୨୨ ବର୍ଷରେ ପାଦଦେଲେ ‘ଧଡକ୍‌’ ଗାର୍ଲ ଜାହ୍ନବୀ

Published: Mar 6, 2019, 5:28 pm IST
jahnavi celebrates her 22nd birtday

ଶ୍ରୀଦେବୀ ଓ ବୋନିକପୁର୍‌ଙ୍କ ଝିଅ ଜାହ୍ନବୀ କପୁର୍‌ ଆଜି ୨୨ ବର୍ଷ ବୟସରେ ପାଦ ଦେଇଛନ୍ତି । ‘ଧଡକ୍‌’ ଜରିଆରେ ବଲିଉଡ୍‌ ଏଣ୍ଟ୍ରି କରିଥିବା ଜାହ୍ନବୀ ପ୍ରଥମ ଫିଲ୍ମରେ ବେଶ୍‌ ସଫଳତା ପାଇଛନ୍ତି । ନିକଟରେ ସେ ଗୁଞ୍ଜନ ସକ୍‌ସେନାଙ୍କ ବାୟୋପିକ୍‌ରେ ଅଭିନୟ କରୁଛନ୍ତି । ୧୯୯୭ ମାର୍ଚ୍ଚ ମାସରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତ୍ରୀ ଜଣକ ।  ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍‌ ସ୍କୁଲରୁ ପାଠ ପଢା ସାରିବା ପରେ କାଲିଫୋର୍ଣ୍ଣିଆଠାରେ ଫିଲ୍ମ ଓ ଟେଲିଭିଜନ୍‌ରେ ଆକ୍ଟିଂ କୋର୍ସ କରିଛନ୍ତି । ୨୦୧୫ରେ ତାଙ୍କୁ ମହେଶ ବାବୁଙ୍କ ବିପକ୍ଷରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା, କିନ୍ତୁ ସେ ଏହାକୁ ଗ୍ରହଣ କରିନଥିଲେ ।  ଆଜି ଜନ୍ମଦିବସ ଅବସରରେ ଜାହ୍ନବୀ କପୁର୍‌ ପିତା ବୋନି କପୁର୍‌ ଓ ଭଉଣୀ ଖୁସି କପୁର୍‌ଙ୍କ ସହ ବନାରସ ଯାଇ ଗଙ୍ଗା ଆଳତୀ କରିଛନ୍ତି । ତାଙ୍କ ଜନ୍ମଦିବସ ଅବସରରେ ଭଉଣୀ ସୋନମ୍‌ କପୁର୍‌ ତାଙ୍କ ସାନବେଳର ଏକ ଫଟୋକୁ ସେୟାର କରିଥିବାବେଳେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ୨୨ ବର୍ଷୀୟା ଅଭିନେତ୍ରୀ ତାଙ୍କ ମା’ଙ୍କ ପରି ଫିଲ୍ମ ଦୁନିଆରେ ନିଜର ଏକ ସୁନ୍ଦର ପରିଚୟ ତିଆରି କରନ୍ତୁ ।

Related posts