Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଭାରତ ରଙ୍ଗ ମହୋତ୍ସବର ଉଦଯାପନୀ ଉତ୍ସବରେ ମଞ୍ଚସ୍ଥ ହେଲା ଓଡ଼ିଆ ନାଟକ ‘ଗାନ୍ଧୀଙ୍କ ଓଡ଼ିଶା’

ଭୁବନେଶ୍ବର: ଆଜାଦୀ କା ଅମ୍ରିତ ମହୋତ୍ସବ ଅବସରରେ ଆୟୋଜିତ ୨୨ ତମ ଭାରତ ରଙ୍ଗ ମହୋତ୍ସବ ୨୦୨୨ର ଉଦଯାପନୀ ସଂଧ୍ୟାରେ ଶେଷ ନାଟକ ଭାବେ ଓଡ଼ିଆ ନାଟକ ‘ଗାନ୍ଧୀଙ୍କ ଓଡ଼ିଶା’ ମଞ୍ଚସ୍ଥ ହୋଇ ବେଶ୍ ଆଦୃତ ହୋଇଥିଲା। ନାଟ୍ୟକାର ଶଙ୍କର ତ୍ରିପାଠୀ ରଚିତ ଓ ନଳିନୀ ନିହାର ନାୟକଙ୍କ ନିର୍ଦ୍ଦେଶିତ ଏହି ନାଟକରେ ବିଭିନ୍ନ ଭୂମିକାରେ ଚିନ୍ମୟ, ମିନତୀ, ସମରେନ୍ଦ୍ର, ଭାସ୍କର, ଭିଷ୍ମ, ସ୍ବୟଂ, ଅନୀଲ, ପ୍ରମୁଖ ଅଭିନୟ କରିଥିଲେ।

ଆଜି କାର୍ଯ୍ୟକ୍ରମର ମୁଖ୍ୟ ଅତିଥୀ ପ୍ରଖ୍ୟାତ ଲେଖିକା, ନିର୍ଦ୍ଦେଶିକା, ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ରର ପ୍ରଯୋଜିକା, ସମ୍ପାଦିକା ତଥା ସମାଜସେବୀ ଡକ୍ଟର ଇତିରାଣୀ ସାମନ୍ତ, କିଟ୍ ଆର୍ଟିଟେକଚର ସ୍କୁଲର ନିର୍ଦ୍ଦେଶକ ସୌମେନ୍ଦୁ ଶଙ୍କର ରାୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସେକ୍ରେଟାରୀ ପ୍ରବୋଧ ରଥ, ପ୍ରଖ୍ୟାତ ଫିଲ୍ମ ନିର୍ମାତା ତଥା ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ, ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।। ଦିଲ୍ଲୀ, ବାରାଣାସୀ, ଅମ୍ରିତସର, ବାଙ୍ଗାଲୋର, ମୁମ୍ବାଇ ଭଳି ସହରରେ ଭାରତ ରଙ୍ଗ ମହୋତ୍ସବ ଆୟୋଜନ ହେଉଛି, ସେହି ସମୟରେ ଆମେ ଆମ ସହର ଭୁବନେଶ୍ୱରରେ ମଧ୍ୟ ଏହି ମହୋତ୍ସବର ସଫଳ ଆୟୋଜନ କରିପାରିଛେ ବୋଲି ଅଭିନେତା ଓ ପ୍ରଯୋଜକ ସମରେଶ ରାଉତରାୟ ଓଡ଼ିଶାବାସୀ ଗର୍ବ ଅନୁଭବ କରୁଛୁ ବୋଲି ପ୍ରକାଶ କରିଥିଲେ। ଏଥି ପାଇଁ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା କୁ ଅନେକ ଅନେକ ଧନ୍ୟବାଦ ଦେବା ସହ ଏନଏସଡିର ନିର୍ଦ୍ଦେଶକ ସୌମେନ୍ଦ୍ର ଶଙ୍କର ରାୟଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।

