Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମମତା ସରକାରଙ୍କୁ ଝଟକା: ସନ୍ଦେଶଖାଲୀରେ ଦୁଷ୍କର୍ମ ଓ ଜମି ହଡପ ଅଭିଯୋଗର ତଦନ୍ତ କରିବ ସିବିଆଇ
ଆଜିର ଖବର

ମମତା ସରକାରଙ୍କୁ ଝଟକା: ସନ୍ଦେଶଖାଲୀରେ ଦୁଷ୍କର୍ମ ଓ ଜମି ହଡପ ଅଭିଯୋଗର ତଦନ୍ତ କରିବ ସିବିଆଇ

April 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
କୋଲକାତା ହାଇକୋର୍ଟ
ବଙ୍ଗଳା ଫଳାଫଳ ପୂର୍ବରୁ ଟିଏମସିର ଆବେଦନକୁ ଖାରଜ କଲେ କୋଲକାତା ହାଇକୋର୍ଟ

ନୂଆଦିଲ୍ଲୀ: ସନ୍ଦେଶଖାଲୀ ମାମଲାରେ ଦୁଷ୍କର୍ମ ଓ ଜମି ହଡପ ଅଭିଯୋଗରେ କଲିକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଜି କଲିକତା ହାଇକୋର୍ଟ କହିଛନ୍ତି ଯେ, ଲୋକସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ସନ୍ଦେଶଖାଲୀରେ ବଟି ଆଦାୟ, ଜମି ହଡପ ଏବଂ ଯୌନ ନିର୍ଯାତନା ଅଭିଯୋଗ ସିବିଆଇ ଦ୍ୱାରା ଯାଞ୍ଚ କରାଯିବ। କୋର୍ଟ କହିଛନ୍ତି ଯେ, ଜାନୁୟାରୀ ୫ ତାରିଖରେ ସନ୍ଦେଶଖାଲୀରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଉପରେ କୋର୍ଟ ତଦାରଖ କରିବେ। କୋର୍ଟଙ୍କ ନିର୍ଦ୍ଦେଶରେ ମମତା ସରକାରଙ୍କୁ ଝଟକା ଲାଗିଛି।

ଜାନୁଆରୀ ୫ ତାରିଖରେ ସନ୍ଦେଶଖାଲୀରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ସିବିଆଇ ମଧ୍ୟ ତଦନ୍ତ କରୁଛି। ଏହି ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ରେସନ ସ୍କାମ ମାମଲାରେ ଟିଏମସି ନେତା ଶେଖ ଶାହାଜାହାନଙ୍କ ଘରେ ଚଢାଉ କରିବାକୁ ଆସିଥିବା ଇଡି ଅଧିକାରୀମାନେ ଆକ୍ରମଣର ଶିକାର ହୋଇଥିଲେ। ଅଭିଯୋଗ ହୋଇଛି ଯେ, ଶାହାଜାହାନ ଶେଖଙ୍କ ନିର୍ଦ୍ଦେଶରେ ଅନୁସନ୍ଧାନକାରୀ ସଂସ୍ଥାର ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା।

ଗତ ସପ୍ତାହରେ ହାଇକୋର୍ଟ ବଙ୍ଗଳାର ଟିଏମସି ସରକାରଙ୍କୁ ତୀବ୍ର ନିନ୍ଦା କରି କହିଥିଲେ ଯେ, “ସନ୍ଦେଶଖାଲୀରେ ମାମଲାର ଜଟିଳତାକୁ ଦୃଷ୍ଟିରେ ରଖି ନିରପେକ୍ଷ ତଦନ୍ତ କରାଯିବା ଉଚିତ।

ମମତା ସରକାରଙ୍କୁ କୋର୍ଟ କ’ଣ କହିଛନ୍ତି?:

ପ୍ରକାଶ ଯୋଗ୍ୟ ଯେ, ଗତ ସପ୍ତାହରେ ସନ୍ଦେଶଖାଲୀ ସହ ଜଡିତ ଅନେକ ଆବେଦନ ଉପରେ ଶୁଣାଣି କରାଯାଇଥିଲା, ଯେଉଁଥିରେ ବାହ୍ୟ ଏଜେନ୍ସି ଦ୍ୱାରା ସନ୍ଦେଶଖାଲୀ ସହ ଜଡିତ ଅନେକ ଅଭିଯୋଗର ଯାଞ୍ଚ ପାଇଁ ଦାବି କରାଯାଇଥିଲା। ପ୍ରଧାନ ବିଚାରପତି ଟି.ଏସ୍ ଶିବଗଣନମ୍ ଙ୍କ ନେତୃତ୍ୱରେ ଖଣ୍ଡପୀଠ ବଙ୍ଗଳା ସରକାରଙ୍କୁ ତାଗିଦ କରି କହିଛନ୍ତି ଯେ, ଯଦି ଏହା ଗୋଟିଏ ପ୍ରତିଶତ ସତ….ତେବେ ଏହା ଅତ୍ୟନ୍ତ ଲଜ୍ଜାଜନକ।”

Calcutta High Court Sandeshkhali Sandeshkhali Case
Share. Facebook Twitter LinkedIn Email WhatsApp Copy Link

Related Posts

ସେଚେଲ୍ସର ୫୦ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

June 29, 2026

ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଆସୁଛି ‘ବ୍ରହ୍ମାସ୍ତ୍ର’: ସୁରକ୍ଷା ପାଇଁ ୩୦ ହଜାର କୋଟି ଖର୍ଚ୍ଚ କରିବ ନାସା

June 29, 2026

ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର ବାର୍ଷିକୋତ୍ସବ

June 29, 2026

ଭୁବନେଶ୍ୱରରେ ଚାଞ୍ଚଲ୍ୟ! ଯୁବକଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା

June 29, 2026
Latest News

ସେଚେଲ୍ସର ୫୦ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

June 29, 2026

ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଆସୁଛି ‘ବ୍ରହ୍ମାସ୍ତ୍ର’: ସୁରକ୍ଷା ପାଇଁ ୩୦ ହଜାର କୋଟି ଖର୍ଚ୍ଚ କରିବ ନାସା

June 29, 2026

ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର ବାର୍ଷିକୋତ୍ସବ

June 29, 2026

ତିନିଭାଷା ନୀତି ଉପରେ CBSE ବଡ଼ ନିଷ୍ପତ୍ତି: ଜାଣନ୍ତୁ ସ୍ଵତନ୍ତ୍ର ବ୍ୟବସ୍ଥା

June 29, 2026

ଭୁବନେଶ୍ୱରରେ ଚାଞ୍ଚଲ୍ୟ! ଯୁବକଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.