Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେଜ୍ରିୱାଲଙ୍କ ଏହି ଅବସ୍ଥା ପାଇଁ ମୁଁ ଦୁଃଖିତ ନୁହେଁ: ଆନ୍ନା ହାଜାରେ
ଆଜିର ଖବର

କେଜ୍ରିୱାଲଙ୍କ ଏହି ଅବସ୍ଥା ପାଇଁ ମୁଁ ଦୁଃଖିତ ନୁହେଁ: ଆନ୍ନା ହାଜାରେ

March 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆନ୍ନା ହଜାରେ
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଉପରେ ଆନ୍ନା ହଜାରେଙ୍କ ପ୍ରତିକ୍ରିୟା: ଜାଣନ୍ତୁ କ'ଣ କହିଲେ....

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସମ୍ପର୍କରେ ଆନ୍ନା ହଜାରେ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ଦିଲ୍ଲୀ ସରକାରଙ୍କ ମଦ ନୀତି ଏବଂ ଏହା ମାଧ୍ୟମରେ ହୋଇଥିବା ଦୁର୍ନୀତି ସଂପର୍କରେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ମୁଁ ଗଭୀର ଦୁଃଖିତ। ସବୁଠାରୁ ବଡ ବିଡମ୍ବନାର ବିଷୟ ହେଉଛି, ଦୁର୍ନୀତି ବିରୋଧରେ ଲଢୁଥିବା ଦେଶର ସର୍ବ ବୃହତ ଜନ ଲୋକପାଲ ଆନ୍ଦୋଳନରେ ମୋର ସହଯୋଗୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି।

ଆନ୍ନା ହାଜାରେ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି ଯେ, “ଯାହା ବିରୁଦ୍ଧରେ ମୁଁ ମୋର ସମସ୍ତ ଜୀବନ ବିତାଇଛି, କେଜ୍ରିୱାଲ କୋଟି କୋଟି ଭାରତୀୟଙ୍କ ବିଶ୍ୱାସକୁ ଭାଙ୍ଗି ଦେଇଛନ୍ତି। ଏହି ପ୍ରକାର ଆଚରଣ ଦ୍ୱାରା ସାମାଜିକ ଗତିବିଧିରେ କାର୍ଯ୍ୟ କରୁଥିବା ଲୋକମାନେ ସେମାନଙ୍କର ବିଶ୍ୱାସ ହରାଇଛନ୍ତି। ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ, ଏକ ପବିତ୍ର ଆନ୍ଦୋଳନକୁ ରାଜନୈତିକ ଲାଭ ପାଇଁ ବ୍ୟବହୃତ କରାଯାଇଛି।”

ଆନ୍ନା ହାଜାରେ ତାଙ୍କ ଚିଠିରେ ଆହୁରି ଲେଖିଛନ୍ତି ଯେ, “ମୁଁ ନିଜେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୩୦ ଅଗଷ୍ଟ ୨୦୨୨ ରେ ଦିଲ୍ଲୀ ସରକାରଙ୍କ ମଦ ନୀତି ମାଧ୍ୟମରେ ହୋଇଥିବା ଦୁର୍ନୀତି ପଦାକୁ ଆସିବା ପରେ ଲେଖିଥିଲି। ଯେଉଁଥିରେ ମୁଁ ତାଙ୍କୁ କହିଥିଲି ଯେ, ଏହି ପୁରା ଘଟଣା ବିଷୟରେ ଜାଣିବା ପରେ ମୁଁ ଆଶ୍ଚର୍ଯ୍ୟ ଏବଂ ନିରାଶ ହୋଇଛି। ଏହି ସମଗ୍ର ଘଟଣାର ଶେଷ ପର୍ଯ୍ୟନ୍ତ ଅନୁସନ୍ଧାନ କରାଯିବା ଉଚିତ ଏବଂ ମୁଁ ଆଶା କରୁଛି ଯେ, ସମ୍ପୂର୍ଣ୍ଣ ଅନୁସନ୍ଧାନ ପରେ ଜନସାଧାରଣଙ୍କ ନିକଟରେ ସତ୍ୟ ପ୍ରକାଶ ପାଇବ ଏବଂ ଦୋଷୀଙ୍କୁ ଦଣ୍ଡ ଦିଆଯିବ। ସେ ଆହୁରି ଲେଖିଛନ୍ତି ଯେ, “ରାଜନୈତିକ ଅଭିଳାଷ ପାଇଁ ଏକ ଆନ୍ଦୋଳନ ନଷ୍ଟ ହୋଇଯାଇଥିଲା। ଏହି ଜିନିଷ ପାଇଁ ବହୁତ ଦୁଃଖିତ। ଆଜି ସେହି ଆନ୍ଦୋଳନର ରାଜନୈତିକ ବିକଳ୍ପ ମଧ୍ୟ ବିଫଳ ହୋଇଛି, ଏହା ଦୁର୍ଭାଗ୍ୟଜନକ।”

