଧି ବଢିଲା

ନୂଆଦିଲ୍ଲୀ : ବିଶ୍ବର 210ଟି ଦେଶରେ କାୟା ବିସ୍ତାର କରି ଚିନ୍ତା ବଢାଇଛି କରୋନା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 19 ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 1ଲକ୍ଷ 19 ହଜାର 691ରେ ପହଞ୍ଚିଛି । ଚୀନ୍‌ରୁ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ ଆମେରିକାରେ ପ୍ରବଳ ମାତ୍ରାରେ ବ୍ୟାପି ଚାଲିଛି । ଆମେରିକାରେ ସର୍ବାଧିକ ମୃତ୍ୟୁ 23,640ରେ ପହଞ୍ଚିଥିବାବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 86 ହଜାର 941ରେ ପହଞ୍ଚିଛି । ସେହିପରି ଇଟାଲୀ, ଫ୍ରାନ୍ସ, ୟୁକେ, ଜର୍ମାନୀ, ଇରାନ୍‌, ସ୍ପେନ୍‌ ଆଦି ରାଷ୍ଟ୍ରଗୁଡିକର ମଧ୍ୟ କରୋନା ଯୋଗୁଁ ସ୍ଥିତି ସଙ୍ଗୀନ୍‌ ହୋଇପଡିଛି । କରୋନା ଯୋଗୁଁ ଫ୍ରାନ୍ସରେ ଲକ୍‌ ଡାଉନର ଅବଧିକୁ ମେ 11 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ କହିଛନ୍ତି ।

କରେନା ଅପଡେଟ୍‌ :

 

Categories
ଜାତୀୟ ଖବର ବିଶେଷ ଖବର

କରୋନା ଆକ୍ରାନ୍ତଙ୍କ ଲାଇଭ ଟ୍ରାକରେ ନିଆଯାଉଛି ତଥ୍ୟ , ଜାଣନ୍ତୁ କଣ ରହିଛି କୋଭିଡ-19 ସମ୍ପର୍କରେ ତାଜା ସୂଚନା

ନୂଆଦିଲ୍ଲୀ, ଦେଶରେ କୋଭିଡ-19 ବିରୋଧରେ ଜାରି ରହିଥିବା ସମୂହ ସଂଗ୍ରାମରେ, ଭାରତ ସରକାର ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ମିଶି ଏହାର ପ୍ରତିକାର, ନିୟନ୍ତ୍ରଣ ତଥା କୋଭିଡ-19 ସଂକ୍ରମଣର ପରିଚାଳନା ସକାଶେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସର୍ବୋଚ୍ଚ ସରକାରୀ ସ୍ତରରେ ଏହାକୁ ନିୟମିତ ଭାବେ ସମୀକ୍ଷା କରାଯିବା ସହ ତଦାରଖ କରାଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏହି ପ୍ରସଙ୍ଗରେ ସିଏସଆଇଆର (କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଏଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ)ର କୋଭିଡ-19 ମହାମାରୀ ନିୟନ୍ତ୍ରଣ ସଂପର୍କୀତ ଗବେଷଣାର ପ୍ରଗତି ସଂପର୍କରେ ଏହାର ମହାନିର୍ଦ୍ଦେଶକ, ସିଏସଆଇଆର ଓ ଏହାର 38ଟି ସିଏସଆଇଆର ନିର୍ଦ୍ଦେଶକମାନଙ୍କ ସହ ସମୀକ୍ଷା କରିଛନ୍ତି ।

ସିଏସଆଇଆର ବିଜ୍ଞାନାଗାର ଅନ୍ୟ ଘରୋଇ ଶିଳ୍ପସଂସ୍ଥା, ସରକାରୀ ସଂସ୍ଥା, ଏମଏସଏମଇ, ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟଙ୍କ ସହ ଘନିଷ୍ଠ ସହଭାଗୀତାରେ ଏବେ କାର୍ଯ୍ୟରତ ରହି ପାଞ୍ଚଟି ଭର୍ଟିକାଲକୁ ଚିହ୍ନଟ କରିପାରିଛି । ସେଗୁଡ଼ିକ ହେଲା:

