ମହୁଆ ମୋଇତ୍ରାଙ୍କ ବଢିଲା ସମସ୍ୟା!, ଇଡି ଦ୍ଵାରା ଅର୍ଥ ହେରଫେର ମାମଲା

Published: Apr 2, 2024, 8:02 pm IST

ନୂଆଦିଲ୍ଲୀ: ଟିଏମସି ନେତା ମହୁଆ ମୋଇତ୍ରାଙ୍କ ସମସ୍ୟା ବଢିବାରେ ଲାଗିଛି। ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲା ପାଇଁ ଇଡି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଟିଏମସି ନେତାଙ୍କ ବିରୋଧରେ ଇଡି ଦ୍ୱାରା ଟଙ୍କା ଲଣ୍ଡରିଂ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ଯେ ଲୋକପାଲଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏହି ଘଟଣାର ତଦନ୍ତ କରୁଛି। ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଲୋକପାଲ ମଧ୍ୟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ (ଫେମା) ମାମଲାରେ ଇଡି ସୋମବାର ମୋଇତ୍ରାଙ୍କୁ ଜେରା କରିବାକୁ ଯାଉଥିଲା। କିନ୍ତୁ ସେ ଏଜେନ୍ସିକୁ ଏକ ଚିଠି ଲେଖି ୨୧ ଦିନ ସମୟ ମାଗିଥିଲେ। ତେବେ ମହୁଆ ମୋଇତ୍ରାଙ୍କୁ ସମୟ ଦେବାକୁ ଇଡି ମନା କରିଦେଇଥିଲା। ତଦନ୍ତକାରୀ ସଂସ୍ଥା ମୋଇତ୍ରାଙ୍କୁ ଏକ ନୂତନ ସମନ ପଠାଇଛି ଏବଂ ୭ ଦିନ ପରେ ତାଙ୍କୁ ଜେରା ପାଇଁ ଡାକିଛି।

ଗତ ବର୍ଷ ବିଜେପି ସାଂସଦ ନିଶିକାନ୍ତ ଦୁବେ ମହୁଆ ମୋଇତ୍ରାଙ୍କୁ ମହଙ୍ଗା ଉପହାର ଓ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ କରିଥିଲେ। ଅନୁସନ୍ଧାନରେ ଦୋଷୀ ସାବ୍ୟସ୍ତ ହେବା ପରେ ୮ ଡିସେମ୍ବର ୨୦୨୩ ରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା।

Related posts