Categories
ଆଜିର ଖବର ଜାତୀୟ ଖବର

ଆଜି ଗୁଗୁଲ୍‌ର ଖାସ୍‌ ଡୁଡୁଲ୍‌ କ’ଣ ପାଇଁ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ଗୁଗୁଲ୍‌ ସ୍ବତନ୍ତ୍ର ଡୁଡୁଲ୍‌ ପ୍ରସ୍ତୁତ କରିଛି । ଆଜି ସୌରମଣ୍ଡଳରେ ଏକ ବଡ ଭୌଗୋଳିକ ଘଟଣା ଦେଖିବାକୁ ମିଳିବ।ସୌର ଜଗତର ଦୁଇ ବିଶାଳ ଗ୍ରହ ବୃହସ୍ପତି ଓ ଶନି ପରସ୍ପରର ଅତି ନିକଟତର ହେବେ। ଆଜି ଏଥିପାଇଁ ଗୁଗୁଲ ଆଜି ଏକ ସ୍ୱତନ୍ତ୍ର ଡୁଡଲ ତିଆରି କରିଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ସହଯୋଗରେ ଗୁଗୁଲ ଏହି ଡୁଡଲ ତିଆରି କରିଛି।ପ୍ରାୟ 800 ବର୍ଷ ପରେ ପୁନର୍ବାର ଏପରି ଏକ ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଏଥିପାଇଁ ଗୁଗୁଲ୍‌ ସ୍ବତନ୍ତ୍ର ଡୁଡୁଲ୍‌ ପ୍ରସ୍ତୁତ କରିଛି ।

ଏହି ଆନିମେଟେଡ୍‌ ଡୁଡୁଲ୍‌ରେ ଶୀତକାଳୀନ ଉତ୍ସବ ସହିତ ଦୁଇ ଗ୍ରହଙ୍କର ମହାମିଳନ ଦେଖାଯାଇଛି । ପ୍ରାୟ ଚାରିଶବର୍ଷ ପରେ ବୃହଷ୍ପତି ଓ ଶନିଙ୍କର ମହାମିଳନ ଆଜି ଘଟିବାକୁ ଯାଉଛି। ପ୍ରତି କୋଡିଏ ବର୍ଷ ଅନ୍ତରରେ ନିୟମିତ ବୃହସ୍ପତି ଓ ଶନି ଗ୍ରହ ପରସ୍ପରକୁ ଅତିକ୍ରମ କରନ୍ତି। ପୂର୍ବରୁ 17ଶ ଶତାବ୍ଦୀରେ ଶନି ଓ ବୃହସ୍ପତି ବହୁତ ନିକଟତର ହୋଇଥିଲେ । ଏହାପରେ ଆଜି ଶନି ଓ ବୃହସ୍ପତି ନିକଟତର ହେବେ । ଆଜି ସନ୍ଧ୍ୟା ସମୟରେ ଖାଲି ଆଖିରେ ଏହି ଦୃଶ୍ୟକୁ ଦେଖିହେବ । ଆଜି ସନ୍ଧ୍ୟା 6.30ରୁ 7.30 ମଧ୍ୟରେ ଭାରତରେ ଏହି ଦୃଶ୍ୟ ଦୃ୍ଶ୍ୟମାନ ହେବ । (ଏଜେନ୍ସି)