– ଡ଼ିଜିଟାଲ ଏବଂ ମଲିକୁଲାର ସତର୍କତା

-ନୂତନ ଓ ସୁଲଭ ପରୀକ୍ଷଣ

-ନୂତନ ଔଷଧ/ ଔଷଧର ପରୀକ୍ଷାମୂଳକ ପ୍ରୟୋଗ ଏବଂ ସଂପର୍କୀତ ଉତ୍ପାଦନ ପ୍ରକ୍ରିୟା

–ହସପିଟାଲ ସହାୟକଯୋଗ୍ୟ ଉପକରଣ ଏବଂ ପିପିଇ; ଏବଂ

– ଯୋଗାଣ ଚେନ୍‌ ଓ ଲଜିଷ୍ଟିକ୍ସ ସହାୟତା ବ୍ୟବସ୍ଥାର ବିକାଶ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବେ ସମସ୍ତ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାରକରି କୋଭିଡ-19କୁ ଜିଲ୍ଲା ପ୍ରଶାସନ ସ୍ତରରୁ ସେଥିରୁ କେତେ ସୁଫଳ ମିଳିପାରୁଛି ତାହା ଲକ୍ଷ୍ୟ କରୁଛନ୍ତି । ଆକ୍ରାନ୍ତ ଲାଇଭ୍‌ ଟ୍ରାକ୍‌, ଚିକିତ୍ସା ପରିଚାଳନା ଏବଂ କଣ୍ଟେନମେଣ୍ଟ ଯୋଜନାର ପ୍ରବର୍ତ୍ତନ ମଧ୍ୟ ପ୍ରଯୁକ୍ତିର ଉପଯୁକ୍ତ ପ୍ରୟୋଗ ମାଧ୍ୟମରେ ସଂପାଦନ କରାଯାଉଛି । ନିଶ୍ଚିତ ପଜିଟିଭ୍‌  ମାମଲାର ଜିଆଇଏସ ମ୍ୟାପିଂ, ସକ୍ରିୟ ହସ୍ତକ୍ଷେପ, ଉତ୍ତାପ ମ୍ୟାପିଂ ବ୍ୟବହାର ଓ ଆକଳନ ତଥ୍ୟାବଳୀର ବିଶ୍ଳେଷଣ ଆଦି ବ୍ୟବହାର କରାଯାଇ କଣ୍ଟେନମେଣ୍ଟ ଯୋଜନା ପ୍ରବର୍ତ୍ତନକୁ ମନିଟର କରାଯାଉଛି । ଏଭଳି ପ୍ରଯୁକ୍ତି ସହାୟତା ବେଙ୍ଗାଲୁରୁ ୱାର୍‌ ରୁମ ଦ୍ୱାରା ସଫଳତାର ସହ ପ୍ରବର୍ତ୍ତନ କରାଯାଉଛି।

ସମନ୍ୱିତ କମାଣ୍ଡ ଏବଂ କଣ୍ଟ୍ରୋଲ କେନ୍ଦ୍ରଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ତଥା ସମର୍ପିତ ଭାବେ ରାପିଡ଼ ରେସପନ୍ସ ଟିମ୍‌ (ଆରଆରଟି)ର ଉପଯୋଗ କରାଯିବା ଦ୍ୱାରା ଏହା କ୍ଷେତ୍ର ସ୍କ୍ରିନିଂ, ଆମ୍ବୁଲାନ୍ସ ଯୋଗାଣ, କ୍ୱାରାଣ୍ଟାଇନ୍‌ ପରିଚାଳନା ଆଦି କାର୍ଯ୍ୟ ସୁଚାରୁରୂପେ ସଂପାଦନ କରାଯାଇପାରୁଛି । କେତେକ ଜିଲ୍ଲା ମମଧ୍ୟ ରିମୋଟ ଡିଜିଟାଲ ମେଡ଼ିକାଲ ପରାମର୍ଶ ବ୍ୟବସ୍ଥାକୁ ଆପଣାଇଛନ୍ତି ଯଦ୍ୱାରା ସେମାନେ ସ୍ଥାନୀୟ ମେଡ଼ିକାଲ ଷ୍ଟୋର ସହ ଯୋଗାଯୋଗରେ ରହିଛନ୍ତି ।

ଏଭଳି କାର୍ଯ୍ୟ ଯୋଜନା ପ୍ରବର୍ତ୍ତନ ଦ୍ୱାରା ପ୍ରଶଂସନୀୟ ସୁଫଳ ମିଳିବା ଆରମ୍ଭ କରିଛି । 15ଟି ରାଜ୍ୟର 25ଟି ଜିଲ୍ଲାରେ ଏହି ସୁଫଳ ଯେଉଁଠାରେ କି ପୂର୍ବରୁ ଏଭଳି କେଶ୍‌ ପରିଲକ୍ଷିତ ହୋଇଥିଲା ସେଠାରେ ଏହା ଫଳପ୍ରସୂ ସାବ୍ୟସ୍ତ ହୋଇଛି । ଗତ 14 ଦିନ ଧରି ସେହିସବୁ ଜିଲ୍ଲାରୁ ଗୋଟିଏ ହେଲେ ନୂଆ କରୋନା ପଜିଟିଭ୍‌ କେଶ୍‌ ଘଟିଥିବା ଜଣାପଡ଼ିନାହିଁ ଓ ସେଠାରେ ନିରବଚ୍ଛିନ୍ନ ଭାବେ ତୀକ୍ଷ୍ଣ ନଜର ରଖାଯାଇଛି ଯଦ୍ୱାରା ସେଠାରେ ଆଉ ନୂଆ କୌଣସି ସଂକ୍ରମଣ ମାମଲା ନଜରକୁ ଆସିବନାହିଁ ।

