Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ରେ ହାପ୍‌ଲୋଆଇଡେନ୍‌ଟିକାଲ୍ ହେମାଟୋପୋଇଟିକ୍ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଂଟେସନ୍ ସଫଳ: ଓଡ଼ିଶାରେ ପ୍ରଥମ
ଆଜିର ଖବର

ସମ୍ ରେ ହାପ୍‌ଲୋଆଇଡେନ୍‌ଟିକାଲ୍ ହେମାଟୋପୋଇଟିକ୍ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଂଟେସନ୍ ସଫଳ: ଓଡ଼ିଶାରେ ପ୍ରଥମ

April 24, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ୍ ହେମାଟୋଲୋଜି ବିଭାଗ ପକ୍ଷରୁ ଆକ୍ୟୁଟ୍ ମାଇଲଏଡ ଲ୍ୟୁକୋମିଆ (ଏଏମ୍‌ଏଲ୍‌) ସମସ୍ୟାରେ ପୀଡ଼ିତା ଜଣେ ୫୧ ବର୍ଷୀୟା ମହିଳାଙ୍କ ଶରୀରରେ ହାପ୍‌ଲୋଆଇଡେନ୍‌ଟିକାଲ୍ ହେମାଟୋପୋଇଟିକ୍ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଂଟେସନ୍ (ଏଚ୍‌ଏସ୍‌ସିଟି) ସଫଳତାର ସହ କରାଯାଇଛି।

ଏହି ହାପ୍‌ଲୋଆଇଡେନ୍‌ଟିକାଲ୍ ପ୍ରତ୍ୟାରୋପଣ ଏକ ପ୍ରକାର ଆଲୋଜେନିକ୍ ପ୍ରତ୍ୟାରୋପଣ ଯେଉଁଥିରେ କି ଅଧା ମେଳ ଖାଉଥିବା ଡୋନର୍‌ର ସୁସ୍ଥ ଓ ରକ୍ତ ପ୍ରସ୍ତୁତକାରୀ କୋଷ ଗୁଡ଼ିକୁ କଢ଼ାଯାଇ ରୋଗୀର ଅସୁସ୍ଥ କୋଷ ବଦଳରେ ସ୍ଥାନୀତ କରାଯାଏ ବୋଲି ବୁଧବାର ସମ୍ ହସ୍ପିଟାଲର କ୍ଲିନିକାଲ୍ ହେମାଟୋଲୋଜି, ହେମାଟୋଅଙ୍କୋଲୋଜି ଏବଂ ହେମାଟୋପୋଇଟିକ୍ ଷ୍ଟେମ୍ ସେଲ ଟ୍ରାନ୍ସପ୍ଲାଂଟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରିୟଙ୍କା ସାମଲ କହିଛନ୍ତି।

ରୋଗୀଙ୍କ ନିମନ୍ତେ ଡୋନର୍ ତାଙ୍କ ନିଜ ଝିଅ ହୋଇଥିବା ବେଳେ ତାଙ୍କ ଶରୀରର ହ୍ୟୁମାନ୍ ଲ୍ୟୁକୋସାଇଟ୍ ଆଂଟିଜେନ୍ସ (ଏଚ୍‌ଏଲ୍‌ଏ) ରୋଗୀଙ୍କ ସହିତ ଅଧା ମେଳ ଖାଇଥିଲା। ପ୍ରତ୍ୟାରୋପଣ ପରେ ରୋଗୀଙ୍କ ଶରୀରରେ କିଛିଟା ସମସ୍ୟା ଦେଖା ଦେଇଥିଲେ ମଧ୍ୟ ସେଗୁଡ଼ିକୁ ଖୁବ୍ ଭଲ ଭାବେ ଏବଂ ଯଥା ଶୀଘ୍ର ସୁଧାରି ଦିଆଯାଇଥିଲା ବୋଲି ଡାକ୍ତର ସାମଲ ସାମ୍ବାଦିକମାନଙ୍କୁ ସୂଚନା ଦେବା ସହ ରାଜ୍ୟରେ ପ୍ରଥମ ଥର ପାଇଁ ଏହି ସଫଳ ହାପ୍‌ଲୋ ପ୍ରତ୍ୟାରୋପଣ ସୁଲଭ ଖର୍ଚ୍ଚରେ କରାଯାଇଥିବା କହିଛନ୍ତି।

