Categories
ଆଜିର ଖବର ଖେଳ ଜାତୀୟ ଖବର

୪୪ ଟି ମ୍ୟାଚ୍ ପରେ ମଧ୍ୟ କାହାକୁ ମିଳିନାହିଁ ଯୋଗ୍ୟତା: RCB ଠାରୁ MI କୁ ମଧ୍ୟ ପ୍ଲେ ଅଫ୍ ପାଇଁ ରହିଛି ସୁଯୋଗ

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୪ ଆଇପିଏଲ୍ ରେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା ରାଜସ୍ଥାନ ରୟାଲ୍ସ ଠାରୁ ଆରମ୍ଭ କରି ସର୍ବନିମ୍ନ ଦଶମ ସ୍ଥାନରେ ଥିବା ଆରସିବି ପର୍ଯ୍ୟନ୍ତ ମଧ୍ୟ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ରହିଛି। ଶନିବାର ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୪୪ ଟି ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍ ପରେ ମଧ୍ୟ ସମସ୍ତ ୧୦ ଟି ଦଳ ପ୍ଲେ ଅଫ୍ ପାଇଁ ସୁଯୋଗ ପାଇଛନ୍ତି। ତେବେ ଆସନ୍ତୁ ସମସ୍ତ ଦଳର ସମୀକରଣ ଜାଣିବା…..

୧- ରାଜସ୍ଥାନ ରୟାଲ୍ସ:

ରାଜସ୍ଥାନ ରୟାଲ୍ସ ଏପର୍ଯ୍ୟନ୍ତ ୨୦୨୪ ଆଇପିଏଲରେ ୯ ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ସେମାନେ ୮ ଟି ଜିତିଛନ୍ତି। ଦଳ ପାଖରେ ୧୬ ପଏଣ୍ଟ ରହିଛି। ଏଭଳି ପରିସ୍ଥିତିରେ ଦଳ ପ୍ଲେ ଅଫ୍ ପାଇଁ ପ୍ରାୟ ଯୋଗ୍ୟତା ଅର୍ଜନ କରିଛି।

୨- କୋଲକାତା ନାଇଟ୍ ରାଇଡର୍ସ:

କୋଲକାତା ନାଇଟ୍ ରାଇଡର୍ସ ଦଳ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ଦଳ ଏପର୍ଯ୍ୟନ୍ତ ୮ ଟି ମ୍ୟାଚ୍ ଖେଳିଛି। ଏଭଳି ପରିସ୍ଥିତିରେ ଦଳ ଅବଶିଷ୍ଟ ମ୍ୟାଚ୍ ଜିତି ସହଜରେ ଯୋଗ୍ୟତା ହାସଲ କରିପାରିବ।

୩- ସନରାଇଜର୍ସ ହାଇଦ୍ରାବାଦ:

ପ୍ୟାଟ୍ କମିନ୍ସଙ୍କ ନେତୃତ୍ଵାଧୀନ ସନରାଇଜର୍ସ ହାଇଦ୍ରାବାଦ ଦଳ ୧୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ହାଇଦ୍ରାବାଦ ଏପର୍ଯ୍ୟନ୍ତ ୮ ଟି ମ୍ୟାଚ୍ ଖେଳିଛି। ଏଭଳି ପରିସ୍ଥିତିରେ, ଅବଶିଷ୍ଟ ମ୍ୟାଚ୍ ଜିତି ସନରାଇଜର୍ସ ସହଜରେ ପ୍ଲେ ଅଫ୍ ରେ ପହଞ୍ଚି ପାରିବ।

୪- ଲକ୍ଷ୍ନୌ ସୁପର ଜିଆଣ୍ଟସ୍:

ପଏଣ୍ଟ ଟେବୁଲରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଚତୁର୍ଥ ସ୍ଥାନରେ ଅଛି। ଲକ୍ଷ୍ନୌ ଏପର୍ଯ୍ୟନ୍ତ ୯ ଟି ମ୍ୟାଚ ମଧ୍ୟରୁ ୫ ଟି ଜିତି ୧୦ ପଏଣ୍ଟ ପାଇଛି। ଏଭଳି ପରିସ୍ଥିତିରେ ଦଳର ଅବଶିଷ୍ଟ ମ୍ୟାଚ୍ ଜିତି ଯୋଗ୍ୟତା ଅର୍ଜନ କରିବାର ସମସ୍ତ ସୁଯୋଗ ରହିଛି।