ଭାରତ ସ୍ୱାଧିନତାର ୭୫ବର୍ଷ ପୂର୍ତୀ ଅବସରରେ ଦେଶ ପାଳୁଛି ଆଜାଦୀ କା ଅମ୍ରିତ ମହୋତ୍ସବ। କେତେ ଯେ ବୀର ଏ ଦେଶର ସ୍ୱାଧିନତା ପାଇଁ ବଳିଦାନ ଦେଇଛନ୍ତି ତାହାର ହିସାବ ନାହିଁ। ଇଂରେଜ। ଶାସନ ବିରୋଧରେ ବର୍ଷ ବର୍ଷର ସଂଗ୍ରାମ ପରେ ଆମେ ସ୍ୱାଧିନତା ପାଇଛେ, ସ୍ୱାଧିନ ହୋଇଛେ ଆଉ ଆଜି ସ୍ୱାଭିିମାନର ସହ ଜୀଇଁପାରୁଛେ। ସେଇ ସଂଗ୍ରାମର ସ୍ମାରକ ସଦୃଶ ଆଜି ଦେଶ ପାଳୁଛି ସ୍ୱାଧିନତାର ମହାପର୍ବ ଆଜାଦୀ କା ଅମ୍ରିତ ମହୋତ୍ସବ।

ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରାଜ୍ୟ ପବିତ୍ର ଉତ୍କଳ ଭୁଖଣ୍ଡ ଯାହାକୁ ଆଜି ଆମେ ଓଡିଶା ବୋଲି ସମ୍ବୋଧନ କରୁଛେ, ସେହି ଐତିହାସିକ ମାଟିରେ ଦେଶର ସବୁଠାରୁ ବଡ ମହୋତ୍ସବ ‘ଭାରତ ରଙ୍ଗ ମହୋତ୍ସବ-୨୦୨୨’ର ସଫଳ ଆୟୋଜନ ହୋଇଥିଲା। ଜୁଲାଇ ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଆୟୋଜିତ ଏହି ରଙ୍ଗ ମହୋତ୍ସବ କେବଳ ଏକ ମହୋତ୍ସବ ନଥିଲା ବରଂ ଥିଲା ଆମ ମାଟିର, ଆମ ଜାତିର ସ୍ୱାଭିମାନ, ଅସ୍ମିତା ଓ କଳାସଂସ୍କୃତିର ନିଛକ ରଙ୍ଗୀନ ପ୍ରଦର୍ଶନ।

ଉଦଘାଟନୀ ଦିବସର ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ତଥା ଆମ ମାଟିର ପୁଅ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଲିଖିତ ମହାସଂଗ୍ରାମର ମହାନାୟକ ବକ୍ସି ଜଗବନ୍ଧୁ ନାଟକ ସାରା ଦେଶରେ ଓଡିଆ ପୁଅର ବୀରତ୍ୱ ବଖାଣିଛି। ଆଜି ଉଦଯାପନୀ ଉତ୍ସବରେ ପ୍ରସିଦ୍ଧ ଲେଖକ ଶଙ୍କର ତ୍ରିପାଠୀଙ୍କ ରଚିତ ଗାନ୍ଧୀଙ୍କ ଓଡିଶା ଉପସ୍ଥିତ ଦର୍ଶକଙ୍କୁ ସ୍ୱତନ୍ତ୍ର ଉପଲବ୍ଧି ଦେବାରେ କାଣିଚାଏ ବି ଉଣା କରିନି।

ଓଡିଶା ଭଳି ଏକ ଛୋଟିଆ ରାଜ୍ୟର ଭୁବନେଶ୍ୱର ଭଳି ଏକ ଛୋଟିଆ ସହରରେ ଭାରତ ସରକାର ଓ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ତରଫରୁ ମିଳିତ ଭାବେ ଆୟୋଜିତ ୨୨ତମ ଭାରତ ରଙ୍ଗ ମହୋତ୍ସବ ୨୦୨୨ର ଅପୁର୍ବ ସଫଳତା ପାଇଁ ଓଡିଶା ସରକାର, କଳିଙ୍ଗ ଇନଷ୍ଟଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍)କୂ ଏନ୍ ଏସ୍ ଡି ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ।

Categories
ବିଶେଷ ଖବର

ଇଶା ପାଉଣ୍ଡେସନ ପକ୍ଷରୁ “ମାଟି ବଞ୍ଚାଅ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଥମରୁ ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ବିଶ୍ୱ ପରିବେଶ ଦିବସର ଶୁଭେଚ୍ଛା ଜଣାଇଥିଲେ। “ମାଟି ବଞ୍ଚାଅ” ଆନ୍ଦୋଳନ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଦେଶ ଯେତେବେଳେ ଆଜାଦୀ କା ଅମ୍ରିତ ମହୋତ୍ସବର ସଂକଳ୍ପ ନେଇଛି, ସେତେବେଳେ ଏଭଳି ଆନ୍ଦୋଳନ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ ବୋଲି କହିଥିଲେ।

