Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ସେଂଟର ଫର୍ ଏନ୍‌ଟରପ୍ରେନ୍ୟୁୟରସିପ୍ ଆଣ୍ଡ ଇନୋଭେସନ୍ ମ୍ୟାନେଜମେଂଟ ଉଦ୍‌ଘାଟିତ
ଆଜିର ଖବର

ସୋଆରେ ସେଂଟର ଫର୍ ଏନ୍‌ଟରପ୍ରେନ୍ୟୁୟରସିପ୍ ଆଣ୍ଡ ଇନୋଭେସନ୍ ମ୍ୟାନେଜମେଂଟ ଉଦ୍‌ଘାଟିତ

May 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡ୍ରୀ (ଆଇଭିଏସ୍‌ଏଏଚ୍‌) ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ କରାଇବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ‘ସେଂଟର ଫର୍ ଏନ୍‌ଟରପ୍ରେନ୍ୟୁୟରସିପ୍ ଆଣ୍ଡ ଇନୋଭେସନ୍ ମ୍ୟାନେଜମେଂଟ’ ଶୁକ୍ରବାର ସୋଆର ଉପସଭାପତି ଶାଶ୍ୱତୀ ଦାସଙ୍କ ଦ୍ଵାରା ଉଦ୍ଘାଟିତ ହୋଇଛି।

ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଶ୍ରୀମତି ଦାସ ଏହି ସେଂଟରକୁ ଉଦ୍ଘାଟନ କରି ଏହା ଦ୍ୱାରା ଏଗ୍ରିକଲ୍‌ଚର ଏବଂ ଭେଟେରିନାରୀ ସାଇନ୍ସେସ୍ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିଜେ ରୋଜଗାରକ୍ଷମ ହେବା ନିମନ୍ତେ ତାଲିମ ପାଇ ପାରିବେ ବୋଲି କହିଥିଲେ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର କିଭଳି ପ୍ରଚାର ପ୍ରସାର ଓ ବିକ୍ରି ହୋଇ ପାରିବ ସେ ନେଇ ଏଠାରେ ସେମାନଙ୍କୁ ପ୍ରଶିକ୍ଷିତ କରାଯିବ ବୋଲି ଶ୍ରୀମତି ଦାସ କହିଛନ୍ତି।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ରହି ଏହି ସେଂଟର ବିଷୟରେ ତଥ୍ୟ ପ୍ରଦାନ କରିବା ସହ ବଜାରରେ ସୋଆ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟ କିଭଳି ଉପଲବ୍ଧ ହେବ ଏବଂ ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ।

ଏହି ସେଂଟରର ମୁଖ୍ୟ ପ୍ରଫେସର ସମରେନ୍ଦ୍ର ମହାନ୍ତି ବିସ୍ତୃତ ସୂଚନା ଦେଇ ଆଇଏଏସ୍ ଏବଂ ଆଇଭିଏସ୍‌ଏଏଚ୍‌ର ଛାତ୍ରଛାତ୍ରୀମାନେ ନିଜ ନିଜ ଅନୁଷ୍ଠାନରେ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ୍ ପାଠ୍ୟକ୍ରମର ଜ୍ଞାନ ଆହରଣ କରିବା ପରେ ନିଜକୁ କିଭଳି ସ୍ୱାବଲମ୍ବୀ ହୋଇ ଉଦ୍ୟୋଗୀ ହୋଇ ପାରିବେ, ଅଭିନବ ପ୍ରଚେଷ୍ଟା କରିପାରିବେ ଓ ବ୍ୟବସାୟ ପରିଚାଳନା କରିପାରିବେ ସେ ସମ୍ପର୍କିତ ପ୍ରଶିକ୍ଷଣ ଦିଆଯିବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସଙ୍କ ସମେତ ଆଇଏଏସ୍ ଏବଂ ଆଇଭିଏସ୍‌ଏଏଚ୍‌ର ସମସ୍ତ ଫ୍ୟାକଲ୍ଟି ଓ ସୋଆ କର୍ମକର୍ତାଗଣ ଉପସ୍ଥିତ ଥିଲେ।

soa ଆଇଏଏସ୍‌ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026
Latest News

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.