ତବଲିଗି ଜମାତ ଧାର୍ମିକ ସଭାରେ ଯୋଗ ଦେଇଥିବା ମୋଟ 647 କରୋନା ସଂକ୍ରମିତ ଚିହ୍ନଟ

Published: Apr 4, 2020, 8:23 am IST

ନୂଆଦିଲ୍ଲୀ: କରୋନା ଭାଇରସ୍‌  ସହ ଦେଶ ଲଢୁଥିବାବେଳେ ତବଲିଗି ଜମାତ ଧର୍ମ ସମ୍ମଳିନୀରେ ଯୋଗ ଦେଇଥିବା ଲୋକଙ୍କୁ ନେଇ ବଡ ଚିନ୍ତାର ବିଷୟ ପାଲଟିଯାଇଛି । ଲଗାତାର ଭାବରେ ଏହି ଜମାତରେ ଅଂଶଗ୍ରହଣ କରିଥିବା ଲୋକଙ୍କ ନିକଟରୁ କରୋନା ପଜିଟିଭି ଚିହ୍ନଟ ହେଉଛି । ସାରା ଦେଶରେ ମୋଟ ୬୪୭ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ତବଲିଗି ଜମାତ ଧର୍ମ ସମ୍ମିଳନୀରେ ଯୋଗ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି  ସୂଚନା ଦିଆଯାଇଛି।

ଗତ ମାର୍ଚ୍ଚ ମାସରେ ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରେ ଏହି ସମାରୋହ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଲଭ୍‌ ଅଗ୍ରୱାଲ କହିଛନ୍ତି, ଏହି ସବୁ ସଂକ୍ରମିତଙ୍କୁ 14ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଠାବ କରାଯାଇଛି। ସେଗୁଡ଼ିକ ହେଲା ଆଣ୍ଡାମାନ ଓ ନିକୋବର, ଆସାମ, ଦିଲ୍ଲୀ, ହିମାଚଳ, ହରିଆଣା, ଜମ୍ମୁ-କଶ୍ମୀର, ଝାରଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ। ଏବେ ଦେଶରେ ମୋଟ୍‌ 2500ରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । (ଏଜେନ୍ସି)

Related posts