ସେହିସବୁ ଜିଲ୍ଲାଗୁଡ଼ିକ ହେଲା: ଗୋନ୍ଦିଆ (ମହାରାଷ୍ଟ୍ର), ରାଜ ନନ୍ଦଗାଓଁ, ଦୁର୍ଗ, ବିଳାଶପୁର (ଛତିଶଗଡ଼), ଦଭନଗିରି, କୋଡ଼ାଗୁ, ତୁମକୁରୁ, ଉଡ଼ିପି (କର୍ଣ୍ଣାଟକ),  ଦକ୍ଷିଣ ଗୋଆ (ଗୋଆ), ୱାୟାନାଡ଼ ଓ କୋଟ୍ଟାୟାମ (କେରଳ), ପଶ୍ଚମ ଇମ୍ଫାଲ (ମଣିପୁର), ରାଜୌରୀ (ଜମ୍ମୁ ଓ କଶ୍ମୀର), ଆଇଜଲ ପଶ୍ଚିମ (ମିଜୋରାମ), ମାହେ (ପୁଡ଼ୁଚେରୀ), ଏସବିଏସ ନଗର (ପଞ୍ଜାବ), ପାଟନା, ନାଳନ୍ଦା ଓ ମୁଙ୍ଗେର (ବିହାର), ପ୍ରତାପଗଡ଼ (ରାଜସ୍ଥାନ), ପାନିପତ, ରୋହତକ, ଶୀର୍ଷା (ହରିଆଣା), ପୌରୀ ଗଡ଼ୱାଲ (ଉତ୍ତରାଖଣ୍ଡ), ଭଦ୍ରାଦରୀ କୋଠଗୁଡ଼େମ (ତେଲଙ୍ଗାନା) ।

ଅପ୍ରେଲ 10 ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜରେ 30 କୋଟିରୁ ଅଧିକ ଗରିବ ଲୋକଙ୍କୁ ମୋଟ 28,256 କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ଯଦ୍ୱାରା କୋଭିଡ-19 ମହାମାରୀ ଯୋଗୁ ଏବେ ଜାରି କରାଯାଇଥିବା ଲକଡାଉନର ପ୍ରଭାବରୁ ସେମାନେ ନିଜକୁ ମୁକ୍ତ ରଖିପାରିଛନ୍ତି । ଏହାର ବିସ୍ତୃତ ବିବରଣୀ ନିମ୍ନରେ ପ୍ରଦାନ କରାଗଲା:

-19.86 କୋଟି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ସାମିଲ ମହିଳା ଜମାଖାତାଧାରୀଙ୍କୁ 9930 କୋଟି ଟଙ୍କା ପ୍ରଦାନ;

-ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ 6.93 କୋଟି କୃଷକଙ୍କୁ 13,855 କୋଟି ଟଙ୍କାର ଯୋଗାଣ;

– 2.82 କୋଟି ବିଧବା, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କୁ 1405 କୋଟି ଟଙ୍କା ପ୍ରଦାନ;

– 2.16 କୋଟି ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ର ଶ୍ରମିକଙ୍କୁ 3066 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ।

ବରିଷ୍ଠ ନାଗରିକମାନଙ୍କ ସକାଶେ “ଆରୋଗ୍ୟ ସେତୁ”, ମୋବାଇଲ୍‌ ଆପ୍ଲିକେଶନ ଯାହାକି ସେମାନେ ଯେଭଳି କରୋନା ଭୂତାଣୁ ସଂକ୍ରମଣର ଶିକାର ନହେବେ ସେଭଳି ରିସ୍କରୁ ସେମାନଙ୍କୁ ମୁକ୍ତ ରଖାଯାଇ ପାରିବ ସେହିଭଳି ଭାବେ 11ଟି ଭାଷାରେ ଡିଜାଇନ୍‌ କରାଯାଇଛି। ଏପର୍ଯ୍ୟନ୍ତ ତାହା 3.5 କୋଟି ଥର ଡାଉନଲୋଡ଼ ହୋଇସାରିଛି ।  ଏହାର ବିଭିନ୍ନ ବୈଶିଷ୍ଟ୍ୟ ଯଥା, ରିସ୍କ ଆକଳନ, ଅତ୍ୟାଧୁନିକ ପ୍ରଯୁକ୍ତି ଯଥା ବ୍ଲୁ ଟୁଥ୍‌ ପ୍ରଯୁକ୍ତି, ଆଲଗୋରିଥମ୍‌ ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ମାଧ୍ୟମରେ ହିସାବ ଦ୍ୱାରା ସଂଯୋଗ ଟ୍ରେସିଂ ଓ ଚତୁଃପାଶ୍ୱର୍ରେ କୋଭିଡ ରିସ୍କକୁ ପ୍ରତିହତ କରାଯାଇପାରୁଛି।

ରାଜ୍ୟ ଗ୍ରାମୀଣ ଜୀବନଜୀବିକା ମିଶନ (ଏସଆରଏଲଏମ) ଅଧୀନରେ 27ଟି ରାଜ୍ୟରେ 78,373ଟି ଏସଏଚଜି ଦ୍ୱାରା ମୋଟ 1.96 କୋଟି ମାସ୍କ ଉତ୍ପାଦନ କରାଯାଇଛି । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ସ୍ୱେଚ୍ଛାସେବୀ କ୍ୟାଡ଼େଟମାନେ “ଏନସିସି ଯୋଗଦାନ ଅଭ୍ୟାସ” ଅଧୀନରେ ସିଭିଲ ପ୍ରଶାସନକୁ ସହାୟତା ଯୋଗାଇ ଦେଉଛନ୍ତି । କୋଭିଡ-19 ମହାମାରୀ ବିରୋଧରେ ଲଢ଼େଇ ସକାଶେ 50 ହଜାରରୁ ଅଧିକ ବ୍ୟକ୍ତି ସ୍ୱେଚ୍ଛାସେବୀ ଭାବେ ସେମାନଙ୍କର ସହଯୋଗ ଯୋଗାଇବାକୁ ଆଗେଇ ଆସିଛନ୍ତି।

