Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ମଣ୍ଡପ ଉଦଘାଟିତ
ଆଜିର ଖବର

୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ମଣ୍ଡପ ଉଦଘାଟିତ

May 16, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

କାନ୍ସ: ଫ୍ରାନ୍ସରେ ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ବିଭିନ୍ନ ବିଭାଗରେ ଅନେକ ବିଧିବଦ୍ଧ ଚୟନ ସହିତ ଭାରତ ପାଇଁ ଚଳିତ ବର୍ଷର ଏହି ସମାରୋହ ଯାଦୁକରୀ ପ୍ରଭାବ ନେଇ ଆସିଛି। ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ମଣ୍ଡପମ୍‌ ଉଦଘାଟିତ ହୋଇଛି।

ପ୍ରତିବର୍ଷ ପ୍ରତିଷ୍ଠିତ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହି ମଣ୍ଡପ ଆୟୋଜନ କରାଯାଇଥାଏ। ଏଥର ମଧ୍ୟ ଭାରତର ନୋଡାଲ ଏଜେନ୍ସି ଭାବରେ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଏବଂ ଶିଳ୍ପ ଅଂଶୀଦାର ଭାବରେ ଫିକି ନେତୃତ୍ୱରେ ଦେଶ ଚଳିତ ବର୍ଷ ଏହି ମହୋତ୍ସବରେ ଅଂଶଗ୍ରହଣ କରିଛି। ଏହାର ସମୃଦ୍ଧ ସିନେମା ଐତିହ୍ୟକୁ ପ୍ରଦର୍ଶିତ କରିବା ଏବଂ ବିଶ୍ୱ ଚଳଚ୍ଚିତ୍ର ଜଗତ ସହିତ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ନିରନ୍ତର ପ୍ରତିଶ୍ରୁତିବଦ୍ଧତାକୁ ଏହି ମଣ୍ଡପ ଚିହ୍ନିତ କରେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁଙ୍କ ନେତୃତ୍ୱରେ ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଜାଭେଦ ଅଶରଫଙ୍କ ନେତୃତ୍ୱରେ ଏହି ମଣ୍ଡପର ଭବ୍ୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଏହି ମହତ୍ୱପୂର୍ଣ୍ଣ ଉଦଘାଟନୀ ଉତ୍ସବରେ ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଏବଂ ଶିଳ୍ପ ଜଗତର ନେତୃବୃନ୍ଦ ଏକାଠି ହୋଇ ଭାରତୀୟ ସିନେମାର ସାରମର୍ମକୁ ପାଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ନେସନାଲ ଫିଲ୍ମ ଆଣ୍ଡ ଭିଡିଓ ଫାଉଣ୍ଡେସନର ଅଧ୍ୟକ୍ଷା ଥୋଲୋଆନା ରୋଜ ନଚେକେ, ଫିଲ୍ମ ବିଭାଗର ନିର୍ଦ୍ଦେଶକ କ୍ରିଷ୍ଟିଆନ ଜେଉନ, କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଡେପୁଟି ଜେନେରାଲ ଡେଲିଗେଟ ଓ ଚଳଚ୍ଚିତ୍ର ନିର୍ମାତା ରିଚି ମେହେଟ୍ଟା ପ୍ରମୁଖ ଉପସ୍ଥିତ ଥିଲେ।

ଉଦଘାଟନ ଅବସରରେ ଶ୍ରୀ ସଞ୍ଜୟ ଜାଜୁ କହିଥିଲେ ଯେ, ‘‘ଚଳିତ ବର୍ଷ କାନ୍ସର ବିଧିବଦ୍ଧ ବା  ଅଫିସିଆଲ୍ ଚୟନରେ ଅଧିକ ସଂଖ୍ୟକ ଭାରତୀୟ ପ୍ରକଳ୍ପ ରହିବା ଖୁସିର ବିଷୟ। ପ୍ରତିଯୋଗିତା ଓ ଅନ୍‌ସର୍ଟନ ରିଗାର୍ଡ, ପ୍ରତ୍ୟେକ ବର୍ଗରେ – ଗୋଟିଏ ଗୋଟିଏ ଚୟନ ହେବା ମଧ୍ୟ ଉଲ୍ଲେଖନଯୋଗ୍ୟ। ମୁଁ ଏହା ମଧ୍ୟ ସ୍ୱୀକାର କରିବାକୁ ଚାହୁଁଛି ଯେ ଏସବୁ ପ୍ରକଳ୍ପଗୁଡ଼ିକ ସରକାରଙ୍କ ଠାରୁ ମିଳିଥିବା ପ୍ରୋତ୍ସାହନ ଓ ଅଧିକୃତ ପ୍ରଯୋଜନାରୁ ମିଳୁଥିବା ଲାଭର ହିତାଧିକାରୀ ଅଟନ୍ତି।’’

