Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ମମରେ ଜାତୀୟ ସ୍ତରୀୟ ଫିଜିଓଥେରାପିଷ୍ଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ସପୋର୍ଟ’ ଆୟୋଜିତ
ଆଜିର ଖବର

ସମ୍ମମରେ ଜାତୀୟ ସ୍ତରୀୟ ଫିଜିଓଥେରାପିଷ୍ଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ସପୋର୍ଟ’ ଆୟୋଜିତ

April 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅସୁସ୍ଥ ହୋଇ ଶୋଇ ରହିଥିବା ଅବସ୍ଥାରେ ହସ୍ପିଟାଲ୍‌କୁ ଆସୁଥିôବା ରୋଗୀଟି କିଭଳି ସୁସ୍ଥ ହୋଇ ନିଜ ଗୋଡ଼ରେ ଚାଲି ଡିସ୍‌ଚାର୍ଜ ହୋଇପାରିବ ସେ କ୍ଷେତ୍ରରେ ଫିଜିଓଥେରାପିଷ୍ଟ ମାନଙ୍କର ଅନେକ ଭୂମିକା ରହିଛି। ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକୁ ଫିଜିଓଥେରାପିଷ୍ଟ ମାନେ କିଭଳି ସୁଚାରୁ ରୂପେ ସଂପାଦନ କରିପାରିବେ ସେ ନିମନ୍ତେ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ନେଇ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପ୍ରଥମ କରି ‘ସମ୍ମମ୍ ଫିଜିଓଥେରାପି ଓରିଏଂଟେସନ୍‌, ରିହାବିଲିଟେସନ୍ ଆଣ୍ଡ ଟ୍ରେନିଂ’ (ସପୋର୍ଟ) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ସମ୍ ଅଲ୍ଟିମେଟ ମେଡିକେୟାର ଓ କଟକ ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ନିର୍ତାର)ର ମିଳିତ ସହଯୋଗରେ ଶନିବାର ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ, ଏସ୍‌ଭି ନିର୍ତାରର ନିର୍ଦ୍ଦେଶକ ଡକ୍ଟର ପତିତପାବନ ମହାନ୍ତି, ଉପ ନିର୍ଦ୍ଦେଶକ (ବୈଷୟିକ) ଡକ୍ଟର କିଶୋର ଚନ୍ଦ୍ର ମହାପାତ୍ର, ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ଫିଜିଓଥେରାପି ବିଭାଗର ମୁଖ୍ୟ ଡକ୍ଟର ପି. ବାଲାକିଶୋର ଯୋଗ ଦେଇଥିଲେ।

ଏହି ଅବସରରେ ସିଇଓ ଡକ୍ଟର ଦାଶ ଫିଜିଓଥେରାପିଷ୍ଟମାନଙ୍କ କ୍ଷେତ୍ରରେ ଆଇସିୟୁ ମ୍ୟାନେଜମେଂଟ ଓ ବେସିକ୍ ଲାଇଫ୍ ସପୋର୍ଟ କ୍ଷେତ୍ରରେ ପୂର୍ଣର୍ମାତ୍ରାରେ ପ୍ରଶିକ୍ଷିତ ହେବା ଏହି ସପୋର୍ଟ କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ବୋଲି କହିଥିଲେ। ଡକ୍ଟର ଦାଶ କହିଥିଲେ ଯେ ସମାଜରେ ଶାରୀରିକ ଓ ମାନସିକ ସ୍ତରରେ ଆଶ୍ୱସ୍ତି ପାଇବା ନିମନ୍ତେ ଫିଜିଓଥେରାପିମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି। କ୍ରିଟିକାଲ୍ କେୟାର ଓ ବେସିକ୍ ଲାଇଫ୍ ସପୋର୍ଟ କ୍ଷେତ୍ରରେ ଫିଜିଓଥେରାପିର ଅନେକ ପ୍ରଭାବ ରହିଥିବା ସେ କହିଛନ୍ତି।
ଫିଜିଓଥେରାପି ଦ୍ୱାରା ହିଁ ରୋଗୀର ସ୍ୱାସ୍ଥ୍ୟରେ ତ୍ୱରିତ ଉନ୍ନତି ଘଟିବା ସହ ଉତମମାନର ଜୀବନ ଉପଲବ୍ଧ ହୋଇପାରୁଛି ବୋଲି ଡକ୍ଟର ଦାଶ କହିଛନ୍ତି।

କେବଳ ଓପିଡିକୁ ଆସୁଥିବା ରୋଗୀ ନୁହେଁ ଆଇସିୟୁରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ରୋଗୀଙ୍କର ଫିଜିଓଥେରାପି ଓ ଖାଦ୍ୟ ପୋଷଣ ଉପରେ ଧ୍ୟାନ ଦେବା ମଧ୍ୟ ଅନେକ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି କାର୍ଯ୍ୟକ୍ରମରେ ଏ ସମସ୍ତ ପ୍ରସଙ୍ଗରେ ଆଲୋଚନା କରାଯାଇଛି ବୋଲି କହିଛନ୍ତି ସମ୍ମମ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ବାଲାକିଶୋର।

ଏହି ପ୍ରଶିକ୍ଷଣ ଶିବିରରେ ସମ୍ମମ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ଆନନ୍ଦ ମିଶ୍ର, ଏମର୍ଜେନ୍ସି ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ସୁସ୍ମିତ ମିଶ୍ର, କ୍ଲିନିକାଲ୍ ନ୍ୟୁଟ୍ରିସନିଷ୍ଟ ବିଭାଗର ମୁଖ୍ୟ ଶ୍ରୀମତି ସୁଶ୍ରୀ ସଂଗୀତା ଜେନା, ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ପି. ବାଲାକିଶୋର ଓ ନିର୍ତାରର ପ୍ରଫେସର ଡାକ୍ତର ବସନ୍ତ କୁମାର ନନ୍ଦ ବିଶେଷଜ୍ଞ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମରେ ସାରା ଦେଶର ବିଭିନ୍ନ ଅନୁଷ୍ଠାନରୁ ଭାଗ ନେଇଥିବା ପ୍ରାୟ ୧୩୦ ଜଣ ଫିଜିଓଥେରାପିଷ୍ଟଙ୍କୁ ଆଇସିୟୁ ମ୍ୟାନେଜମେଂଟ କ୍ଷେତ୍ରରେ ଫିଜିଓଥେରାପିଷ୍ଟମାନଙ୍କ ଭୂମିକା ଓ ବେସିକ୍ ଲାଇଫ୍ ସପୋର୍ଟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

SUMUM
Share. Facebook Twitter LinkedIn Email WhatsApp Copy Link

Related Posts

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026
Latest News

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.