Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା: ଘରେ ରହି ଭୋଟ ଦେବେ ୮୫ ବର୍ଷରୁ ଉର୍ଦ୍ଧ୍ଵ ଏବଂ ଦିବ୍ୟାଙ୍ଗ ଭୋଟର, ଶତାୟୁ ଭୋଟରଙ୍କୁ ଜିଲ୍ଲାପାଳଙ୍କ ନିମନ୍ତ୍ରଣ
ଆଜିର ଖବର

ଚିଲିକା: ଘରେ ରହି ଭୋଟ ଦେବେ ୮୫ ବର୍ଷରୁ ଉର୍ଦ୍ଧ୍ଵ ଏବଂ ଦିବ୍ୟାଙ୍ଗ ଭୋଟର, ଶତାୟୁ ଭୋଟରଙ୍କୁ ଜିଲ୍ଲାପାଳଙ୍କ ନିମନ୍ତ୍ରଣ

April 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ ଅନୁଯାୟୀ ଶତାୟୁ ଭୋଟର, ୮୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୦ ଶତକଡାରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗ ଭିନ୍ନକ୍ଷମ ଭୋଟର ମାନଙ୍କୁ ଘରେ ରହି ପୋଷ୍ଟାଲ ମତଦାନ ଦେବା ନିମନ୍ତେ ସମସ୍ତ ବ୍ଲକ ପ୍ରଶାସନ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ଓ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଅଭିଯାନର ଆରମ୍ଭ କରାଯାଇଛି।

ଚିଲିକା ବିଡ଼ିଓ ହଳଧର ଶବର, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉକ୍ତ ପ୍ରକ୍ରିୟାର ତଦାରଖ କରିଥିଲେ। ୮୫ ବର୍ଷରୁ ଉର୍ଦ୍ଧ୍ଵ ଏବଂ ଦିବ୍ୟାଙ୍ଗ ଭୋଟରଙ୍କୁ ଘରେ ରହି ମତଦାନ ଦେବାର ସୁବିଧା ନିମନ୍ତେ ସମ୍ପୃକ୍ତ ବୁଥ ଅଫିସର ଓ ସେକ୍ଟର ଅଫିସରଙ୍କ ଦ୍ୱାରା ଫର୍ମ ୧୨ ଡି ସେମାନଙ୍କ ଘରେ ପ୍ରଦାନ କରାଯାଇଥିଲା। ଯାହାକି ସେମାନେ ନିଜର ମତଦାନ ପୋଷ୍ଟାଲ ବ୍ୟାଲଟ ପେପରରେ ଦେବାକୁ ପରାମର୍ଶ ଦିଆଯାଇଛି। ଦୁଇରୁ ତିନି ଦିନ ମଧ୍ୟରେ ସମ୍ପୃକ୍ତ ବୁଥ ଅଫିସର ମତଦାନ କରିଥିବା ବ୍ୟାଲଟ ପେପର ସଂଗ୍ରହ କରି ସେକ୍ଟର ଅଫିସରଙ୍କୁ ପ୍ରଦାନ କରିବେ। ଯାହା ଚିଲିକା ବିଧାନସଭା ରିଟର୍ଣ୍ଣିଂ ଅଫିସର ଓ ପୁରୀ ଲୋକସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଆସନ୍ତା ୨୦ ତାରିଖ ସୁଦ୍ଧା ଦାଖଲ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି।

ଅନୁରୂପ ଭାବେ ବାଣପୁର ବ୍ଲକ ଅଞ୍ଚଳରେ ମଧ୍ୟ ୪୦ ଶତକଡାରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗ ଏବଂ ୮୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଭୋଟରମାନଙ୍କ ସୁବିଧା ନିମନ୍ତେ ଇଛୁକ ବ୍ୟକ୍ତିମାନଙ୍କ ପାଇଁ ଘରେ ରହି ମତଦାନ କରିବାର ସମସ୍ତ ବ୍ୟବସ୍ଥା କରାଯାଇଥିବା ବିଡ଼ିଓ ଶୀତଲ ଅଗ୍ରୱାଲ କହିଛନ୍ତି।  ତେଣୁ ୧୨ଡି ଫର୍ମରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମତୀ ଅଗ୍ରୱାଲ।

ଆବେଦନ କରିଥିବା ମତଦାତା ମାନଙ୍କର ମେ ମାସରେ ମତଦାନ କରାଯିବାର ବ୍ୟବସ୍ଥା ହୋଇଛି। ତତସହିତ ବାଣପୁର ବ୍ଲକରେ ୧୦୦ ବର୍ଷରୁ ଉର୍ଦ୍ଧ୍ଵ ୨୨ଜଣ ମତଦାତାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧାଙ୍କ ତରଫରୁ ୧୯ଜଣଙ୍କୁ ମତଦାନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି କି ନିଜର ମୌଳିକ କର୍ତ୍ତବ୍ୟକୁ ସମ୍ପାଦନ କରି ବିଶ୍ୱର ବୃହତମ ଗଣତନ୍ତ୍ରକୁ ମଜବୁତ କରିବା। ଅବଶିଷ୍ଟ ୩ଜଣ ମତଦାତାଙ୍କର ମୃତ୍ୟୁ ହୋଇଥିବା ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି।

ସୂଚନା ଥାଉକି ଶତାୟୁ ଭୋଟରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରା ମତ ସାବ୍ୟସ୍ତ କରିବା ନିମନ୍ତେ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପ୍ରଶାସନ ପକ୍ଷରୁ ବଣ୍ଟନ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଉଛି।

chilika election 2024 Lok Sabha Election vote ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.