ଗତକାଲି ଠାରୁ କରୋନା ଭୂତାଣୁ ସଂକ୍ରମଣଙ୍କ ସଂଖ୍ୟାରେ 796 ଜଣ ନୂଆ ପଜିଟିଭ ରୋଗୀ ସାମିଲ ହୋଇଛନ୍ତି। ଫଳରେ ଦେଶରେ ମୋଟ ପ୍ରମାଣିତ କୋଭିଡ-19 ଆକ୍ରାନ୍ତଙ୍କ ସଂଖ୍ୟା 9152ରେ ପହଞ୍ଚିଛି। ଏବେସୁଦ୍ଧା 857 ଜଣ ଆକ୍ରାନ୍ତ ସଂପୂର୍ଣ୍ଣ ରୂପେ ଆରୋଗ୍ୟ ହୋଇଛନ୍ତି ଅବା ସୁସ୍ଥ ହେବାପରେ ଡାକ୍ତରଖାନାରୁ ଡ଼ିସଚାର୍ଜ ହୋଇଛନ୍ତି ଏବଂ ଆଜିସୁଦ୍ଧା କରୋନା ସଂକ୍ରମଣରେ ଦେଶରେ 308 ଜଣଙ୍କର ମୃତ୍ୟୁ ଘଟିଛି ।

 

Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇର ଧାରାବୀରୁ ପୁଣି ଆସିଲା 15ଟି ନୂଆ ମାମଲା, ଘର ଘର ବୁଲି କରାଯାଉଛି ସ୍କ୍ରିନିଂ

 

ମୁମ୍ବାଇ : ମୁମ୍ବାଇର ଧାରାବୀ ଅଞ୍ଚଳରେ କରୋନା ଜନିତ 15ଟି ନୂଆ ମାମଲା ସାମ୍ନାକୁ ଆସିଛି । ଧାରାବୀରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ ଜନିତ 43ଟି ମାମଲା ସାମ୍ନାକୁ ଆସିଛି। ଏଥିରୁ 4 ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର ସବୁଠୁ ଅଧିକ ଲୋକ ଏହି ଧାରାବୀ ବସ୍ତି ଅଞ୍ଚଳରେ ରହିଥା’ନ୍ତି । ଏସିଆର ସର୍ବବୃହତ ବସ୍ତି ଭାବେ ଧାରାବୀରେ ମୋଟ 15ଲକ୍ଷ ଲୋକ ଏଠାରେ ବାସ କରନ୍ତି । ସେହିପରି ଦେଶର ସର୍ବାଧିକ କରୋନା ସଂକ୍ରମିତ ଓ ମୃତ୍ୟୁ ମହାରାଷ୍ଟ୍ରରେ ହିଁ ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା 127ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 1700 ଟପିସାରିଛି ।

ମୁମ୍ବାଇର ଏହି ଧାରାବୀ ଅଞ୍ଚଳରେ ଶନିବାର ଠାରୁ ସ୍କ୍ରିନିଂ ଆରମ୍ଭ କରାଯାଇଛି । ଏହି ଅଞ୍ଚଳରେ ବିଏମ୍‌ସି ଘର ଘର ବୁଲି ସ୍କ୍ରିନିଂ କରୁଛି । ସେହିପରି ଏହି ଅଞ୍ଚଳରେ ରହିଥିବା ଲୋକଙ୍କ ମଧ୍ୟରେ ଯଦି କେହି ଥଣ୍ଡା, କାଶ, ଜ୍ବର ବା କଫର ରୋଗୀ ରହିଛନ୍ତି ତାଙ୍କ ଯାତ୍ରାର ବିବରଣୀ ସହ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ସମ୍ପର୍କରେ ଅନୁସନ୍ଧାନ କରାଯାଇ ଯାଞ୍ଚ କରାଯାଉଛି ।

