ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 90 ହଜାର ଟପିଲା

Published: May 18, 2020, 8:39 am IST

ନୂଆଦିଲ୍ଲୀ : ବିଶ୍ବରେ କରୋନା ସ୍ଥିତି ଜଟିଳ ରହିଛି । ଚୀନରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ପୃଥିବୀର 213ଟି ଦେଶରେ ବ୍ୟାପି ସାରିଛି। ସାରା ବିଶ୍ବରେ 4,801,875 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 3 ଲକ୍ଷ ଟପି ସାରିଛି। ଏବେ ସୁଦ୍ଧା ବିଶ୍ବରେ 316,671 ଜଣ କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବାବେଳେ ସୁସ୍ଥ ହୋଇଛନ୍ତି 1,858,170 ଜଣ । ମହାମାରୀ କରୋନା ଯୋଗୁଁ ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ଆଜି ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଏଠାରେ ମୃତ୍ୟୁ ସଂଖ୍ୟା 90,978 ରେ ପହଞ୍ଚିଥିବାବେଳେ 1,527,654 ଜଣ ସଂକ୍ରମିତ ହୋଇଛନ୍ତି ।

ଦୁନିଆର କରୋନା ଜନିତ ମୃତ୍ୟୁର 71 ପ୍ରତିଶତ ମାତ୍ର 10ଟି ଦେଶରେ ହୋଇଛି । ଏହି ଦଶଟି ଦେଶରେ କରୋନା ପୀଡିତଙ୍କ ସଂଖ୍ୟା ପ୍ରାୟ 34 ଲକ୍ଷ । ଆମେରିକା ପରି ସ୍ପେନ୍‌, ରୁଷ, ୟୁକେ, ବ୍ରାଜିଲ୍‌, ଇଟାଲୀ, ଫ୍ରାନ୍ସ ଜର୍ମାନୀ, ତର୍କୀ, ଇରାନ ପରି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ରୁଷ୍‌ରେ ସଂକ୍ରମିତଙ୍କସଂଖ୍ୟା 2,81,752 ଥିବାବେଳେ ମୃତ୍ୟୁ ବରଣ କରିଛନ୍ତି 2631ଜଣ । ସେହିପରି ସ୍ପେନ୍‌ରେ 277,719 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 27,650କୁ ଛୁଇଁଛି । ୟୁକେରେ ମୃତ୍ୟୁ ସଂଖ୍ୟା 34, 636 ରହିଥିବାବେଳେ ସଂକ୍ରମିତ ହୋଇଛନ୍ତି 2,43,695 ଜଣ । ବ୍ରାଜିଲ୍‌ରେ 2,41,080 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 16,118ରେ ପହଞ୍ଚିଛି । ଇଟାଲୀରେ 2,25,435 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 31,908 । ଫ୍ରାନ୍ସରେ 28,108ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବେଳେ ସଂକ୍ରମିତ ହୋଇଛନ୍ତି 2,25,435ଜଣ । ଜର୍ମାନୀରେ 1,76,651 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ବରଣ କରିଛନ୍ତି 8,049 ଜଣ । ସେହିପରି ତୁର୍କୀରେ ସଂକ୍ରମିତଙ୍କ ସଂଖ୍ୟା 149.435 ରହିଥିବାବେଳେ 4,140ଜଣ ମୃତ୍ୟୁବରଣ କରିଛନ୍ତି । ଇରାନ୍‌ରେ 1,20,198 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 6.,988ଜଣ ।

Related posts