Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଇନା ମୋବାଇଲକୁ ପଛରେ ପକାଇ ରିଲାଏନ୍ସ ଜିଓ: ଡାଟା ବ୍ୟବହାରରେ ହେଲା ବିଶ୍ୱର ସର୍ବବୃହତ ମୋବାଇଲ୍ ଅପରେଟର
ଆଜିର ଖବର

ଚାଇନା ମୋବାଇଲକୁ ପଛରେ ପକାଇ ରିଲାଏନ୍ସ ଜିଓ: ଡାଟା ବ୍ୟବହାରରେ ହେଲା ବିଶ୍ୱର ସର୍ବବୃହତ ମୋବାଇଲ୍ ଅପରେଟର

April 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତୀୟ ଟେଲିକମ୍ କ୍ଷେତ୍ରରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରିବା ପରେ ରିଲାଏନ୍ସ ଜିଓ ଡାଟା ବ୍ୟବହାର ଦୃଷ୍ଟିରୁ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଡାଟା ଟ୍ରାଫିକରେ ରିଲାଏନ୍ସ ଜିଓ ଏବେ ବିଶ୍ୱର ଏକ ନମ୍ବର କମ୍ପାନୀ ହୋଇପାରିଛି। ଗତ ତ୍ରୟମାସରେ ଜିଓ ନେଟୱାର୍କରେ ମୋଟ ଡାଟା ଟ୍ରାଫିକ୍ ୪୦.୯ ଏକ୍ସାବାଇଟ୍ ରେକର୍ଡ କରାଯାଇଛି। ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଡାଟା ଟ୍ରାଫିକରେ ଏକ ନମ୍ବର କମ୍ପାନୀ ଥିବା ଚାଇନା ମୋବାଇଲ୍ ଦୁଇ ନମ୍ବର ସ୍ଥାନକୁ ଖସି ଆସିଛି। ଏହାର ନେଟୱାର୍କରେ ଡାଟା ବ୍ୟବହାର ଗତ ତ୍ରୟମାସରେ ୪୦ ଏକ୍ସାବାଇଟରୁ ମଧ୍ୟ କମ୍ ରହିଛି। ଡାଟା ବ୍ୟବହାର ଦୃଷ୍ଟିରୁ ଅନ୍ୟ ଏକ ଚାଇନିଜ୍ କମ୍ପାନୀ ଚାଇନା ଟେଲିକମ୍ ତୃତୀୟ ସ୍ଥାନରେ ଥିବାବେଳେ ଭାରତର ଏୟାରଟେଲ୍ ଚତୁର୍ଥ ସ୍ଥାନରେ ରହିଛି। ବିଶ୍ୱର ଟେଲିକମ୍ କମ୍ପାନୀଗୁଡିକର ଡାଟା ଟ୍ରାଫିକ୍ ଏବଂ ଗ୍ରାହକଙ୍କ ଆଧାର ଉପରେ ନଜର ରଖୁଥିବା ଟିଏଫିସିଏଣ୍ଟ ଏହାର ସଦ୍ୟତମ ରିପୋର୍ଟରେ ଏହି ସୂଚନା ଦେଇଛି।

୫ଜି ସେବା ଆରମ୍ଭ ହେବା ପରେ ରିଲାଏନ୍ସ ଜିଓର ନେଟୱାର୍କରେ ଡାଟା ବ୍ୟବହାର ପୂର୍ବ ବର୍ଷ ତୁଳନାରେ ୩୫.୨ ପ୍ରତିଶତ ବୃଦ୍ଧି ପାଇଛି। ଏହି ବୃଦ୍ଧି ପଛରେ ପ୍ରମୁଖ କାରଣ ରହିଛି ଜିଓର ଟ୍ରୁ ୫ଜି ନେଟୱାର୍କ ଏବଂ ଜିଓ ଏୟାର ଫାଇବରର ବିସ୍ତାର। ରିଲାଏନ୍ସ ଜିଓର ତ୍ରୟମାସ ଆର୍ଥିକ ଫଳାଫଳ ତଥ୍ୟ ଅନୁଯାୟୀ, ଜିଓ ଟ୍ରୁ ୫ଜି ନେଟୱାର୍କରେ ୧୦ କୋଟି ୮୦ ଲକ୍ଷ ଗ୍ରାହକ ଯୋଡି ହୋଇଛନ୍ତି ଏବଂ ଜିଓର ମୋଟ ଡାଟା ଟ୍ରାଫିକର ପ୍ରାୟ ୨୮ ପ୍ରତିଶତ ବର୍ତ୍ତମାନ ୫ଜି ନେଟୱାର୍କରୁ ଆସୁଛି। ଅନ୍ୟପକ୍ଷରେ, ଜିଓ ଏୟାର ଫାଇବର ମଧ୍ୟ ଦେଶର ୫,୯୦୦ ସହରରେ ଏହାର ସେବା ଆରମ୍ଭ କରିଛି।

ନିକଟରେ କମ୍ପାନୀ ପକ୍ଷରୁ ପ୍ରକାଶିତ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା ତଥ୍ୟ ଅନୁଯାୟୀ, ଜିଓ ନେଟୱାର୍କରେ ଗ୍ରାହକଙ୍କ ପାଇଁ ମାସିକ ଡାଟା ବ୍ୟବହାର ୨୮.୭ ଜିବିକୁ ବୃଦ୍ଧି ପାଇଛି, ଯାହା ତିନି ବର୍ଷ ପୂର୍ବେ ମାତ୍ର ୧୩.୩ ଜିବି ଥିଲା। ସୂଚନାଯୋଗ୍ୟ ଯେ ୨୦୧୮ ରେ, ଏକ ତ୍ରୟମାସରେ ଭାରତରେ ମୋଟ ମୋବାଇଲ୍ ଡାଟା ଟ୍ରାଫିକ୍ ମାତ୍ର ୪.୫ ଏକ୍ସାବାଇଟ୍ ଥିଲା।

Reliance JIO
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା, କହିଲେ… 

September 10, 2025

ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

September 10, 2025
Latest News

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା, କହିଲେ… 

September 10, 2025

ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

September 10, 2025

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.