Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ପକ୍ଷରୁ “ଜିଓ ଫାଇନାନ୍ସ” ଆପ୍ ବିଟା ଭର୍ସନ ଶୁଭାରମ୍ଭ
ଆଜିର ଖବର

ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ପକ୍ଷରୁ “ଜିଓ ଫାଇନାନ୍ସ” ଆପ୍ ବିଟା ଭର୍ସନ ଶୁଭାରମ୍ଭ

June 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ “ଜିଓ ଫାଇନାନ୍ସ” ଆପ୍ (ବିଟା ମୋଡ୍ ରେ) ଆରମ୍ଭ କରିବାକୁ ଘୋଷଣା କରିଛି, ଯାହା ଦୈନନ୍ଦିନ ଆର୍ଥିକ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିବାକୁ ଯାଉଥିବା ଏକ ଅତ୍ୟାଧୁନିକ ପ୍ଲାଟଫର୍ମ। ଏହି ଆପ୍ ଏକ ଉପଭୋକ୍ତା-ଅନୁକୂଳ ଏକକ ଇଣ୍ଟରଫେସରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌, ୟୁପିଆଇ (UPI) କାରବାର, ବିଲ୍ ସମାଧାନ, ବୀମା ପରାମର୍ଶ ଏବଂ ହିସାବକିତାବ ଓ ସଞ୍ଚୟର ଏକ ସାମଗ୍ରିକ ଦୃଶ୍ୟପଟ ପ୍ରଦାନ କରୁଛି।

ସୁବିଧାଜନକ ନାଭିଗେସନ୍ ପାଇଁ ଡିଜାଇନ୍ ହୋଇଥିବା, “ଜିଓ ଫାଇନାନ୍ସ” ଆପ୍ ଆର୍ଥିକ ଟେକ୍ନୋଲୋଜି ସହିତ ଅଳ୍ପ ବହୁତ ପରିଚିତ ସମସ୍ତ ଉପଭୋକ୍ତାମାନଙ୍କୁ ଅନାୟାସରେ ସେମାନଙ୍କ ନିଜ ହାତରେ ଅର୍ଥ ପରିଚାଳନାରେ ସମର୍ଥ କରିବା ସୁନିଶ୍ଚିତ କରିବ।

ଗ୍ରାହକଙ୍କ ପରିବର୍ତ୍ତନଶୀଳ ଆବଶ୍ୟକତା ପ୍ରତି ପ୍ରତିବଦ୍ଧତାର ଅଂଶସ୍ୱରୂପ ଭବିଷ୍ୟତ ଯୋଜନା ମଧ୍ୟରେ ରହିଛି ମ୍ୟୁଚୁଆଲ୍ ଫଣ୍ଡ ଉପରେ ଋଣ ଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ଗୃହ ଋଣ ପର୍ଯ୍ୟନ୍ତ ଋଣ ସମାଧାନର ସମ୍ପ୍ରସାରଣ।

“ଜିଓ ଫାଇନାନ୍ସ” ବିଶ୍ୱାସ, ପ୍ରାସଙ୍ଗିକତା ଏବଂ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେଇଥାଏ ତଥା ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଅନୁଭୂତିରେ ଲଗାତାର ଉନ୍ନତି ପାଇଁ ଉପଭୋକ୍ତା ମତାମତ ନେଇ କାର୍ଯ୍ୟ କରିଥାଏ। ଏହାର ପ୍ରମୁଖ ବିଶେଷତାଗୁଡିକ ମଧ୍ୟରେ ରହିଛି “ଜିଓ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ” ଫିଚର ସହିତ ତତକ୍ଷଣାତ୍ ଡିଜିଟାଲ୍ ଆକାଉଣ୍ଟ୍ ଖୋଲିବା ଏବଂ ସୁଗମ ବ୍ୟାଙ୍କ ପରିଚାଳନା।

ଗ୍ରାହକ ସନ୍ତୁଷ୍ଟି ସୁନିଶ୍ଚିତ କରିବାକୁ, “ଜିଓ ଫାଇନାନ୍ସ” ବିଟା ଭର୍ସନରେ ଆରମ୍ଭ ହେବ ଏବଂ ଉନ୍ନତ କରିବା ବ୍ୟବହାରକାରୀମାନଙ୍କ ମତାମତ ଆମନ୍ତ୍ରଣ କରିବ।

“ଜିଓଫାଇନାନ୍ସ ଆପକୁ ବଜାରରେ ପ୍ରବେଶ କରାଇବାକୁ ଆମେ ବେଶ ଉତ୍ସାହିତ। ଏକ ପ୍ଲାଟଫର୍ମ ଯାହା ଆଜିର ବ୍ୟକ୍ତିବିଶେଷଙ୍କ ଆର୍ଥିକ ପରିଚାଳନା ପଦ୍ଧତିକୁ ପୁନଃନିର୍ଦ୍ଧାରିତ କରିବାକୁ ଲକ୍ଷ୍ୟ ରଖିବ । ଆମର ଅନ୍ତିମ ଲକ୍ଷ୍ୟ ହେଉଛି ଯେକୌଣସି ଉପଭୋକ୍ତା ପାଇଁ ଗୋଟିଏ ପ୍ଲାଟଫର୍ମରେ ଅର୍ଥ ସମ୍ବନ୍ଧୀୟ ସମସ୍ତ ଜିନିଷକୁ ସରଳ ଭାବେ ପ୍ରସ୍ତୁତ କରିବା। ସମସ୍ତ ଜନସାଧାରଣଙ୍କୁ ଋଣ ପ୍ରଦାନ, ନିବେଶ, ବୀମା, ଦେୟ ପ୍ରଦାନ ଏବଂ କାରବାର ଭଳି ବିସ୍ତୃତ ସୁବିଧା ସହିତ ଆର୍ଥିକ ସେବାକୁ ଅଧିକ ସ୍ୱଚ୍ଛ ଓ ସୁଲଭ କରିବା ଏହି ଲକ୍ଷ୍ୟର ଅଂଶ” ବୋଲି ଏକ କମ୍ପାନୀ ମୁଖପାତ୍ର ପ୍ରକାଶ କରିଛନ୍ତି।

UPI
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.