ମୁମ୍ବାଇରେ କରୋନା ସ୍ଥିତି ବେଶ୍‌ ଗମ୍ଭୀର ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଲକ୍ ଡାଉନ୍‌ର ଅବଧି ଏପ୍ରିଲ୍‌ 30 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 7000 ଟପିଲା, 24 ଘଣ୍ଟାରେ 40 ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଚୀନ୍‌ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଏବେ ବିଶ୍ବ ମହାମାରୀର ରୂପ ନେଇଛି। ବିଶ୍ବର 210ଟି ରାଷ୍ଟ୍ର ଏବେ କରୋନା କବଳରେ କବଳିତ। ଦେଶରେ କରୋନା ସହ ମୁକାବିଲା କରିବା ପାଇଁ ଲକ୍‌ଡାଉନ୍‌କୁ କାର୍ଯ୍ୟକାରୀ କରାଯାଇଛି। ଆଜି 18 ଦିନ ହେବ ଦେଶ ଲକ୍‌ ଡାଉନ୍‌ରେ ରହିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଦେଶରେ ସର୍ବମୋଟ 7447 ଜଣ ସଂକ୍ରମିତ ହୋଇଥିବାବେଳେ 239ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 643ଜଣ। ଦେଶରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ମହାରାଷ୍ଟ୍ରରେ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା 1800 ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 110ରେ ପହଞ୍ଚିଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ 110 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 19, ମଧ୍ୟପ୍ରଦେଶରେ 33, ପଞ୍ଜାବରେ 11, ଦିଲ୍ଲୀରେ 13, ତାମିଲନାଡୁରେ 8, ତେଲେଙ୍ଗାନାରେ 7, ଆନ୍ଧ୍ରପ୍ରଦେଶରେ 6, କର୍ଣ୍ଣାଟକରେ 6, ପଶ୍ଚିମବଙ୍ଗରେ 5, ଜମ୍ମୁ-କାଶ୍ମୀରରେ 4, ଉତ୍ତରପ୍ରଦେଶରେ 4, ହରିୟାଣାରେ 3, ରାଜସ୍ଥାନରେ 3, କେରଳରେ 2, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଓ ଓଡ଼ିଶାରେ ଜଣେ ଜଣେ କରୋନା ଜନିତ ମୃତ୍ୟୁବରଣ କରିଛନ୍ତି। (ଏଜେନ୍ସି)

Categories
ଆଜିର ଖବର

ଆମେରିକାର କରୋନା ଅଣାୟତ୍ତ: ଗୋଟିଏ ଦିନରେ ଦୁଇ ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାରେ କରୋନା ଭାଇରସ୍‌ ଅଣାୟତ୍ତ ହୋଇପଡିଛି ଆମେରିକାରେ ଦିନକରେ ଦୁଇ ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିବାର ସୂଚନା ମିଳିଛି। ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ 2108 ଜଣଙ୍କର ମୃତ୍ୟୁ ହୋଇଛି ।

ଶୁକ୍ରବାର ଦିନ ଦୁନିଆରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକଲକ୍ଷ ପାର କରିସାରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 17 ଲକ୍ଷ ନିକଟରେ ପହଞ୍ଚିଛି। ଏହି ମହାମାରୀର କେନ୍ଦ୍ରସ୍ଥଳ ପାଲଟିଛି ନ୍ୟୁୟର୍କ। ଏହି ସହରରେ ପ୍ରାୟ 1 ଲକ୍ଷ 60 ହଜାରର ଲୋକେ ସଂକ୍ରମିତ ହୋଇଛନ୍ତି। ଏଠାରେ 5820 ଲୋକଙ୍କ କରୋନା ଜନିତ ମୃତ୍ୟୁ ହୋଇଛି। ସମଗ୍ର ଆମେରିକାରେ ଏହି ରୋଗରେ 5 ଲକ୍ଷରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ଆମେରିକାରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 18,747ରେ ପହଞ୍ଚିଛି।

ଇଟାଲୀରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ହୋଇଛି। ଏହି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 18ହଜାରରୁ ଉର୍ଦ୍ଧ୍ବ ରହିଛି। ସେହିପରି ସ୍ବେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 158,273ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 16,081ରେ ପହଞ୍ଚିଛି । ସାରା ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ଟପିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 16 ଲକ୍ଷ ଟପିସାରିଛି। ସେହିପରି ଏହି ରୋଗକୁ ସୁସ୍ଥ ହୋଇଛନ୍ତି 3,76,327ଜଣ।

ସମୀକ୍ଷା ଦ୍ବାରା ପ୍ରସ୍ତୁତ କରୋନା ଅପଡେଟ୍‌ :

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌ : ଗତ 24 ଘଣ୍ଟାରେ ଦେଶରେ 500ରୁ ଅଧିକ ନୂତନ ମାମଲା, 17 ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 5734ରେ ପହଞ୍ଚିଥିବାବେଳେ 166ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛନ୍ତି କେନ୍ଦ୍ର ଓ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ । ଗତ 24 ଘଣ୍ଟା ଭିତରେ 540ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 17ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ସର୍ବମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ରହିଛି 473 । ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛି । ଏଠାରେ 1000ରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବାବେଳେ 72 ଜଣ ମୃତ୍ୟୁ ବରଣ କରିଥିବାବେଳେ 117ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦିଲ୍ଲୀରେ 669 ଜଣ ଆକ୍ରାନ୍ତ ହୋଇଥିବାବେଳେ  ତେଲେଙ୍ଗାନାରେ 427ଟି ମାମଲା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶରେ 361ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 4 ଜଣ ମୃତ୍ୟୁ ବରଣ କରିଛନ୍ତି ।

କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି :

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଚାରିହଜାର ଟପିଲା, ମୃତ୍ୟସଂଖ୍ୟା 100 ଟପିଲା