ଗତ ଆଠବର୍ଷ ମଧ୍ୟରେ ହୋଇଥିବା ମୁଖ୍ୟ କାର୍ଯ୍ୟକ୍ରମଗୁଡିକ ପରିବେଶ ସୁରକ୍ଷାକୁ ଆଖିଆଗରେ ରଖି ଆରମ୍ଭ କରାଯାଇଥିବାରୁ ସେ ସନ୍ତୋଷବ୍ୟକ୍ତ କରିଥିଲେ। ସ୍ୱଚ୍ଛଭାରତ ମିଶନ, ସମ୍ପଦ ନଷ୍ଟ କରୁଥିବା  ସମ୍ପର୍କୀତ କାର୍ଯ୍ୟକ୍ରମ, ଏକକ ପ୍ଳାଷ୍ଟିକ ବ୍ୟବହାର ହ୍ରାସ, ଗୋଟିଏ ସୂର୍ଯ୍ୟ ଗୋଟିଏ ପୃଥିବୀ ବା ଇଥାନଲ ମିଶ୍ରଣ ଭଳି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷାର ଉଦାହରଣ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଭାରତରେ ପରିବେଶ ସୁରକ୍ଷା ଉଦ୍ୟମ ବହୁମୁଖୀ ବୋଲି କହିଥିଲେ। ଭାରତର ଭୂମିକା ଜଳବାୟୁ ସୁରକ୍ଷା ଦିଗରେ ଖୁବ୍ ମାମୁଲି ହୋଇଥିବାରୁ ଭାରତ ଏଭଳି ଉଦ୍ୟମ କରୁଛି। ବୃହତ୍ ଆଧୁନିକ ଦେଶଗୁଡିକ ପୃଥିବୀର ଅମୂଲ୍ୟ ସମ୍ପଦ କେବଳ ଲୁଟ କରୁନାହାନ୍ତି ବରଂ ସର୍ବାଧିକ ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ସେମାନଙ୍କ ଦ୍ୱାରା ହିଁ ହେଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱରେ ବ୍ୟକ୍ତି ପିଛା ବାର୍ଷିକ ହାରାହାରି ଅଙ୍ଗାରକାମ୍ଳ ନିର୍ଗମନ ଚାରିଟନ ହୋଇଥିବାବେଳେ ଭାରତରେ ବ୍ୟକ୍ତି ପିଛା ଏହା ୦.୫ଟନ୍। ଭାରତ ଦୀର୍ଘମିଆଦି ଭିତିରେ ଆନ୍ତର୍ଜାତିକ ଗୋଷ୍ଠୀ ସହ ମିଶି ପରିବେଶ ସୁରକ୍ଷା ପାଇଁ ବିପର୍ଯ୍ୟୟ ନମନୀୟ ଭିତ୍ତିଭୂମି, ଆନ୍ତର୍ଜାତିକ ସୌର ଚୁକ୍ତି ଇତ୍ୟାଦି କରିଛି। ୨୦୭୦ ସୁଦ୍ଧା ଭାରତର ଲକ୍ଷ୍ୟ ନେଟ ଜିରୋ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାଟିର ସୁରକ୍ଷା ପାଇଁ ଆମେ ପାଞ୍ଚଟି ଜିନିଷ ଉପରେ ଧ୍ୟାନ ଦେଉଛୁ। ପ୍ରଥମ ହେଲା ମାଟିକୁ କିପରି ରାସାୟନିକ ପ୍ରକ୍ରୀୟାରୁ ମୁକ୍ତ କରାହେବ। ଦ୍ୱିତୀୟ ହେଲା ମାଟିରେ ଥିବା ଜୈବିକ ପଦାର୍ଥ କିପରି ରକ୍ଷା କରାଯିବ ବା ବୈଷୟିକ ଦୃଷ୍ଟିର ଏହା ମାଟି ଜୈବିକ ବିଷୟ ବୋଲି କୁହାଯାଏ। ତୃତୀୟରରେ ମାଟିର ଆର୍ଦ୍ରତା ରକ୍ଷା ଓ ଏଥିରେ ଜଳୀୟ ଅଂଶ କିପରି ରହିବ ଏହା ଦେଖିବା। ଚତୁର୍ଥରେ ଭୂତଳ ଜଳ ହ୍ରାସ ଯୋଗୁଁ ମାଟିରୁ ହେଉଥିବା କ୍ଷତିକୁ ସୁଧାରିବା। ଏବଂ ପଞ୍ଚମରେ ଜଙ୍ଗଲ କ୍ଷୟ ଯୋଗୁଁ ନିରବଚ୍ଛିନ୍ନ ମୃତ୍ତିକା କ୍ଷୟ କିପରି ରୋକିବା।

