Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନିର୍ବାଚନୀ ପ୍ରଚାର: ଘର ଘର ବୁଲି ପହଞ୍ଚାଉଛନ୍ତି ମୋଦିଙ୍କ ବାର୍ତ୍ତା
ଆଜିର ଖବର

ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନିର୍ବାଚନୀ ପ୍ରଚାର: ଘର ଘର ବୁଲି ପହଞ୍ଚାଉଛନ୍ତି ମୋଦିଙ୍କ ବାର୍ତ୍ତା

April 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଦଳଗୁଡିକର ପ୍ରଚାର ପ୍ରସାର ସେତେ ବୃଦ୍ଧି ପାଉଛି। କିନ୍ତୁ ପୁରୀ ଲୋକସଭାର ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ରଙ୍କ ପ୍ରଚାର ବହୁ ମାତ୍ରାରେ ବୃଦ୍ଧି ପାଇଛି। ନିଜ ଲୋକସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଘରକୁ ଘର ବୁଲି ଲୋକଙ୍କ ସହ ସିଧା ସଳଖ କଥା ହେଉଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ସେ ଆଜି ପିପିଲ ନିର୍ବାଚନମଣ୍ଡଳୀର ସୁଜନପୁର ଗାଁରେ ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି। ଏହି ଦୁଃଖଦ ପରିସ୍ଥିତିରେ ସେମାନଙ୍କ ସାଥୀରେ ଛିଡ଼ା ହେବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ମଧ୍ୟ କରିଛନ୍ତି। ଏହା ସହିତ ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା କ୍ଷେତ୍ର ଅଧୀନ ସିରେଇ ପଞ୍ଚାୟତର ସୁଦଘର ଗାଁ ଏବଂ ଟିପୁରି ଗ୍ରାମ ପରିଦର୍ଶନ କରିଛନ୍ତି।

ଏହି ଅବସରରେ ସୁଦାଘର ଗାଁଠାରେ ମା’ ଚଣ୍ଡୀଙ୍କର ଏବଂ ଟିପୁରି ଗାଁର ହନୁମାନ ମନ୍ଦିର ଦର୍ଶନ କରି ସ୍ଥାନୀୟ ଲୋକଙ୍କର ମଙ୍ଗଳ କାମନା କରିଛନ୍ତି। ଏହି ଅବସରରେ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳ ଗସ୍ତ ସମୟରେ ଡକ୍ଟର ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ” ପୁରୀବାସୀ ଦେଉଥିବା ଅପାର ସ୍ନେହ ଶ୍ରଦ୍ଧା ମୋତେ ଏକ ନୂତନ ଶକ୍ତି ପ୍ରଦାନ କରିଛି ଏବଂ ମୁଁ ନିଶ୍ଚିତ ଯେ ଏଥର ପୁରୀ ଲୋକସଭାରେ ଭରତୀୟ ଜନତା ପାର୍ଟି ବିପୁଳ ପରିମାଣରେ ଭୋଟ ପାଇ ବିଜୟୀ ହେବ।”

ଏହା ସହିତ ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା ସ୍ଥିତ ସୀରେଇ ଗ୍ରାମ ପଞ୍ଚାୟତର ରାଧାମୋହନପୁର, ଚରକପୁର ଏବଂ ପସିଆପଦା ଗ୍ରାମରେ ଜନସମ୍ପର୍କ ଅଭିଯାନରେ ମଧ୍ୟ ସେ ସାମିଲ ହୋଇଥିଲେ। ଏହି ଅବସରରେ ସେ ପୁରୀ ଲୋକସଭାକୁ ବିକଶିତ କରିବା ପାଇଁ ପଦ୍ମ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ବିଜେପିକୁ ବିଜୟୀ କରିବା ସହିତ ଦେଶରେ ପୁଣି ଥରେ ମୋଦୀ ସରକାର ଗଠନ କରିବା ନିମନ୍ତେ ସମ୍ପୂର୍ଣ୍ଣ ସଙ୍କଳ୍ପିତ ବୋଲି କହିଥିଲେ।

BJP Puri sambit patra
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026
Latest News

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.