ନୂଆଦିଲ୍ଲୀ : ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ପୃଥିବୀର 208ଟି ଦେଶକୁ ବ୍ୟାପି ସାରିଛି। ଏହି ଭାଇରସ୍‌ କବଳରେ ଭାରତ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହି ମହାମାରୀ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା 100 ଟପି ସାରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 4ହଜାର ଟପି ସାରିଲାଣି। ଏପର୍ଯ୍ୟନ୍ତ ଏହି ରୋଗରେ ସକ୍ରିୟ ଆକ୍ରାନ୍ତଙ୍କସଂଖ୍ୟା 3,666 ରହିଛି । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 291 ଜଣ। ଦେଶର ସର୍ବାଧିକ ଆକ୍ରାନ୍ତ  ଓ ମୃତ୍ୟୁ ମହାରାଷ୍ଟ୍ରରୁ ମିଳିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 700 ଛୁଇଁବାକୁ ଯାଉଥିବାବେଳେ ମୃତକଙ୍କ ସଂଖ୍ୟା 45ରେ ପହଞ୍ଚିଛି । ଗତ 24 ଘଣ୍ଟା ପରେ ମହାରାଷ୍ଟ୍ରରେ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 103ଟି ନୂଆ ମାମଲା ଆସିଛି । ସେହିପରି ଏହା ପଛକୁ ରହିଛି ଦିଲ୍ଲୀ । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 500 ଟପିଥିବାବେଳେ ମୃତକଙ୍କ ସଂଖ୍ୟା 7 ଟପିଛି । ସେହିପରି ଗୁଜୁରାଟରେ ଆକ୍ରାନ୍ତଙ୍କ ସଂଖ୍ୟ 100 ଟପିଥିବାବେଳେ ମୃତକଙ୍କ ସଂଖ୍ୟା 11 ଟପିଛି ।

କେଉଁ ରାଜ୍ୟରେ କିପରି ରହିଛି ସ୍ଥିତି

ଆନ୍ଧ୍ରପ୍ରଦେଶ             :  226

ଆଣ୍ଡାମାନ ନିକୋବର:  10

ଅରୁଣାଚଳ ପ୍ରଦେଶ  :   1

ଆସାମ               :    26

ବିହାର               :     30

ଚଣ୍ଡୀଗଡ            :     18

ଛତିଶଗଡ           :     9

ଦିଲ୍ଲୀ                 :    503

ଗୋଆ               :     7

ଗୁଜୁରାଟ            :      122

ହରିୟାଣା           :      84

ହିମାଚଳ ପ୍ରଦେଶ   :     13

ଜମ୍ମୁ କାଶ୍ମୀର       :      106

ଝାରଖଣ୍ଡ           :      3

କର୍ଣ୍ଣାଟକ            :      151

କେରଳ              :     314

ଲଦାଖ               :        14

ମଧ୍ୟପ୍ରଦେଶ        :        165

ମହାରାଷ୍ଟ୍ର           :        690

ମଣିପୁର            :        2

ମିଜୋରାମ        :        1

ଓଡ଼ିଶା             :         39

ପୁଡୁଚେରୀ        :         5

ପଞ୍ଜାବ            :         68

ରାଜସ୍ଥାନ         :        253

ତାମିଲନାଡୁ      :         571

ତେଲେଙ୍ଗାନା    :         321

ଉତ୍ତରାଖଣ୍ଡ      :        26

ତ୍ତତ୍ତରପ୍ରଦେଶ   :        227

ପଶ୍ଚିମବଙ୍ଗ      :         80

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କରୋନାରେ ସଂକ୍ରମିତ ହେଲା ବାଘୁଣୀ

ନ୍ୟୁୟର୍କ : ବାଘୁଣୀ ଦେହରେ କରୋନା ପଜିଟିଭି । ପ୍ରଥମ ଥର ପାଇଁ ବାଘୁଣୀ ପରି ପଶୁ ଦେହରେ କରୋନା ପଜିଟିଭିକୁ ଚିହ୍ନଟ କରାଯାଇଛି । ନ୍ୟୁୟର୍କର ବ୍ରୋନକ୍ସ ଚିଡିଆଘରେ ମାଲେସିଆରୁ ଆସିଥିବା ଚାରି ବର୍ଷ ବାଘୁଣୀ ଦେହରେ କରୋନାକୁ ଚିହ୍ନଟ କରାଯାଇଛି । ପ୍ରାଣୀଉଦ୍ୟାନ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହା ସମ୍ପର୍କରେ ସୂଚନା ଦିଆଯାଇଛି। ଏତଦ୍‌ବ୍ୟତୀତ ଏହି ବାଘୁଣୀର ଭଉଣୀ ଓ ଆଉ ଦୁଇ ବାଘ ଓ ଆଫ୍ରିକାନ୍‌ ବାଘ ମାନେ ଶୁଖିଲା କାଶ କାଶୁଥିବାର ଦେଖାଯାଉଛି । କିନ୍ତୁ ଏମାନଙ୍କର ପରୀକ୍ଷା କରାଯାଇନାହିଁ । ପରୀକ୍ଷା କରାଯିବା ପରେ ଜଣାପଡିବ ଯେ, ଏମାନେ କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହାନ୍ତି ।