ସେ କହିଥିଲେ ଯେ ମାଟି ସମସ୍ୟାର ସମାଧାନ ନିମନ୍ତେ କୃଷି କ୍ଷେତ୍ରରେ ମୁଖ୍ୟ କାର୍ଯ୍ୟ କରାଯାଉଛି । ଆଗରୁ ଆମ ଚାଷୀମାନେ ମାଟିର କିସମ, ଅଭାବ ଓ ସେଥିରେ ଥିବା ଜଳୀୟ ଅଂଶ ପରିମାଣ ନେଇ ଜାଣିପାରୁ ନ ଥିଲେ। ସେ ସମସ୍ୟାରୁ ମୁକ୍ତି ପାଇବା ଲାଗି ଏକ ବିଶାଳ ଅଭିଯାନ ଜରିଆରେ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦେଶରେ ଦେବା ପାଇଁ ସ୍ଥିର ହେଲା ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଜନସାଧାରଣଙ୍କ ସହ ଜଳ ସଂରକ୍ଷଣ ବା କ୍ୟାଚ ଦି ରେନ ଅଭିଯାନ ଜରିଆରେ ଯୋଗାଯୋଗରେ ଅଛନ୍ତି। ଚଳିତବର୍ଷ ମାର୍ଚ୍ଚ ମାସରେ ହିଁ ଦେଶର ୧୩ଟି ବଡ ନଦୀରେ ଜଳ ସଂରକ୍ଷଣ କିପରି ହେବ ସେଥିପାଇଁ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ନଦୀରେ ପ୍ରଦୂଷଣ ମାତ୍ରା ହ୍ରାସ ସହ କୂଳରେ ଗଛ ଲଗାଇବା ପାଇଁ କାର୍ଯ୍ୟ ଚାଲିଛି। ଆକଳନ ଅନୁସାରେ ଏହା ଦ୍ୱାରା ୭୪୦୦ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ସହ ଦେଶର ଜଙ୍ଗଲ ସୀମା ୨୦ହଜାର ବର୍ଗ କିଲୋମିଟର ବୃଦ୍ଧି ପାଇବ ଯାହାକି ଗତ ଆଠବର୍ଷ ମଧ୍ୟରେ ହାସଲ କରାଯାଇପାରିଛି।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତ ଆଜି ଅନୁସରଣ କରୁଥିବା ଜୈବ ବିବିଧତା ଓ ବନ୍ୟପ୍ରାଣୀ ନୀତି ଯୋଗୁଁ ବନ୍ୟପ୍ରାଣୀ ସଂଖ୍ୟାରେ ରେକର୍ଡ ପରିମାଣରେ ବୃଦ୍ଧି ଘଟିଛି। ଆଜି ସେ ବାଘ, ସିଂହ, କଲାରାପତରିଆ  ବା ହାତୀ ସମସ୍ତଙ୍କ ସଂଖ୍ୟା ଦେଶରେ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ପ୍ରଥମ ଥର ପାଇଁ ସ୍ୱଚ୍ଛତା ଓ ଜାଳେଣିରେ ଆତ୍ମନିର୍ଭରଶୀଳତା ପାଇଁ ପଦକ୍ଷେପ ନିଆଯାଇଛି। ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସଂଯୋଗ କରାଯାଇଛି। ସେ ଏହି ପରିପ୍ରେକ୍ଷୀରେ ଗୋବର୍ଦ୍ଧନ ଯୋଜନାର ଉଦାହରଣ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାକୃତିକ କୃଷିରେ ଆମର କେତେକ ବଡ ବଡ ସମସ୍ୟାର ସମାଧାନ ନିହିତ ରହିଛି। ସେ କହିଥିଲେ ଯେ ଚଳିତବର୍ଷ ବଜେଟରେ ପ୍ରାକୃତିକ କୃଷକୁ ପ୍ରୋତ୍ସାହନ ଦେବା ନିମନ୍ତେ ଗଙ୍ଗାନଦୀ କୂଳରେ ଥିବା ଗ୍ରାମଗୁଡିକୁ ବଛାଯାଇଛି ଯାହା ପ୍ରାକୃତିକ କୃଷିର ଏକ ବିସ୍ତୃତ ପଥ ସୃଷ୍ଟି କରିପାରିବ। ଏହା ଆମର ଚାଷ ଜମିଗୁଡିକୁ  ରାସାୟନିକ ପଦାର୍ଥରୁ ମୁକ୍ତ କରିବା ସହ ନମାନି ଗଙ୍ଗେ ପ୍ରକଳ୍ପ ମଧ୍ୟ ନୂତନ ଶକ୍ତି ପାଇବ। ଭାରତ ୨୦୩୦ ମସିହା ସୁଦ୍ଧା ୨୬ ନିୟୁତ ହେକ୍ଟର ଜମିର ପୁନରୁଦ୍ଧାର ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ। ସେ ବିଏସଭିଆଇ ନୀତି ଓ ଏଲଇଡି ବଲ୍‌ବ ଅଭିଯାନ ସମ୍ପର୍କରେ ମଧ୍ୟ କହିଥିଲେ।

