ବିଜେଡି ଛାଡିଲେ ବରଗଡର ପୂର୍ବତନ ସାଂସଦ ପ୍ରଭାସ ସିଂ

Published: Apr 8, 2024, 3:43 pm IST

ଭୁବନେଶ୍ବର: ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ବରଗଡ ଲୋକସଭାର ପୂର୍ବତନ ସାଂସଦ ପ୍ରଭାସ ସିଂ। ସେ ଆଜି ନବୀନ ନିବାସ ଆସି ଦଳୀୟ ନେତାଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବରଗଡ ଲୋକସଭା ଆସନରୁ ସେ 2014 ମସିହାରେ ବିଜେଡିରେ ସାଂସଦ ଥିଲେ। ହେଲେ ତାଙ୍କୁ 2019ରେ ବିଜେଟି ଟିକେଟ ଦେଇ ନ ଥିଲେ ମଧ୍ୟ ଦଳରେ ରହିଥିଲେ।

ଏଥର ପ୍ରଭାସଙ୍କ ବଦଳରେ ସେଠାରେ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ପରିଣୀତା ମିଶ୍ରଙ୍କୁ ଟିକେଟ ଦେଇଛି। ଏହାକୁ ନେଇ ପ୍ରଭାସ ଅସନ୍ତୁଷ୍ଠ ଅଛନ୍ତି। ସେ ଇସ୍ତଫା ଦେବା ପରେ କହିଛନ୍ତି ଯେ, ମୁଁ ଦଳ ପାଇଁ ବହୁତ ସେବା କରିଛି। ହେଲେ ବିଜେଡି ଯେଉଁ ନୀତି ଆଦର୍ଶରେ ଗଠନ କରାଯାଇଥିଲା ସେଥିରୁ ସେ ବିଚ୍ୟୁତ ହୋଇଛି। ସେଥିପାଇଁ ମୁଁ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ପ୍ରଦାନ କରିଛି।

ତେବେ ପ୍ରଭାସ କେଉଁ ଦଳକୁ ଯିବେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।

Related posts