ନ୍ୟାସନାଲ୍‌ ଭେଟେନାରୀ ସର୍ଭିସ୍‌ ଲାବ୍ରୋଟେରୀ ଏହି ଘଟଣାର ପୁଷ୍ଟି କରି ଏହି ପ୍ରାଣୀଉଦ୍ୟାନର ରହିଥିବା ବାଘୁଣୀ ନାଦିଆରେ କରୋନା ଭାଇରସ୍‌ ଚିହ୍ନଟ ହୋଇଥିବାର ଜଣାଇଛନ୍ତି । ତେବେ ଏହି ବାଘୁଣୀ କିପରି ଭାବରେ କାରୋନରେ ସଂକ୍ରମିତ ହେଲା, ସେ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ । ପ୍ରାଣୀ ଉଦ୍ୟାନରେ ରହୁଥିବା ସମସ୍ତ ପଶୁପକ୍ଷୀଙ୍କ ଯାଞ୍ଚ କରାଯାଉଛି । ମାର୍ଚ୍ଚ 16 ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଏହି ପ୍ରାଣୀଉଦ୍ୟାନ ବନ୍ଦ କରିଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ କରୋନା ସ୍ଥିତିକୁ ମନିଟରିଂ  କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜ୍ୟରେ କରେନା ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ । ଏନେଇ ଟୁଇଟ୍‌ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସଂକ୍ରମିତ ଅଞ୍ଚଳରେ ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଘର ଘର ବୁଲି ସର୍ଭେ କରୁଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସମ୍ପ୍ରତି ରାଜ୍ୟରେ 39 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଭୁବନେଶ୍ବର ଅଞ୍ଚଳରୁ 18 ଜଣ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବମିଖାଲରୁ 16 ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଥାନକୁ ସମ୍ପୂର୍ଣ୍ଣ ରୂପେ ସିଲ୍‌ କରାଯାଇ ସର୍ଭେଲାନ୍ସରେ ରଖାଯାଇଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଅଣାୟତ୍ତ କରୋନା : 24 ଘଣ୍ଟାରେ ଆମେରିକାରେ ଗଲା 1200 ଜୀବନ

କରୋନା ଭାଇରସ୍‌ ଏବେ ସାରା ଦୁନିଆରେ ନିଜର ପ୍ରକୋପ ଜାରି ରଖିଛି । ଦୁନିଆରେ 12 ଲକ୍ଷରୁ ଅଧିକ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି 70,000ରେ ପହଞ୍ଚିଛି । ସେହିପରି ଏହି ରୋଗରୁ 2,62,486ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଯୋଗୁଁ 1200 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଦୁନିଆର ଶକ୍ତିଶାଳୀ ଦେଶ କରୋନା ଭାଇରସ୍‌ ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହି ଦେଶରେ 3 ଲକ୍ଷରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହୋଇଥିବାବେଳେ 9600ରୁ ଅଧିକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନା ଯୋଗୁଁ ମୃତ୍ୟୁ ହାର ବଢିବାରେ ଲାଗିଛି । ଏହି ଦେଶର ସବୁଠୁ ଅଧିକ ମାମଲା ନ୍ୟୁୟର୍କ ସହରରେ ହୋଇଛି । ଏଠାରେ 1ଲକ୍ଷ 20 ହଜାରରୁ ଅଧିକ ପଜିଟିଭି କେସ୍‌ ସାମ୍ନାକୁ ଆସିଛି । ସେହିପରି ଏହି ଅଞ୍ଚଳରେ 4000ରୁ ଅଧିକ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଥିଲେ । ଏହି ଦୁଇ ନେତା କରୋନାକୁ ନେଇ ରଣନୀତି ଉପରେ ଚର୍ଚ୍ଚା କରିଥିଲେ । ଏହା ସହିତ ଟ୍ରମ୍ପ୍‌ କିଛି ମେଡିସିନ୍‌ ପାଇଁ ଭାରତର ସାହାଯ୍ୟ ମଧ୍ୟ ଚାହିଁଥିଲେ । ପ୍ରଧାମନ୍ତ୍ରୀ ମୋଦି ତାଙ୍କୁ ଆଶ୍ବାସନା ମଧ୍ୟ ଦେଇଛନ୍ତି ।

ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ 208ଟି ସହରରେ ବ୍ୟାପି ସାରିଛି । ଆମେରିକା ପରି ଇଟାଲୀ, ସ୍ପେନ୍‌, ଫ୍ରାନ୍ସ, ଜର୍ମାନୀ, ଇରାନ୍‌ ପରି ବହୁ ଦେଶ ଏବେ ଏହା ସହ ଲଢେଇ କରୁଛନ୍ତି ।

ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌ :

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କରୋନା ଅଣାୟତ୍ତ : ଆକ୍ରାନ୍ତଙ୍କ ସଂଖ୍ୟା 12ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ମହାମାରୀ ରୂପ ନେଇ 206ଟି ଦେଶକୁ ବ୍ୟାପି ସାରିଲାଣି। ଏହି ଭୟଙ୍କର କରୋନା ଯୋଗୁଁ 64,791 ଜଣଙ୍କର ପ୍ରାଣ ଯାଇଥିବାବେଳେ 1,204,055 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି 2, 47,340ଜଣ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ 8 ଲକ୍ଷ 91 ହଜାର 924 କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ 44 ହଜାର 90 ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ 8 ଲକ୍ଷ 47 ହଜାର 834 ଜଣ ସାମାନ୍ୟ ଆକ୍ରାନ୍ତ ହୋଇଛନ୍ତି।

