ପ୍ରଧାନମନ୍ତ୍ରୀଙ୍କ ”ଆତଙ୍କବାଦୀଙ୍କୁ ଘରେ ପଶି ମାରିବୁ” ବୟାନ: ଆମେରିକାର ଆସିଲା ପ୍ରତିକ୍ରିୟା

Published: Apr 17, 2024, 10:27 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ ”ଆତଙ୍କବାଦୀଙ୍କୁ ଘରେ ପଶି ମାରିବୁ” ଉପରେ ଆମେରିକା ନିଜର ପ୍ରତିକ୍ରିୟା ଦେଇଛି। ଆମେରିକା କହିଛି ଯେ, ଆମେ ଉଭୟ ଦେଶକୁ ଟେନସନରୁ ଦୂରେଇ ରଖିବା ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ପାଇଁ କହିବୁ। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେରିକା ଭାରତ ଏବଂ ପାକିସ୍ଥାନକୁ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ପାଇଁ ସର୍ବଦା ଉତ୍ସାହିତ କରିଆସୁଛି।

ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏହି ମନ୍ତବ୍ୟକୁ ନେଇ ବାଇଡେନ ପ୍ରଶାସନ ଚିନ୍ତିତ କି ନାହିଁ? ଏହା ଉପରେ ମିଲର କହିଛନ୍ତି ଯେ, ଆମେରିକା ଏଥିରେ ସାମିଲ ହେବ ନାହିଁ। କିନ୍ତୁ ଆମେ ଉଭୟ ଭାରତ ଏବଂ ପାକିସ୍ତାନର ଉତ୍ତେଜନାକୁ ଏଡ଼ାଇବା ଏବଂ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଉତ୍ସାହିତ କରୁଛୁ।

ଯେତେବେଳେ ମିଲରଙ୍କୁ ପଚରାଯାଇଥିଲା ଯେ, ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁଙ୍କୁ ହତ୍ୟା କରିବା ଷଡଯନ୍ତ୍ରରେ ଆମେରିକା କାହିଁକି ଭାରତ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ, ସେତେବେଳେ ସେ କହିଥିଲେ ଯେ ମୁଁ କୌଣସି ପ୍ରତିବନ୍ଧକ କାର୍ଯ୍ୟର ପୂର୍ବାବଲୋକନ କରିବି ନାହିଁ। କିନ୍ତୁ ଯଦି ପ୍ରତିବନ୍ଧକ ବିଷୟରେ କୁହାଯାଏ, ତେବେ ଏହା ଏପରି କିଛି ମାମଲା, ଯାହାକୁ ଆମେ ଖୋଲାଖୋଲି ଆଲୋଚନା କରୁନାହୁଁ।

ଗୁରୁପତବନ୍ତ ସିଂ ପନ୍ନୁ ଭାରତର ଜଣେ ବଡ ଆତଙ୍କବାଦୀ ଏବଂ ସେ ବାରମ୍ବାର ଭାରତ ବିରୋଧରେ ଧମକ ଦେଇଛନ୍ତି। ଆମେରିକୀୟଙ୍କ ଅନୁଯାୟୀ ନିଖିଲ ଗୁପ୍ତା ବର୍ତ୍ତମାନ ଜେଲରେ ଥିବା ପନ୍ନୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Related posts