ପ୍ରଧାନମନ୍ତ୍ରୀ ପୁଣି କହିଥିଲେ ଯେ ଭାରତ ଆମର ଶକ୍ତି ଉତ୍ପାଦନ ସାମର୍ଥ୍ୟର ଶତକଡା ୪୦ଭାଗ ଅଣ ଜୀବାଶ୍ମ ଇନ୍ଧନ ଜରିଆରେ ପାଉଥିବାବେଳେ ଏଥିରେ ନଅବର୍ଷ ଆଗରେ ରହିଛି ।ସୌରଶକ୍ତି ସାମର୍ଥ୍ୟ ୧୮ଗୁଣ ବୃଦ୍ଧି ପାଇଛି ଓ ଉଦ୍‌ଯାନ ମିଶନ ଓ ଚକ୍ରୀୟ ଅର୍ଥନୀତି ସମ୍ପର୍କୀ ନୀତି ପରିବେଶ ସୁରକ୍ଷା ପ୍ରତି ଆମର ଅଙ୍ଗୀକାରବଦ୍ଧତାର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଶତକଡା ୧୦ଭାଗ ଇଥାନଲ  ମିଶ୍ରଣ ଲକ୍ଷ୍ୟ ନିର୍ଦ୍ଧାରିତ ସମୟର ପାଞ୍ଚମାସ ଆଗରୁ ହାସଲ କରିଛି ।ଏହାର ବ୍ୟାପକତା ନେଇ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହାରେ ଇଥାନଲ ମିଶ୍ରଣ ମାତ୍ର ୧. ୫ ପ୍ରତିଶତ ଥିଲା । ଏହି ଲକ୍ଷ୍ୟ ହାସଲ ଦ୍ୱାରା ତିନିଟି ସୁବିଧା ମିଳିବ ବୋଲି ସେ କହିଥିଲେ । ପ୍ରଥମ ଏହା ଦ୍ୱାରା ୨୭ଲକ୍ଷ ଟନ୍ ଅଙ୍ଗାରକାମ୍ଳ ଉଦ୍‌ଗୀରଣ ହ୍ରାସ ହେବ । ଦ୍ୱିତୀୟତଃ ଏହା ଦ୍ୱାରା ୪୧ହଜାର କୋଟି ବୈଦେଶିକ ମୁଦ୍ରା ସଞ୍ଚୟହେବ ଓ ତୃତୀୟରେ ଇଥାନଲ  ମିଶ୍ରଣ ଯୋଗୁଁ ଚାଷୀମାନେ ଗତ ଆଠବର୍ଷରେ ୪୦ହଜାର ୬ଶହ କୋଟି ଟଙ୍କାର ଲାଭ ପାଇଛନ୍ତି । ପ୍ରଧାନମନ୍ତ୍ରୀ ସେଥିପାଇଁ ଦେଶର ଜନସାଧାରଣ କୃଷକ ଓ ତେଲ କମ୍ପାନୀଗୁଡିକୁ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏମ୍ ଜାତୀୟ ଗତି ଶକ୍ତି ମାଷ୍ଟର ପ୍ଲାନ ଯୋଗୁଁ ଲଜିଷ୍ଟିକ୍ ଓ ପରିବହନ ପଦ୍ଧତି ଶକ୍ତିଶାଳୀ ହେବା ସହ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ । ୧୦୦ରୁ ଅଧିକ ଜଳପଥରେ ବହୁମୁଖୀ ସଂଯୋଗକରଣ ଯୋଗୁଁ ମଧ୍ୟ ପ୍ରଦୂଷଣ ହ୍ରାସ ପାଇବ । ପ୍ରଧାନମନ୍ତ୍ରୀ ଉପସ୍ଥିତ ଦର୍ଶକଙ୍କ ଧ୍ୟାନ ସବୁଜ କର୍ମସଂସ୍ଥାନ ଉପରକୁ ଆକର୍ଷିତ କରିଥିଲେ । ଭାରତର ପରିବେଶ ସଂରକ୍ଷଣ ଉନ୍ନତ ହୋଇଥିବାରୁ ବହୁ ପରିମାଣରେ ସବୁଜ କର୍ମସଂସ୍ଥାନ ବା ଗ୍ରୀନ ଜବ ପ୍ରତି ସୁଯୋଗ ସୃଷ୍ଟି ହେଉଛି ବୋଲି ସେ କହିଥିଲେ । ପରିବେଶ ଓ ମାଟି ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ସହ ସେ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମ୍ରିତ ସରୋବର ନିର୍ମାଣ ନେଇ ଜନସାଧାରଣଙ୍କୁ ଧ୍ୟାନ ଆକର୍ଷଣ କରିଥିଲେ ।

