ରାଜକୋଟ ଗେମିଂ ଜୋନରେ ଭୀଷଣ ଅଗ୍ନିକାଣ୍ଡ, ମୃତ୍ୟୁ ସଂଖ୍ୟା ୨୦ କୁ ବୃଦ୍ଧି

Published: May 25, 2024, 9:07 pm IST

ନୂଆଦିଲ୍ଲୀ: ଗୁଜୁରାଟର ରାଜକୋଟ୍ ରେ ଟିଆରପି ଗେମିଂ ଜୋନରେ ବ୍ୟାପକ ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି। ଅପରାହ୍ନରେ ଅଗ୍ନିକାଣ୍ଡ ନିୟନ୍ତ୍ରଣକୁ ନିଆଯାଇଥିଲା। ଏହି ଘଟଣା ଆଜି ଘଟିଛି। ରାଜକୋଟ ପୋଲିସ କମିଶନର କହିଛନ୍ତି ଯେ, ଅଗ୍ନିକାଣ୍ଡର କାରଣ କ’ଣ ତାହା ଆମେ ଅନୁସନ୍ଧାନ କରୁଛୁ। ଏହା ସହିତ ସହରର ସମସ୍ତ ଗେମିଂ ଜୋନ୍ ବନ୍ଦ କରିବାକୁ ଏକ ବାର୍ତ୍ତା ଜାରି କରାଯାଇଛି ବୋଲି ସେ କହିଛନ୍ତି।

ଏହି ଦୁର୍ଘଟଣାରେ ୧୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଗେମିଂ ଜୋନ୍ ରେ ଅନେକ ଲୋକ ଫସି ରହିଥିବାର ଆଶଙ୍କା ରହିଛି। ଏହି ଅଗ୍ନିକାଣ୍ଡରେ ପୁରା ଗେମ୍ ଜୋନ୍ ନଷ୍ଟ ହୋଇଯାଇଛି। ପୋଲିସ କମିଶନର ରାଜୀବ ଭାର୍ଗବ ଏବଂ କଲେକ୍ଟର ଆନନ୍ଦ ପଟେଲ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।

Related posts