୫- ଦିଲ୍ଲୀ କ୍ୟାପିଟାଲ୍ସ:

ଋଷଭ ପନ୍ତଙ୍କ ନେତୃତ୍ଵାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସିଜନରେ ଏପର୍ଯ୍ୟନ୍ତ ୧୦ ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ସେମାନେ ୫ ଟି ଜିତି ୫ ଟି ହାରିଛନ୍ତି। ଏଭଳି ପରିସ୍ଥିତିରେ ଦଳର ଅବଶିଷ୍ଟ ମ୍ୟାଚ୍ ଜିତି ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିବାର ସମସ୍ତ ସୁଯୋଗ ରହିଛି।

୬- ଚେନ୍ନାଇ ସୁପର କିଙ୍ଗ୍ସ:

ଚେନ୍ନାଇ ସୁପର କିଙ୍ଗ୍ସ ଏପର୍ଯ୍ୟନ୍ତ ୮ ଟି ମ୍ୟାଚ୍ ଖେଳିଛି ଯେଉଁଥିରେ ସେମାନେ ୪ ଟି ଜିତି ୪ ଟି ହାରିଛନ୍ତି। ଦଳ ୮ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ଦଳ ଅବଶିଷ୍ଟ ୬ ଟି ମ୍ୟାଚ୍ ଜିତି ପ୍ଲେ ଅଫ୍ ପାଇଁ ସହଜରେ ଯୋଗ୍ୟତା ଅର୍ଜନ କରିପାରିବ।

୭- ଗୁଜୁରାଟ ଟାଇଟାନ୍ସ:

ଶୁବମାନ ଗିଲଙ୍କ ଦଳ ଗୁଜୁରାଟ ଟାଇଟାନ୍ସ ଏପର୍ଯ୍ୟନ୍ତ ୯ ଟି ମ୍ୟାଚ୍ ଖେଳିଛି ଯେଉଁଥିରେ ସେମାନେ ୪ ଟି ଜିତି ୫ ଟି ହାରିଛନ୍ତି। ଏହିପରି ଦଳ ଅବଶିଷ୍ଟ ୫ ଟି ମ୍ୟାଚ୍ ଜିତି ପ୍ଲେ ଅଫ୍ ପାଇଁ ସହଜରେ ଯୋଗ୍ୟତା ଅର୍ଜନ କରିପାରିବ।

୮- ପଞ୍ଜାବ କିଙ୍ଗସ୍:

୯ ଟି ମ୍ୟାଚ୍ ଖେଳିବା ପରେ ପଏଣ୍ଟ ଟେବୁଲରେ ପଞ୍ଜାବ କିଙ୍ଗସ୍ ଅଷ୍ଟମ ସ୍ଥାନରେ ରହିଛି। ଦଳ ୯ ଟି ମ୍ୟାଚ ମଧ୍ୟରୁ ୩ ଟି ଜିତି ୬ ଟି ହାରିଛି। ପଞ୍ଜାବର ୬ ପଏଣ୍ଟ ରହିଛି। ଏଭଳି ପରିସ୍ଥିତିରେ ଦଳ ଅବଶିଷ୍ଟ ୫ ଟି ମ୍ୟାଚକୁ ଜିତି ୧୬ ପଏଣ୍ଟ ସହ ସହଜରେ ଯୋଗ୍ୟତା ଅର୍ଜନ କରିପାରିବ।

୯- ମୁମ୍ବାଇ ଇଣ୍ଡିଆନ୍ସ:

ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ୯ ଟି ମ୍ୟାଚ୍ ଖେଳିଛି ଯେଉଁଥିରେ ୩ ଟି ଜିତି ୬ ଟି ହାରିଛି। ମୁମ୍ବାଇରେ ୬ ପଏଣ୍ଟ ରହିଛି। ଏଭଳି ପରିସ୍ଥିତିରେ ଦଳ ଅବଶିଷ୍ଟ ପାଞ୍ଚଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ସହ ଯୋଗ୍ୟତା ଅର୍ଜନ କରିପାରିବ।

