ସିମ୍ବଲ ଲୋଡିଂ ୟୁନିଟ୍ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

Published: May 1, 2024, 8:01 pm IST

ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି। ୨୦୨୩ ବର୍ଷର ରିଟ୍‌ ପିଟିସନ (ସିଭିଲ) ସଂଖ୍ୟା ୪୩୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ୨୬ ଏପ୍ରିଲ ୨୦୨୪ରେ ଦେଇଥିବା ଆଦେଶକୁ ଅନୁସରଣ କରି ଆୟୋଗ ଏହି ନୋଟିସ ଜାରି କରିଛନ୍ତି। ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲକୁ ଲାଗୁ କରିବା ନିମନ୍ତେ ଆବଶ୍ୟକ ମୌଳିକ ଭିତ୍ତିଭୂମି ଏବଂ ବ୍ୟବସ୍ଥା ପ୍ରସ୍ତୁତ କରିବା ଲାଗି ସବୁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୧ ମଇ ୨୦୨୪ ପରେ ଯେଉଁସବୁ ଭିଭିପିଏଟି ମେସିନରେ ସିମ୍ବଲ ଲୋଡିଂ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇସାରିଛି ସେସବୁ ମାମଲାରେ ସଂଶୋଧିତ ପ୍ରୋଟୋକଲ ଲାଗୁହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିଲେ। ତଦନୁଯାୟୀ ଏହାକୁ କାର୍ଯ୍ୟକାରୀ କରାଯିବ।

Related posts