କରୋନାରେ ସଂକ୍ରମିତ ହେଲା ବାଘୁଣୀ

Published: Apr 6, 2020, 9:13 am IST

ନ୍ୟୁୟର୍କ : ବାଘୁଣୀ ଦେହରେ କରୋନା ପଜିଟିଭି । ପ୍ରଥମ ଥର ପାଇଁ ବାଘୁଣୀ ପରି ପଶୁ ଦେହରେ କରୋନା ପଜିଟିଭିକୁ ଚିହ୍ନଟ କରାଯାଇଛି । ନ୍ୟୁୟର୍କର ବ୍ରୋନକ୍ସ ଚିଡିଆଘରେ ମାଲେସିଆରୁ ଆସିଥିବା ଚାରି ବର୍ଷ ବାଘୁଣୀ ଦେହରେ କରୋନାକୁ ଚିହ୍ନଟ କରାଯାଇଛି । ପ୍ରାଣୀଉଦ୍ୟାନ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହା ସମ୍ପର୍କରେ ସୂଚନା ଦିଆଯାଇଛି। ଏତଦ୍‌ବ୍ୟତୀତ ଏହି ବାଘୁଣୀର ଭଉଣୀ ଓ ଆଉ ଦୁଇ ବାଘ ଓ ଆଫ୍ରିକାନ୍‌ ବାଘ ମାନେ ଶୁଖିଲା କାଶ କାଶୁଥିବାର ଦେଖାଯାଉଛି । କିନ୍ତୁ ଏମାନଙ୍କର ପରୀକ୍ଷା କରାଯାଇନାହିଁ । ପରୀକ୍ଷା କରାଯିବା ପରେ ଜଣାପଡିବ ଯେ, ଏମାନେ କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହାନ୍ତି ।

ନ୍ୟାସନାଲ୍‌ ଭେଟେନାରୀ ସର୍ଭିସ୍‌ ଲାବ୍ରୋଟେରୀ ଏହି ଘଟଣାର ପୁଷ୍ଟି କରି ଏହି ପ୍ରାଣୀଉଦ୍ୟାନର ରହିଥିବା ବାଘୁଣୀ ନାଦିଆରେ କରୋନା ଭାଇରସ୍‌ ଚିହ୍ନଟ ହୋଇଥିବାର ଜଣାଇଛନ୍ତି । ତେବେ ଏହି ବାଘୁଣୀ କିପରି ଭାବରେ କାରୋନରେ ସଂକ୍ରମିତ ହେଲା, ସେ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ । ପ୍ରାଣୀ ଉଦ୍ୟାନରେ ରହୁଥିବା ସମସ୍ତ ପଶୁପକ୍ଷୀଙ୍କ ଯାଞ୍ଚ କରାଯାଉଛି । ମାର୍ଚ୍ଚ 16 ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଏହି ପ୍ରାଣୀଉଦ୍ୟାନ ବନ୍ଦ କରିଦିଆଯାଇଛି ।

Related posts