୧୦- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିମ୍ନରେ ଅଛି ଅର୍ଥାତ୍ ପଏଣ୍ଟ ଟେବୁଲରେ ଦଶମ ସ୍ଥାନ। ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ୯ ଟି ମ୍ୟାଚ ମଧ୍ୟରୁ ମାତ୍ର ୨ ଟି ଜିତିଛି। ଦଳର ମାତ୍ର ୪ ପଏଣ୍ଟ ରହିଛି। ତଥାପି, ଦଳକୁ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ରହିଛି। ଅବଶିଷ୍ଟ ସମସ୍ତ ପାଞ୍ଚଟି ମ୍ୟାଚ୍ ଜିତିବା ପରେ ବେଙ୍ଗାଲୁରୁ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରି ୧୪ ପଏଣ୍ଟ ସହ ଯୋଗ୍ୟତା ଅର୍ଜନ କରିପାରିବ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଏକ ରୋମାଞ୍ଚକର ମ୍ୟାଚରେ ହାରିଲା ପଞ୍ଜାବ, ଅନ୍ତିମ ଓଭରରେ ଜିତିଲା ବେଙ୍ଗାଲୁରୁ

ନୂଆଦିଲ୍ଲୀ: ୨୦୨୪ ଆଇପିଏଲର ଷଷ୍ଠ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଞ୍ଜାବ କିଙ୍ଗସକୁ ୪ ୱିକେଟରେ ପରାସ୍ତ କରିଛି। ୬ ଟି ୱିକେଟ୍ ଖସିଯିବା ପରେ ଆରସିବି ମହିପାଲ ଲୋମୋରଙ୍କୁ ବ୍ୟାଟିଂ କରିବାକୁ ପଠାଇଥିଲା। ତାଙ୍କର ଧୂଆଁଧାର ପାଳି ବାଙ୍ଗାଲୋରର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହାସହିତ ଦିନେଶ କାର୍ତ୍ତିକଙ୍କ ଆକ୍ରମଣାତ୍ମକ ପାଳି ଯୋଗୁଁ ବାଙ୍ଗାଲୋର ଅନ୍ତିମ ଓଭରରେ ପଞ୍ଜାବକୁ ପରାସ୍ତ କରି ଦ୍ଵିତୀୟ ମ୍ୟାଚରେ ପ୍ରଥମ ବିଜୟ ପଞ୍ଜୀକରଣ କରିଥିଲା।

ବାସ୍ତବରେ ୧୭୭ ରନ୍ ଟାର୍ଗେଟକୁ ପିଛା କରି ୧୬.୨ ଓଭରରେ ଆରସିବି ୧୩୦ ରନ୍ ରେ ୬ ୱିକେଟ୍ ହରାଇଥିଲା। ଏହା ପରେ ଲାଗୁଥିଲା ଯେ, ପଞ୍ଜାବ ଏହି ମ୍ୟାଚରେ ଜିତିଯିବ, କିନ୍ତୁ ମହିପାଲ ଲୋମୋର ଏବଂ ଦୀନେଶ କାର୍ତ୍ତିକଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ମ୍ୟାଚର ସ୍ଥିତି ବଦଳିଯାଇଥିଲା। ୧୦ ବଲରେ ୨୮ ରନ୍ ସ୍କୋର କରିବା ପରେ କାର୍ତ୍ତିକ ଅପରାଜିତ ଫେରିଥିଲେ ଏବଂ ଲୋମୋର ୮ ବଲରେ ୧୭ ରନ୍ ସ୍କୋର କରିଥିଲେ। ଏହା ପୂର୍ବରୁ ବିରାଟ କୋହଲି ୧୧ ଟି ଚୌକା ଓ ଦୁଇଟି ଛକା ସହାୟତାରେ ୪୯ ବଲରେ ୭୭ ରନ୍ ସଂଗ୍ରହ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ବେଙ୍ଗାଲୁରୁ ଏବଂ ପଞ୍ଜାବ ମଧ୍ୟରେ ଆଜିର ଲଢେଇ, ଜାଣନ୍ତୁ ଖେଳାଳି ଏକାଦଶ ଏବଂ ପିଚ୍ ରିପୋର୍ଟ

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ମଧ୍ୟରେ ଲଢେଇ ହେବ। ଏହି ମ୍ୟାଚ୍ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଯେଉଁଠାରେ ଗତ ମ୍ୟାଚରେ ଆରସିବି ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ପଞ୍ଜାବ ଦଳ ଏହାର ଗତ ମ୍ୟାଚ୍ ଜିତିଥିଲା। ଏପରି ପରିସ୍ଥିତିରେ, ଆରସିବି ନିଜ ଘରୋଇ ଗ୍ରାଉଣ୍ଡରେ ପ୍ରଥମ ବିଜୟ କରିବାକୁ ଚାହୁଁଛି।