ଆମେରିକାରେ ଦିନକରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା 8,454କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା 3,11,637ରେ ପହଞ୍ଚିଛି। ଫ୍ରାନ୍ସରେ ମଧ୍ୟ ଦିନକରେ ଏକ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଠାରେ ମୃତ୍ୟୁ ସଂଖ୍ୟା 7 ହଜାର 953କୁ ବୃଦ୍ଧି ପାଇଛି। ଇଟାଲୀରେ ସର୍ବାଧିକ 15,362 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 1 ଲକ୍ଷ 26 ହଜାର 637 ଜଣ ଆକ୍ରାନ୍ତ ହୋଇଛନ୍ତି।

ସ୍ପେନରେ 11,947 ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ଆକ୍ରାନ୍ତ ହୋଇଛନ୍ତି 1ଲକ୍ଷ 26 ହଜାର 168 ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ବ୍ରିଟେନରେ ମୃତ୍ୟୁସଂଖ୍ୟା ୩ ହଜାରରୁ ଅଧିକ ରହିଛି।

Categories
ଆଜିର ଖବର ଜାତୀୟ ଖବର

ତବଲିଗି ଜମାତ ଧାର୍ମିକ ସଭାରେ ଯୋଗ ଦେଇଥିବା ମୋଟ 647 କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ଭାଇରସ୍‌  ସହ ଦେଶ ଲଢୁଥିବାବେଳେ ତବଲିଗି ଜମାତ ଧର୍ମ ସମ୍ମଳିନୀରେ ଯୋଗ ଦେଇଥିବା ଲୋକଙ୍କୁ ନେଇ ବଡ ଚିନ୍ତାର ବିଷୟ ପାଲଟିଯାଇଛି । ଲଗାତାର ଭାବରେ ଏହି ଜମାତରେ ଅଂଶଗ୍ରହଣ କରିଥିବା ଲୋକଙ୍କ ନିକଟରୁ କରୋନା ପଜିଟିଭି ଚିହ୍ନଟ ହେଉଛି । ସାରା ଦେଶରେ ମୋଟ ୬୪୭ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ତବଲିଗି ଜମାତ ଧର୍ମ ସମ୍ମିଳନୀରେ ଯୋଗ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି  ସୂଚନା ଦିଆଯାଇଛି।

ଗତ ମାର୍ଚ୍ଚ ମାସରେ ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରେ ଏହି ସମାରୋହ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଲଭ୍‌ ଅଗ୍ରୱାଲ କହିଛନ୍ତି, ଏହି ସବୁ ସଂକ୍ରମିତଙ୍କୁ 14ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଠାବ କରାଯାଇଛି। ସେଗୁଡ଼ିକ ହେଲା ଆଣ୍ଡାମାନ ଓ ନିକୋବର, ଆସାମ, ଦିଲ୍ଲୀ, ହିମାଚଳ, ହରିଆଣା, ଜମ୍ମୁ-କଶ୍ମୀର, ଝାରଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ। ଏବେ ଦେଶରେ ମୋଟ୍‌ 2500ରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର

କରୋନା କାୟାରେ ବିଶ୍ବ ବେହାଲ୍‌ :  50 ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଯୋଗୁଁ ଏବେ ଇଟାଲୀ, ସ୍ପେନ ଓ ଆମେରିକାରେ  ସର୍ବାଧିକ ମୃତ୍ୟୁ ଘଟିଛି ।  କୋଭିଡି -19 ଭୟରେ ଭୟଭୀତ ସାରା ଦେଶ । ଏବେ ସମଗ୍ର ଦେଶରେ କାୟା ମେଲାଇଛି କରୋନା । ଦେଶର ବହୁ ଶକ୍ତିଶାଳୀ ରାଷ୍ଟ୍ରମାନେ ଏବେ କରୋନା କବଳରେ ପଡିଛନ୍ତି । ଆମେରିକାରେ ଏହି ରୋଗ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି 2,45,088ଜଣ  । ସେହିପରି ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି 6,075ଜଣ । ସେହିପରି ଇଟାଲୀରେ ସର୍ବାଧିକ ରୋଗୀ ମୃତ୍ୟୁବରଣ କରିଛନ୍ତି। ଇଟାଲୀରେ ସର୍ବମୋଟ୍‌ 13, 915 ଜଣ ମୃତ୍ୟୁବରଣ କରିଥିବାବେଳେ 1 ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ସ୍ପେନ୍‌ରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ରହିଥିବାବେଳେ 10ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି । ଫ୍ରାନ୍ସରେ 59ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ 5 ହଜାରରୁ ଉର୍ଦ୍ଧ୍ବ ଲୋକେ ମୃତ୍ୟୁବରଣ କରିଛନ୍ତି । ଇରାନ୍‌ରେ ମଧ୍ୟ ତିନି ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଥିବାବେଳେ ଚାଇନାରେ କରୋନା ଜନିତ ମୃତ୍ୟୁସଂଖ୍ୟା 3,322ରହିଛି ।

ସମୀକ୍ଷା ତରଫରୁ କରୋନା ଅପଡେଟ୍‌ :