ଅଣାୟତ୍ତ କରୋନା : 24 ଘଣ୍ଟାରେ ଆମେରିକାରେ ଗଲା 1200 ଜୀବନ

Published: Apr 6, 2020, 8:55 am IST

କରୋନା ଭାଇରସ୍‌ ଏବେ ସାରା ଦୁନିଆରେ ନିଜର ପ୍ରକୋପ ଜାରି ରଖିଛି । ଦୁନିଆରେ 12 ଲକ୍ଷରୁ ଅଧିକ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି 70,000ରେ ପହଞ୍ଚିଛି । ସେହିପରି ଏହି ରୋଗରୁ 2,62,486ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଯୋଗୁଁ 1200 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଦୁନିଆର ଶକ୍ତିଶାଳୀ ଦେଶ କରୋନା ଭାଇରସ୍‌ ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହି ଦେଶରେ 3 ଲକ୍ଷରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହୋଇଥିବାବେଳେ 9600ରୁ ଅଧିକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନା ଯୋଗୁଁ ମୃତ୍ୟୁ ହାର ବଢିବାରେ ଲାଗିଛି । ଏହି ଦେଶର ସବୁଠୁ ଅଧିକ ମାମଲା ନ୍ୟୁୟର୍କ ସହରରେ ହୋଇଛି । ଏଠାରେ 1ଲକ୍ଷ 20 ହଜାରରୁ ଅଧିକ ପଜିଟିଭି କେସ୍‌ ସାମ୍ନାକୁ ଆସିଛି । ସେହିପରି ଏହି ଅଞ୍ଚଳରେ 4000ରୁ ଅଧିକ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଥିଲେ । ଏହି ଦୁଇ ନେତା କରୋନାକୁ ନେଇ ରଣନୀତି ଉପରେ ଚର୍ଚ୍ଚା କରିଥିଲେ । ଏହା ସହିତ ଟ୍ରମ୍ପ୍‌ କିଛି ମେଡିସିନ୍‌ ପାଇଁ ଭାରତର ସାହାଯ୍ୟ ମଧ୍ୟ ଚାହିଁଥିଲେ । ପ୍ରଧାମନ୍ତ୍ରୀ ମୋଦି ତାଙ୍କୁ ଆଶ୍ବାସନା ମଧ୍ୟ ଦେଇଛନ୍ତି ।

ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ 208ଟି ସହରରେ ବ୍ୟାପି ସାରିଛି । ଆମେରିକା ପରି ଇଟାଲୀ, ସ୍ପେନ୍‌, ଫ୍ରାନ୍ସ, ଜର୍ମାନୀ, ଇରାନ୍‌ ପରି ବହୁ ଦେଶ ଏବେ ଏହା ସହ ଲଢେଇ କରୁଛନ୍ତି ।

ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌ :

Related posts