Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ରିଟେଲର ‘ଟିରା’ ସହିତ ଦୀପିକା ପାଦୁକୋନଙ୍କ ବ୍ରାଣ୍ଡ ‘୮୨° ଇ’ ର ସହଭାଗିତା
ଆଜିର ଖବର

ରିଲାଏନ୍ସ ରିଟେଲର ‘ଟିରା’ ସହିତ ଦୀପିକା ପାଦୁକୋନଙ୍କ ବ୍ରାଣ୍ଡ ‘୮୨° ଇ’ ର ସହଭାଗିତା

April 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଗ୍ଲୋବାଲ ଇଣ୍ଡିଆନ୍ ଆଇକନ୍ ଦୀପିକା ପାଦୁକୋନଙ୍କ ସେଲ୍ଫ କେୟାର ବ୍ରାଣ୍ଡ ୮୨° ଇ ସହିତ ରିଲାଏନ୍ସ ରିଟେଲର ସୌନ୍ଦର୍ଯ୍ୟ ପ୍ଲାଟଫର୍ମ ଟିରା ସହଭାଗିତା ଘୋଷଣା କରିଛି। ଦୀପିକାଙ୍କ ବ୍ରାଣ୍ଡ ବର୍ତ୍ତମାନ ଟିରାର ଅନଲାଇନ୍ ଏବଂ ଅଫଲାଇନ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ। ସ୍କିନ୍ କେୟାର ଏବଂ ଶରୀରର ଯତ୍ନ ଉତ୍ପାଦ ସହିତ ପୁରୁଷମାନଙ୍କ ପାଇଁ ୮୨° ଇ ଏକ ସ୍ୱତନ୍ତ୍ର ରେଞ୍ଜ ମଧ୍ୟ ନେଇ ଆସିଛି। ଯେଉଁଥିରେ ଅଶ୍ୱଗନ୍ଧା ବାଉନ୍ସ, ଲୋଟସ୍ ସ୍ପ୍ଲାସ୍ ଏବଂ ହଳଦୀ ଶିଲ୍ଡ ପରି ଅଧିକ ଚାହିଦା ରହିଥିବା ସାମଗ୍ରୀ ଟିରାରେ ଉପଲବ୍ଧ ହେବ। ଏଗୁଡିକ ଟିରା ଆପ୍ ଏବଂ ୱେବସାଇଟ୍ ରୁ କିଣାଯାଇପାରିବ। ପ୍ରାରମ୍ଭିକ ଭାବରେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ପୁଣେର ଟିରା ଅଫଲାଇନ୍ ଷ୍ଟୋର ଗୁଡିକରେ ୮୨° ଇ ଉତ୍ପାଦ ଉପଲବ୍ଧ ହେବ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ସହରରେ ମଧ୍ୟ ଉପଲବ୍ଧ ହେବ।

ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଶା ଏମ ଅମ୍ବାନୀ କହିଛନ୍ତି, “ ନିଜ ବର୍ଗରେ ପ୍ରସିଦ୍ଧ ବ୍ରାଣ୍ଡ ୮୨° ଇ ସହିତ ସହଭାଗିତା କରି ଆମେ ବେଶ ଉତ୍ସାହିତ। ଏହି ସହଭାଗିତା ଟିରାର ଦୃଷ୍ଟିକୋଣକୁ ଆହୁରି ଆଗକୁ ବଢାଇବା ସହିତ ଆମ ଗ୍ରାହକଙ୍କୁ ପ୍ରିମିୟମ୍ ସ୍କିନ୍ କେୟାର ଉତ୍ପାଦ ପହଞ୍ଚାଇବାରେ ସହାୟକ ହେବ। ମିଳିତ ଭାବେ ପ୍ରଥମ ଥର ପାଇଁ ଅଫଲାଇନ୍ ରିଟେଲରେ ୮୨° ଇ ଉତ୍ପାଦ ଉପଲବ୍ଧ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ”

ଫିଲ୍ମଷ୍ଟାର ତଥା ୮୨° ଇ ର ସହ-ପ୍ରତିଷ୍ଠାତା ଦୀପିକା ପାଦୁକୋନ କହିଛନ୍ତି, “ ଏହା ଘୋଷଣା କରି ଆମେ ବେଶ ଆନନ୍ଦିତ ଯେ ୮୨° ଇ ଏବେ ଅନଲାଇନରେ ଏବଂ ଟିରା ଷ୍ଟୋରରେ ଉପଲବ୍ଧ ହୋଇଛି। ତ୍ୱଚାଯତ୍ନକୁ ସରଳ କରିବା ଏବଂ ଆତ୍ମ-ଯତ୍ନ କୁ ଆମର ଦୈନନ୍ଦିନ ଜୀବନର ଏକ ଅଂଶ କରିବା ଆମର ଉଦ୍ଦେଶ୍ୟ। ଆମେ ଟିରାର ଅନଲାଇନ୍ ଏବଂ ଅଫଲାଇନ୍ ପ୍ଲାଟଫର୍ମକୁ ୮୨° ଇ ର ବହୁଳ ବିକ୍ରୟ ହେଉଥିବା ଉତ୍ପାଦ ୮୨° ଇ ସ୍କିନ୍ କେୟାର, ୮୨° ଇ ବଡି କେୟାର ଏବଂ ୮୨° ଇ ମ୍ୟାନ୍ ଆଣିଛୁ।”

ଗ୍ରାହକମାନେ ଟିରା ଆପ୍‌, ୱେବସାଇଟ୍ ତଥା କେତେକ ନିର୍ଦ୍ଦିଷ୍ଟ ଷ୍ଟୋରରେ ୮୨° ଇ ଉତ୍ପାଦ କ୍ରୟ କରିପାରିବେ। ଏବେ ୮୨° ଇ ଉତ୍ପାଦ ଉପଲବ୍ଧ ହେଉଥିବା ଷ୍ଟୋରଗୁଡିକ ମଧ୍ୟରେ ରହିଛି ଜିଓ ୱାର୍ଲ୍ଡ ଡ୍ରାଇଭ୍‌, ମୁମ୍ବାଇ; ଭିଭିଆନା ମଲ୍‌, ଥାନେ, ମୁମ୍ବାଇ; କୋପା, ପୁଣେ; ମଲ୍ ଅଫ୍ ଏସିଆ, ବେଙ୍ଗାଲୁରୁ ଏବଂ ଡ଼ିଏଲଏଫ ସାକେତ, ନୂଆଦିଲ୍ଲୀ।

Deepika Padukone Isha M Ambani Reliance Retail
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026
Latest News

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.