Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅମିତ ଶାହାଙ୍କ ନକଲି ଭିଡିଓ ସେୟାର କରିବା ପ୍ରସଙ୍ଗ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ ପଠାଇଲା ପୋଲିସ
ଆଜିର ଖବର

ଅମିତ ଶାହାଙ୍କ ନକଲି ଭିଡିଓ ସେୟାର କରିବା ପ୍ରସଙ୍ଗ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ ପଠାଇଲା ପୋଲିସ

April 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ ସେୟାର କରିବା ମାମଲାରେ ଦିଲ୍ଲୀ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। ବର୍ତ୍ତମାନ ଦିଲ୍ଲୀ ପୋଲିସ ଏହି ପ୍ରସଙ୍ଗରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ନୋଟିସ ଜାରି କରିଛି। ଆଜି ଅମିତ ଶାହାଙ୍କ ନକଲି ଭିଡିଓ ପ୍ରସାରଣ ମାମଲାରେ ପୋଲିସ ଶ୍ରୀ ରେଡ୍ଡୀଙ୍କୁ ନୋଟିସ ଜାରି କରି ମେ ୧ ତାରିଖରେ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ କହିଛି।

ଦିଲ୍ଲୀ ପୋଲିସ ଦେଇଥିବା ବିଜ୍ଞପ୍ତିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ତାଙ୍କ ଫୋନ ମଧ୍ୟ ଆଣିବାକୁ କୁହାଯାଇଛି। ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀ ରେଡ୍ଡୀଙ୍କ ଫୋନକୁ ମଧ୍ୟ ଯାଞ୍ଚ କରାଯିବ। ବାସ୍ତବରେ ରେବନ୍ତ ରେଡ୍ଡୀ ଅମିତ ଶାହାଙ୍କ ନକଲି ଭିଡିଓକୁ ତାଙ୍କ X ଆକାଉଣ୍ଟରୁ ସେୟାର କରିଥିଲେ। ଏହି ଭିଡିଓ ତେଲେଙ୍ଗାନା କଂଗ୍ରେସର ଅଫିସିଆଲ୍ ଆକାଉଣ୍ଟ ସମେତ ଅନେକ ଦଳର ନେତାଙ୍କ ଦ୍ୱାରା ସେୟାର କରାଯାଇଥିଲା।

ଏଡ଼ିଟ ଭିଡିଓରେ ଅମିତ ଶାହା କ’ଣ କହିଛନ୍ତି?:

ଏହି ଏଡ଼ିଟ ଭିଡିଓରେ କେନ୍ଦ୍ର ଗୃହମନ୍ତ୍ରୀ ଏସସି-ଏସଟି ଏବଂ ଓବିସି ପାଇଁ ସଂରକ୍ଷଣ ରଦ୍ଦ କରିବା କଥା କହୁଥିବା ଅଭିଯୋଗ ହୋଇଛି। ପିଟିଆଇର ଫ୍ୟାକ୍ଟ ଯାଞ୍ଚରୁ ଜଣାପଡିଛି ଯେ, ଅମିତ ଶାହା କର୍ଣ୍ଣାଟକରେ ମୁସଲମାନମାନଙ୍କୁ ଦିଆଯାଇଥିବା ସଂରକ୍ଷଣ ସମାପ୍ତ କରିବାକୁ କହିଛନ୍ତି।

ରବିବାର ଦିନ ଅମିତ ଶାହାଙ୍କ ନକଲି ଭିଡିଓ ସେୟାର ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ଏଫଆଇଆର ପଞ୍ଜିକରଣ କରିଥିଲା। ବିଜେପି ଏବଂ ଗୃହ ମନ୍ତ୍ରଣାଳୟର ଅଭିଯୋଗରେ ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଦାବି କରିଛନ୍ତି ଯେ, ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରୁଥିବା ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେବା ଉଚିତ୍।

ପୋଲିସ ଦ୍ୱାରା ପଞ୍ଜିକୃତ ହୋଇଥିବା ଏଫ୍ଆଇଆରରେ ଅମିତ ଶାହାଙ୍କ ନକଲି ଭିଡିଓ ପ୍ରସାରଣ କରୁଥିବା ସମସ୍ତ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ, ଆଇପିସିର ଧାରା ୧୫୩/ ୧୫୩ଏ / ୪୬୫/୪୬୯/୧୭୧ଜି ଏବଂ ଆଇଟି ଆକ୍ଟର ଧାରା ୬୬ସି ଅନୁଯାୟୀ FIR ପଞ୍ଜିକୃତ ହୋଇଛି।

amit shah Breaking News delhi police Revanth Reddy telangana
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026
Latest News

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026

ଉଚ୍ଚ ଯୋଗ୍ୟତା ଲୁଚାଇ ଚାକିରି ପାଇବା ଅନ୍ୟାୟ: ସୁପ୍ରିମକୋର୍ଟ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.