Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଗୁଲ୍‌ର ଡୁଡୁଲ୍‌ରେ ବଲିଉଡ୍‌ର ପ୍ରଖ୍ୟାତ ଖଳନାୟକ ଅମରିଶ୍‌ ପୁରି
ଆଜିର ଖବର

ଗୁଗୁଲ୍‌ର ଡୁଡୁଲ୍‌ରେ ବଲିଉଡ୍‌ର ପ୍ରଖ୍ୟାତ ଖଳନାୟକ ଅମରିଶ୍‌ ପୁରି

June 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଲିଉଡ୍‌ର ଦିବଙ୍ଗତ ଖଳନାୟକ ଅମରିଶ୍‌ ପୁରୀଙ୍କ ଆଜି ୮୭ତମ ଜୟଜନ୍ତୀ। ଗୁଗୁଲ୍‌ ଆଜି ଏହି ଅଭିନେତାଙ୍କ ସ୍ମୃତିଚାରଣ ପୂର୍ବକ ଏକ ସ୍ପେଶାଲ୍‌ ଡୁଡୁଲ୍‌ ପ୍ରସ୍ତୁତ କରିଛି। ଅମରିଶ୍‌ ପୁରୀଙ୍କ ଜନ୍ମ ୧୯୩୨ ମସିହା ଜୁନ୍‌  ୨୨ ତାରିଖରେ ହୋଇଥିଲା। ଖଳନାୟକ ସହ ଅନେକ ଚରିତ୍ର ନିଭାଇଥିଲେ ମଧ୍ୟ ବଲିଉଡ୍‌ରେ ସେ ଖଳନାୟକ ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ମିଷ୍ଟର ଇଣ୍ଡିଆର ‘ମୋଗାମ୍ବା’ ଚରିତ୍ର ଜରିଆରେ ସେ ରାତାରାତି ଷ୍ଟାର୍‌ ପାଲଟି ଯାଇଥିଲେ। ସେହିପରି ବ୍ଲକବ୍ଲଷ୍ଟର ’ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗ’ରେ ତାଙ୍କର ଲୋକପ୍ରିୟ ସଂଳାପ’ଯା ସିମରନ୍‌ ଯା….’ ସଂଳାପଟି ଆଜି ବି ସେତିକି ଲୋକପ୍ରିୟ। ଫିଲ୍ମ ଦୁନିଆରେ ପାଦ ଥାପିବା ପୂର୍ବରୁ ଅମରିଶ୍‌ ଥିଏଟ୍‌ର ଦୁନିଆରେ ନିଜ ଅଭିନୟର କ୍ୟାରିଅର୍‌ ଆରମ୍ଭ କରିଥିଲେ। ୧୯୭୯ ମସିହାରେ ସଂଗୀତ ନାଟକ ଏକାଡେମୀ ତରଫରୁ ସମ୍ମାନିତ ହୋଇଥିଲେ ଅମରିଶ୍‌। ‘ହମ୍‌ ପାଞ୍ଚ୍‌’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲା ଅମରିଶ୍‌। କିନ୍ତୁ ୧୯୮୨ରେ ସୁଭାଷ ଘାଇଙ୍କ ଫିଲ୍ମ ’ବିଧାତା’ର ଖଳନାୟକ ରୂପେ ଅବତୀର୍ଣ୍ଣ ହୋଇ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ଅମରିଶ୍‌। ପାଖାପାଖି ୪୦୦ ଫିଲ୍ମରେ ଅଭିନୟ କରିଛନ୍ତି ଅମରିଶ୍‌। ‘ଗାନ୍ଧି’ (୧୯୮୨)ରେ ମଧ୍ୟ ଅଭିନୟ କରିଛନ୍ତି ଅମରିଶ୍‌। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ମିଷ୍ଟର ଇଣ୍ଡିଆ’, ‘ଲୋହା’, ’ନଗିନା’, ‘କରନ୍‌ ଅର୍ଜୁନ୍’, ‘କୋଏଲା’, ‘ପରଦେଶ୍‌’, ‘ନାୟକ’, ‘ଘାୟଲ୍‌’, ‘ଦାମିନୀ’, ‘ଗଦ୍ଦର’, ‘ବିରାସତ୍‌’, ’ଘାତକ୍‌’ ପ୍ରମୁଖ ଫିଲ୍ମରେ ଅଭିନୟ କରିଥିଲେ। କେବଳ ହିନ୍ଦୀ ନୁହେଁ ତେଲୁଗୁ, ମାଲାୟଲମ୍‌, ତାମିଲ୍‌, କନ୍ନଡ, ଇଂରାଜୀ ଆଦି ଫିଲ୍ମରେ କାମ ମଧ୍ୟ କରିଛନ୍ତି।

doodle google thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳା ନିର୍ବାଚନ ପୂର୍ବରୁ ହିଂସା ଉପରେ NIA ର କାର୍ଯ୍ୟାନୁଷ୍ଠାନ: ୩୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ

June 2, 2026

ଆଫଗାନିସ୍ତାନ ବିରୋଧରେ ପ୍ରଥମ ଟେଷ୍ଟ ପାଇଁ ଏହି ୧୧ ଖେଳାଳିଙ୍କୁ ମିଳିବ ସୁଯୋଗ!

June 2, 2026

ଜୁନ୍ ୬ରେ ଭାରତ-ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ଲାଇଭ୍ ଷ୍ଟ୍ରିମିଂ

June 2, 2026

୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଫେସବୁକ୍, ୟୁଟୁବ ମନା

June 2, 2026
Latest News

ନେହେରୁଙ୍କ ରେକର୍ଡ ଭାଙ୍ଗିବେ ମୋଦି

June 2, 2026

ବଙ୍ଗଳା ନିର୍ବାଚନ ପୂର୍ବରୁ ହିଂସା ଉପରେ NIA ର କାର୍ଯ୍ୟାନୁଷ୍ଠାନ: ୩୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ

June 2, 2026

“ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ”: ସୀମା ବିବାଦ ଉପରେ ଭାରତର ନେପାଳକୁ କଡ଼ା ବାର୍ତ୍ତା

June 2, 2026

ଆଫଗାନିସ୍ତାନ ବିରୋଧରେ ପ୍ରଥମ ଟେଷ୍ଟ ପାଇଁ ଏହି ୧୧ ଖେଳାଳିଙ୍କୁ ମିଳିବ ସୁଯୋଗ!

June 2, 2026

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: CBSE ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କ ହେଲା ବଦଳି

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.