ଆମେରିକାର କରୋନା ଅଣାୟତ୍ତ: ଗୋଟିଏ ଦିନରେ ଦୁଇ ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁ

Published: Apr 11, 2020, 8:44 am IST

ନୂଆଦିଲ୍ଲୀ: ଆମେରିକାରେ କରୋନା ଭାଇରସ୍‌ ଅଣାୟତ୍ତ ହୋଇପଡିଛି ଆମେରିକାରେ ଦିନକରେ ଦୁଇ ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିବାର ସୂଚନା ମିଳିଛି। ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ 2108 ଜଣଙ୍କର ମୃତ୍ୟୁ ହୋଇଛି ।

ଶୁକ୍ରବାର ଦିନ ଦୁନିଆରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକଲକ୍ଷ ପାର କରିସାରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 17 ଲକ୍ଷ ନିକଟରେ ପହଞ୍ଚିଛି। ଏହି ମହାମାରୀର କେନ୍ଦ୍ରସ୍ଥଳ ପାଲଟିଛି ନ୍ୟୁୟର୍କ। ଏହି ସହରରେ ପ୍ରାୟ 1 ଲକ୍ଷ 60 ହଜାରର ଲୋକେ ସଂକ୍ରମିତ ହୋଇଛନ୍ତି। ଏଠାରେ 5820 ଲୋକଙ୍କ କରୋନା ଜନିତ ମୃତ୍ୟୁ ହୋଇଛି। ସମଗ୍ର ଆମେରିକାରେ ଏହି ରୋଗରେ 5 ଲକ୍ଷରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ଆମେରିକାରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 18,747ରେ ପହଞ୍ଚିଛି।

ଇଟାଲୀରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ହୋଇଛି। ଏହି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 18ହଜାରରୁ ଉର୍ଦ୍ଧ୍ବ ରହିଛି। ସେହିପରି ସ୍ବେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 158,273ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 16,081ରେ ପହଞ୍ଚିଛି । ସାରା ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ଟପିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 16 ଲକ୍ଷ ଟପିସାରିଛି। ସେହିପରି ଏହି ରୋଗକୁ ସୁସ୍ଥ ହୋଇଛନ୍ତି 3,76,327ଜଣ।

ସମୀକ୍ଷା ଦ୍ବାରା ପ୍ରସ୍ତୁତ କରୋନା ଅପଡେଟ୍‌ :

Related posts