Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ସ୍ୱକଳ୍ପ ସହଯୋଗ” କାର୍ଯ୍ୟକ୍ରମ: ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ବିଶେଷ ସହାୟତା
ଆଜିର ଖବର

“ସ୍ୱକଳ୍ପ ସହଯୋଗ” କାର୍ଯ୍ୟକ୍ରମ: ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ବିଶେଷ ସହାୟତା

March 21, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ଦେଇ ସଶକ୍ତ କରିବା ପାଇଁ “ସ୍ୱକଳ୍ପ ସହଯୋଗ” ନାଁରେ ଏକ ବିଶେଷ କାର୍ଯ୍ୟକ୍ରମ କରାଯାଇଥିଲା। ବୁଧବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୪୦ରୁ ଅଧିକ ସ୍ୱକଳ୍ପ ଉଦ୍ୟୋଗୀ ଯୋଗ ଦେଇଥିଲେ । ସେମାନଙ୍କୁ ନିଜ ନିଜ ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ବ୍ୟାଙ୍କ ଋଣ ପ୍ରଦାନ ସହିତ ଡିଜିଟାଲ କାରବାର ପାଇଁ ଆବଶ୍ୟକ ସହାୟତା ଦିଆଯାଇଥିଲା।

ଦିନେ ବ୍ୟବସାୟ କରିବାକୁ ସ୍ୱପ୍ନ ଦେଖୁଥିଲେ ଗାଁ ଗହଳିର ଯୁବକ ଯୁବତୀ। ଆଜି ସେମାନଙ୍କୁ ତାଲିମ ଦେଇ ବ୍ୟବସାୟ ସ୍ଥାପନ ଲାଗି ସେମାନଙ୍କ ଭିତରେ ନୂଆ ସାହସ ଓ ଉତ୍ସାହ ଭରିଛି ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗ ଦକ୍ଷତା ବିକାଶ କାର୍ଯ୍ୟକ୍ରମ “ସ୍ୱକଳ୍ପ”।

“ସ୍ୱକଳ୍ପ ସହଯୋଗ” କାର୍ଯ୍ୟକ୍ରମରେ ବ୍ୟବସାୟ ସ୍ଥାପନ କରିଥିବା ସଫଳ ଉଦ୍ୟୋଗୀମାନେ ସେମାନଙ୍କ ଉଦ୍ୟୋଗ ଯାତ୍ରା ବିଷୟରେ କହିଥିଲେ। ବ୍ୟବସାୟକୁ ଆଗକୁ ନେବା ପାଇଁ “ସ୍ୱକଳ୍ପ” ପକ୍ଷରୁ ବିଭିନ୍ନ ସମୟରେ ଦିଆଯାଇଥିବା ସହାୟତା ବିଷୟରେ ସେମାନେ ବର୍ଣ୍ଣନା କରିଥିଲେ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୪୦ରୁ ଅଧିକ ସ୍ୱକଳ୍ପ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କେତେକ ସଫଳ ଉଦ୍ୟୋଗୀଙ୍କୁ ବ୍ୟାଙ୍କ ଋଣ ପାଇଁ ଅନୁମତିପତ୍ର ଦିଆଯାଇଥିଲା। ଡିଜିଟାଲ କାରବାର ପାଇଁ ଆଗରୁ ପଞ୍ଜୀକରଣ କରିଥିବା ଉଦ୍ୟୋଗୀଙ୍କୁ ଭାରତ ପେ’ ପକ୍ଷରୁ “କ୍ୟୁ ଆର୍‌” କୋଡ୍ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଯୋଗଦେଇ ଉଦ୍ୟୋଗୀମାନଙ୍କ ସହ କଥା ହୋଇଥିଲେ। ବ୍ୟବସାୟକୁ ଆଗକୁ ନେବା ପାଇଁ ସେମାନଙ୍କୁ ସେ ଉତ୍ସାହିତ କରିଥିଲେ। ସେ କହିଥିଲେ, “ଓଡ଼ିଶାର ଗ୍ରାମାଞ୍ଚଳର ଲୋକଙ୍କ ଭିତରେ ବିଭିନ୍ନ ବ୍ୟବସାୟ ସ୍ଥାପନ ପାଇଁ ଯଥେଷ୍ଟ ଆଗ୍ରହ ରହିଛି। ଏଥିପାଇଁ ସ୍ୱକଳ୍ପ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ତାହା ସେମାନଙ୍କୁ ଆଗକୁ ଯିବାରେ ଅଧିକ ଉତ୍ସାହିତ କରୁଛି। ଏହି ପରିପ୍ରେକ୍ଷୀରେ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।”

“ତୃଣମୂଳ ସ୍ତରର ଲୋକମାନଙ୍କୁ ସଶକ୍ତ କରି ସେମାନଙ୍କୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସହ ଯୋଡ଼ିବା ପାଇଁ “ସ୍ୱକଳ୍ପ” ଭଳି ପ୍ରଭାବଶାଳୀ କାର୍ଯ୍ୟକ୍ରମ ହାତକୁ ନେଇଛି ପାଲାଡିୟମ ଇଣ୍ଡିଆ। ଫଳରେ ଆଜି ଅନେକ ସ୍ୱକଳ୍ପ ଉଦ୍ୟୋଗୀ ତିଆରି ହୋଇପାରିଛନ୍ତି। ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିପାରିଛି। ସେମାନଙ୍କ ଭିତରୁ ୫୦ରୁ ଅଧିକ ଉଦ୍ୟୋଗୀଙ୍କୁ ବ୍ୟାଙ୍କ ଏବଂ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଜରିଆରେ ଋଣ ଯୋଗାଇ ଦିଆଯାଇଛି। ଏହା ସେମାନଙ୍କ ବ୍ୟବସାୟକୁ ଆଉ ଏକ ନୂଆ ଉଚ୍ଚତାକୁ ନେବାରେ ସାହଯ୍ୟ କରିବ”, କହିଛନ୍ତି ପାଲାଡିୟମ ଇଣ୍ଡିଆର  ନିର୍ଦ୍ଦେଶକ ସନ୍ଦୀପ ଲାଞ୍ଜେୱାର।