ଶୁକ୍ରବାର ଦିନ ଗଣମାଧ୍ୟମକୁ ଆନ୍ନା ହାଜାରେ କହିଥିଲେ ଯେ, ଯେତେବେଳେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ଏହି ଆନ୍ଦୋଳନ ସମୟରେ ଆମ ସହ ଆସିଥିଲେ, ସେତେବେଳେ ମୁଁ ଉଭୟଙ୍କୁ ଦେଶର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ କହିଥିଲି। କିନ୍ତୁ, ଦୁହେଁ ମୋ କଥା ପ୍ରତି ଧ୍ୟାନ ଦେଲେ ନାହିଁ। କିମ୍ବା କେଜ୍ରିୱାଲ ମୋ କଥା ଶୁଣିଲେ ନାହିଁ। ଏଭଳି ପରିସ୍ଥିତିରେ ମୁଁ ତାଙ୍କୁ କୌଣସି ପରାମର୍ଶ ଦେବି ନାହିଁ ଏବଂ ଏହା ସହିତ କେଜ୍ରିୱାଲଙ୍କ ଏହି ଅବସ୍ଥା ପାଇଁ ମୁଁ ଦୁଃଖିତ ନୁହେଁ।

aap Arvind Kejriwal Arvind Kejriwal Arrest delhi Delhi Excise Policy Case ed
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱକପରେ ଭାରତର ବୃହତ ବିଜୟ: ପୁଣି ପାକିସ୍ତାନକୁ ଚଟାଇଲା ଧୂଳି

August 19, 2026

ଜମି ବିବାଦରୁ କାକାଙ୍କୁ ହତ୍ୟା ଅଭିଯୋଗ: ଦୁଇ ଅଭିଯୁକ୍ତ ଗିରଫ

August 19, 2026

ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣା: ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ

August 19, 2026

ଘୋଷଣା ହେଲା ୪୭ତମ ଶାରଳା ପୁରସ୍କାର: ‘ବିଶ୍ବାସ ଦେ ପୃଥିବୀ’ ପାଇଁ ସମ୍ମାନିତ ହେବେ ଡ. ଆଶୁତୋଷ ପରିଡ଼ା

August 19, 2026
Latest News

ବିଶ୍ୱକପରେ ଭାରତର ବୃହତ ବିଜୟ: ପୁଣି ପାକିସ୍ତାନକୁ ଚଟାଇଲା ଧୂଳି

August 19, 2026

ଜମି ବିବାଦରୁ କାକାଙ୍କୁ ହତ୍ୟା ଅଭିଯୋଗ: ଦୁଇ ଅଭିଯୁକ୍ତ ଗିରଫ

August 19, 2026

ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣା: ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ

August 19, 2026

ଘୋଷଣା ହେଲା ୪୭ତମ ଶାରଳା ପୁରସ୍କାର: ‘ବିଶ୍ବାସ ଦେ ପୃଥିବୀ’ ପାଇଁ ସମ୍ମାନିତ ହେବେ ଡ. ଆଶୁତୋଷ ପରିଡ଼ା

August 19, 2026

Online drivers protest: ମାଷ୍ଟରକ୍ୟାଣ୍ଟିନ୍‌ରେ ଅନ୍‌ଲାଇନ୍‌ ଚାଳକଙ୍କ ତାଣ୍ଡବ, ୧୫ରୁ ଅଧିକ ଗାଡ଼ି ଭଙ୍ଗାରୁଜା

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.