Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡ଼ିରେ ଯୋଗଦେଲେ ବିଜେପି ନେତା ଭାଗୀରଥୀ ପ୍ରଧାନ
ଆଜିର ଖବର

ବିଜେଡ଼ିରେ ଯୋଗଦେଲେ ବିଜେପି ନେତା ଭାଗୀରଥୀ ପ୍ରଧାନ

April 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାଗୀରଥୀ ପ୍ରଧାନଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳୀନୀକାନ୍ତ ପ୍ରଧାନ, ଅନୁଗୁଳ ଜିଲ୍ଲା ସହପର୍ଯ୍ୟବେକ୍ଷକ କୁନାବିହାରୀ ଦାସ, ଆଠମଲ୍ଲିକ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ଭାଗୀରଥୀ ପ୍ରଧାନଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ଶ୍ରୀ ପ୍ରଧାନ, ଶ୍ରୀ ଦାସ, ଶ୍ରୀ ସାହୁ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ପ୍ରଧାନ, ଶ୍ରୀ ଦାସ, ଶ୍ରୀ ସାହୁ ଓ ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଭାଗୀରଥୀ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ପରମାନନ୍ଦ ସାହୁ, ବନ୍ଧୁଆ ବେହେରା, ଯଶୋବନ୍ତ ଭୋଇ, ନୀଳାଦ୍ରି ପ୍ରଧାନ, ଦୁର୍ଯୋଧନ ମୁଣ୍ଡା, ଆଶିଷ ବେହେରା, ସୁଜିତ ମହାପାତ୍ର, ଗିରୀଶ ନାୟକ, ଅଭିରାମ ଦେହୁରୀ, ସିପନ୍ ବେହେରା, ହିମାଂଶୁ ବାଘ, ଭବାନୀ ମେହେର, ଶିବ ପ୍ରସାଦ ଗାଇଗେରୀୟା, ରାଜକିଶୋର ବାଘ, ପ୍ରାଣବନ୍ଧୁ ଗୁୁରୁ, ପାଣ୍ଡୁ ଗୁରୁ, ଭଗବାନ ବେହେରା, ସଂଜୀବ ସାହୁ, କଷ୍ଟୁ ସାହୁ, ଅଭିନାଶ ସାହୁ, ନିରଞ୍ଜନ ରାଉଳ, ପ୍ରଦୀପ ପ୍ରଧାନ, ଆଲୋକ ପ୍ରଧାନ, ଅବନୀ ପ୍ରଧାନ, ସୁଶାନ୍ତ ପ୍ରଧାନ, ସନ୍ତୋଷ ସାହୁ, ସତ୍ୟବାନ ସାହୁ, ଶାନ୍ତୁନ ବାଘ, ସୁରେଶ ପ୍ରଧାନ, ଅଜିତ ବିଶ୍ୱାଳ, ପ୍ରସନ୍ନ ସ୍ୱାଇଁ, ନକୁଳ ଦେହୁରୀ, ତ୍ରିଲୋଚନ ଜେନା, ରଘୁନାଥ ଗଡତିଆ ସଂଜିବ ମିର୍ଦ୍ଧୀ ଓ ହରି ନାୟକଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

BJD BJP Odisha
Share. Facebook Twitter LinkedIn Email WhatsApp Copy Link

Related Posts

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Latest News

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.