ବେଙ୍ଗାଲୁରୁ ଏବଂ ପଞ୍ଜାବ ମଧ୍ୟରେ ଏ ପର୍ଯ୍ୟନ୍ତ ଯେତେଥର ମୁହାଁମୁହିଁ ହୋଇଛନ୍ତି, ସେଥିରେ ପଞ୍ଜାବ ଦଳ ପ୍ରାଧାନ୍ୟ ବିସ୍ତାର କରିଛି। ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ୧୪ ଟି ମ୍ୟାଚ୍ ଜିତିଥିବାବେଳେ ପଞ୍ଜାବ ୧୭ ଟି ମ୍ୟାଚ୍ ଜିତିଛି। ଏଥର ମଧ୍ୟ ଦୁଇ ଦଳ ମଧ୍ୟରେ ଏକ କଡା ପ୍ରତିଯୋଗିତା ଦେଖିବାକୁ ମିଳିପାରେ।

ଏମ ଚିନ୍ନାସ୍ୱାମୀର ପିଚ୍ ରିପୋର୍ଟ:

ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମର ପିଚ୍ ବୋଲରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅଧିକାଂଶ ହାଇ ସ୍କୋରିଂ ମ୍ୟାଚ୍ ଏଠାରେ ଦେଖିବାକୁ ମିଳିଛି। ଏହି ଗ୍ରାଉଣ୍ଡରେ କୌଣସି ସ୍କୋର ସୁରକ୍ଷିତ ବୋଲି କହିହେବ ନାହିଁ। ତେବେ ଏଥର ପିଚରେ ଅନେକ ଘାସ ଦୃଶ୍ୟମାନ ହେଉଛି। ଏଭଳି ପରିସ୍ଥିତିରେ ପିଚର ଆଚରଣ ଅଲଗା ହୋଇପାରେ।

ପଞ୍ଜାବ କିଙ୍ଗ୍ସର ସମ୍ଭାବ୍ୟ ଏକାଦଶ ଖେଳାଳି- ଶିଖର ଧାୱନ (ଅଧିନାୟକ), ଜନି ବେୟାରଷ୍ଟୋ, ସାମ କୁରାନ, ଜିତେଶ ଶର୍ମା (ୱିକେଟ୍ କିପର), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଶଶାଙ୍କ ସିଂ, ହରପ୍ରୀତ ବରାର, ହର୍ଷଲ ପଟେଲ, କାଗିସୋ ରାବାଡା, ରାହୁଲ ଚହର ଏବଂ ଅର୍ଶଦୀପ ସିଂ।

ଇମ୍ପାକ୍ଟ ପ୍ଲେୟାର– ପ୍ରଭାସୀମରନ୍ ସିଂ

ଆରସିବିର ସମ୍ଭାବ୍ୟ ଏକାଦଶ ଖେଳାଳି– ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, କ୍ୟାମେରନ୍ ଗ୍ରୀନ୍, ଅନୁଜ ରାୱତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ, ଅଲଜାରୀ ଜୋସେଫ, ମୟଙ୍କ ଡାଗର, କର୍ଣ୍ଣ ଶର୍ମା ଏବଂ ମହମ୍ମଦ ସିରାଜ।

ଇମ୍ପାକ୍ଟ ପ୍ଲେୟାର– ୟଶ ଦୟାଲ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ୍ ର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ, ଘୋଷଣା ହେଲା ଫାଇନାଲ୍ ସ୍ଥାନ ଏବଂ ତାରିଖ

ନୂଆଦିଲ୍ଲୀ: କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୭ ତମ ସିଜନ୍ ନିଜେ ଦେଶରେ ଖେଳାଯିବ। ବାସ୍ତବରେ ଲୋକସଭା ନିର୍ବାଚନ ହେତୁ ବିସିସିଆଇ କେବଳ ଏପ୍ରିଲ ୭ ପର୍ଯ୍ୟନ୍ତ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରିଥିଲା। ତେବେ ଅବଶିଷ୍ଟ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି।

