Categories
ଆଜିର ଖବର

ଗୁଗୁଲ୍‌ ଡୁଡୁଲ୍‌ରେ ସ୍ପେଶାଲ୍‌ ଆର୍ଥଡେ’ ସେଲିବ୍ରେସନ୍‌

ଆଜି ହେଉଛି ‘ଆର୍ଥ ଡେ’ ବା ପୃଥିବୀ ଦିବସ। ଆଜିର ଥିମ୍‌ ରହିଛ ବିଲୁପ୍ତପ୍ରାୟ ପ୍ରଜାତିଙ୍କ ସୁରକ୍ଷା’। ପୃଥିବୀକୁ ପ୍ରଦୂଷଣ ମୁକ୍ତ ରଖିବା ହେଉଛି ଆଜି ଦିନର ମହତ୍ତ୍ବ। ଏହି ଅବସରରେ ଗୁଗୁଲ୍‌ ଡୁଡୁଲ୍‌ ପ୍ରସ୍ତୁତ କରିଛି ସ୍ପେଶାଲ୍‌ ଆର୍ଥ ଡେ’। ଏଥିରେ ୬ ଭିନ୍ନ ପ୍ରଜାତିକୁ ଦେଖାଯାଇଛି, ଯେଉଁଥିରେ ଭିନ୍ନ ଭିନ୍ନ ପ୍ରଜାତିଙ୍କର ଏକ ଶୃଙ୍ଖଳକୁ ଦର୍ଶାଯାଇଛି।  ଜୀବଜନ୍ତୁ ଏବଂ ବୃକ୍ଷଲତା ପ୍ରଭୃତି ଥିବା ଏକ ଆନିମେଟେଡ୍‌ ଭିଡିଓ ଜରିଆରେ ଭିନ୍ନ ଭିନ୍ନ ବିଲୁପ୍ତପ୍ରାୟ ପ୍ରଜାତିଙ୍କୁ ଦେଖାଯାଇଛି। ପୃଥିବୀର ସୁରକ୍ଷା ଏବଂ ଏହାର ଦୀର୍ଘାୟୁ କାମନା କରି ଆମେରିକୀୟ ସିନେଟର ଜେରାଲ୍ଡ ନେଲସନଙ୍କ ଦ୍ୱାରା ୧୯୭୦ରେ ପ୍ରଥମେ ‘ପୃଥିବୀ ଦିବସ’ ପାଳନ କରାଯାଇଥିଲା। ସେହି ଦିନଠାରୁ ପ୍ରତିବର୍ଷ ଏପ୍ରିଲ ୨୨କୁ ‘ପୃଥିବୀ ଦିବସ’ ବା ‘ଆର୍ଥ ଡେ’ ଭାବେ ପାଳନ କରାଯାଉଛି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲର ଦ୍ରୁତ ଅବକ୍ଷୟ, ପ୍ରଦୂଷଣ ଏବଂ ବେଆଇନ ପଶୁ ଶିକାର ଯୋଗୁ ବିପଦରେ ଥିବା ପ୍ରାଣୀମାନଙ୍କୁ କିପରି ସୁରକ୍ଷା ଦିଆଯିବ, ସେନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ।

