Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ସମାରୋହ -୨୦୨୪
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ସମାରୋହ -୨୦୨୪

April 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଓଡ଼ିଶା ଦିବସ ମହା ସମାରୋହରେ ପାଳନ ହୋଇ ଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଆଜି ପ୍ରାତଃ ୫.୦୦ ଟା ରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଙ୍ଗୀତ ଖୋର୍ଦ୍ଧା ପୌର ପରିଷଦ ଅଞ୍ଚଳରେ ପରିବେଶଣ କରାଯାଇଥିଲା। ସକାଳ ୬.୩୦ ମିନିଟ ସୁଦ୍ଧା ପୌର ପରିଷଦ କାର୍ଯ୍ୟାଳୟ ତରଫରୁ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସକାଳ ୮.୦୦ ଘଟିକାରେ ଜୟୀ ରାଜଗୁରୁ ଟାଉନ ହଲ ଠାରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ଜଗନ୍ନାଥ ଏବଂ ବରପୁତ୍ର ମାନଙ୍କର ଫଟୋ ରେ ମାଲ୍ୟାର୍ପଣ କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଣି ଜ୍ୟୋତ୍ସ୍ନାମୟୀ ଆଚାର୍ୟ ଓଡ଼ିଶା ଦିବସ ପରିପ୍ରେକ୍ଷିରେ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ। ପରେ ପରେ ଏହି ବୈଠକରେ ମଞ୍ଚାସୀନ ଅଧିକାରୀ ମାନେ ଯଥାକ୍ରମେ ଡି ଏଫ ଓ ପି ପୂର୍ଣ୍ଣିମା, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, କାର୍ଯ୍ୟନିର୍ବାହୀ ଅଧିକାରୀଣି ରିଜ୍ୱାନା କବାବ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ତରାଇ ସେମାନଙ୍କ ଅଭିଭାଷଣ ରଖିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ଓଡ଼ିଶା ପ୍ରଦେଶ ଗଠନ ର ଇତିହାସ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଦାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ପିଲାମାନଙ୍କୁ ଉଦବୋଧନ ଦେବା ସହିତ ସେମାନକୁ ଓଡ଼ିଶା ଦିବସ ଏବଂ ମଞ୍ଚରେ ଥିବା ବରପୁତ୍ରମାନଙ୍କର ପରିଚୟ ଉପରେ ପ୍ରଶ୍ନ ପଚାରି ମଞ୍ଚ କୁ ଡାକି ଉତ୍ସାହିତ କରିଥିଲେ। ପରେ ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରି, ଶିକ୍ଷକ ଶିକ୍ଷୟିତ୍ରୀ, ସାମ୍ବାଦିକ, ଛାତ୍ରୀ, ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକକୁ ପରିଚାଳନା କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରି ଅରବିନ୍ଦ ଦାସ। ଶେଷରେ ଧନ୍ୟବାଦ ପ୍ରଦାନ କରଯାଇ ସଭା ସାଙ୍ଗ କରାଯାଇଥିଲା।

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026
Latest News

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.