“ମାଟି ବଞ୍ଚାଅ ଆନ୍ଦୋଳନ’ ଏକ ବୈଶ୍ୱିକ ଆନ୍ଦୋଳନ ଓ ମାଟିର ସ୍ୱାସ୍ଥ୍ୟ ବିଲୟ ନେଇ ସଚେତନତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ । ଏହି ଆନ୍ଦୋଳନ ମାର୍ଚ୍ଚ ୨୦୨୨ରେ ସଦ୍‌ଗୁରୁଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ସେ ୨୭ଟି ଦେଶ ମୋଟର ସାଇକେଲରେ ଭ୍ରମଣ କରି ସଚେତନତା ସୃଷ୍ଟି କରିଥିଲେ । ଏହି ୧୦୦ଦିନ ଯାତ୍ରାର ୭୫ଦିନ ଜୁନ ୫ତାରିଖରେ ସମ୍ପୂର୍ଣ୍ଣ ହେଉଛି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ମାଟିର ସ୍ୱାସ୍ଥ୍ୟ ବିକାଶରେ ଦେଶର ଅଙ୍ଗୀକାରବଦ୍ଧତାକୁ ଆହୁରି ଶକ୍ତି ଦେବ।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ସାଇକେଲ ଦିବସ: ୭୫୦ ଯୁବ ସାଇକେଲ ଆରୋହୀଙ୍କ ସହ ସାଇକେଲ ଚାଳନା କରିବେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଆଜାଦୀ କା ଅମ୍ରିତ ମହୋତ୍ସବ ଭାରତ @୭୫ ଅଧୀନରେ  ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୨, ୨୦୨୧ରେ ଆଜାଦୀ କା ଅମ୍ରିତ ମହୋତ୍ସବର ଉଦ୍‌ଘାଟନୀର ଅଭିଭାଷଣ ଦ୍ୱାରା ଉତ୍ସାହିତ ହୋଇ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ଆଜାଦୀ କା ଅମ୍ରିତ ମହୋତ୍ସବ ଅଧୀନ ଆକ୍ସନ ଆଣ୍ଡ ରିଜଲଭ (କର୍ମ ଓ ସଂକଳ୍ପ) @୭୫  ପରିକଳ୍ପନା କରିଛି।

ବିଶ୍ୱ ସାଇକେଲ ଦିବସ ଅବସରରେ ଆଜି ଯୁବ ବ୍ୟାପାର ବିଭାଗ ଏହାର ଦୁଇ ଅଗ୍ରଣୀ ଯୁବ ସଂଗଠନ ନେହେରୁ ଯୁବ କେନ୍ଦ୍ର (NYKS) ଏବଂ ଜାତୀୟ ସେବା ଯୋଜନା (NSS) ଏକା ଶହ ଚାରିଟି କାର୍ଯ୍ୟକଳାପ ହାତକୁ ନେଇଛନ୍ତି। ଯଥା ଦିଲ୍ଲୀରେ ବିଶ୍ୱ ସାଇକେଲ ଦିବସ ପାଳନ, ଦେଶର ୩୫ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ସାଇକେଲ ଶୋଭାଯାତ୍ରା, ଦେଶର ୭୫ଟି କୀର୍ତ୍ତି ରାଜି ସ୍ଥଳକୁ ଶୋଭାଯାତ୍ରା ଓ ଦେଶର ସମସ୍ତ ବ୍ଲକର ରାଲି। କେନ୍ଦ୍ର ଯୁବବ୍ୟାପାର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଆଜି ଏହି ଦେଶବ୍ୟାପୀ କାର୍ଯ୍ୟକ୍ରମ ଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମରୁ ଶୁଭାରମ୍ଭ କରିବେ।