Categories
ଆଜିର ଖବର

ଗୁଗୁଲ୍‌ରେ ଡୁଡୁଲ୍‌ରେ ହୋଲି ଶୁଭେଚ୍ଛା

ସାରା ଦେଶରେ ରଙ୍ଗର ପର୍ବ ହୋଲି ଅତି ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଉଛି । ଭାରତର ଅଧିକାଂଶ ସ୍ଥାନରେ ଆଜି ହୋଲି ଉତ୍ସବ ପାଳନ କରାଯାଉଥିବାବେଳେ ଗତକାଲି ସାରା ଭାରତ ବର୍ଷରେ ହୋଲି ପର୍ବ ପାଳନ କରାଯିବ । ହୋଲି ହେଉଛି ସେହ୍ନ, ପ୍ରେମ, ମିଳନ ଓ ଭାଇଚାରର ପ୍ରତୀକ । ସବୁ ଧର୍ମ ଓ ଜାତି ନିର୍ବିଶେଷରେ ଭାରତୀୟମାନେ ଭାରତୀୟତା ରଙ୍ଗରେ ରଙ୍ଗାୟିତ ହୋଇଥା’ନ୍ତି । ସେଥିପାଇଁ ତ କୁହାଯାଇଥାଏ – ବୁରା ନା ମାନୋ ହୋଲି ହୈ । ହିନ୍ଦୁଙ୍କ ରଙ୍ଗର ପର୍ବ ହୋଲିକୁ ନେଇ ଗୁଗୁଲ୍‌ ଭି ରଙ୍ଗରେ ରଙ୍ଗୀନ୍‌ ହୋଇଛି । ଗୁଗୁଲ୍‌ର ଡୁଡୁଲ୍‌ରେ ଭାରତୀୟ ସଂସ୍କୃତିର ଝଲ୍‌କ ଦେଖିବାକୁ ମିଳିଛି । ଏଥିରେ ହୋଲି ପର୍ବର ଭରପୂର ଚିତ୍ର ରହିଛି । ନାଚ ଗୀତ ସହିତ ରଙ୍ଗ ଓ ଅବିରର ସମ୍ମିଶ୍ରଣ ଏହି ଡୁଡୁଲ୍‌ରେ ରହିଛି ।

Categories
ଆଜିର ଖବର

୨୨ ବର୍ଷରେ ପାଦଦେଲେ ‘ଧଡକ୍‌’ ଗାର୍ଲ ଜାହ୍ନବୀ

ଶ୍ରୀଦେବୀ ଓ ବୋନିକପୁର୍‌ଙ୍କ ଝିଅ ଜାହ୍ନବୀ କପୁର୍‌ ଆଜି ୨୨ ବର୍ଷ ବୟସରେ ପାଦ ଦେଇଛନ୍ତି । ‘ଧଡକ୍‌’ ଜରିଆରେ ବଲିଉଡ୍‌ ଏଣ୍ଟ୍ରି କରିଥିବା ଜାହ୍ନବୀ ପ୍ରଥମ ଫିଲ୍ମରେ ବେଶ୍‌ ସଫଳତା ପାଇଛନ୍ତି । ନିକଟରେ ସେ ଗୁଞ୍ଜନ ସକ୍‌ସେନାଙ୍କ ବାୟୋପିକ୍‌ରେ ଅଭିନୟ କରୁଛନ୍ତି । ୧୯୯୭ ମାର୍ଚ୍ଚ ମାସରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତ୍ରୀ ଜଣକ ।  ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍‌ ସ୍କୁଲରୁ ପାଠ ପଢା ସାରିବା ପରେ କାଲିଫୋର୍ଣ୍ଣିଆଠାରେ ଫିଲ୍ମ ଓ ଟେଲିଭିଜନ୍‌ରେ ଆକ୍ଟିଂ କୋର୍ସ କରିଛନ୍ତି । ୨୦୧୫ରେ ତାଙ୍କୁ ମହେଶ ବାବୁଙ୍କ ବିପକ୍ଷରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା, କିନ୍ତୁ ସେ ଏହାକୁ ଗ୍ରହଣ କରିନଥିଲେ ।  ଆଜି ଜନ୍ମଦିବସ ଅବସରରେ ଜାହ୍ନବୀ କପୁର୍‌ ପିତା ବୋନି କପୁର୍‌ ଓ ଭଉଣୀ ଖୁସି କପୁର୍‌ଙ୍କ ସହ ବନାରସ ଯାଇ ଗଙ୍ଗା ଆଳତୀ କରିଛନ୍ତି । ତାଙ୍କ ଜନ୍ମଦିବସ ଅବସରରେ ଭଉଣୀ ସୋନମ୍‌ କପୁର୍‌ ତାଙ୍କ ସାନବେଳର ଏକ ଫଟୋକୁ ସେୟାର କରିଥିବାବେଳେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ୨୨ ବର୍ଷୀୟା ଅଭିନେତ୍ରୀ ତାଙ୍କ ମା’ଙ୍କ ପରି ଫିଲ୍ମ ଦୁନିଆରେ ନିଜର ଏକ ସୁନ୍ଦର ପରିଚୟ ତିଆରି କରନ୍ତୁ ।