ସଚିବ ଆହୁରି ମଧ୍ୟ କହିଛନ୍ତି, ‘‘ଏଠାରେ ଥିବା ଭାରତ ମଣ୍ଡପ ବିଶ୍ୱସ୍ତରରେ ଭାରତୀୟ ସିନେମାର ନେଟୱାର୍କିଂ, ସହଯୋଗ, ପ୍ରୋତ୍ସାହନ ପାଇଁ ଏକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଆମେ ଭାରତୀୟ ଅଡିଓ ଭିଜୁଆଲ୍ ଉଦ୍ୟୋଗ ଏବଂ ଅନ୍ତର୍ଜାତୀୟ ସମକକ୍ଷମାନଙ୍କ ମଧ୍ୟରେ ଏକ ବୃହତ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛୁ, ଯାହା ଦ୍ୱାରା ବିଶ୍ୱବ୍ୟାପୀ ଭାରତୀୟ ସିନେମାର ଦୃଶ୍ୟମାନତା ଏବଂ ଉପଲବ୍ଧତା ବୃଦ୍ଧି ପାଇବ । ଦେଶର ସଫ୍ଟ ଟଚ୍‌ ବା କୋମଳ ପ୍ରଭାବକୁ ବଢ଼ାଇବା ପାଇଁ ସିନେମାର ଶକ୍ତିକୁ ବ୍ୟବହାର କରିବାର ଜାତୀୟ ଲକ୍ଷ୍ୟ ପୂରଣ ହେବ।’’

ଏହି ଅବସରରେ ମହାମହିମ ଜାଭେଦ୍‌ ଅଶ୍ରଫ କହିଛନ୍ତି, ‘‘ଦାର୍ଶନିକ ଅବଦାନ, ଚିନ୍ତନ ଓ ବିଚାର କାରଣରୁ ଭାରତ ଉଭୟ ଭୂ-ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ କରୁଛି। ଆମେ ବର୍ତ୍ତମାନର ଅନ୍ତର୍ଜାତୀୟ ବ୍ୟବସ୍ଥାରୁ ଏକ ନୂତନ ବ୍ୟବସ୍ଥାରେ ପରିଣତ ହେଉଥିବାରୁ ଏକ ବହୁଧାରଣାବିକ ଅନିଶ୍ଚିତତାର ଏକ ବହୁଧ୍ରୁବୀୟ ଦୁନିଆରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ସବୁ ଦିଗ ପରସ୍ପର ସହ ଜଡ଼ିତ, ଯାହା ଫଳରେ ବିଦେଶରେ, ବିଶେଷ କରି ସିନେମାରେ ଆମର ଅଧିକ ଉପସ୍ଥିତି ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ।’’

ଅନ୍ୟପକ୍ଷରେ ରିଚି ମେହେତା କହିଛନ୍ତି, ‘‘ଭାରତୀୟ ସିନେମାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ବ୍ୟକ୍ତିଗତ ଭାବରେ ମୋ ପାଇଁ, ଯଦି ଚଳଚ୍ଚିତ୍ର ମହୋତ୍ସବ ସମୁଦାୟ ନଥାନ୍ତା ତେବେ ମୋର କ୍ୟାରିୟର ହୋଇନଥାନ୍ତା। ମହୋତ୍ସବଗୁଡ଼ିକ ମୋତେ ମୂଳତଃ କ୍ୟାରିୟର ଖୋଲିବାରେ ସାହାଯ୍ୟ କରିଛି। ଏହାବ୍ୟତୀତ, ଜଣେ କାନାଡିଆନ୍ ଭାରତୀୟ ଭାବରେ ମୋର ଏକ ମିଶନ ହେଉଛି ଶ୍ରେଷ୍ଠ ଭାରତୀୟ କାହାଣୀର ରପ୍ତାନି କରିବା ଏବଂ ମୁଁ ଚଳଚ୍ଚିତ୍ର ଦୃଷ୍ଟିକୋଣରୁ କହୁନାହିଁ, ମୁଁ କାହାଣୀ, ପ୍ରକୃତ ଲୋକ,  ଆଶ୍ଚର୍ଯ୍ୟଜନକ ସଂସ୍କୃତି ବିଷୟରେ କହୁଛି,  ଯାହା  ଆମକୁ ବିଶ୍ୱକୁ ଦେଖାଇବାକୁ ପଡିବ। ଏହି ଉଦଘାଟନ ଉତ୍ସବରେ ସାମିଲ ହେବା ମୋ ପାଇଁ ବଡ଼ ଗୌରବର ବିଷୟ।’’