ବ୍ୟବସାୟ ସ୍ଥାପନା ପାଇଁ ଅନୁକୂଳ ପରିବେଶ ସହିତ ଅର୍ଥ, ବଜାର ସଂଯୋଗ ଏବଂ ଉତ୍ପାଦଗୁଡ଼ିକର ଉପୁକ୍ତ ବ୍ରାଣ୍ଡିଂର ଆବଶ୍ୟକତା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଉଦ୍ୟୋଗୀମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଉତ୍ପାଦର କିପରି ବ୍ରାଣ୍ଡିଂ ଓ ବଜାର ସଂଯୋଗ କରାଯିବ ତା’ଉପରେ ସ୍ୱକଳ୍ପ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସେହିପରି ଇ-କମର୍ସ ପ୍ଲାଟଫର୍ମରେ ସ୍ୱକଳ୍ପ ଉଦ୍ୟୋଗୀଙ୍କ ଉତ୍ପାଦକୁ ସ୍ଥାପନ ଦେବା ପାଇଁ ଅଗ୍ରଣୀ ଇ-କମର୍ସ ସଂସ୍ଥା “ମେସୋ”କୁ ଇକୋସିଷ୍ଟମ ପାର୍ଟନର ଭାବେ ନିଆଯାଇଛି।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଜେନେରାଲ ମ୍ୟାନେଜର (ଏମଏସଓପି) ଜିତେନ୍ଦ୍ର ମୋହନ ସାହୁ, ଭାରତ ପେ’ର ଏରିଆ ଜେନେରାଲ ମ୍ୟାନେଜର ବିଶ୍ୱ ପ୍ରକାଶ ରାଉତ, ଏସଆଇଡିବିଆଇର ସହକାରୀ ପ୍ରବନ୍ଧକ ଅଶ୍ୱିନୀ ବେହେରା, ଭାରତୀୟ ଷ୍ଟେଟ ବ୍ୟାଙ୍କର ସହକାରୀ ପ୍ରବନ୍ଧକ କେ ମିଲନ ପାତ୍ର, ଡିଆଇଭିଏଭିଆଇ – ଗାଓଁ କା ବଜାରର ମିଶନ ଡାଇରେକ୍ଟର ରାଜୀବ ରଞ୍ଜନ ଗୁରୁ, ସ୍ୱକଳ୍ପ ଟିମ୍ ଲିଡର ତଥା ପାଲଡିୟମ ଇଣ୍ଡିଆର ସହଯୋଗୀ ନିର୍ଦ୍ଦେଶକ ସୌମେନ୍ଦ୍ର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ଅଧୀନରେ ତଥା ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା “ସ୍ୱକଳ୍ପ”ର ପରିଚାଳନା କରାଯାଉଛି। ସ୍ୱକଳ୍ପ କାର୍ଯ୍ୟକ୍ରମର ମୁଖ୍ୟ ସହଯୋଗୀ ସଂସ୍ଥା ଭାବେ ପାଲାଡିୟମ କନସଲ୍ଟିଂ ଇଣ୍ଡିଆ କାମ କରୁଛି।

“ସ୍ୱକଳ୍ପ” ଅଧୀନରେ ପର୍ଯ୍ୟାୟକ୍ରମେ ଓଡ଼ିଶାର ୧୦ ହଜାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ଦକ୍ଷତା ବିକାଶ ଲାଗି ତାଲିମ ଦିଆଯାଉଛି। ସେମାନଙ୍କ ମଧ୍ୟରୁ ୧ ହଜାର ବ୍ୟକ୍ତି କିପରି ନିଜ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠା କରିପାରିବେ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ୨୫ ପ୍ରତିଶତ ମହିଳାଙ୍କ ଅନ୍ତର୍ଭୁକ୍ତିକୁ ପ୍ରାଥମିକତା ଦିଆଯାଉଛି।

ଆର୍ଥିକ ସହାୟତା ଓଡିଶା କ୍ଷୁଦ୍ର ଉଦ୍ୟୋଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ

June 14, 2026

ଓମାନ ଉପକୂଳରେ ବୁଡ଼ିଗଲା ଭାରତୀୟ ଜାହାଜ?: ୧୪ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କଲା ଆମେରିକୀୟ ନୌସେନା

June 14, 2026

ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା’ ଭଗବତୀ

June 14, 2026

ପୁରୀ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

June 14, 2026
Latest News

ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ

June 14, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା: ଅଗ୍ନିକାଣ୍ଡ ଗୁଜବ ପରେ ଟ୍ରେନ୍ ରୁ ଡେଇଁ ୬ ଯାତ୍ରୀ ମୃତ

June 14, 2026

ଓମାନ ଉପକୂଳରେ ବୁଡ଼ିଗଲା ଭାରତୀୟ ଜାହାଜ?: ୧୪ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କଲା ଆମେରିକୀୟ ନୌସେନା

June 14, 2026

ଦିଦିଙ୍କ ହାତରୁ ଖସିବ କି ଟିଏମସି?: ଆସନ୍ତାକାଲି ପୃଥକ ଗୋଷ୍ଠୀ ଦାବି କରିବେ ବିଦ୍ରୋହୀ ସାଂସଦ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.