ଏହି ଅବସରରେ ଭଶ୍ରୀ ଠାକୁର ୭୫୦ଜଣ ଯୁବ ସାଇକେଲ ଆରୋହୀଙ୍କ ସହ ୭.୫ କିଲୋମିଟର ସାଇକେଲ ଯାତ୍ରା କରିବେ। ପରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଦେଶର ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ୭୫ଟି କୀର୍ତ୍ତିରାଜି ସମ୍ପନ୍ନ ସ୍ଥାନରୁ ସାଇକେଲ ଶୋଭାଯାତ୍ରା ବାହାର କରାଯିବ। ଏଥିରେ ୭୫ଜଣ ଅଂଶଗ୍ରହଣକାରୀ ନେହେରୁ ଯୁବ କେନ୍ଦ୍ର ସଂଗଠନ, ଯୁବ ସ୍ୱେଚ୍ଛାସେବୀ ଓ ଯୁବ କ୍ଲବର ସଦସ୍ୟଗଣ ଦେଶରେ ସମସ୍ତ ବ୍ଲକରୁ ସ୍ୱେଚ୍ଛାକୃତ ଭାବେ ସାଇକେଲ ଶୋଭାଯାତ୍ରା କରିବେ।

ଏହି ଅବସରରେ  ଭୁବନେଶ୍ଵର ଓ ପୁରୀଠାରେ ମଧ୍ୟ ସାଇକେଲ ରାଲି ଆୟୋଜିତ ହେବ।

ସେ ଦୃଷ୍ଟିରୁ ବିଶ୍ୱ ସାଇକେଲ ଦିବସ ଅବସରରେ ଦେଶବ୍ୟାପୀ ସାଇକେଲ ରାଲି ଅନୁଷ୍ଠିତ ହେଉଥିବାବେଳେ ଗୋଟିଏ ଦିନରେ ୧ଲକ୍ଷ ୨୯ହଜାର ଯୁବ ସାଇକେଲ ଆରୋହୀ ୯.୬୮ଲକ୍ଷ କିଲୋମିଟରରୁ ଅଧିକ ଦୂରତ୍ୱ ଅତିକ୍ରମ କରିବେ।

ଶରୀରକୁ ସୁସ୍ଥବଳ ଓ ସତେଜ ରଖିବା ସହ ପୃଥ୍ୱଳତ୍ୱ ଆଳସ୍ୟଭାବ, ମାନସିକ ଚାପ ଓ ରୋଗରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଦୈନନ୍ଦିନ ଜୀବନରେ ସାଇକେଲ ଚାଳନା ପାଇଁ ଗୁରୁତ୍ୱ ଆରୋପ କରାଯାଉଛି। ସାଧାରଣ ନାଗରିକମାନେ ସାଇକେଲ ଚାଳନାକୁ ଆପଣାଇବା ଦ୍ୱାରା ଅଙ୍ଗାରକାମ୍ଳ ଉତ୍ସରଣ ମଧ୍ୟ ହ୍ରାସ ପାଇବ। ବିଶ୍ୱ ସାଇକେଲ ଦିବସ  ଅବସରରେ ଦିନକୁ ଅନୂନ୍ୟ ଅଧଘଣ୍ଟା ଶାରୀରିକ କାର୍ଯ୍ୟକଳାପ ନିମନ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଦିଆଯିବ। ତାହା ହେଲା “ ଫିଟ୍‌ନେସ୍  କି ଡୋଜ, ଆଧା ଘଣ୍ଟା ରୋଜ।”