Categories
ଆଜିର ଖବର

ଗୁଗୁଲ୍‌ର ଡୁଡୁଲ୍‌ରେ ବଲିଉଡ୍‌ର ପ୍ରଖ୍ୟାତ ଖଳନାୟକ ଅମରିଶ୍‌ ପୁରି

ବଲିଉଡ୍‌ର ଦିବଙ୍ଗତ ଖଳନାୟକ ଅମରିଶ୍‌ ପୁରୀଙ୍କ ଆଜି ୮୭ତମ ଜୟଜନ୍ତୀ। ଗୁଗୁଲ୍‌ ଆଜି ଏହି ଅଭିନେତାଙ୍କ ସ୍ମୃତିଚାରଣ ପୂର୍ବକ ଏକ ସ୍ପେଶାଲ୍‌ ଡୁଡୁଲ୍‌ ପ୍ରସ୍ତୁତ କରିଛି। ଅମରିଶ୍‌ ପୁରୀଙ୍କ ଜନ୍ମ ୧୯୩୨ ମସିହା ଜୁନ୍‌  ୨୨ ତାରିଖରେ ହୋଇଥିଲା। ଖଳନାୟକ ସହ ଅନେକ ଚରିତ୍ର ନିଭାଇଥିଲେ ମଧ୍ୟ ବଲିଉଡ୍‌ରେ ସେ ଖଳନାୟକ ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ମିଷ୍ଟର ଇଣ୍ଡିଆର ‘ମୋଗାମ୍ବା’ ଚରିତ୍ର ଜରିଆରେ ସେ ରାତାରାତି ଷ୍ଟାର୍‌ ପାଲଟି ଯାଇଥିଲେ। ସେହିପରି ବ୍ଲକବ୍ଲଷ୍ଟର ’ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗ’ରେ ତାଙ୍କର ଲୋକପ୍ରିୟ ସଂଳାପ’ଯା ସିମରନ୍‌ ଯା….’ ସଂଳାପଟି ଆଜି ବି ସେତିକି ଲୋକପ୍ରିୟ। ଫିଲ୍ମ ଦୁନିଆରେ ପାଦ ଥାପିବା ପୂର୍ବରୁ ଅମରିଶ୍‌ ଥିଏଟ୍‌ର ଦୁନିଆରେ ନିଜ ଅଭିନୟର କ୍ୟାରିଅର୍‌ ଆରମ୍ଭ କରିଥିଲେ। ୧୯୭୯ ମସିହାରେ ସଂଗୀତ ନାଟକ ଏକାଡେମୀ ତରଫରୁ ସମ୍ମାନିତ ହୋଇଥିଲେ ଅମରିଶ୍‌। ‘ହମ୍‌ ପାଞ୍ଚ୍‌’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲା ଅମରିଶ୍‌। କିନ୍ତୁ ୧୯୮୨ରେ ସୁଭାଷ ଘାଇଙ୍କ ଫିଲ୍ମ ’ବିଧାତା’ର ଖଳନାୟକ ରୂପେ ଅବତୀର୍ଣ୍ଣ ହୋଇ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ଅମରିଶ୍‌। ପାଖାପାଖି ୪୦୦ ଫିଲ୍ମରେ ଅଭିନୟ କରିଛନ୍ତି ଅମରିଶ୍‌। ‘ଗାନ୍ଧି’ (୧୯୮୨)ରେ ମଧ୍ୟ ଅଭିନୟ କରିଛନ୍ତି ଅମରିଶ୍‌। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ମିଷ୍ଟର ଇଣ୍ଡିଆ’, ‘ଲୋହା’, ’ନଗିନା’, ‘କରନ୍‌ ଅର୍ଜୁନ୍’, ‘କୋଏଲା’, ‘ପରଦେଶ୍‌’, ‘ନାୟକ’, ‘ଘାୟଲ୍‌’, ‘ଦାମିନୀ’, ‘ଗଦ୍ଦର’, ‘ବିରାସତ୍‌’, ’ଘାତକ୍‌’ ପ୍ରମୁଖ ଫିଲ୍ମରେ ଅଭିନୟ କରିଥିଲେ। କେବଳ ହିନ୍ଦୀ ନୁହେଁ ତେଲୁଗୁ, ମାଲାୟଲମ୍‌, ତାମିଲ୍‌, କନ୍ନଡ, ଇଂରାଜୀ ଆଦି ଫିଲ୍ମରେ କାମ ମଧ୍ୟ କରିଛନ୍ତି।

Categories
ଆଜିର ଖବର

ଗୁଗୁଲ୍‌ ଡୁଡୁଲ୍‌ରେ ସ୍ପେଶାଲ୍‌ ଆର୍ଥଡେ’ ସେଲିବ୍ରେସନ୍‌

ଆଜି ହେଉଛି ‘ଆର୍ଥ ଡେ’ ବା ପୃଥିବୀ ଦିବସ। ଆଜିର ଥିମ୍‌ ରହିଛ ବିଲୁପ୍ତପ୍ରାୟ ପ୍ରଜାତିଙ୍କ ସୁରକ୍ଷା’। ପୃଥିବୀକୁ ପ୍ରଦୂଷଣ ମୁକ୍ତ ରଖିବା ହେଉଛି ଆଜି ଦିନର ମହତ୍ତ୍ବ। ଏହି ଅବସରରେ ଗୁଗୁଲ୍‌ ଡୁଡୁଲ୍‌ ପ୍ରସ୍ତୁତ କରିଛି ସ୍ପେଶାଲ୍‌ ଆର୍ଥ ଡେ’। ଏଥିରେ ୬ ଭିନ୍ନ ପ୍ରଜାତିକୁ ଦେଖାଯାଇଛି, ଯେଉଁଥିରେ ଭିନ୍ନ ଭିନ୍ନ ପ୍ରଜାତିଙ୍କର ଏକ ଶୃଙ୍ଖଳକୁ ଦର୍ଶାଯାଇଛି।  ଜୀବଜନ୍ତୁ ଏବଂ ବୃକ୍ଷଲତା ପ୍ରଭୃତି ଥିବା ଏକ ଆନିମେଟେଡ୍‌ ଭିଡିଓ ଜରିଆରେ ଭିନ୍ନ ଭିନ୍ନ ବିଲୁପ୍ତପ୍ରାୟ ପ୍ରଜାତିଙ୍କୁ ଦେଖାଯାଇଛି। ପୃଥିବୀର ସୁରକ୍ଷା ଏବଂ ଏହାର ଦୀର୍ଘାୟୁ କାମନା କରି ଆମେରିକୀୟ ସିନେଟର ଜେରାଲ୍ଡ ନେଲସନଙ୍କ ଦ୍ୱାରା ୧୯୭୦ରେ ପ୍ରଥମେ ‘ପୃଥିବୀ ଦିବସ’ ପାଳନ କରାଯାଇଥିଲା। ସେହି ଦିନଠାରୁ ପ୍ରତିବର୍ଷ ଏପ୍ରିଲ ୨୨କୁ ‘ପୃଥିବୀ ଦିବସ’ ବା ‘ଆର୍ଥ ଡେ’ ଭାବେ ପାଳନ କରାଯାଉଛି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲର ଦ୍ରୁତ ଅବକ୍ଷୟ, ପ୍ରଦୂଷଣ ଏବଂ ବେଆଇନ ପଶୁ ଶିକାର ଯୋଗୁ ବିପଦରେ ଥିବା ପ୍ରାଣୀମାନଙ୍କୁ କିପରି ସୁରକ୍ଷା ଦିଆଯିବ, ସେନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ।

