
ଭୁବନେଶ୍ଵର: ୧୯୫୨ ମସିହାରେ ଭାରତରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହି ନିର୍ବାଚନ ପାଇଁ ଦେଶରେ ପ୍ରଥମ ଭୋଟ୍ ୧୯୫୧ ମସିହା ଅକ୍ଟୋବର ୨୫ ତାରିଖରେ ହିମାଚଳ ପ୍ରଦେଶର ଚିନି ତହସିଲରେ ହୋଇଥିଲା। ତେବେ ଏଠାକାର ଭୋଟରଙ୍କୁ ସେମାନଙ୍କ ଭୋଟର ଫଳାଫଳ ଜାଣିବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡ଼ିଥିଲା।
ସେହିପରି ଦେଶର ପ୍ରଥମ ସାଧାରଣ ନିର୍ବାଚନରେ ସର୍ବାଧିକ ମତଦାନ କେରଳର କୋଟ୍ଟାୟମ ନିର୍ବାଚନ ମଣ୍ଡଳୀରେ ହୋଇଥିଲା। ଏଠାରେ ୮୦ ପ୍ରତିଶତ ମତଦାନ ହୋଇଥିଲା।
ସେହିପରି ମଧ୍ୟପ୍ରଦେଶର ସେହଡୋଲରେ ସର୍ବନିମ୍ନ ମତଦାନ ହୋଇଥିଲା। ଏଠାରେ ମାତ୍ର ୨୦ ପ୍ରତିଶତ ମତଦାନ ହୋଇଥିଲା।