ବିଶ୍ୱ ସାଇକେଲ ଦିବସରେ ମୁଖ୍ୟ କାର୍ଯ୍ୟକଳାପ ମଧ୍ୟରେ  ସୁସ୍ଥ ସବଳ ରହିବା ଉପରେ ଜନସଚେତନତା ଓ ପତାକା ଦେଖାଇ ସାଇକେଲ ରାଲି ଅନ୍ତର୍ଭୁକ୍ତ। ଯୁବକ ଯୁବତୀମାନଙ୍କୁ ମଧ୍ୟ ସେମାନଙ୍କ ଗ୍ରାମ ଓ ଅଞ୍ଚଳରେ ଆଦାଜୀ କା ଅମ୍ରିତ ମହୋତ୍ସବ ଅବସରରେ ଏହି ପ୍ରକାର ର‌୍ୟାଲି ଆୟୋଜନ ପାଇଁ ପ୍ରୋତ୍ସାହିତ କରାଯାଇଛି। ଜନସାଧାରଣ ସାଇକେଲିଂ ଫୋର ଇଣ୍ଡିଆ ଏବଂ ୱାଲ୍‌ଡ ବାଇସାଇଲେକ ଡେ ୨୦୨୨କୁ  ଉତ୍ସାହିତ କରିବାକୁ ନିବେଦନ କରାଯାଇଛି।

ଗଣମାନ୍ୟ ବ୍ୟକ୍ତି, ଜନପ୍ରତିନିଧି, ସାମାଜିକ କର୍ମୀ, କ୍ରୀଡାବିତ୍ ଇତ୍ୟାଦିଙ୍କୁ ବିଭନ୍ନ ସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରୋତ୍ସାହିତ କରିବାକୁ ନିବେଦନ କରାଯାଉଛି।

କେନ୍ଦ୍ର ସରକାର ମନ୍ତ୍ରଣାଳୟ, ରାଜ୍ୟ ସରକାର ଓ ଅନ୍ୟାନ୍ୟ ସଂଗଠନ ନିଜ ଅଞ୍ଚଳରେ ସାଇକେଲ ର‌୍ୟାଲୀକୁ ସ୍ୱାଗତ କରିବାକୁ ଅନୁରୋଧ କରାଯାଉଛି। ବିଶ୍ୱ ସାଇକେଲ ଦିବସ ଅବସରରେ ଏଥିରେ ଅଧିକରୁ ଅଧିକ ସଂଶ୍ଳିଷ୍ଟ ହେବାକୁ ସମସ୍ତଙ୍କୁ ନିବେଦନ କରାଯାଉଛି।

Categories
PIB_NEWS ଆଜିର ଖବର ଜାତୀୟ ଖବର

ଆଜାଦୀ କା ଅମ୍ରିତ ମହୋତ୍ସବ ଉପଲକ୍ଷେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆରଓବି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ବର : ଦେଶ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଆଜାଦୀ କା ଅମ୍ରିତ ମହୋତ୍ସବ ଅଂଶବିଶେଷ ସ୍ବରୂପ ଭୁବନେଶ୍ବରସ୍ଥିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାଯ୍ୟାଳୟ(ଆରଓବି) ପକ୍ଷରୁ ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଦିନ ଏକ ବିଶେଷ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି।

କଟକରେ ଅବସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଓ ସଂଗ୍ରହାଳୟ ଜାନକୀ ନାଥ ଭବନ ପରିସରରେ ଆୟୋଜିତ ଏହି ବିଶେଷ କାର‌୍ୟ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର‌୍ୟ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାଯ୍ୟାଳୟ ଓ ଆରଓବି ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜୀନ୍ଦର ଚୌଧୁରୀ ଅଂଶଗ୍ରହଣ କରି ସ୍ବାଧୀନତା ସଂଗ୍ରାମରେ ନେତାଜୀଙ୍କ ବଳିଷ୍ଠ ଯୋଗଦାନର ଅବତାରଣା କରିଥିଲେ।

ଏଥିସହିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ସେ ନେତାଜୀଙ୍କ ବାଲ୍ୟ ଜୀବନ ବିଷୟରେ ଅବଗତ ହୋଇଥିଲେ। କାଯ୍ୟକ୍ରମରେ ଲୋକସେବକ ମଣ୍ଡଳର ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ଡ. ସତ୍ୟ ରାୟ, ଆରଓବିର ନିର୍ଦ୍ଦେଶକ ଅଖିଳ ମିଶ୍ର, ସଂଗ୍ରହାଳୟର ସୁପରିଟେଣ୍ଡେଣ୍ଟ ଜେ ରାୟ ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସଂଗ୍ରହାଳୟ ବୁଲି ଦେଖିଥିଲେ।