​ଜମ୍ମୁ-କଶ୍ମୀର, କର୍ଣ୍ଣାଟକ, ଗୋଆ ଏବଂ ମହାରାଷ୍ଟ୍ର ଭଳି ଅନେକ ରାଜ୍ୟ ଚଳିତ ବର୍ଷ କାନ୍ସ ଚଳଚ୍ଚିତ୍ର ବଜାରରେ ଭାରତର ପ୍ରତିନିଧିତ୍ୱ କରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସୁଟିଂ ପାଇଁ ସେମାନଙ୍କର ଉତ୍କୃଷ୍ଟ ସ୍ଥାନ ପ୍ରସ୍ତୁତ କରିବା ଏବଂ ପ୍ରଯୋଜକ ଓ ପ୍ରଯୋଜନା ସଂସ୍ଥାଗୁଡ଼ିକୁ ସୁଟିଂ ପାଇଁ ସରକାରୀ ପ୍ରୋତ୍ସାହନକୁ ପ୍ରୋତ୍ସାହିତ କରିବା ପାଇଁ ସାମିଲ ହୋଇଛନ୍ତି। ଭାରତର ଫିଲ୍ମ ଫେସିଲିଟେସନ୍ ଅଫିସ୍ (ଏଫ୍ ଏଫ୍ ଓ) ସହ ଭାଗିଦାରୀ ଜରିଆରେ ଭାରତରେ ସୁଟିଂ ହୋଇଥିବା ୩ଟି ଚଳଚ୍ଚିତ୍ରକୁ ଚଳିତ ବର୍ଷର ମହୋତ୍ସବରେ ବିଭିନ୍ନ ବିଭାଗରେ ଚୟନ କରାଯାଇଛି।

ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ କାନ୍ସ ଚଳଚ୍ଚିତ୍ର ବଜାରରେ ଅଂଶଗ୍ରହଣ କରୁଛି ଏବଂ ‘ହେଭେନ୍ ଅନ୍ ଆର୍ଥ’ ବା ପୃଥିବୀରେ ସ୍ୱର୍ଗ ନାମରେ ଜଣାଶୁଣା ଏହି ଅଞ୍ଚଳ ସିନେମା ସୁଟିଂ ପାଇଁ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ପ୍ରଯୋଜନା କମ୍ପାନିମାନଙ୍କ ନିକଟରେ ପହଞ୍ଚିଛି। ଜମ୍ମୁ-କଶ୍ମୀରର ଚଳଚ୍ଚିତ୍ର ପ୍ରୋତ୍ସାହନ ନୀତି ଗୋଟିଏ ବର୍ଷରୁ କମ୍ ପୁରୁଣା ଏବଂ ପ୍ରଥମ ଦିନରେ ଅନେକ ଅଂଶୀଦାରଙ୍କ ସହ ବୈଠକ ମାଧ୍ୟମରେ ମିଳିଥିବା ପ୍ରତିକ୍ରିୟା ଉତ୍ସାହଜନକ ରହିଛି ବୋଲି ଜମ୍ମୁ-କଶ୍ମୀର ବୁଥ୍‌ ଅଧିକାରୀମାନେ କହିଛନ୍ତି।

ଭାରତ ମଣ୍ଡପ ଏକ ଗତିଶୀଳ ମଞ୍ଚ ଭାବରେ କାର୍ଯ୍ୟ କରିବ ଯାହା ଭାରତୀୟ ଚଳଚ୍ଚିତ୍ର, ପ୍ରତିଭା ଏବଂ ଶିଳ୍ପ ସୁଯୋଗର ବିବିଧ ଦୃଶ୍ୟପଟକୁ ପ୍ରବେଶ ପଥ ପ୍ରଦାନ କରିବ। ଏଥିସହିତ ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ସମୟରେ ଏହି ମଞ୍ଚ ଅନେକ ଚମତ୍କାର ପ୍ୟାନେଲ ଆଲୋଚନା ଏବଂ ନେଟୱାର୍କିଂ ଅଧିବେଶନର ଆୟୋଜନ କରିବାକୁ ଯାଉଛି।

 

କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଫ୍ରାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

“ଅନିଶ୍ଚିତତା ମଧ୍ୟରେ ଉଦ୍ୟୋଗୀ ନୀତି ନିର୍ଦ୍ଧାରଣ” ଦିଗରେ ଗଭୀର ପରିବର୍ତ୍ତନ ଆବଶ୍ୟକ: ଆର୍ଥିକ ସର୍ବେକ୍ଷଣ

January 30, 2026

କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

January 30, 2026

ଆଜି ଜାନୁୟାରୀ ୩୦ ତାରିଖ ଶୁକ୍ରବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

January 30, 2026

ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗିତା ବୃଦ୍ଧି ଉଦ୍ଦେଶ୍ୟରେ କର୍ମଶାଳା

January 30, 2026
Latest News

“ଅନିଶ୍ଚିତତା ମଧ୍ୟରେ ଉଦ୍ୟୋଗୀ ନୀତି ନିର୍ଦ୍ଧାରଣ” ଦିଗରେ ଗଭୀର ପରିବର୍ତ୍ତନ ଆବଶ୍ୟକ: ଆର୍ଥିକ ସର୍ବେକ୍ଷଣ

January 30, 2026

କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

January 30, 2026

ଆଜି ଜାନୁୟାରୀ ୩୦ ତାରିଖ ଶୁକ୍ରବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

January 30, 2026

ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗିତା ବୃଦ୍ଧି ଉଦ୍ଦେଶ୍ୟରେ କର୍ମଶାଳା

January 30, 2026

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.