ଗୁଗୁଲ୍‌ ଡୁଡୁଲ୍‌ରେ ସ୍ପେଶାଲ୍‌ ଆର୍ଥଡେ’ ସେଲିବ୍ରେସନ୍‌

Published: Apr 22, 2019, 1:05 pm IST
google celebrates earth day

ଆଜି ହେଉଛି ‘ଆର୍ଥ ଡେ’ ବା ପୃଥିବୀ ଦିବସ। ଆଜିର ଥିମ୍‌ ରହିଛ ବିଲୁପ୍ତପ୍ରାୟ ପ୍ରଜାତିଙ୍କ ସୁରକ୍ଷା’। ପୃଥିବୀକୁ ପ୍ରଦୂଷଣ ମୁକ୍ତ ରଖିବା ହେଉଛି ଆଜି ଦିନର ମହତ୍ତ୍ବ। ଏହି ଅବସରରେ ଗୁଗୁଲ୍‌ ଡୁଡୁଲ୍‌ ପ୍ରସ୍ତୁତ କରିଛି ସ୍ପେଶାଲ୍‌ ଆର୍ଥ ଡେ’। ଏଥିରେ ୬ ଭିନ୍ନ ପ୍ରଜାତିକୁ ଦେଖାଯାଇଛି, ଯେଉଁଥିରେ ଭିନ୍ନ ଭିନ୍ନ ପ୍ରଜାତିଙ୍କର ଏକ ଶୃଙ୍ଖଳକୁ ଦର୍ଶାଯାଇଛି।  ଜୀବଜନ୍ତୁ ଏବଂ ବୃକ୍ଷଲତା ପ୍ରଭୃତି ଥିବା ଏକ ଆନିମେଟେଡ୍‌ ଭିଡିଓ ଜରିଆରେ ଭିନ୍ନ ଭିନ୍ନ ବିଲୁପ୍ତପ୍ରାୟ ପ୍ରଜାତିଙ୍କୁ ଦେଖାଯାଇଛି। ପୃଥିବୀର ସୁରକ୍ଷା ଏବଂ ଏହାର ଦୀର୍ଘାୟୁ କାମନା କରି ଆମେରିକୀୟ ସିନେଟର ଜେରାଲ୍ଡ ନେଲସନଙ୍କ ଦ୍ୱାରା ୧୯୭୦ରେ ପ୍ରଥମେ ‘ପୃଥିବୀ ଦିବସ’ ପାଳନ କରାଯାଇଥିଲା। ସେହି ଦିନଠାରୁ ପ୍ରତିବର୍ଷ ଏପ୍ରିଲ ୨୨କୁ ‘ପୃଥିବୀ ଦିବସ’ ବା ‘ଆର୍ଥ ଡେ’ ଭାବେ ପାଳନ କରାଯାଉଛି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲର ଦ୍ରୁତ ଅବକ୍ଷୟ, ପ୍ରଦୂଷଣ ଏବଂ ବେଆଇନ ପଶୁ ଶିକାର ଯୋଗୁ ବିପଦରେ ଥିବା ପ୍ରାଣୀମାନଙ୍କୁ କିପରି ସୁରକ୍ଷା ଦିଆଯିବ, ସେନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ।

Related posts