କେଦାରନାଥ ଧାମର ୧୦୦ ମିଟର ପୂର୍ବରୁ ହେଲିକପ୍ଟରର ଜରୁରୀ ଅବତରଣ: ଅଳ୍ପକେ ବର୍ତ୍ତିଲେ ୬ ଯାତ୍ରୀ

Published: May 24, 2024, 11:52 am IST

ନୂଆଦିଲ୍ଲୀ: କେଦାରନାଥ ଧାମର ୧୦୦ ମିଟର ପୂର୍ବରୁ କ୍ରିଷ୍ଟାଲ ଆଭିଏସନ ପାହାଡ ଉପରେ ଏକ ହେଲିକପ୍ଟରର ଜରୁରୀ ଅବତରଣ କରିଛି। ପାଇଲଟଙ୍କ ସମେତ ସମସ୍ତ ୬ ଜଣ ଯାତ୍ରୀ ଏହି ଅବତରଣରେ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଥିଲେ।

ଆଜି ସକାଳେ ହେଲିକପ୍ଟର କେଦାରନାଥ ଧାମ ହେଲିପ୍ୟାଡର ପ୍ରାୟ ୧୦୦ ମିଟର ପୂର୍ବରୁ ଜରୁରୀକାଳୀନ ଅବତରଣ କରିଥିଲା। ପାଇଲଟଙ୍କ ସମେତ ୬ ଜଣ ଯାତ୍ରୀଙ୍କ ସହ ଶେର୍ସି ହେଲିପ୍ୟାଡରୁ କେଦାରନାଥ ଧାମକୁ ଆସୁଥିବା କ୍ରିଷ୍ଟାଲ ଆଭିଏସନ କମ୍ପାନୀର ହେଲି କିଛି ଯାନ୍ତ୍ରିକ ସମସ୍ୟା ହେତୁ ୭ ଟା ସମୟରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।

Related posts