Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ଆସୁଛନ୍ତି ଭିକେ ପାଣ୍ଡିଆନ: ଆସନ୍ତାକାଲି ପଲଟନରେ ବିଶାଳ ଜନସଭାକୁ କରିବେ ସମ୍ବୋଧିତ
ଆଜିର ଖବର

ଚିଲିକା ଆସୁଛନ୍ତି ଭିକେ ପାଣ୍ଡିଆନ: ଆସନ୍ତାକାଲି ପଲଟନରେ ବିଶାଳ ଜନସଭାକୁ କରିବେ ସମ୍ବୋଧିତ

May 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୨୫ ତାରିଖରେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରଚାର ପ୍ରସାର ଜାରି ରଖିଛନ୍ତି। ତେବେ ଅଦ୍ୟାବଧି ବିଜେପି ଓ କଂଗ୍ରେସର ତାରକା ପ୍ରଚାରକ ଚିଲିକା ଆସିନଥିବା ବେଳେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀ ପ୍ରଚାରକୁ ଆସିବେ ବିଜେଡି ତାରକା ପ୍ରଚାରକ ଭି କେ ପାଣ୍ଡିଆନ। ଏଥି ନିମନ୍ତେ ଚଳଚଞ୍ଚଳ ହୋଇଉଠିଛି ଚିଲିକା ବିଜେଡି।

ଆସନ୍ତାକାଲି ଅପରାହ୍ନ ୪ ଘଟିକାରେ ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ଶ୍ରୀ ପାଣ୍ଡିଆନ। ସେ ଉଭୟ ପୁରୀ ଲୋକସଭା ଓ ଚିଲିକା ବିଧାନସଭାର ଦଳୀୟ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ରଘୁନାଥ ସାହୁଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବେ।

ତେବେ ଏ ନେଇ ଦଳ ପକ୍ଷରୁ ବିରାଟ ସଭାସ୍ଥଳ ଆୟୋଜନ ଚାଲିଛି। ସମଗ୍ର ନିର୍ବାଚନମଣ୍ଡଳୀରୁ ପାଖାପାଖି ୧୫ ହଜାର ଦଳୀୟ କର୍ମୀଙ୍କ ସମାବେଶ ପଲଟନ ପଡିଆରେ ହେବ ବୋଲି ଦଳ ଆକଳନ କରିଛି। ସୁରକ୍ଷା ବ୍ୟବସ୍ଥା ପାଇଁ ତିନି ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

ଚିଲିକା ତାରକା ପ୍ରଚାରକ ବିଜେଡି ବିଜେପି ଭି.କେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

Ayush Students Strike: ରାଜ୍ୟର ସରକାରୀ ଆୟୁଷ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦିବାରାତ୍ର ଧାରଣା 

December 2, 2025

ଆଜି ଡିସେମ୍ବର 2 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ବ୍ୟକ୍ତି ହେବେ ଶକ୍ତିଶାଳୀ-Rashifal

December 2, 2025

Konark Sand Art Festival: କୋଣାର୍କରେ ଉଦଘାଟିତ ହେଲା ବାଲୁକା କଳା ଉତ୍ସବ

December 1, 2025

AIDS Awareness Program: ବ୍ରହ୍ମପୁରରେ ଏଡସ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

December 1, 2025
Latest News

Ayush Students Strike: ରାଜ୍ୟର ସରକାରୀ ଆୟୁଷ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦିବାରାତ୍ର ଧାରଣା 

December 2, 2025

ଆଜି ଡିସେମ୍ବର 2 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ବ୍ୟକ୍ତି ହେବେ ଶକ୍ତିଶାଳୀ-Rashifal

December 2, 2025

Subhadra Shakti Mela: କୋଣାର୍କ ଉତ୍ସବ ଅବସରରେ ଉଦଘାଟିତ ହେଲା ସୁଭଦ୍ରା ଶକ୍ତି ମେଳା

December 1, 2025

Konark Sand Art Festival: କୋଣାର୍କରେ ଉଦଘାଟିତ ହେଲା ବାଲୁକା କଳା ଉତ୍ସବ

December 1, 2025

Konark Festival Inauguration: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେଲା କୋଣାର୍କ ଉତ୍ସବ

December 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.