
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ କୁସୁମ ପଡା ଛକରେ ଆଜି ଅପରାହ୍ନରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ଖନ୍ଦିବାହାଲ ଗ୍ରାମର ଦିବ୍ୟସିଂହ ରାଉଳ ଓ ଆହତ ଜଣକ ହେଲେ ଦୁର୍ବାଦଳ ମଲ୍ଲିକ।
ସୂଚନାଯୋଗ୍ୟ ଯେ, ଖନ୍ଦିବାହାଲ ଗ୍ରାମର ଦୁଇ ଯୁବକ କିସିଣ୍ଡାରୁ ବାଇକ୍ ଯୋଗେ ଖନ୍ଦିବାହାଲ ନିଜ ଘରକୁ ଆସୁଥିବା ବେଳେ ବାଇକଟି ଦ୍ରୁତ ଗତିରେ ଥିବାରୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ଘର କାନ୍ଥରେ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଦିବ୍ୟସିଂହ ରାଉଳ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ବାଦଳ ମଲ୍ଲିକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନା ପଠାଇ ଥିବାବେଳେ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି।
ତେବେ କିସିଣ୍ଡା ପୋଲିସ କେସ ନ -୩୩/୨୪, ୟୁ/ଏସ ୨୭୯/୩୨୩/୩୦୪(ଏ)ଆଇ ପି ସି ଆକ୍ଟ ରେ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ରେଢ଼ାଖୋଲ ପଠାଇଥିବା ଜଣା ପଡିଛି।