କ୍ରିକେଟ୍ ୱେବସାଇଟ୍ କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୪ ର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ। ଲିଗ୍ ର ଫାଇନାଲ ମ୍ୟାଚ୍ ମଇ୨୬ ତାରିଖରେ ଚେନ୍ନାଇରେ ଖେଳାଯିବ। ଅହମ୍ମଦାବାଦ ଏବଂ ଚେନ୍ନାଇରେ କ୍ୱାଲିଫାୟର ମ୍ୟାଚ୍ ଖେଳାଯିବ। ଏହି ସିଜିନର ସମସ୍ତ ୭୪ ଟି ମ୍ୟାଚ୍ ଭାରତରେ ଧାର୍ଯ୍ୟ କରାଯାଇଛି।

ଆଇପିଏଲ୍ ୨୦୨୪ ର କ୍ୱାଲିଫାୟର୍ ୧ ଏବଂ ଏଲିମିନେଟର ମ୍ୟାଚ୍ ୨୧ ଏବଂ ୨୨ ମେରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଯେତେବେଳେ କି କ୍ୱାଲିଫାୟର୍ ୨ ଏବଂ ଫାଇନାଲ୍ ମ୍ୟାଚ୍ ୨୪ ଏବଂ ୨୬ ମେ ଚେନ୍ନାଇର ଚେପକ୍ ଠାରେ ଖେଳାଯିବ।

ଏହାପୂର୍ବରୁ କ୍ରିକବଜ୍ ବିସିସିଆଇ ସଚିବ ଜୟ ଶାହାଙ୍କ ରିପୋର୍ଟରେ ଦର୍ଶାଇଛି ଯେ, ଆଇପିଏଲ୍ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ବିଦେଶରେ ଖେଳାଯିବ ନାହିଁ। ସମସ୍ତ ମ୍ୟାଚ୍ କେବଳ ଭାରତରେ ଅନୁଷ୍ଠିତ ହେବ। ରିପୋର୍ଟରେ କୁହାଯାଇଛି ଯେ, ବିସିସିଆଇ ସଚିବ ଜୟ ଶାହା ଆଇପିଏଲ ୨୦୨୪ ର ଦ୍ୱିତୀୟ ପର୍ଯ୍ୟାୟକୁ ଦେଶ ବାହାରେ ସ୍ଥାନାନ୍ତର କରିବାକୁ ମନା କରି ଦେଇଛନ୍ତି।

ଅନେକ ରିପୋର୍ଟରେ କୁହାଯାଇଛି ଯେ, ଲୋକସଭା ନିର୍ବାଚନ ହେତୁ କିଛି ଆଇପିଏଲ୍ ଦଳ ଆଇପିଏଲ୍ ୨୦୨୪ର ଅବଶିଷ୍ଟ ମ୍ୟାଚ୍ ଦେଶରୁ ବାହାରକୁ ଆଣିବାକୁ ଦାବି କରିଛନ୍ତି। ଏପରିକି ଦାବି ଥିଲା ଯେ, ୟୁଏଇରେ ଆଇପିଏଲର ଦ୍ୱିତୀୟ ଭାଗ ଆୟୋଜନ କରିବାର ସମ୍ଭାବନାକୁ ବିସିସିଆଇ ସଦସ୍ୟମାନେ ଅନୁସନ୍ଧାନ କରୁଛନ୍ତି। ତେବେ ଜୟ ଶାହା ଏହି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଥିଲେ। ଏପ୍ରିଲ୍ ୧୯ ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ୫୪୩ ଲୋକସଭା ଆସନ ପାଇଁ ଭୋଟ୍ ଅନୁଷ୍ଠିତ ହେବ। ୨୨ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।

Categories
ଆଜିର ଖବର ଖେଳ ଜାତୀୟ ଖବର

୨୦୨୪ ଆଇପିଏଲ ରେ ଖେଳିବେ କି ନାହିଁ ବିରାଟ କୋହଲି?, ଆସିଲା ବଡ ଅପଡେଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରେଇ ରହିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ କିଙ୍ଗ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜରେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି କୋହଲି ୨୦୨୪ ଆଇପିଏଲ ରେ ଖେଳିବେ କି ନାହିଁ? ବିରାଟ ଏପର୍ଯ୍ୟନ୍ତ ଏ ବିଷୟରେ କିଛି କହି ନାହାଁନ୍ତି, କିନ୍ତୁ ଏକ ବଡ ରିପୋର୍ଟ ନିଶ୍ଚିତ ଭାବେ ସାମ୍ନାକୁ ଆସିଛି।

