ବେଙ୍ଗାଲୁରୁ ଏବଂ ପଞ୍ଜାବ ମଧ୍ୟରେ ଆଜିର ଲଢେଇ, ଜାଣନ୍ତୁ ଖେଳାଳି ଏକାଦଶ ଏବଂ ପିଚ୍ ରିପୋର୍ଟ

Published: Mar 25, 2024, 5:48 pm IST

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ମଧ୍ୟରେ ଲଢେଇ ହେବ। ଏହି ମ୍ୟାଚ୍ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଯେଉଁଠାରେ ଗତ ମ୍ୟାଚରେ ଆରସିବି ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ପଞ୍ଜାବ ଦଳ ଏହାର ଗତ ମ୍ୟାଚ୍ ଜିତିଥିଲା। ଏପରି ପରିସ୍ଥିତିରେ, ଆରସିବି ନିଜ ଘରୋଇ ଗ୍ରାଉଣ୍ଡରେ ପ୍ରଥମ ବିଜୟ କରିବାକୁ ଚାହୁଁଛି।

ବେଙ୍ଗାଲୁରୁ ଏବଂ ପଞ୍ଜାବ ମଧ୍ୟରେ ଏ ପର୍ଯ୍ୟନ୍ତ ଯେତେଥର ମୁହାଁମୁହିଁ ହୋଇଛନ୍ତି, ସେଥିରେ ପଞ୍ଜାବ ଦଳ ପ୍ରାଧାନ୍ୟ ବିସ୍ତାର କରିଛି। ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ୧୪ ଟି ମ୍ୟାଚ୍ ଜିତିଥିବାବେଳେ ପଞ୍ଜାବ ୧୭ ଟି ମ୍ୟାଚ୍ ଜିତିଛି। ଏଥର ମଧ୍ୟ ଦୁଇ ଦଳ ମଧ୍ୟରେ ଏକ କଡା ପ୍ରତିଯୋଗିତା ଦେଖିବାକୁ ମିଳିପାରେ।

ଏମ ଚିନ୍ନାସ୍ୱାମୀର ପିଚ୍ ରିପୋର୍ଟ:

ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମର ପିଚ୍ ବୋଲରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅଧିକାଂଶ ହାଇ ସ୍କୋରିଂ ମ୍ୟାଚ୍ ଏଠାରେ ଦେଖିବାକୁ ମିଳିଛି। ଏହି ଗ୍ରାଉଣ୍ଡରେ କୌଣସି ସ୍କୋର ସୁରକ୍ଷିତ ବୋଲି କହିହେବ ନାହିଁ। ତେବେ ଏଥର ପିଚରେ ଅନେକ ଘାସ ଦୃଶ୍ୟମାନ ହେଉଛି। ଏଭଳି ପରିସ୍ଥିତିରେ ପିଚର ଆଚରଣ ଅଲଗା ହୋଇପାରେ।

ପଞ୍ଜାବ କିଙ୍ଗ୍ସର ସମ୍ଭାବ୍ୟ ଏକାଦଶ ଖେଳାଳି- ଶିଖର ଧାୱନ (ଅଧିନାୟକ), ଜନି ବେୟାରଷ୍ଟୋ, ସାମ କୁରାନ, ଜିତେଶ ଶର୍ମା (ୱିକେଟ୍ କିପର), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଶଶାଙ୍କ ସିଂ, ହରପ୍ରୀତ ବରାର, ହର୍ଷଲ ପଟେଲ, କାଗିସୋ ରାବାଡା, ରାହୁଲ ଚହର ଏବଂ ଅର୍ଶଦୀପ ସିଂ।

ଇମ୍ପାକ୍ଟ ପ୍ଲେୟାର– ପ୍ରଭାସୀମରନ୍ ସିଂ

ଆରସିବିର ସମ୍ଭାବ୍ୟ ଏକାଦଶ ଖେଳାଳି– ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, କ୍ୟାମେରନ୍ ଗ୍ରୀନ୍, ଅନୁଜ ରାୱତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ, ଅଲଜାରୀ ଜୋସେଫ, ମୟଙ୍କ ଡାଗର, କର୍ଣ୍ଣ ଶର୍ମା ଏବଂ ମହମ୍ମଦ ସିରାଜ।

ଇମ୍ପାକ୍ଟ ପ୍ଲେୟାର– ୟଶ ଦୟାଲ।

Related posts