Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନୀତ
ଆଜିର ଖବର

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନୀତ

March 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଧୀରୁଭାଇ ଅମ୍ବାନୀଙ୍କୁ ଭାରତର ଟେଲିକମ୍ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭଏସ୍ ଆଣ୍ଡ୍ ଡାଟା ପକ୍ଷରୁ ସମ୍ମାନଜନକ ଲାଇଫ୍ ଟାଇମ୍ ଆଚିଭମେଣ୍ଟ (ଜୀବନବ୍ୟାପୀ ସାଧନା) ପୁରସ୍କାରରେ ସମ୍ମାନୀତ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପୁରସ୍କାର ସମାରୋହରେ ୨୦୨୩ ବର୍ଷ ପାଇଁ ରିଲାଏନ୍ସ ଜିଓ ଇନଫୋକମ୍‌‌ର ପ୍ରେସିଡେଣ୍ଟ ମାଥ୍ୟୁ ଓମେନ୍‌‌ଙ୍କୁ ‘ପାଥବ୍ରେକର ଅଫ୍ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଛି। ଦେଶରେ ଟେକ୍ନୋଲୋଜି କ୍ଷେତ୍ରର ବିକାଶ ଦିଗରେ ୫ଜିର ଦ୍ରୁତ ପ୍ରଚଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଓମେନଙ୍କୁ ଏହି ପୁରସ୍କାର ମିଳିଛି।

ମୁକେଶ ଅମ୍ବାନୀଙ୍କ ନେତୃତ୍ୱକୁ ପ୍ରଶଂସା କରି ମାଥ୍ୟୁ ଓମେନ୍ କହିଛନ୍ତି ଯେ, “ଭଏସ୍ ଆଣ୍ଡ୍ ଡାଟା ପକ୍ଷରୁ ମୁକେଶ ଧୀରୁଭାଇ ଅମ୍ବାନୀଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିବାରୁ ଆମେ ଗର୍ବ ଅନୁଭବ କରୁଛୁ। ତାଙ୍କ ବଳିଷ୍ଠ ନେତୃତ୍ୱରେ କମ୍ପାନି ଟେଲିକମ, ରିଟେଲ, ମିଡିଆ ଏବଂ କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛି ଏବଂ ଅନ୍ତର୍ଭୁକ୍ତିକରଣ ଜରିଆରେ ଏସବୁକୁ ସମସ୍ତଙ୍କ ପାଇଁ ସହଜଲବ୍ଧ କରିଛି। ଆଜିର ଡିଜିଟାଲ ଦୁନିଆରେ ଭାରତର ଭୂମିକା ବୈପ୍ଳବିକ ହେବ। ଏକ ଶିଳ୍ପ ଏବଂ ରାଷ୍ଟ୍ର ଭାବେ ଆମର ଅବଦାନ ଅତୁଳନୀୟ ହେବ ଏବଂ ଏହା ସମସ୍ତ ଭାରତୀୟଙ୍କ ପାଇଁ ଅଧିକ ସମାନତା ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତର ପଥ ପ୍ରଶସ୍ତ କରିବ।’’

ପୁରସ୍କାର ଗ୍ରହଣ କରିବା ଅବସରରେ ଟେକ୍ନୋଲୋଜି ଅଗ୍ରଗତିକୁ ତ୍ୱରାନ୍ୱିତ କରିବାରେ ସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପସ୍ଥାପିତ କରିବା ସହିତ ଟେଲିକମ ଶିଳ୍ପ ସହ ଜଡ଼ିତ ନୀରଜ ମିତ୍ତଲ ଏବଂ ଗୋପାଳ ଭିଟ୍ଟଲଙ୍କୁ ଓମେନ୍ ଅଭିନନ୍ଦନ ଜଣାଇଛନ୍ତି। ନୀରଜ ମିତ୍ତଲ ଓ ଗୋପାଳ ଭିଟ୍ଟଲଙ୍କ ସହ ମିଳିତ ଭାବେ ମାଥ୍ୟୁ ଓମେନ୍‌‌ଙ୍କୁ ପାଥବ୍ରେକର ଅଫ୍ ଦି ଇୟର ପୁରସ୍କାର ମିଳିଛି।

ଏଆଇ ଓ ନିରାପତ୍ତା ପରିସୀମାକୁ ପରିବର୍ଦ୍ଧିତ କରୁଥିବା ଜିପିୟୁ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟ ଭଳି ପ୍ରଯୁକ୍ତିର ଅଭ୍ୟୁଦୟ ତଥା ପ୍ରଯୁକ୍ତି କ୍ଷେତ୍ରରେ ଘଟୁଥିବା ନିରନ୍ତର ବିକାଶ ସମ୍ପର୍କରେ ଉଲ୍ଲେଖ କରି ମାଥ୍ୟୁ ଓମେନ୍ ସମାଜ ଉପରେ ପ୍ରଯୁକ୍ତିବିଦ୍ୟାର ଯୁଗାନ୍ତକାରୀ ପ୍ରଭାବ ଉପରେ ଆଲୋକପାତ କରିଥିଲେ। ସମାଜର ସମସ୍ତ ବର୍ଗକୁ ଦାୟିତ୍ୱପୂର୍ଣ୍ଣ ଓ ଦୀର୍ଘ ସ୍ଥାୟୀ ଭାବେ ଉନ୍ନତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଭଏସ୍ ଆଣ୍ଡ୍ ଡାଟା ଆୱାର୍ଡ ସମାରୋହରେ ରିଲାଏନ୍ସ ଜିଓକୁ ନେଟୱାର୍କ ଭିତ୍ତିଭୂମି, ବହୁଭାଷୀ ଇଣ୍ଟରନେଟ୍‌‌, କମ୍ୟୁନିକେସନ୍ (ଯୋଗାଯୋଗ) ପ୍ଲାଟଫର୍ମ, ବିଜନେସ୍ ପ୍ରୋସେସ୍ ଇନୋଭେସନ୍ (ବ୍ୟବସାୟ ପ୍ରକ୍ରିୟା ନବସୃଜନ), ନେଟୱାର୍କ ସେବା ଏବଂ ଆଇଓଟି ସମେତ ବିଭିନ୍ନ ବର୍ଗରେ ଆଉ ୬ଟି ପୁରସ୍କାର ମିଳିଛି।

Mukesh Ambani
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026
Latest News

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.