କୋହଲିଙ୍କ ଖେଳ ସମ୍ପର୍କରେ ତାଙ୍କ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ତେବେ ESPNcricinfo ରିପୋର୍ଟ ଅନୁଯାୟୀ କିଙ୍ଗ କୋହଲି କ୍ରିକେଟ୍ ପଡ଼ିଆକୁ ଫେରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବିରାଟ ଏପର୍ଯ୍ୟନ୍ତ ଆରସିବି କ୍ୟାମ୍ପରେ ଯୋଗ ଦେଇନାହାଁନ୍ତି, ମାର୍ଚ୍ଚ ୨୨ ତାରିଖରେ ଖେଳାଯିବାକୁ ଥିବା ଓପନିଂ ମ୍ୟାଚ୍ ପୂର୍ବରୁ ସେ ବେଙ୍ଗାଲୁରୁର ପ୍ରି-ଟୁର୍ଣ୍ଣାମେଣ୍ଟ କ୍ୟାମ୍ପରେ ଦଳରେ ଯୋଗଦେବେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲରେ RCB ସୃଷ୍ଟି କଲା ଏହି ରେକର୍ଡ, ଯାହାକୁ କେଉଁ ଦଳ ବି ଆଶା କରୁନଥିବେ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ବାଙ୍ଗାଲୋରକୁ କୋଲକାତା ୨୧ ରନ୍ ରେ ପରାସ୍ତ କରିଥିଲା। ଚଳିତ ସିଜନରେ କୋଲକାତା ବିପକ୍ଷରେ ବାଙ୍ଗାଲୋରର ଏହା ଦ୍ୱିତୀୟ ପରାଜୟ। ଏହି ମ୍ୟାଚରେ ଆରସିବି ପାଇଁ ବିରାଟ କୋହଲି ଅଧିନାୟକତ୍ୱ କରିଥିଲେ। ସେ ଟସ୍ ଜିତିଥିଲେ କିନ୍ତୁ ପ୍ରଥମେ ବ୍ୟାଟିଂ କରିବା ଲାଗି କୋଲକାତାକୁ ନିମନ୍ତ୍ରଣ କରିଥିଲେ। ଏହି ସମୟରେ, କେକେଆର ୨୦ ଓଭରରେ ୨୦୦ ରନ୍ କରିଥିଲେ। ଏହା ପରେ ଆରସିବି ନାମରେ ଏଭଳି ରେକର୍ଡ ପଞ୍ଜୀକୃତ ହେଲା। ଯାହା ସେ କେବେ ଚାହିଁ ନନଥିବେ।

ବାସ୍ତବରେ ଆଇପିଏଲ୍ ଇତିହାସରେ ଆରସିବି ଦଳ ଏକମାତ୍ର ଦଳ ହୋଇପାରିଛି, ଯାହା ବିରୋଧରେ ସର୍ବାଧିକ ୨୦୦ କିମ୍ବା ୨୦୦ ରୁ ଅଧିକ ସ୍କୋର କରାଯାଇଛି। ଆରସିବିର ବର୍ତ୍ତମାନ ୨୪ ଥର ୨୦୦ କିମ୍ବା ଅଧିକ ସ୍କୋର କରିବାର ରେକର୍ଡ ରହିଛି। ବାଙ୍ଗାଲୋର ପରେ ପଞ୍ଜାବ କିଙ୍ଗ୍ସର ନାମ ରହିଛି, ଯାହା ବିପକ୍ଷରେ ୨୩ ଥର ୨୦୦ ସ୍କୋର କରାଯାଇଛି। ଏହା ପରେ କୋଲକାତା ନାଇଟ୍ ରାଇଡର୍ସ ବିରୋଧରେ ୧୮ ଥର ୨୦୦, ଚେନ୍ନାଇ ସୁପର କିଙ୍ଗ୍ସ ବୋରୋଧରେ ୧୭ ଥର, ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ୧୬ ଥର, ରାଜସ୍ଥାନ ରୟାଲ୍ସ ବିରୋଧରେ ୧୪ ଥର, ସନରାଇଜର୍ସ ହାଇଦ୍ରାବାଦ ବିରୋଧରେ ୧୪ ଥର ଏବଂ ଶେଷରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୧ ଥର ବିରୋଧୀ ଦଳ ୨୦୦ କିମ୍ବା ୨୦୦ ରୁ ଉର୍ଦ୍ଧ୍ଵ ସ୍କୋର କରିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ରୋଚକ ମୋଡରେ ଆଇପିଏଲ୍‌ ୨୦୨୦: ପ୍ଲେ ଅଫ୍‌ ପାଇଁ ଏବେ ବି ରହିଛି ସସ୍‌ପେନ୍ସ