ଡାକ୍ତର ସାମଲ କହିଥିଲେ ଯେ କିଛି ମାସ ତଳେ ସେ ଟରୋଂଟୋ ସ୍ଥିତ ପ୍ରିନ୍‌ସେସ୍ ମାର୍ଗାରେଟ୍ କ୍ୟାନ୍ସର ସେଂଟର ଠାରେ ଏହି ହାପ୍‌ଲୋ ପ୍ରତ୍ୟାରୋପଣ ସମ୍ପର୍କିତ ପ୍ରଶିକ୍ଷଣ ନେଇ ଫେରିଥିଲେ। ଏହି ସମସ୍ୟାରେ ପୀଡ଼ିତ ରୋଗୀଙ୍କ ମୃତ୍ୟୁହାରକୁ ହ୍ରାସ କରିବା ସହ ଉତମ ଚିକିତ୍ସା ତାଙ୍କର ପ୍ରଶିକ୍ଷଣ ନେବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଏହି ପ୍ରତ୍ୟାରୋପଣ ତାଙ୍କ ବିଭାଗର ସମସ୍ତଙ୍କ ପାଇଁ ଅତ୍ୟନ୍ତ ଶିକ୍ଷଣୀୟ ଥିଲା ବୋଲି ସେ କହିଛନ୍ତି।

ରୋଗୀ ଜଣକ ସୁସ୍ଥ ରୁହନ୍ତୁ ବୋଲି ଆମେ ପ୍ରାର୍ଥନା କରୁଛୁ କାରଣ ଏହି ସମସ୍ୟାରେ ‘ଗ୍ରାଫ୍ଟ ଭର୍ସେସ୍ ହୋଷ୍ଟ ଡିଜିଜ୍‌’ (ଜିଭିଏଚ୍‌ଡି) ଦେଖାଦେଲେ ପ୍ରତ୍ୟାରୋପଣର ପ୍ରତିରୋଧକ କୋଷଗୁଡ଼ିକ ରୋଗୀ ଶରୀରରର କୋଷ ଗୁଡ଼ିକୁ ଆକ୍ରମଣ କରିବାର ଆଶଙ୍କା ରହିଥାଏ। ତେବେ ରୋଗୀ ଜଣକ ସୁରକ୍ଷିତ ଭାବେ ପ୍ରତ୍ୟାରୋପଣର ୪୫ ଦିନ ଅତିକ୍ରମ କରିସାରିଛନ୍ତି ବୋଲି ସେ କହିଥିଲେ।

ପ୍ରତ୍ୟାରୋପଣ ସମ୍ପର୍କିତ ମୃତ୍ୟୁ ହାର ପ୍ରାୟ ୩୦ ପ୍ରତିଶତ ରହିଥିବା ବେଳେ ଏଭଳି ମାମଲାରେ ରୋଗର ପୁନରାବର୍ତନର ଆଶଙ୍କା ପ୍ରାୟ ୪୦ ପ୍ରତିଶତ ରହିଥାଏ।

ଡାକ୍ତର ସାମଲ କହିଥିଲେ ଯେ ରୋଗୀର ନିଜ ଭାଇ ଭଉଣୀଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ମେଳ ଖାଉଥିବା ଷ୍ଟେମ୍ ସେଲ ପ୍ରତ୍ୟାରୋପଣ କ୍ଷେତ୍ରରେ ଅନେକ ସମୟରେ ଏଚ୍‌ଏସ୍‌ସିଟି ନିମନ୍ତେ ପ୍ରସ୍ତୁତ ପ୍ରତ୍ୟେକ ରୋଗୀଙ୍କ ନିମନ୍ତେ ଗୋଟିଏ ସୁସ୍ଥ ମେଳ ଖାଉଥିବା ମ୍ୟାଚ୍‌ଡ ସିବ୍‌ଲିଙ୍ଗ ଡୋନର (ଏମ୍‌ଏସ୍‌ଡି) ମିଳିବା ସମ୍ଭବ ହୋଇପାରେ ନାହିଁ। ଜଣେ ରୋଗୀଙ୍କର ଭାଇଭଉଣୀ ମାନଙ୍କ ମଧ୍ୟରେ ୨୫ ପ୍ରତିଶତ ମେଳ ଖାଉଥିବାର ଦେଖିବାକୁ ମିଳୁଛି।

