Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହିଂସ୍ରଜନ୍ତୁ ଆକ୍ରମଣରେ ଜଣେ ମୃତ, ବାଘ ଆକ୍ରମଣ ଆଶଙ୍କା
ଆଜିର ଖବର

ହିଂସ୍ରଜନ୍ତୁ ଆକ୍ରମଣରେ ଜଣେ ମୃତ, ବାଘ ଆକ୍ରମଣ ଆଶଙ୍କା

May 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): କିଛିଦିନ ତଳେ ଏକ କଲରାପତରିଆ ବାଘକୁ ଗୁଳିକରି ହତ୍ୟା କରିବା ପରେ ଗତକାଲି ନାକଟିଦେଉଳ ରେଞ୍ଜ ଅଧୀନସ୍ଥ ସାହେବି ଧଣ୍ଡାମୁଣ୍ଡା ଗ୍ରାମରେ ଜଣେ ବ୍ୟକ୍ତି କୁ ଅଜଣା ଜଙ୍ଗଲୀ ଜୀବ ମାରିପକାଇଥିବା ଜଣାପଡିଛି। ଗାଁ ଲୋକମାନେ କଲରlପତରିଆ ବାଘ ମାରିଥିବା ଅଭିଯୋଗ କରୁଥିବା ବେଳେ ବନ ବିଭାଗ ଭାଲୁ ଆକ୍ରମଣ କରିଥିବା କହୁଛି।

ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ,ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ସାହେବୀ ଧଣ୍ଡମୁଣ୍ଡା ନିକଟସ୍ଥ ମାନକୁଣ୍ଡା ଜଙ୍ଗଲ ନିକଟରେ ଜଙ୍ଗଲୀ ହିଂସ୍ର ଜନ୍ତୁ ଆକ୍ରମଣ ରେ ଜଣେ ବ୍ୟକ୍ତି ରା ମୃତ୍ୟୁ ହୋଇଥିବା ଜଣା ପଡିଛି। ବ୍ୟକ୍ତି ଜଣଙ୍କ ସାହେବୀ ଗ୍ରାମର ଧଣ୍ଡମୁଣ୍ଡା ସାହିର ସାଦ ମୁଣ୍ଡା (୫୮) ବୋଲି ଜଣା ପଡିଛି।

ସୂଚନାଯୋଗ୍ୟ ଗତ ୯ ତାରିଖ ଦିନ ସକାଳୁ ସାଦ ପୋଢ଼ ନାମକ ବ୍ୟକ୍ତି କୌଣସି କାମରେ ଜଙ୍ଗଲ କୁ ଯାଇଥିବା ବେଳେ ଆଉ ଫେରି ନଥିଲେ। ସନ୍ଧ୍ୟା ହେବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ। ଆଜି ସକାଳୁ ଘରଠାରୁ ୨୦୦ ମିଟର ଦୂରରେ ଥିବା ଜଙ୍ଗଲରେ ତାଙ୍କ ମୃତ ଦେହ ପଡିଥିବାର ପରିବାର ଲୋକେ ଦେଖିଥିଲେ।  ଏହାପରେ ବନବିଭାଗ ଓ ନାକଟିଦେଉଳ ପୋଲିସ ଘଟଣା ସ୍ଥଳକୁ ପହଂଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଥିବା ଜଣାପଡିଛି।

ତେବେ କେଉଁ ଅଜଣା ଜନ୍ତୁ ଦ୍ୱାରା ସାଦଙ୍କ ମୃତ ହୋଇଛି ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ପ୍ରକାଶ। ଗତ ୬ ତାରିଖରେ ଏକ କଲରାପତରିଆ ବାଘକୁ ମଣିଷ ମାରିଥିବା ବେଳେ ପ୍ରତିଶୋଧ ପରାୟଣ ହୋଇ ଏକ କଲରା ପତରିଆ ବାଘ ମଣିଷକୁ ମାରିଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି। ବନବିଭାଗ ପକ୍ଷରୁ ଯଥାଶୀଘ୍ର କ୍ଷତି ପୂରଣ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 24, 2025

ନବରାତ୍ରିରେ ଲଗାତାର ତୃତୀୟ ଦିନ ପାଇଁ ଚମକୁଛି ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 24, 2025

ଏହି ଦଳ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କଲା ICC

September 24, 2025

ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଉତ୍କର୍ଷ କେନ୍ଦ୍ର ଉଦଘାଟିତ ଓ ଉତ୍ତୀର୍ଣ୍ଣ ଉତ୍ସବ ଅନୁଷ୍ଠିତ

September 24, 2025
Latest News

ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 24, 2025

ନବରାତ୍ରିରେ ଲଗାତାର ତୃତୀୟ ଦିନ ପାଇଁ ଚମକୁଛି ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 24, 2025

୧୫ ଛାତ୍ରୀଙ୍କୁ ଅସାଦଚରଣ ଅଭିଯୁକ୍ତ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଫେରାର୍

September 24, 2025

ଏହି ଦଳ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କଲା ICC

September 24, 2025

‘କାଶ୍ମୀରକୁ ଭୁଲିଯାଅ, ଖାଲି କର ପିଓକେ’: ପାକିସ୍ତାନକୁ UNHRCରେ ଭାରତର କଡା ଜବାବ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.