ଦେଶରେ କରୋନା ମୃତ୍ୟୁ 2206କୁ ବୃଦ୍ଧି

Published: May 11, 2020, 10:30 am IST

ନୂଆଦିଲ୍ଲୀ : ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ  ଦେଶରେ କରୋନା ଭାଇରସ୍‌ ଯୋଗୁଁ ଦୁଇ ହଜାର 206ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା 67 ହଜାର 152ରେ ପହଞ୍ଚିଛି। ସେଥିରୁ  44 ହଜାର 29 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 20 ହଜାର 917 ଜଣ। ବିଗତ ଚବିଶ ଘଣ୍ଟା ମଧ୍ୟରେ 4 ହଜାର 214 ଜଣ ଆକ୍ରାନ୍ତ ହୋଇଥିବାବେଳେ 97 ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ 22 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ରହିଥିବାବେଳେ 832ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି  ଗୁଜୁରାଟରେ 493, ମଧ୍ୟପ୍ରଦେଶରେ 215, ରାଜସ୍ଥାନରେ 107, ଦିଲ୍ଲୀରେ 73, ଉତ୍ତରପ୍ରଦେଶରେ 74, ଆନ୍ଧ୍ରପ୍ରଦେଶରେ 45, ପଶ୍ଚିମବଙ୍ଗରେ 185, ତାମିଲନାଡୁରେ 47, ତେଲେଙ୍ଗାନାରେ 30, କର୍ଣ୍ଣାଟକ 31, ପଞ୍ଜାବରେ 31, ଜମ୍ମୁକାଶ୍ମୀରରେ 9, ହରିୟାଣା 10, କେରଳରେ 4, ଝାଡଖଣ୍ଡରେ 3, ବିହାରରେ 6, ଓଡ଼ିଶାରେ 3, ଚଣ୍ଡୀଗଡ, ହିମାଚଳ ପ୍ରଦେଶ ଓ ଆସାମରେ 2 ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି ମେଘାଳୟରେ ଜଣକର କରୋନା ଯୋଗୁଁ ମୃତ୍ୟୁ ହୋଇଛି। (ଏଜେନ୍ସି)

Related posts