ତେବେ ହାପ୍‌ଲୋଆଇଡେନ୍‌ଟିକାଲ୍ ଏଚ୍‌ଏସ୍‌ସିଟିରେ ୫୦ ପ୍ରତିଶତ ମେଳ ଖାଇବାର ଶତ ପ୍ରତିଶତ ସମ୍ଭାବନା ରହିଥିବା ଡାକ୍ତର ସାମଲ କହିଛନ୍ତି।

ବିଜ୍ଞାନର ଅଗ୍ରଗତି ଓ ଜ୍ଞାନର ବିକାଶ ଫଳରେ ହାପ୍‌ଲୋ ପ୍ରତ୍ୟାରୋପଣ ବର୍ତମାନ ଏହି ରୋଗୀମାନଙ୍କ ନିମନ୍ତେ ନୂତନ ଆଶା ସୃଷ୍ଟି କରିଛି ବୋଲି ସେ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଗିରିଜାନନ୍ଦିନୀ କାନୁନ୍‌ଗୋ ଏବଂ ହେମାଟୋ ଆଇସିୟୁର ଇନ୍‌ଚାର୍ଜ ଡାକ୍ତର ସନ୍ତୋଷ କୁମାର ସିଂହ ଉପସ୍ଥିତ ଥିଲେ।

ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ଷ୍ଟେମ୍ ସେଲ ଟ୍ରାନ୍ସପ୍ଲାଂଟେସନ୍ ନିମନ୍ତେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଥିରେ କ୍ଲିନିକାଲ୍ ହେମାଟୋଲଜି, ଟ୍ରାନ୍ସଫ୍ୟୁଜନ୍ ମେଡିସିନ ଓ ଲ୍ୟାବ୍ ହେମାଟୋଲଜି ବିଭାଗ ସଂପୃକ୍ତ ରହିଥାନ୍ତି। ଏହି ଚିକିତ୍ସା ୫ ରୁ ୧୦ ବର୍ଷ ତଳେ ଦେଶର ବଡ଼ ବଡ଼ ସହରର ଅଗ୍ରଣୀ ଡାକ୍ତରଖାନା ଗୁଡ଼ିକରେ ଉପଲବ୍ଧ ହେଉଥିଲା ଏବଂ ବ୍ୟୟସାପେକ୍ଷ ଅଟେ। ମାତ୍ର ସମ୍ ହସ୍ପିଟାଲ୍‌ରେ ଏହା ବର୍ତମାନ ଓଡ଼ିଶାର ରୋଗୀମାନଙ୍କ ନିମନ୍ତେ ଉପଲବ୍ଧ ଅଟେ।

ସେ କହିଥିଲେ ଯେ ସମ୍ ହସ୍ପିଟାଲ୍‌ରେ ଏ ପର୍ଯ୍ୟନ୍ତ ପ୍ରାୟ ୫୦ଟି ଷ୍ଟେମ୍ ସେଲ ଟ୍ରାନ୍ସପ୍ଲାଂଟେସନ୍ ହୋଇସାରିଥିବା ବେଳେ ଏହାର ପ୍ରାୟ ୭୦ ପ୍ରତିଶତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ କରାଯାଇଛି।

ଡାକ୍ତର ସାମଲ କହିଥିଲେ ଯେ ରକ୍ତଦାନ ପରି ଷ୍ଟେମ ସେଲ୍ ଦାନ କରିବା ରକ୍ତ କର୍କଟ ଓ ଅନ୍ୟାନ୍ୟ ରକ୍ତ ଜନିତ ରୋଗର ଚିକିତ୍ସା ନିମନ୍ତେ ଅତ୍ୟନ୍ତ ସାହାଯ୍ୟକାରୀ ହୋଇପାରିବ। ତେଣୁ ଜନସାଧାରଣ ସେମାନଙ୍କ ଷ୍ଟେମ୍ ସେଲ ଦାନ କରିବା ଦ୍ୱାରା ଏହି ରୋଗ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସହଯୋଗ କରିପାରିବେ। ଜଣେ ବ୍ୟକ୍ତି ନିଜର ଷ୍ଟେମ୍ ସେଲ ଦାନ କରିବାର ୭ ଦିନ ମଧ୍ୟରେ ଶରୀରରେ ଏହି ଷ୍ଟେମ୍ ସେଲ୍ ପୁଣି ସୃଷ୍ଟି ହୋଇଥାଏ ବୋଲି ସେ କହିଥିଲେ।

sum hospital
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026
Latest News

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.