Categories
ଆଜିର ଖବର

ଗୁଗୁଲର ଡୁଡୁଲ୍‌ରେ ମତଦାନ ପାଇଁ ସଚେତନତା ବାର୍ତ୍ତା

ଭାରତୀୟ ଗଣତନ୍ତ୍ରର ମହାପର୍ବ ‘ ନିର୍ବାଚନ’କୁ ସମ୍ମାନ ଜଣାଇ ଗୁଗଲ ସଚେତନତା ବାର୍ତ୍ତା ଜାରି କରିଛି। ଗୁଗଲ ପକ୍ଷରୁ ଏନେଇ ଏକ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରାଯାଇଛି। ଲୋକସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ସାତଟି ପର୍ଯ୍ୟାୟରେ ହେବାକୁ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଅନୁଷ୍ଠିତ ହେଉଛି। ଆଜି ୧୮ଟି ରାଜ୍ୟ, ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ୯୧ଟି ଲୋକସଭା ସିଟ୍‌ ପାଇଁ ଭୋଟ୍‌ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ଗୁଗଲ ଡୁଡଲ ପ୍ରସ୍ତୁତ କରି ମତଦାତାଙ୍କୁ ମତଦାନ କରିବାକୁ ସନ୍ଦେଶ ଦେଇଛି। ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସମ, ବିହାର, ଛତିଶଗଡ, ଜାମ୍ମୁ ଏବଂ କାଶ୍ମୀର, ମହାରାଷ୍ଟ୍ର, ମଣିପୁର, ମେଘାଲୟ, ମିଜୋରମ, ନାଗଲାଣ୍ଡ, ଓଡିଶା, ସିକିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ୱେଷ୍ଟ ବେଙ୍ଗଲ, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ଏବଂ ଲାକ୍ଷାଦୀପରେ ମତଦାନ ହେଉଛି।

Categories
ଆଜିର ଖବର

ଗୁଗୁଲ୍‌ରେ ଡୁଡୁଲ୍‌ରେ ହୋଲି ଶୁଭେଚ୍ଛା

ସାରା ଦେଶରେ ରଙ୍ଗର ପର୍ବ ହୋଲି ଅତି ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଉଛି । ଭାରତର ଅଧିକାଂଶ ସ୍ଥାନରେ ଆଜି ହୋଲି ଉତ୍ସବ ପାଳନ କରାଯାଉଥିବାବେଳେ ଗତକାଲି ସାରା ଭାରତ ବର୍ଷରେ ହୋଲି ପର୍ବ ପାଳନ କରାଯିବ । ହୋଲି ହେଉଛି ସେହ୍ନ, ପ୍ରେମ, ମିଳନ ଓ ଭାଇଚାରର ପ୍ରତୀକ । ସବୁ ଧର୍ମ ଓ ଜାତି ନିର୍ବିଶେଷରେ ଭାରତୀୟମାନେ ଭାରତୀୟତା ରଙ୍ଗରେ ରଙ୍ଗାୟିତ ହୋଇଥା’ନ୍ତି । ସେଥିପାଇଁ ତ କୁହାଯାଇଥାଏ – ବୁରା ନା ମାନୋ ହୋଲି ହୈ । ହିନ୍ଦୁଙ୍କ ରଙ୍ଗର ପର୍ବ ହୋଲିକୁ ନେଇ ଗୁଗୁଲ୍‌ ଭି ରଙ୍ଗରେ ରଙ୍ଗୀନ୍‌ ହୋଇଛି । ଗୁଗୁଲ୍‌ର ଡୁଡୁଲ୍‌ରେ ଭାରତୀୟ ସଂସ୍କୃତିର ଝଲ୍‌କ ଦେଖିବାକୁ ମିଳିଛି । ଏଥିରେ ହୋଲି ପର୍ବର ଭରପୂର ଚିତ୍ର ରହିଛି । ନାଚ ଗୀତ ସହିତ ରଙ୍ଗ ଓ ଅବିରର ସମ୍ମିଶ୍ରଣ ଏହି ଡୁଡୁଲ୍‌ରେ ରହିଛି ।