ଭୁବନେଶ୍ବର: ଗତକାଲି ଶେଷ ହୋଇଛି ଓଡିଶାର ଲୋକସଭା ଓ ବିଧାନସଭା ମତଦାନ। ତେବେ ଓଡିଶାରେ ଶେଷ ପର୍ଯ୍ୟାୟରେ କେତେ ମତଦାନ ହୋଇଛି ତାହାର ହିସାବ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରୀ କରାଯାଇଛି। ସେହି ଅନୁସାରେ ଗତକାଲି ଓଡିଶାର ମତଦାନ ହାର ଥିଲା 70.67 ପ୍ରତିଶତ। [caption id="attachment_203997" align="alignnone" width="522"] ସେହିପରି ଗତକାଲି ହୋଇଥିବା ଛଅଟି ଲୋକସଭା ଆସନର ହାରକୁ ଲକ୍ଷ୍ୟ କଲେ ମୟୁରଭଂଜରେ ସର୍ବାଧିକ ଭୋଟ ହୋଇଛି। ସେହିପରି ଦ୍ହିତୀୟରେ ରହିଛି ଜଗତସିହଂପୁର ଲୋକସଭା କ୍ଷେତ୍ର। ତେବେ ଏଥିରେ ପୋଷ୍ଟାଲ ବାଲଟ ହିସାବକୁ ନିଆଯାଇ ନାହିଁ।[/caption]