ଦୁବାଇ: ଆଇପିଏଲ୍ ୧୩ତମ ସଂସ୍କରଣର ଲିଗ ପର୍ଯ୍ୟାୟ ଅନ୍ତିମ ଚରଣରେ ପହଞ୍ଚି ସାରିଛି। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟ ତଥା ପ୍ଲେ ଅଫ୍ ରେ ଖେଳିବା ପାଇଁ କେବଳ ମୁମ୍ବାଇ ଇଣ୍ଡିଆନ୍ସ ଯୋଗ୍ୟତା ଅର୍ଜ୍ଜନ କରିଥିବା ବେଳେ ଆଉ ତିନୋଟି ଦଳ ସ୍ଥାନ ପାଇବା ବାକି ରହିଛି। ଲିଗ ପର୍ଯ୍ୟାୟରେ ଆଉ ମାତ୍ର ଦୁଇଟି ମ୍ୟାଚ ଖେଳାଯିବାକୁ ବାକି ଥିଲା ବେଳେ କେଉଁ ତିନୋଟି ଦଳ ପ୍ଲେ ଅଫରେ ସ୍ଥାନ ପାଇବେ ଏନେଇ ଅନିଶ୍ଚିତତା ଜାରି ରହିଛି।

ଆଜି ଖେଳାଯିବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରୁ ଯେଉଁ ଦଳ ବିଜୟ ଲାଭ କରିବ, ସେହି ଦଳ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହେବ। ଏବଂ ଯେଉଁ ଦଳ ପରାଜିତ ହେବ, ସେହି ଦଳକୁ ଆସନ୍ତାକାଲି ହେବାକୁ ଥିବା ମୁମ୍ବାଇ ଇଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ।

ଯଦି ଏହି ଶେଷ ଲିଗ ମ୍ୟାଚରେ ମୁମ୍ବାଇ ବିଜୟୀ ହୁଏ, ତେବେ ଆଜି ମ୍ୟାଚର ପରାଜିତ ଦଳ ଏବଂ କୋଲକୋତା ନାଇଟରାଇଡ଼ର୍ସ ସିଧା ସଳଖ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିପାରିବେ। ହାଇଦ୍ରାବାଦ ବିଜୟୀ ହେଲେ ଦଳ ଭଲ ରନ ରେଟ ଯୋଗୁଁ ସିଧାସଳଖ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିବ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜି ମ୍ୟାଚର ପରାଜିତ ଦଳ ଏବଂ କୋଲକୋତା ନାଇଟରାଇଡ଼ର୍ସ ମଧ୍ୟରେ ଯେଉଁ ଦଳ ରନ ରେଟରେ ଆଗୁଆ ରହିବ, ସେହି ଦଳ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଉନ୍ନୀତ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ପର୍ଯ୍ୟନ୍ତ ୬ ଟି ଦଳ ପ୍ଲେ ଅଫରେ ପହଞ୍ଚିବା ପାଇଁ ଆଶା ରଖିଥିବା ବେଳେ ଚେନ୍ନାଇ ଠାରୁ ପଞ୍ଜାବ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ ରୁ ବାଦ ପଡିଛି। ସେହିପରି ରାଜସ୍ଥାନ ଦଳର କୋଲକୋତା ଠାରୁ ପରାସ୍ତ ହୋଇ ଚଳିତ ଟୁର୍ଣ୍ଣାମେଣ୍ଟରେ ପରବର୍ତ୍ତୀ ମ୍ୟାଚ ଖେଳିବାର ଆଶା ମଉଳି ଯାଇଛି। ତେବେ ଏହି ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ବାଙ୍ଗାଲୋର, ଦିଲ୍ଲୀ, କୋଲକୋତା ଏବଂ ହାଇଦ୍ରାବାଦ ମଧ୍ୟରୁ କେଉଁ ତିନୋଟି ଦଳ ସଫଳ ହେଉଛନ୍ତି ତାହା ଦେଖିବା ବାକି ରହିଲା।